Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 4:16 - ପବିତ୍ର ବାଇବଲ

16 ଏହା ପରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ଦେଶରେ ବାସ କଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ଅନନ୍ତର କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ଦେଶରେ ବାସ କଲେ।

Gade chapit la Kopi

ଓଡିଆ ବାଇବେଲ

16 ଏଥିଉତ୍ତାରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ସ୍ଥାନରେ ବାସ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 ଏଥିଉତ୍ତାରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ସ୍ଥାନରେ ବାସ କଲେ।

Gade chapit la Kopi




ଆଦି ପୁସ୍ତକ 4:16
19 Referans Kwoze  

ଯିରୁଶାଲମ ଓ ଯିହୁଦାରେ ଭୟଙ୍କର ଘଟଣାମାନ ଘଟିଲା, କାରଣ ସଦାପ୍ରଭୁ ସେମାନଙ୍କ ପ୍ରତି କ୍ରୋଧାନ୍ୱିତ ଥିଲେ। ଶେଷରେ ସଦାପ୍ରଭୁ ସେମାନଙ୍କୁ ଆପଣା ସମ୍ମୁଖରୁ ଦୂର କରିଦେଲେ। ସିଦିକିୟ ବାବିଲ ରାଜାର ବିଦ୍ରୋହୀ ହେଲା।


ମାତ୍ର ତୁମ୍ଭେମାନେ ଆମ୍ଭର ବାକ୍ୟକୁ ଭାରୋକ୍ତି ବୋଲି କହିଲ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ପରିତ୍ୟାଗ କରିବା। ପୁଣି ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷଗଣଙ୍କୁ ଯେଉଁ ନଗର ଦେଇଅଛୁ, ତାହାକୁ ଆମ୍ଭ ସମ୍ମୁଖରୁ ଦୂର କରିବା।


ତା'ପରେ ଶୟତାନ ସଦାପ୍ରଭୁଙ୍କଠାରୁ ବିଦାୟ ନେଇ ଗ୍ଭଲିଗଲା। ସେ ଆୟୁବକୁ ଯନ୍ତ୍ରଣାଦାୟକ କ୍ଷତ ଦେଲା। ଏହି କ୍ଷତଗୁଡ଼ିକ ସମଗ୍ର ଶରୀରରେ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ଥିଲା।


ସଦାପ୍ରଭୁ ଯିରୁଶାଲମ ଓ ଯିହୁଦା ପ୍ରତି ଏତେ କ୍ରୋଧାନ୍ୱିତ ହେଲେ ଯେ ସେ ସେମାନଙ୍କୁ ଆପଣା ଛାମୁରୁ ଦୂରେଇ ଦେଲେ। ସିଦିକିୟ ବାବିଲ ରାଜାଙ୍କ ଶାସନ ବିରୁଦ୍ଧରେ ବିଦ୍ରୋହୀ କଲେ।


ମାତ୍ର ସଦାପ୍ରଭୁ ଇସ୍ରାଏଲୀୟମାନଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲେ ଓ ସେମାନଙ୍କ ପ୍ରତି କୃପା ଦୃଷ୍ଟି କଲେ। କାରଣ ଅବ୍ରହାମ, ଇ‌ସ୍‌ହାକ ଓ ଯାକୁବ ସହିତ ସଦାପ୍ରଭୁଙ୍କର ଚୁକ୍ତି ହୋଇଥିଲା। ସେ ସେମାନଙ୍କୁ ବିନାଶ କରିବେ ନାହିଁ କି ଦୂରେଇ ଦେବେ ନାହିଁ।


ସେତେବେଳେ ସମସ୍ତ ଲୋକ ମେଘ ଗର୍ଜନ ଓ ବିଜୁଳି ଓ ତୂରୀ ଧ୍ୱନି ଓ ଧୂମଯୁକ୍ତ ପର୍ବତ ଦେଖିଲେ, ପୁଣି ତାହା ଦେଖି ସେମାନେ କମ୍ପିତ ହୋଇ ଦୂରରେ ଠିଆ ହେଲେ।


ଆଜି ତୁମ୍ଭେ ମୋତେ ଏହି ଭୂମିରୁ ତଡ଼ି ଦେଲ, ତହିଁରେ ମୁଁ ତୁମ୍ଭଠାରୁ ଲୁକାୟିତ ହେବି। ମୁଁ ଏକ ପଳାତକ ଓ ପୃଥିବୀରେ ଭ୍ରମଣକାରୀ ହେବି। ଏପରି ହେବ ଯେ, କୌଣସି ଲୋକ ମୋତେ ପାଇଲେ ବଧ କରିବ।”


ସନ୍ଧ୍ୟା ସମୟରେ ସଦାପ୍ରଭୁ ପରମେଶ୍ୱର ଉଦ୍ୟାନ ମଧ୍ୟରେ ଭ୍ରମଣ କରୁଥିଲେ। ନର ଓ ନାରୀ ଏ କଥା ଶୁଣିବାକୁ ପାଇଲେ ଏବଂ ସେମାନେ ପରମେଶ୍ୱରଙ୍କଠାରୁ ନିଜ ନିଜକୁ ବୃକ୍ଷ ଆଢ଼ୁଆଳରେ ଲୁଗ୍ଭଇ ରଖିଲେ।


ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲାବେଳେ, ଯେପରି ଭଲ ଭାବରେ ତୁମ୍ଭେମାନେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭେମାନେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ୱରଙ୍କ ସେବା କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟରେ ସେମାନେ କହନ୍ତି।


ସେହି ବାକ୍ୟ ଜଗତରେ ଥିଲେ। ତାହାଙ୍କ ଦ୍ୱାରା ଏ ପୃଥିବୀର ସୃଷ୍ଟି ହେଲା, କିନ୍ତୁ ଏହି ଜଗତର ଲୋକମାନେ ତାହାଙ୍କୁ ଗ୍ରହଣ କରି ପାରିଲେ ନାହିଁ।


ତାହାଙ୍କ ଦ୍ୱାରା ସବୁକିଛି ସୃଷ୍ଟି ହୋଇଅଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ।


ତା'ପରେ ତୁମ୍ଭେମାନେ କହିବ, ‘ଆମ୍ଭେ ତୁମ୍ଭ ସହିତ ଏକାଠି ଖାଇଛୁ, ପିଇଛୁ। ତୁମ୍ଭେମାନେ ଆମ୍ଭ ନଗର ଗଳିମାନଙ୍କରେ ଉପଦେଶ ଦେଇଛ।’


ଏ କଥା ସତ୍ୟ। କାରଣ ଯେଉଁଠାରେ, ମୋ’ ନାମରେ ବିଶ୍ୱାସ କରୁଥିବା ଦୁଇତିନି ଜଣ ଲୋକ ଏକାଠି ହୁଅନ୍ତି, ମୁଁ ସେଠାରେ ସେମାନଙ୍କ ସହିତ ଅଛି।”


ଯେମିତି ପବନ ଦ୍ୱାରା ଧୂଆଁ ବିଚ୍ଛୁରିତ ହୁଏ, ସେହିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ। ଯେପରି ନିଆଁରେ ମହମ ତରଳି ଯାଏ, ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।


କିନ୍ତୁ ଯେଉଁମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତି, ସେମାନେ ସୁଖରେ ରୁହନ୍ତି ଏବଂ ସେମାନେ ଚିରଦିନ ପାଇଁ ସୁଖରେ ରୁହନ୍ତି। ପରମେଶ୍ୱର, ତୁମ୍ଭେ ଆପଣା ଲୋକମାନଙ୍କୁ ରକ୍ଷା କର ଏବଂ ଯେଉଁମାନେ ତୁମ୍ଭର ନାମର ପ୍ରଶଂସା କରନ୍ତି, ସେମାନଙ୍କୁ ଅଧିକ ଶକ୍ତି ପ୍ରଦାନ କର।


ଦୁଷ୍ଟ ଲୋକ ଜଳସ୍ରୋତ ଓ ନଦୀ ପରି ବହି ଯାଉଥିବା ମହୁ ଓ ଦୁଧସରକୁ ଉପଭୋଗ କରି ପାରନ୍ତି ନାହିଁ।


ତା'ପରେ ସଦାପ୍ରଭୁ ଶୟତାନକୁ କହିଲେ, “ଠିକ୍ ଅଛି, ତା'ର ଯାହାସବୁ ଅଛି, ସେଗୁଡ଼ିକ ସହିତ ତୁମ୍ଭେ ଯେପରି ଗ୍ଭହଁ କର, କିନ୍ତୁ ସେହି ବ୍ୟକ୍ତିକୁ ସ୍ପର୍ଶ କର ନାହିଁ।” ତା'ପରେ ଶୟତାନ ସଦାପ୍ରଭୁଙ୍କ ଉପସ୍ଥିତିରୁ ଗ୍ଭଲିଗଲା।


କୟିନ ତା'ର ସ୍ତ୍ରୀ ସହିତ ସହବାସ କଲା। ଏହା ପରେ ସେ ଗର୍ଭବତୀ ହୋଇ ଏକ ସନ୍ତାନ ଜନ୍ମ କଲା ଯାହାର ନାମ ଥିଲା ହନୋକ। କୟିନ ତା'ର ପୁତ୍ରର ନାମ ଅନୁସାରେ ଏକ ନଗର ନିର୍ମାଣ କଲା ଓ ତା'ର ନାମ ଦେଲା “ହନୋକ।”


ଯୂନସ ପରମେଶ୍ୱରଙ୍କ କଥା ମାନିବାକୁ ଗ୍ଭହିଁଲେ ନାହିଁ। ତେଣୁ ସେ ସଦାପ୍ରଭୁଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କଲେ। ସେ ଯାଫୋକୁ ଗ୍ଭଲିଗଲେ। ସେ ଦେଖିଲେ ଗୋଟିଏ ନୌକା ସୁଦୂର ତର୍ଶୀଶ ନଗରୀକୁ ଯାଉଥିଲା। ସେ ଅର୍ଥ ଦେଇ ସେହି ନୌକାରେ ଯାତ୍ରା କଲେ। ସେ ତର୍ଶୀଶ ଯାଉଥିବା ଲୋକମାନଙ୍କ ସହିତ ଭ୍ରମଣ କରିବାକୁ ଇଚ୍ଛା କଲା ଏବଂ ସଦାପ୍ରଭୁଙ୍କଠାରୁ ଦୂରେଇ ଗଲେ।


Swiv nou:

Piblisite


Piblisite