Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 42:5 - ପବିତ୍ର ବାଇବଲ

5 କିଣାନ ଦେଶରେ ଦୁର୍ଭିକ୍ଷ ଭୟଙ୍କର ଥିଲା। ତେଣୁ କିଣାନ ଦେଶରୁ ବହୁତ ଲୋକ ମିଶରକୁ ଖାଦ୍ୟଶସ୍ୟ କିଣିବାକୁ ଗଲେ। ସେମାନଙ୍କ ମଧ୍ୟରେ ଯାକୁବର ପୁତ୍ରମାନେ ମଧ୍ୟ ଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେତେବେଳେ ସେଠାକୁ ଯିବା ଲୋକମାନଙ୍କ ମଧ୍ୟରେ ଇସ୍ରାଏଲଙ୍କର ପୁତ୍ରମାନେ ଶସ୍ୟ କିଣିବା ନିମନ୍ତେ ଗଲେ; ଯେହେତୁ କିଣାନ ଦେଶରେ ମଧ୍ୟ ଦୁର୍ଭିକ୍ଷ ଥିଲା।

Gade chapit la Kopi

ଓଡିଆ ବାଇବେଲ

5 ସେତେବେଳେ ସେଠାକୁ ଯିବା ଲୋକମାନଙ୍କ ମଧ୍ୟରେ ଇସ୍ରାଏଲଙ୍କର ପୁତ୍ରମାନେ ଶସ୍ୟ କିଣିବା ନିମନ୍ତେ ଗଲେ; ଯେହେତୁ କିଣାନ ଦେଶରେ ମଧ୍ୟ ଦୁର୍ଭିକ୍ଷ ଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେତେବେଳେ ସେଠାକୁ ଯିବା ଲୋକମାନଙ୍କ ମଧ୍ୟରେ ଇସ୍ରାଏଲଙ୍କର ପୁତ୍ରମାନେ ଶସ୍ୟ କିଣିବା ନିମନ୍ତେ ଗଲେ; ଯେହେତୁ କିଣାନ ଦେଶରେ ମଧ୍ୟ ଦୁର୍ଭିକ୍ଷ ଥିଲା।

Gade chapit la Kopi




ଆଦି ପୁସ୍ତକ 42:5
7 Referans Kwoze  

ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ।


ସର୍ବଦେଶୀୟ ଲୋକମାନେ ମିଶର ଦେଶର ଶସ୍ୟ କିଣିବା ପାଇଁ ଯୋଷେଫଙ୍କ ନିକଟକୁ ଆସିଲେ। ଯେହେତୁ ସବୁ ଦେଶରେ ଦୁର୍ଭିକ୍ଷ ପ୍ରବଳ ଥିଲା।


ସେହି ସମୟରେ ସେହି ଦେଶରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତେଣୁ ଅବ୍ରାମ ବାସ କରିବା ପାଇଁ ମିଶର ଦେଶକୁ ଯାତ୍ରା କଲେ।


ଥରେ ଅବ୍ରହାମଙ୍କର ସମୟରେ ଦୁର୍ଭିକ୍ଷ ହୋଇଥିଲା। ସେହି ଦେଶରେ ଆଉ ସେହିଭଳି ଏକ ଦୁର୍ଭିକ୍ଷ ଦେଖାଦେବାରୁ ଇ‌ସ୍‌ହାକ ଗରାରରେ ପଲେଷ୍ଟୀୟମାନଙ୍କ ରାଜା ଅବିମେଲକ ନିକଟକୁ ଗଲେ।


ସେମାନଙ୍କ ମଧ୍ୟରେ ଆଗାବ ନାମକ ଜଣେ ଭାବବାଦୀ ଥିଲେ। ସେ ପବିତ୍ରଆତ୍ମାରେ ପୂର୍ଣ୍ଣ ହୋଇ ଭବିଷ୍ୟ‌ଦ୍‌ବାଣୀ କହିଲେ, “ଏ ସମଗ୍ର ପୃଥିବୀରେ ମହାଦୁର୍ଭିକ୍ଷ ପଡ଼ିବ, ସେହି ସମୟରେ ଲୋକମାନେ କିଛି ଖାଇବାକୁ ପାଇବେ ନାହିଁ।” ଏହି ଦୁର୍ଭିକ୍ଷ କ୍ଳାଉଦିଅ କାଇସରଙ୍କ ସମୟରେ ପଡ଼ିଥିଲା।


ଦାଉଦଙ୍କ ରାଜତ୍ୱ ସମୟରେ କ୍ରମାଗତ ତିନି ବର୍ଷ ଧରି ଦୁର୍ଭିକ୍ଷ ହେଲା। ଏହି ସମୟରେ ରାଜା ଦାଉଦ ସଦାପ୍ରଭୁଙ୍କୁ ପ୍ରାର୍ଥନା କରନ୍ତେ ସଦାପ୍ରଭୁ ଉତ୍ତର ଦେଇ କହିଲେ, “ଶାଉଲ ଓ ତା'ର ହତ୍ୟାକାରୀ ବଂଶ ଯୋଗୁଁ ଏପରି ହେଉଛି। ଯେହେତୁ ସେ ଗିବିୟୋନୀୟମାନଙ୍କୁ ହତ୍ୟା କରିଥିଲା।”


ଏବଂ ଏହା ପରେ ସାତ ବର୍ଷର ଦୁର୍ଭିକ୍ଷ ଆରମ୍ଭ ହେଲା। ଯେଉଁପରି ଭାବେ ଯୋଷେଫ ଆଗରୁ କହିଥିଲେ। ଫସଲ ଉତ୍ପନ୍ନ ହେଲା ନାହିଁ। କୌଣସି ସ୍ଥାନ ମିଶରରେ ଅବା ଅନ୍ୟ କୌଣସି ଦେଶରେ। କିନ୍ତୁ ମିଶରରେ ଖାଦ୍ୟ ଥିଲା।


Swiv nou:

Piblisite


Piblisite