ଆଦି ପୁସ୍ତକ 4:7 - ପବିତ୍ର ବାଇବଲ7 ତୁମ୍ଭେ ଯଦି ଠିକ୍ ବିଷୟ କରିବ, ତେବେ ମୁଁ ତୁମ୍ଭକୁ ଗ୍ରହଣ କରିବି। ଯଦି ତୁମ୍ଭେ ଭୁଲ୍ କର ତେବେ ତାହା ପାପ ହେବ। ପାପ ଏକ ପ୍ରାଣୀ ପରି, ତୁମ୍ଭ ଦ୍ୱାର ସମ୍ମୁଖରେ ନଇଁ କରି ତୁମ୍ଭ ଉପରେ ଝାମ୍ପମାରି ଧରିବାକୁ ଅପେକ୍ଷା କରିଅଛି। ତୁମ୍ଭେ ନିଶ୍ଚୟ ତା’ ଉପରେ ରାଜତ୍ୱ କରିବ।” Gade chapit laପବିତ୍ର ବାଇବଲ (Re-edited) - (BSI)7 ସତ୍କର୍ମ କଲେ, କି ତୁମ୍ଭେ ଊର୍ଦ୍ଧ୍ଵମୁଖ ହେବ ନାହିଁ? ସତ୍କର୍ମ ନ କଲେ, ପାପ ଦ୍ଵାରରେ ଛକିଥାଏ; ତୁମ୍ଭ ପ୍ରତି ତାହାର ବାସନା ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ଵ କରିବ। Gade chapit laଓଡିଆ ବାଇବେଲ7 ସତ୍କର୍ମ କଲେ, କି ତୁମ୍ଭେ ଉର୍ଦ୍ଧ୍ୱମୁଖ ହେବ ନାହିଁ ? ସତ୍କର୍ମ ନ କଲେ, ପାପ ଦ୍ୱାରରେ ଛକିଥାଏ; ତୁମ୍ଭ ପ୍ରତି ତାହାର ବାସନା ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବା ଉଚିତ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ସତ୍କର୍ମ କଲେ, କି ତୁମ୍ଭେ ଊର୍ଦ୍ଧ୍ୱମୁଖ ହେବ ନାହିଁ? ସତ୍କର୍ମ ନ କଲେ, ପାପ ଦ୍ୱାରରେ ଛକିଥାଏ; ତୁମ୍ଭ ପ୍ରତି ତାହାର ବାସନା ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବା ଉଚିତ।” Gade chapit la |
ଏହା ନିଶ୍ଚିତ ଭାବରେ ତୁମ୍ଭେମାନେ ଜାଣ ଯେ ଯେତେବେଳେ ତୁମ୍ଭେମାନେ ଦାସ ଭଳି ନିଜକୁ ସମର୍ପଣ କର, ସେତେବେଳେ ତୁମ୍ଭେମାନେ ପ୍ରକୃତରେ ସେହି ଲୋକର ଦାସ ଅଟ। ଯେଉଁ ଲୋକକୁ ତୁମ୍ଭେମାନେ ମାନିବ ସେ ହେଉଛି ତୁମ୍ଭର ମାଲିକ। ତୁମ୍ଭେମାନେ ପାପର ଗ୍ଭକର ହୋଇ ପାରିବ ବା ପରମେଶ୍ୱରଙ୍କୁ ମାନିବ। ପାପ ଆଧ୍ୟାତ୍ମିକ ମୃତ୍ୟୁ ଆଣି ଦିଏ। କିନ୍ତୁ ପରମେଶ୍ୱରଙ୍କୁ ମାନିଲେ, ପରମେଶ୍ୱରଙ୍କଠାରେ ତୁମ୍ଭେମାନେ ଧାର୍ମିକ ବୋଲି ଗଣିତ ହୁଅ।
ତୁମ୍ଭେ କହିଛ ଯେ, ତୁମ୍ଭେ ବିବ୍ରତ ହେବ ନାହିଁ ଏବଂ ତୁମ୍ଭେ ଯଜ୍ଞବେଦିରେ ଥିବା ଖାଦ୍ୟ ପ୍ରତି ତାଚ୍ଛଲ୍ୟ ପ୍ରକାଶ କରିଛ ଏବଂ ତୁମ୍ଭେ ନ ଖାଇ ପରିତ୍ୟାଗ କରୁଛ, ଆଉ ମଧ୍ୟ ମନ୍ଦ ବୋଲି କହୁଛ। ମାତ୍ର ଏହା ସତ୍ୟ ନୁହେଁ। ତା'ପରେ ତୁମ୍ଭେମାନେ ଆହତ, ଛୋଟା ଓ ରୁଗ୍ଣ ପଶୁମାନଙ୍କୁ ଆମ୍ଭ ନିକଟରେ ବଳିଦାନ ପାଇଁ ଆଣୁଛ। ମାତ୍ର ସେହି ରୁଗ୍ଣ ପଶୁଗୁଡ଼ିକୁ ଆମ୍ଭେ ଗ୍ରହଣ କରିବା ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ।
ତୁମ୍ଭେମାନେ ଯଜ୍ଞବେଦି ନିମନ୍ତେ ଅନ୍ଧ ପଶୁ ବଳିଦାନ କରୁଛ, ଏହା କ’ଣ ଭୁଲ୍ ନୁହେଁ? ତୁମ୍ଭେମାନେ ଯେଉଁ ଛୋଟା ଓ ରୋଗୀ ପଶୁଗୁଡ଼ିକୁ ଉତ୍ସର୍ଗ କରୁଛ ତାହା ମଧ୍ୟ ଭୁଲ୍ ନୁହେଁ କି? ତୁମ୍ଭେମାନେ ଯଦି ସେହି ଭେଟି ତୁମ୍ଭମାନଙ୍କର ଶାସକକୁ ଦିଅ, ସେ କ’ଣ ସନ୍ତୁଷ୍ଟ ହେବେ? ନା, ସେ କେବେହେଲେ ସେ ଭେଟି ଗ୍ରହଣ କରିବେ ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।
ପରମେଶ୍ୱର ମୋତେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ସେବକ ହୋଇ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିବା ପାଇଁ ନିଯୁକ୍ତି କଲେ। ସେ ମୋତେ ସୁସମାଗ୍ଭର ଶିକ୍ଷା ଦେବାର କାର୍ଯ୍ୟ କରିବା ନିମନ୍ତେ ନିଯୁକ୍ତି କଲେ। ଏପରି କରିବା ଉଦ୍ଦେଶ୍ୟ ହେଲା ଯେ, ଅଣଯିହୂଦୀମାନେ ଉତ୍ସର୍ଗଦାନ ସ୍ୱରୂପ ହେବେ ଯାହାକି ପରମେଶ୍ୱର ଗ୍ରହଣ କରିବେ। ଏହି ଦାନ ଲୋକମାନେ ପରମେଶ୍ୱରଙ୍କ ପାଇଁ ପବିତ୍ରଆତ୍ମା ଦ୍ୱାରା ପବିତ୍ର କରାଗଲା।
ତେଣୁ ବର୍ତ୍ତମାନ ଇଲୀଫସ୍ ସାତୋଟି ଷଣ୍ଢ ଓ ସାତୋଟି ମେଣ୍ଢା ନେଇ ମୋ’ ଭୃତ୍ୟ ଆୟୁବ ପାଖକୁ ଯାଅ। ତାହା ବଧ କରି ନିଜ ପାଇଁ ହୋମବଳି ପରି ଉତ୍ସର୍ଗ କର। ଆମ୍ଭ ଦାସ ଆୟୁବ ତୁମ୍ଭ ପାଇଁ ପ୍ରାର୍ଥନା କରିବ ଏବଂ ଆମ୍ଭେ ପ୍ରାର୍ଥନାର ଉତ୍ତର ଦେବା। ତା'ପରେ ଆମ୍ଭେ ତୁମ୍ଭକୁ ଦଣ୍ଡ ଦେବା ନାହିଁ, ଯାହାର ତୁମ୍ଭେ ହକଦାର। ତୁମ୍ଭେ ଦଣ୍ଡ ପାଇବା ଉଚିତ୍, କାରଣ ତୁମ୍ଭେ ଅତି ନିର୍ବୋଧ। ତୁମ୍ଭେ ଆମ୍ଭ ବିଷୟରେ ଉଚିତ୍ କଥା କହି ନାହଁ। କିନ୍ତୁ ଆମ୍ଭର ଭୃତ୍ୟ ଆୟୁବ ଆମ୍ଭ ବିଷୟରେ ଉଚିତ୍ କଥା କହିଛି।”