Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 47:1 - ପବିତ୍ର ବାଇବଲ

1 ଯୋଷେଫ ଫାରୋଙ୍କ ନିକଟକୁ ଯାଇ କହିଲେ, “ମୋର ପିତା ଓ ଭାଇମାନେ ସେମାନଙ୍କର ସମସ୍ତ ପରିବାର ଏବେ କିଣାନ ଦେଶରୁ ଆସିଛନ୍ତି। ସେମାନଙ୍କର ସର୍ବଶ୍ୱ ଓ ପଶୁପଲ ସହ ସେମାନେ ଏହିଠାରେ ଅଛନ୍ତି। ସେମାନେ ବର୍ତ୍ତମାନ ଗୋଶନ ପ୍ରଦେଶରେ ଅଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଯୋଷେଫ ଯାଇ ଫାରୋଙ୍କୁ ସମ୍ଵାଦ ଦେଇ କହିଲେ, ମୋʼ ପିତା ଓ ଭାଇମାନେ କିଣାନ ଦେଶରୁ ଆପଣା ଗୋମେଷାଦି ପଲ ପ୍ରଭୃତି ସର୍ବସ୍ଵ ନେଇ ଆସି ଅଛନ୍ତି; ଦେଖନ୍ତୁ, ସେମାନେ ଗୋଶନ ପ୍ରଦେଶରେ ଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଯୋଷେଫ ଯାଇ ଫାରୋଙ୍କୁ ସମ୍ବାଦ ଦେଇ କହିଲେ, “ମୋ’ ପିତା ଓ ଭାଇମାନେ କିଣାନ ଦେଶରୁ ଆପଣା ଗୋମେଷାଦି ପଲ ପ୍ରଭୃତି ସର୍ବସ୍ୱ ନେଇ ଆସି ଅଛନ୍ତି; ଦେଖନ୍ତୁ, ସେମାନେ ଗୋଶନ ପ୍ରଦେଶରେ ଅଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଯୋଷେଫ ଯାଇ ଫାରୋଙ୍କୁ ସମ୍ବାଦ ଦେଇ କହିଲେ, “ମୋʼ ପିତା ଓ ଭାଇମାନେ କିଣାନ ଦେଶରୁ ଆପଣା ଗୋମେଷାଦି ପଲ ପ୍ରଭୃତି ସର୍ବସ୍ୱ ନେଇ ଆସିଅଛନ୍ତି; ଦେଖନ୍ତୁ, ସେମାନେ ଗୋଶନ ପ୍ରଦେଶରେ ଅଛନ୍ତି।”

Gade chapit la Kopi




ଆଦି ପୁସ୍ତକ 47:1
8 Referans Kwoze  

ଯୋଷେଫ ତାଙ୍କର ଭାଇମାନଙ୍କୁ ଏବଂ ତାଙ୍କ ପିତାଙ୍କର ପରିବାରବର୍ଗଙ୍କୁ କହିଲେ, “ମୁଁ ଯାଇ ଫାରୋଙ୍କୁ କହିବି ଯେ ତୁମ୍ଭେମାନେ ଏଠାରେ ଅଛ। ମୁଁ ଫାରୋଙ୍କୁ କହିବି, ‘ମୋର ଭାଇମାନେ ଓ ମୋର ପିତାଙ୍କର ଅନ୍ୟ ପରିବାରବର୍ଗ କିଣାନ ଦେଶ ଛାଡ଼ି ଏବେ ମୋ’ ପାଖରେ ଏହିଠାରେ ଅଛନ୍ତି।


ତୁମ୍ଭେ ପୁତ୍ର, ପୌତ୍ର ଓ ଗୋମେଷାଦି ସର୍ବଶ୍ୱ ସହିତ ଗୋଶନ ପ୍ରଦେଶରେ ବାସ କରି ମୋର ନିକଟବର୍ତ୍ତୀ ହେବ।


ଯାକୁବ ଯୋଷେଫଙ୍କ ପାଖକୁ ଏହି ଖବର ଦେବା ପାଇଁ ଯିହୁଦାଙ୍କୁ ଆଗରେ ପଠାଇଲେ। ଯିହୁଦା ଯୋଷେଫଙ୍କ ପାଖକୁ ଗଲେ। କାରଣ ସେ ତାଙ୍କୁ ଗୋଶନ ପ୍ରଦେଶକୁ ଯିବାକୁ ବାଟ ଦେଖାଇବେ।


ତେଣୁ ଯିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସେମାନଙ୍କୁ ନିଜ ଭାଇ ଓ ଭଉଣୀ ଡାକିବାରେ ଲଜ୍ଜା ବୋଧ କରନ୍ତି ନାହିଁ।


କେବଳ ଗୋଟିଏ ସ୍ଥାନ ଥିଲା ଯେଉଁଠାରେ ଶିଳାବୃଷ୍ଟି ହେଉ ନ ଥିଲା। ତାହା ଥିଲା ଗୋଶନ ଯେଉଁଠାରେ ଇସ୍ରାଏଲୀୟମାନେ ବାସ କରୁଥିଲେ।


କିନ୍ତୁ ମୁଁ ଇସ୍ରାଏଲୀୟ ଲୋକମାନଙ୍କ ପ୍ରତି ଏପରି ବ୍ୟବହାର କରିବି ନାହିଁ ଯେପରି ମିଶର ଲୋକମାନଙ୍କ ପ୍ରତି ହେବ। ଗୋଶନରେ କୌଣସି ମାଛି ହେବ ନାହିଁ, ଯେଉଁଠାରେ ମୋର ଲୋକମାନେ ବାସ କରୁଛନ୍ତି। ଏହି ପ୍ରକାରେ ତୁମ୍ଭେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ, ଏହି ଭୂମିର ଅଟେ।


ତୁମ୍ଭେ ତାଙ୍କୁ କହିବ। ‘ଆମ୍ଭେ ମେଷପାଳକ ଅଟୁ, ଆମ୍ଭ ପରିବାର ସମସ୍ତେ ମେଷପାଳକ ଓ ଆମ୍ଭ ପୂର୍ବରୁ ଯେତେବେଳେ ଆମ୍ଭେ ଯୁବା ଥିଲୁ, ଜୀବନ୍ତ ପ୍ରାଣୀମାନଙ୍କର ଯତ୍ନ ନେଉଥିଲୁ।’ ଏହା ପରେ ଫାରୋ ତୁମ୍ଭମାନଙ୍କୁ ଗୋଶନରେ ରହିବାକୁ ଅନୁମତି ଦେବେ। କାରଣ ମିଶରର ଲୋକମାନେ ମେଷପାଳକଙ୍କୁ ସେମାନଙ୍କର ଅଞ୍ଚଳ ପାଖରେ ରଖିବାକୁ ପସନ୍ଦ କରନ୍ତି ନାହିଁ।”


ଯୋଷେଫଙ୍କ ଭାଇମାନେ ଆସିଛନ୍ତି। ଏହି ଜନରବ ଫାରୋ ମଧ୍ୟ ଜାଣି ପାରିଲେ। ଏଥିରେ ଫାରୋ ଓ ତାଙ୍କର ଦାସ ସମୂହ ଆନନ୍ଦିତ ହେଲେ।


Swiv nou:

Piblisite


Piblisite