Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 43:16 - ପବିତ୍ର ବାଇବଲ

16 ଯୋଷେଫ ସେମାନଙ୍କ ସହିତ ବିନ୍ୟାମୀନକୁ ଦେଖିଲେ। ଯୋଷେଫ ତାଙ୍କର ଦାସକୁ ନିର୍ଦ୍ଦେଶ ଦେଲେ, “ସେହି ଲୋକମାନଙ୍କୁ ମୋର ଗୃହକୁ ପାଛୋଟି ଆଣ। ଏବଂ ଏକ ପଶୁମାରି ତାହାକୁ ରାନ୍ଧ। ସେହି ଲୋକମାନେ ଆଜି ମୋ’ ସହିତ ମଧ୍ୟାହ୍ନ ଭୋଜନ କରିବେ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ସେତେବେଳେ ଯୋଷେଫ ସେମାନଙ୍କ ସଙ୍ଗରେ ବିନ୍ୟାମିନକୁ ଦେଖି ଆପଣା ଗୃହାଧ୍ୟକ୍ଷକୁ କହିଲେ, ଏହି ଲୋକମାନଙ୍କୁ ଆମ୍ଭ ଗୃହକୁ ନେଇ ଯାଅ ଓ ପଶୁ ମାରି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କର; ଏମାନେ ମଧ୍ୟାହ୍ନ ସମୟରେ ଆମ୍ଭ ସଙ୍ଗରେ ଭୋଜନ କରିବେ।

Gade chapit la Kopi

ଓଡିଆ ବାଇବେଲ

16 ସେତେବେଳେ ଯୋଷେଫ ସେମାନଙ୍କ ସଙ୍ଗରେ ବିନ୍ୟାମୀନ୍‍କୁ ଦେଖି ଆପଣା ଗୃହାଧ୍ୟକ୍ଷକୁ କହିଲେ, “ଏହି ଲୋକମାନଙ୍କୁ ଆମ୍ଭ ଗୃହକୁ ନେଇ ଯାଅ ଓ ପଶୁ ମାରି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କର; ଏମାନେ ମଧ୍ୟାହ୍ନ ସମୟରେ ଆମ୍ଭ ସଙ୍ଗରେ ଭୋଜନ କରିବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ସେତେବେଳେ ଯୋଷେଫ ସେମାନଙ୍କ ସଙ୍ଗରେ ବିନ୍ୟାମୀନ୍‍କୁ ଦେଖି ଆପଣା ଗୃହାଧ୍ୟକ୍ଷକୁ କହିଲେ, “ଏହି ଲୋକମାନଙ୍କୁ ଆମ୍ଭ ଗୃହକୁ ନେଇଯାଅ ଓ ପଶୁ ମାରି ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କର; ଏମାନେ ମଧ୍ୟାହ୍ନ ସମୟରେ ଆମ୍ଭ ସଙ୍ଗରେ ଭୋଜନ କରିବେ।”

Gade chapit la Kopi




ଆଦି ପୁସ୍ତକ 43:16
12 Referans Kwoze  

ଯୋଷେଫ ତାଙ୍କର ଦାସଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ସେହି ଲୋକମାନଙ୍କର ପଟରେ ସେମାନେ ଯେତେ ନେଇପାରିବେ, ସେତେ ଶସ୍ୟ ଭର୍ତ୍ତି କର ଏବଂ ସେମାନଙ୍କ ପଇସା ମଧ୍ୟ ତାଙ୍କ ଥଳି ଉପରେ ରଖି ଦିଅ।


ଯେତେବେଳେ ଯୋଷେଫଙ୍କ ଭାଇମାନେ ଯୋଷେଫଙ୍କ ଦାସଙ୍କୁ ଭେଟିଲେ, ସେମାନେ ତାଙ୍କ ସହିତ ଯୋଷେଫଙ୍କ ଘରର ଦ୍ୱାର ସମ୍ମୁଖରେ କଥା ହେଲେ।


ଜ୍ଞାନ ମାଂସ ରାନ୍ଧିଅଛି ଏବଂ ଦ୍ରାକ୍ଷାରସ ପ୍ରସ୍ତୁତ କରିଅଛି। ସେ ଆପଣା ମେଜରେ ଖାଦ୍ୟ ସଜାଇ ଅଛି।


ମୁଁ କ’ଣ ନିଜର ରୋଟୀ, ନିଜର ଜଳ ଓ ନିଜର ଲୋମଛେଦକମାନଙ୍କ ନିମନ୍ତେ ହତ ପଶୁମାନଙ୍କ ମାଂସ ନେଇ କେଉଁ ଅଜ୍ଞାନ ଲୋକମାନଙ୍କୁ ଦେବି?”


ସେମାନେ ନଗର ଛାଡ଼ିବା ପରେ ଯୋଷେଫ ତାଙ୍କର ଦାସଙ୍କୁ କହିଲେ, “ସେହି ଲୋକମାନଙ୍କୁ ଅନୁସରଣ କର। ସେମାନଙ୍କୁ ଅଟକାଇ କୁହ, ‘ଆମ୍ଭେ ତୁମ୍ଭମାନଙ୍କ ପ୍ରତି ଉତ୍ତମ ବ୍ୟବହାର କଲୁ, କିନ୍ତୁ ତୁମ୍ଭେମାନେ କାହିଁକି ଏପରି ମନ୍ଦ ଆଚରଣ କଲ? କାହିଁକି ତୁମ୍ଭେମାନେ ଆମ୍ଭ ମହାଶୟଙ୍କର ରୂପା ପାତ୍ର ଗ୍ଭେରି କଲ?


ଏହା ପରେ ସେ ସେହି ପର୍ବତରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା ନିଜ ଲୋକଙ୍କୁ ଡାକିଲେ। ତହିଁରେ ସେମାନେ ଭୋଜନ କରି ପର୍ବତରେ ରାତ୍ରିସାରା ରହିଲେ।


ତେଣୁ ଇ‌ସ୍‌ହାକ ତାଙ୍କୁ ଏକ ଭୋଜି ଦେଲେ। ସେମାନେ ସମସ୍ତେ ଖାଇଲେ ଓ ପିଇଲେ।


ଯେତେବେଳେ ଇ‌ସ୍‌ହାକ ଯଥେଷ୍ଟ ବଡ଼ ହେଲେ ଖାଦ୍ୟ ଖାଇବା ଆରମ୍ଭ କଲେ। ତେଣୁ ଅବ୍ରହାମ ଏକ ବିରାଟ ଭୋଜିର ଆୟୋଜନ କଲେ।


କିନ୍ତୁ ଅବ୍ରାମ କହିଲେ, “ସଦାପ୍ରଭୁ ପରମେଶ୍ୱର, ମୋତେ ପୁରସ୍କାର ଦେଇ କ’ଣ ଭଲ ହେବ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମେସକର ମୋର ମୁଖ୍ୟ ସେବକ ଇଲିୟେଜର ମୋର ସମ୍ପତ୍ତି ଅଧିକାର କରିବ।”


ଦାସକୁ ଯେପରି କୁହା ଯାଇଥିଲା ସେ ଠିକ୍ ସେହିପରି କଲା। ସେ ସେହି ଲୋକମାନଙ୍କୁ ଯୋଷେଫଙ୍କ ଗୃହକୁ ପାଛୋଟି ନେଲା।


Swiv nou:

Piblisite


Piblisite