Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 45:8 - ପବିତ୍ର ବାଇବଲ

8 ମୁଁ ଏଠାକୁ ତୁମ୍ଭ ଦୋଷରୁ ଆସି ନାହିଁ। ଏହା ପରମେଶ୍ୱରଙ୍କ ଯୋଜନା। ପରମେଶ୍ୱର ମୋତେ ଫାରୋଙ୍କର ପିତା ଓ ତାଙ୍କର କର୍ତ୍ତା କରିଛନ୍ତି ଏବଂ ସମସ୍ତ ମିଶର ଉପରେ କର୍ତ୍ତା କରିଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଏନିମନ୍ତେ ତୁମ୍ଭେମାନେ ଯେ ମୋତେ ଏ ସ୍ଥାନକୁ ପଠାଇ ଅଛ, ତାହା ନୁହେଁ, ପରମେଶ୍ଵର ପଠାଇ ଅଛନ୍ତି; ପୁଣି ସେ ମୋତେ ଫାରୋଙ୍କର ପିତା ଓ ତାଙ୍କ ଗୃହର ପ୍ରଭୁ ଓ ସମସ୍ତ ମିସର ଦେଶର କର୍ତ୍ତା କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

8 ଏନିମନ୍ତେ ତୁମ୍ଭେମାନେ ଯେ ମୋତେ ଏ ସ୍ଥାନକୁ ପଠାଇ ଅଛ, ତାହା ନୁହେଁ, ପରମେଶ୍ୱର ପଠାଇ ଅଛନ୍ତି; ପୁଣି, ସେ ମୋତେ ଫାରୋଙ୍କର ପିତା ଓ ତାଙ୍କ ଗୃହର ପ୍ରଭୁ ଓ ସମସ୍ତ ମିସର ଦେଶର କର୍ତ୍ତା କରିଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏନିମନ୍ତେ ତୁମ୍ଭେମାନେ ଯେ ମୋତେ ଏ ସ୍ଥାନକୁ ପଠାଇଅଛ, ତାହା ନୁହେଁ, ପରମେଶ୍ୱର ପଠାଇଅଛନ୍ତି; ପୁଣି, ସେ ମୋତେ ଫାରୋଙ୍କର ପିତା ଓ ତାଙ୍କ ଗୃହର ପ୍ରଭୁ ଓ ସମସ୍ତ ମିସର ଦେଶର କର୍ତ୍ତା କରିଅଛନ୍ତି।

Gade chapit la Kopi




ଆଦି ପୁସ୍ତକ 45:8
11 Referans Kwoze  

“ତୁମ୍ଭେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭକୁ ମନୋନୀତ କରିଛି। ମୁଁ ତୁମ୍ଭକୁ ଏହି କାର୍ଯ୍ୟ ଦେଇଛି, ଯେପରି ତୁମ୍ଭେ ଯାଇ ଫଳ ଫଳିବ। ମୁଁ ଗ୍ଭହେଁ, ତୁମ୍ଭ ଜୀବନରେ ଏହି ଫଳ ଲାଗିରହୁ। ସେଥିରେ ମୋ’ ନାମ ନେଇ ଯାହା ମାଗିବ, ପରମପିତା ତୁମ୍ଭକୁ ତାହା ଦେବେ।


ଅତଏବ, ପରମେଶ୍ୱରଙ୍କ ଦୟା ଉପରେ ଏହା ନିର୍ଭର କରେ, ଜଣେ ଲୋକର ଇଚ୍ଛା ବା ଚେଷ୍ଟା ଉପରେ ନୁହେଁ।


ଯୀଶୁ ଉତ୍ତର ଦେଲେ, “ମୋ’ ଉପରେ ଆପଣଙ୍କର ଯେଉଁ କ୍ଷମତା ଅଛି ବୋଲି ଆପଣ କହୁଛନ୍ତି, କେବଳ ସେହି କ୍ଷମତା ପରମେଶ୍ୱର ଆପଣଙ୍କୁ ଦେଇଛନ୍ତି। ତେଣୁ ଯିଏ ମୋତେ ଆପଣଙ୍କ ପାଖରେ ସମର୍ପଣ କରିଛି, ତା'ର ପାପ ଆହୁରି ଗୁରୁତର।”


ମୁଁ ଗରିବ ଲୋକର ପିତା ସଦୃଶ ଥିଲି। ମୁଁ ନ ଜାଣିଥିବା ଲୋକକୁ ମଧ୍ୟ ସାହାଯ୍ୟ କରୁଥିଲି। ସେମାନଙ୍କୁ ଅଦାଲତରେ ତର୍କରେ ଜିତାଇ ଦେଉଥିଲି।


ମୀଖା କହିଲା, “ମୋ’ ସଙ୍ଗେ ତୁମେ ବାସ କର। ମୋର ପିତା ଓ ଯାଜକ ହୁଅ। ତହିଁରେ ମୁଁ ତୁମ୍ଭକୁ ବାର୍ଷିକ ଦଶଖଣ୍ତ ରୂପା, ଖାଦ୍ୟ ଓ ବସ୍ତ୍ର ଦେବି।” ମୀଖା ଯାହା କହିଲା, ସେହି ଲେବୀୟ ତାହା କଲା। ତହିଁରେ ସେ ଲେବୀୟ ଲୋକ ଗଲା।


ବର୍ତ୍ତମାନ ତୁମ୍ଭେ ବ୍ୟସ୍ତ ହୁଅ ନାହିଁ। ମୋତେ ଗୋଟିଏ କ୍ରୀତଦାସ ପରି ବିକ୍ରୀ କରିଥିବାରୁ ତୁମ୍ଭେ ନିଜ ଉପରେ ରାଗ ନାହିଁ। ତୁମ୍ଭ ସମ୍ମୁଖରେ ଜୀବନ ରକ୍ଷା କରିବା ପାଇଁ ପରମେଶ୍ୱର ମୋତେ ଏଠାକୁ ପଠାଇଲେ।


ଅନୀସିମ କ୍ଷଣିକ ପାଇଁ ତୁମ୍ଭଠାରୁ ଅଲଗା ଥିଲା। ଏହା ଏପରି ଘଟିଥାଇପାରେ ଯଦ୍ଦ୍ୱାରା ତୁମ୍ଭେ ତାହାକୁ ସବୁଦିନ ପାଇଁ ପୁନଃ ପ୍ରାପ୍ତ ହୋଇପାରିବ।


ସେଦିନ ମୁଁ ତୁମ୍ଭର ପରିଧାନ ନେଇ ତାକୁ ପିନ୍ଧାଇବି। ମୁଁ ତୁମ୍ଭର କର୍ତ୍ତୃତ୍ୱାଧିକାର ତାକୁ ସମର୍ପଣ କରିବି। ତେଣୁ ସେ ଯିରୁଶାଲମ ନିବାସୀ ଓ ଯିହୁଦା ବଂଶର ପିତା ହେବ।


ଭାଇମାନେ ତାଙ୍କ ପିତାଙ୍କୁ କହିଲେ, “ପିତା, ଯୋଷେଫ ଏବଂ ମଧ୍ୟ ବଞ୍ଚିଛନ୍ତି। ସେ ବର୍ତ୍ତମାନ ସମସ୍ତ ମିଶର ଉପରେ କର୍ତ୍ତା ଅଟନ୍ତି।” ତାଙ୍କର ପିତା କିଛି ଭାବି ପାରିଲେ ନାହିଁ। ପ୍ରଥମେ ସେ ସେମାନଙ୍କୁ ବିଶ୍ୱାସ କଲେ ନାହିଁ।


Swiv nou:

Piblisite


Piblisite