Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 43:12 - ପବିତ୍ର ବାଇବଲ

12 ତୁମ୍ଭେମାନେ ଗତଥର ଯେତେ ଟଙ୍କା ନେଇଥିଲ ତା'ର ଦୁଇଗୁଣ ନିଅ। ଗତଥର ତୁମ୍ଭକୁ ଯେଉଁ ଟଙ୍କା ଫେରାଇ ଦେଇଥିଲେ ତାହା ବି ନେଇଯାଅ କାରଣ ସେ ଏହା ଭୁଲରେ ତୁମ୍ଭମାନଙ୍କୁ ଫେରାଇ ଦେଇଥିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପୁଣି ଆପଣା ଆପଣା ହସ୍ତରେ ଦ୍ଵିଗୁଣ ଟଙ୍କା ନିଅ ଓ ତୁମ୍ଭମାନଙ୍କ ପଟ-ମୁଖରେ ଯେଉଁ ଟଙ୍କା ଫେରି ଆସିଅଛି, ତାହା ମଧ୍ୟ ହସ୍ତରେ ନେଇ ଯାଅ; କେଜାଣି ତାହା ଭୁଲ ହୋଇଥିବ।

Gade chapit la Kopi

ଓଡିଆ ବାଇବେଲ

12 ପୁଣି, ଆପଣା ଆପଣା ହସ୍ତରେ ଦ୍ୱିଗୁଣ ଟଙ୍କା ନିଅ ଓ ତୁମ୍ଭମାନଙ୍କ ପଟ-ମୁଖରେ ଯେଉଁ ଟଙ୍କା ଫେରି ଆସିଅଛି, ତାହା ମଧ୍ୟ ହସ୍ତରେ ନେଇ ଯାଅ; କେଜାଣି ତାହା ଭୁଲ ହୋଇଥିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପୁଣି, ଆପଣା ଆପଣା ହସ୍ତରେ ଦ୍ୱିଗୁଣ ଟଙ୍କା ନିଅ ଓ ତୁମ୍ଭମାନଙ୍କ ପଟ-ମୁଖରେ ଯେଉଁ ଟଙ୍କା ଫେରି ଆସିଅଛି, ତାହା ମଧ୍ୟ ହସ୍ତରେ ନେଇଯାଅ; କେଜାଣି ତାହା ଭୁଲ୍ ହୋଇଥିବ।

Gade chapit la Kopi




ଆଦି ପୁସ୍ତକ 43:12
12 Referans Kwoze  

ଯୋଷେଫ ତାଙ୍କର ଦାସମାନଙ୍କୁ ନିର୍ଦ୍ଦେଶ ଦେଲେ, ସେମାନଙ୍କର ବ୍ୟାଗ୍ ଗୁଡ଼ିକୁ ଶସ୍ୟରେ ଭରପୁର କରିବା ପାଇଁ। ତାଙ୍କର ଭାଇମାନେ ସେହି ଶସ୍ୟ ପାଇଁ ତାଙ୍କୁ ଅର୍ଥ ଦେଲେ। କିନ୍ତୁ ଯୋଷେଫ ସେହି ଅର୍ଥ ନେଲେ ନାହିଁ। ସେ ସେମାନଙ୍କର ଅର୍ଥ ସେହି ବ୍ୟାଗ୍ ମଧ୍ୟରେ ପୁରାଇ ଦେଲେ। ଏହା ପରେ ଯୋଷେଫ ତାଙ୍କର ଫେରିବା ପାଇଁ ବ୍ୟବହାର ଦ୍ରବ୍ୟ ମଧ୍ୟ ତାଙ୍କୁ ଦେଲେ।


ଏହା ପରେ ଭାଇମାନେ ଶସ୍ୟ ବୋହିବାକୁ ଲାଗିଲେ। ଏବଂ ସମସ୍ତ ଭାଇମାନେ ସେମାନଙ୍କର ବ୍ୟା‌‌‌ଗ୍‌‌‌ରୁ ସମସ୍ତ ଅର୍ଥମୁଣା ପାଇଲେ। ସମସ୍ତ ଭାଇ ଓ ସେମାନଙ୍କର ପିତା ଏହି ଟଙ୍କା ଦେଖି ଭୟରେ ଥରିବାକୁ ଲାଗିଲେ।


ଯୀଶୁ ଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି।


କିନ୍ତୁ ପ୍ରତ୍ୟେକ କଥାର ସତ୍ୟାସତ୍ୟ ପରୀକ୍ଷା କରି ଯାହା ଭଲ ତାହାକୁ ଧରି ରଖ।


ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧରେ କୌଣସି ମନ୍ଦକାର୍ଯ୍ୟ କର ନାହିଁ ଓ ଏହି ବିଷୟରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସେମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ। ଆମ୍ଭେ ଏ ବିଷୟରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ।


ଭାଇ ଓ ଭଉଣୀମାନେ! ଯାହା ସତ୍ୟ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍‌‌ଗୁଣ ଓ ପ୍ରଶଂସାର ଥାଏ, ସେହି ବିଷୟ ଗୁଡ଼ିକରେ ମନୋଯୋଗ କର।


ଯାହା ଠିକ୍, ଆମ୍ଭେ ତାହା କରିବା ପାଇଁ ଯତ୍ନଶୀଳ। ଯାହାସବୁ ପ୍ରଭୁ ଠିକ୍ ବୋଲି ଧରନ୍ତି, ଓ ଲୋକେ ଠିକ୍ ବୋଲି ଭାବନ୍ତି, ଆମ୍ଭେ ତାହା କରୁ।


କାହାର ଋଣୀ ହୁଅ ନାହିଁ। କିନ୍ତୁ ପରସ୍ପର ପ୍ରତି ପ୍ରେମର ଋଣରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବାସିକୁ ପ୍ରେମ କରେ ସେ ସମ୍ପୂର୍ଣ୍ଣ ବ୍ୟବସ୍ଥା ମାନିଛି।


ମନ୍ଦ ପ୍ରତିବଦଳରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସେହିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ।


ବିନ୍ୟାମୀନକୁ ନେଇ ତାଙ୍କ ପାଖକୁ ଯାଅ।


ଯିବା ବାଟରେ ଆମ୍ଭେ ଆମ୍ଭର ପଟ ଫିଟାଇ ଦେଖିଲା ବେଳକୁ ଆମ୍ଭମାନଙ୍କର ଟଙ୍କା ପ୍ରତ୍ୟେକଙ୍କ ପଟ ମଧ୍ୟରେ ଥିଲା। ଆମ୍ଭେ ଜାଣି ନାହୁଁ ତାହା ସେଠାକୁ କିପରି ଗଲା। କିନ୍ତୁ ଆମ୍ଭେମାନେ ସେହି ଅର୍ଥ ଆପଣଙ୍କୁ ଦେବା ପାଇଁ ଫେରାଇ ଆଣିଛୁ। କିଛି ଖାଦ୍ୟ ନେଇଯିବା ପାଇଁ ଆଉ କିଛି ଅର୍ଥ ଆଣିଛୁ।”


Swiv nou:

Piblisite


Piblisite