Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 43:7 - ପବିତ୍ର ବାଇବଲ

7 ଭାଇମାନେ ଉତ୍ତର ଦେଲେ, “ସେ ଲୋକ ଆମ୍ଭମାନଙ୍କୁ ବହୁତ ଗୁଡ଼ିଏ ପ୍ରଶ୍ନ ପଗ୍ଭରିଲେ। ସେ ଆମ୍ଭ ବିଷୟରେ ଓ ଆମ୍ଭ ପରିବାର ବିଷୟରେ ସବୁ ଜାଣିବାକୁ ଗ୍ଭହିଁଲେ। ସେ ଆମ୍ଭମାନଙ୍କୁ ପଗ୍ଭରିଲେ, ‘ତୁମ୍ଭର ପିତା କ’ଣ ଏବେ ବି ଜୀବିତ? ତୁମ୍ଭର ଆଉ କୌଣସି ଭାଇ ଗୃହରେ ଅଛି କି?’ ଆମ୍ଭେ ଜାଣି ନ ଥିଲୁ ସେ ଆମ୍ଭକୁ କହିବ ଯେ ତୁମ୍ଭର ଭାଇକୁ ଏଠାକୁ ଆଣ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ସେମାନେ କହିଲେ, ସେ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ଜ୍ଞାତିମାନଙ୍କ ବିଷୟ ସୂକ୍ଷ୍ମ ରୂପେ ପଚାରି କହିଲା, ତୁମ୍ଭମାନଙ୍କ ପିତା କି ଆଜିଯାଏ ବଞ୍ଚିଅଛନ୍ତି? ତୁମ୍ଭମାନଙ୍କର କି ଆଉ ଭାଇ ଅଛି? ଏଣୁ ଆମ୍ଭେମାନେ ସେହି କଥା ପ୍ରମାଣେ ଉତ୍ତର ଦେଇଥିଲୁ; ସେ ଯେ ତୁମ୍ଭମାନଙ୍କ ଭାଇକି ଏଠାକୁ ଆଣ ବୋଲି କହିବ, ଏହା ଆମ୍ଭେମାନେ କିପ୍ରକାରେ ଜାଣି ପାରନ୍ତୁ?

Gade chapit la Kopi

ଓଡିଆ ବାଇବେଲ

7 ସେମାନେ କହିଲେ, “ସେ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ଜ୍ଞାତିମାନଙ୍କ ବିଷୟ ସୂକ୍ଷ୍ମ ରୂପେ ପଚାରି କହିଲା, ତୁମ୍ଭମାନଙ୍କ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି ? ତୁମ୍ଭମାନଙ୍କର କି ଆଉ ଭାଇ ଅଛି ? ଏଣୁ ଆମ୍ଭେମାନେ ସେହି କଥା ପ୍ରମାଣେ ଉତ୍ତର ଦେଇଥିଲୁ; ସେ ଯେ ତୁମ୍ଭମାନଙ୍କ ଭାଇଙ୍କୁ ଏଠାକୁ ଆଣ ବୋଲି କହିବ, ଏହା ଆମ୍ଭେମାନେ କିପ୍ରକାରେ ଜାଣି ପାରନ୍ତୁ ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେମାନେ କହିଲେ, “ସେ ଆମ୍ଭମାନଙ୍କ ଓ ଆମ୍ଭମାନଙ୍କ ଜ୍ଞାତିମାନଙ୍କ ବିଷୟ ସୂକ୍ଷ୍ମ ରୂପେ ପଚାରି କହିଲା, ‘ତୁମ୍ଭମାନଙ୍କ ପିତା କି ଆଜି ପର୍ଯ୍ୟନ୍ତ ବଞ୍ଚିଅଛନ୍ତି? ତୁମ୍ଭମାନଙ୍କର କି ଆଉ ଭାଇ ଅଛି?’ ଏଣୁ ଆମ୍ଭେମାନେ ସେହି କଥା ପ୍ରମାଣେ ଉତ୍ତର ଦେଇଥିଲୁ; ସେ ଯେ ‘ତୁମ୍ଭମାନଙ୍କ ଭାଇଙ୍କୁ ଏଠାକୁ ଆଣ ବୋଲି କହିବ, ଏହା ଆମ୍ଭେମାନେ କିପ୍ରକାରେ ଜାଣି ପାରନ୍ତୁ?’”

Gade chapit la Kopi




ଆଦି ପୁସ୍ତକ 43:7
6 Referans Kwoze  

କିନ୍ତୁ ଯିହୁଦା ଯାକୁବଙ୍କୁ କହିଲା, “ସେ ଦେଶର କର୍ତ୍ତା ଆମ୍ଭକୁ ସତର୍କ କରାଇ ଦେଇ କହିଥିଲେ, ‘ଯଦି ତୁମ୍ଭେ ତୁମ୍ଭର ଭାଇକୁ ମୋ’ ପାଖକୁ ନ ଆଣ, ତେବେ ତୁମ୍ଭ ସହିତ କଥାବାର୍ତ୍ତା ହେବ ନାହିଁ।’


ଯୋଷେଫ ସେମାନଙ୍କୁ ସେମାନଙ୍କର ଭଲମନ୍ଦ ବିଷୟରେ ପଗ୍ଭରିଲେ। ତା'ପରେ ଯୋଷେଫ କହିଲେ, “ତୁମ୍ଭର ବୃଦ୍ଧ ପିତା କିପରି ଅଛନ୍ତି? ସେ ଏବେ ଭଲରେ ବଞ୍ଚିଛନ୍ତି ତ?”


ଏବଂ ଭାଇମାନେ କହିଲେ, “ନା! ଆମ୍ଭେ ସମସ୍ତେ ଭାଇ ଆମ୍ଭ ପରିବାରର ଆମ୍ଭେ ବାର ଜଣ ଭାଇ ଅଟୁ। ଆମ୍ଭ ସମସ୍ତଙ୍କର ପିତା ଏକ। ଆମ୍ଭର ସାନଭାଇ ଆମ୍ଭର ଗୃହରେ ପିତାଙ୍କ ନିକଟରେ ଅଛି। ଆଉ ଏକ ଭାଇ ବହୁତ ପୂର୍ବରୁ ମରିଯାଇଛି। ଆମ୍ଭେମାନେ ଆପଣଙ୍କ ନିକଟରେ ଦାସତୁଲ୍ୟ। ଆମ୍ଭେମାନେ କିଣାନ ଦେଶରୁ ଆସିଅଛୁ।”


ଯାକୁବ କହିଲେ, “ତୁମ୍ଭେମାନେ କାହିଁକି କହିଲ ଯେ ତୁମ୍ଭର ଆଉ ଏକ ଭାଇ ଅଛି ବୋଲି? ତୁମ୍ଭେମାନେ ମୋ’ ପାଇଁ ଏକ ଖରାପ କାର୍ଯ୍ୟ କାହିଁକି କଲ?”


ପୂର୍ବରୁ ଆପଣ ଆମ୍ଭକୁ ପଗ୍ଭରି ଥିଲେ, ‘ତୁମ୍ଭମାନଙ୍କର ଭାଇ ଓ ପିତା ଅଛନ୍ତି କି?’


ଆମ୍ଭେ ସମସ୍ତେ ଭାଇ, ଆମ୍ଭମାନଙ୍କର ପିତା ଏକ। ଆମ୍ଭେ ସଚ୍ଚୋଟ ଲୋକ ଅଟୁ। ଆମ୍ଭେ ଆପଣଙ୍କ ଦାସ, ଆମ୍ଭେ ଗୁପ୍ତଚର ନୋହୁଁ।”


Swiv nou:

Piblisite


Piblisite