Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 4:17 - ପବିତ୍ର ବାଇବଲ

17 କୟିନ ତା'ର ସ୍ତ୍ରୀ ସହିତ ସହବାସ କଲା। ଏହା ପରେ ସେ ଗର୍ଭବତୀ ହୋଇ ଏକ ସନ୍ତାନ ଜନ୍ମ କଲା ଯାହାର ନାମ ଥିଲା ହନୋକ। କୟିନ ତା'ର ପୁତ୍ରର ନାମ ଅନୁସାରେ ଏକ ନଗର ନିର୍ମାଣ କଲା ଓ ତା'ର ନାମ ଦେଲା “ହନୋକ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

17 ଆଉ କୟିନ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ହନୋକକୁ ପ୍ରସବ କଲେ; ପୁଣି ସେ ଏକ ନଗର ନିର୍ମାଣ କରି ଆପଣା ପୁତ୍ରର ନାମାନୁସାରେ ତହିଁର ନାମ ହନୋକ ଦେଲେ।

Gade chapit la Kopi

ଓଡିଆ ବାଇବେଲ

17 ଆଉ କୟିନ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ହନୋକକୁ ପ୍ରସବ କଲେ; ପୁଣି, ସେ ଏକ ନଗର ନିର୍ମାଣ କରି ଆପଣା ପୁତ୍ରର ନାମାନୁସାରେ ତହିଁର ନାମ ହନୋକ ଦେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଆଉ କୟିନ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ହନୋକକୁ ପ୍ରସବ କଲେ; ପୁଣି, ସେ ଏକ ନଗର ନିର୍ମାଣ କରି ଆପଣା ପୁତ୍ରର ନାମାନୁସାରେ ତହିଁର ନାମ ହନୋକ ଦେଲେ।

Gade chapit la Kopi




ଆଦି ପୁସ୍ତକ 4:17
11 Referans Kwoze  

ସେମାନଙ୍କ କବର ସେମାନଙ୍କ ପାଇଁ ଚିରଦିନ ନୂତନ ବାସସ୍ଥଳୀ ଅଟେ, ଏବଂ ଯେତେ ଭୂମି ସେମାନେ ଅଧିକାର କରିଥିଲେ ହେଁ, ଏହା ସେମାନଙ୍କ ପାଇଁ ମୂଲ୍ୟହୀନ ଅଟେ।


ଅବଶାଲୋମ ବଞ୍ଚିଥିବା ବେଳେ ରାଜାଙ୍କର ଉପତ୍ୟକାରେ ଏକ ସ୍ତମ୍ଭ ନିର୍ମାଣ କରିଥିଲେ। ସେ କହିଲେ, “ମୋର ନାମକୁ ଜୀବିତ ରଖିବା ପାଇଁ ମୋର ପୁତ୍ର ନାହିଁ। ସେଥିପାଇଁ ସେ ତାଙ୍କର ସ୍ମୃତିଫଳକ ରଖିବା ପାଇଁ ସ୍ଥାପନ କଲେ ଓ ତାଙ୍କ ନିଜ ନାମ ରଖିଲେ।” ସେହି ନାମ ଅଦ୍ୟପି “ଅବଶାଲୋମର ସମାଧି ସ୍ତୁପ” ରହିଅଛି।


ଏହା ପରେ ଲୋକମାନେ କହିଲେ, “ଆସ, ଆମ୍ଭ ପାଇଁ ଏକ ନଗର ଓ ଏକ ଗଗନସ୍ପର୍ଶୀ ଅଟ୍ଟାଳିକା ନିର୍ମାଣ କରିବା, ଆମ୍ଭେମାନେ ଅତି ଜଣାଶୁଣା ହେବା। ତା'ହେଲେ ଆମ୍ଭେମାନେ ପୃଥିବୀର ଗ୍ଭରିଆଡ଼େ ବିକ୍ଷିପ୍ତ ହେବା ନାହିଁ।”


ମଥୂଶେଲହ ଜନ୍ମ ହେବା ପରେ ହନୋକ 300 ବର୍ଷ ପର୍ଯ୍ୟନ୍ତ ପରମେଶ୍ୱରଙ୍କୁ ଅନୁସରଣ କଲେ। ଆହୁରି ମଧ୍ୟ ଅନ୍ୟ ପୁତ୍ର ଏବଂ କନ୍ୟାଗଣ ତାଙ୍କଠାରୁ ଜନ୍ମ ନେଲେ।


ଯେରଦକୁ ଯେତେବେଳେ 162 ବର୍ଷ ବୟସ ହୋଇଥିଲା ସେ ସମୟରେ ତାଙ୍କର ଏକପୁତ୍ର ଜନ୍ମ ହେଲା, ତାହାର ନାମ ହନୋକ।


ଏହା ପରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ଦେଶରେ ବାସ କଲା।


ହନୋକର ଏକ ପୁତ୍ର ଥିଲା ଯାହାର ନାମ ଈରଦ। ଈରଦର ଏକ ପୁତ୍ର ଥିଲା ଯାହାର ନାମ ମହୁୟାୟେଲ। ମହୁୟାୟେଲର ଏକ ପୁତ୍ର ଥିଲା ଯାହାର ନାମ ମଥୁଶାୟେଲ ଓ ମଥୁଶାୟେଲର ଏକ ପୁତ୍ର ଥିଲା ଯାହାର ନାମ ଲେମକ।


ଲୋକମାନେ ବିତ୍ତଶାଳୀ ହୋଇ ପାରନ୍ତି। କିନ୍ତୁ ସେମାନେ ଏଠାରେ ଚିରଦିନ ରହିପାରିବେ ନାହିଁ। ସେମାନେ ପଶୁ ତୁଲ୍ୟ ମୃତ୍ୟୁବରଣ କରିବେ।


Swiv nou:

Piblisite


Piblisite