Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 4:12 - ପବିତ୍ର ବାଇବଲ

12 ଅତୀତରେ ଭୂମିରେ କୃଷିକର୍ମ କଲେହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ। ତୁମ୍ଭେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲୁଥିବ, ପୃଥିବୀରେ ତୁମ୍ଭର ଗୃହ ରହିବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଭୂମିରେ କୃଷିକର୍ମ କଲେ ହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ; ତୁମ୍ଭେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେବ।

Gade chapit la Kopi

ଓଡିଆ ବାଇବେଲ

12 ଭୂମିରେ କୃଷିକର୍ମ କଲେ ହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ; ତୁମ୍ଭେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଭୂମିରେ କୃଷିକର୍ମ କଲେ ହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ; ତୁମ୍ଭେ ପୃଥିବୀରେ ପଳାତକ ଓ ଭ୍ରମଣକାରୀ ହେବ।”

Gade chapit la Kopi




ଆଦି ପୁସ୍ତକ 4:12
16 Referans Kwoze  

ଏହି ଲୋକମାନେ ମୋର ପରମେଶ୍ୱରଙ୍କ କଥା ଶୁଣିଲେ ନାହିଁ, ତେଣୁ ପ୍ରଭୁ ସେମାନଙ୍କ କଥା ଶୁଣିବେ ନାହିଁ। ସେମାନେ ବସହରା ହୋଇ ଯାଯାବର ପରି ଏଣେତେଣେ ଦେଶର ସବୁଆଡ଼େ ବୁଲିବେ।


ତୁମ୍ଭମାନଙ୍କ ମଧ୍ୟରେ ଯେଉଁମାନେ ଅବଶିଷ୍ଟ ରହିବେ ସେମାନେ ଶତ୍ରୁମାନଙ୍କ ଦେଶରେ ସାହସିକତା ହରାଇବେ। ସେମାନେ ପତ୍ରଝଡ଼ାର ଶବ୍ଦ ଶୁଣିଲେ ମଧ୍ୟ ଦୌଡ଼ି ପଳାଇବେ। ପୁଣି ‌‌ଖ‌ଡ଼୍‌ଗଧାରରୁ ପଲାଇଲା ଲୋକପରି ସେମାନେ ଦୌଡ଼ିବେ ଓ କେହି ସେମାନଙ୍କୁ ନ ଗୋଡ଼ାଇଲେ ହେଁ ସେମାନେ ପତିତ ହେବେ।


ତୁମ୍ଭେମାନେ ବୃଥା ପରିଶ୍ରମ କରିବ, କାରଣ ତୁମ୍ଭମାନଙ୍କ ଭୂମି ଶସ୍ୟ ଉତ୍ପନ୍ନ କରିବ ନାହିଁ ଓ କ୍ଷେତ୍ରର ବୃକ୍ଷ ସକଳ ଫଳ ଉତ୍ପନ୍ନ କରିବ ନାହିଁ।


ପରମେଶ୍ୱର ଯାହାକିଛି ସୃଷ୍ଟି କରିଥିଲେ ତାହା ଅସାର ହୋଇଗଲା। ଏହା ସଂସାରର ପସନ୍ଦ ନ ଥିଲା, କିନ୍ତୁ ପରମେଶ୍ୱର ଏହା କରିବା ପାଇଁ ସ୍ଥିର କରିଥିଲେ। କିନ୍ତୁ ଏହି ଭରଷା ଥିଲା:


ତାଙ୍କର ଘର ଉଜୁଡ଼ି ଯାଉ। ସେମାନେ ସବୁ ଭିକାରୀ ହୁଅନ୍ତୁ।


ଆଜି ତୁମ୍ଭେ ମୋତେ ଏହି ଭୂମିରୁ ତଡ଼ି ଦେଲ, ତହିଁରେ ମୁଁ ତୁମ୍ଭଠାରୁ ଲୁକାୟିତ ହେବି। ମୁଁ ଏକ ପଳାତକ ଓ ପୃଥିବୀରେ ଭ୍ରମଣକାରୀ ହେବି। ଏପରି ହେବ ଯେ, କୌଣସି ଲୋକ ମୋତେ ପାଇଲେ ବଧ କରିବ।”


ଏହା ପରେ କୟିନ କହିଲା, “ମୋର ଦଣ୍ଡ ଅସହ୍ୟ!


ଆମ୍ଭେ ତୁମ୍ଭ ବିରୁଦ୍ଧରେ ଯିବା, ତୁମ୍ଭେମାନେ ତୁମ୍ଭମାନଙ୍କର ଶତ୍ରୁମାନଙ୍କ ଦ୍ୱାରା ପରାଜିତ ହେବ, ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି ସେମାନେ ତୁମ୍ଭମାନଙ୍କ ଉପରେ ଶାସନ କରିବେ ଓ କେହି ତୁମ୍ଭମାନଙ୍କ ପଛରେ ନ ଗୋଡ଼ାଇଲେ ହେଁ ତୁମ୍ଭେମାନେ ଦୌଡ଼ି ପଳାଇଯିବ।


“କିନ୍ତୁ ତୁମ୍ଭେମାନେ ଯଦି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କର ବାକ୍ୟ ନ ଶୁଣ, ଯତ୍ନଶୀଳ ନ ହୁଅ ଏବଂ ଯଦି ତୁମ୍ଭେ ତାଙ୍କର ବିଧି ଓ ନିୟମ ପାଳନ ନ କର, ଯାହା ମୁଁ ତୁମ୍ଭମାନଙ୍କୁ ଦେଉଛି, ତେବେ ଏହି ଅଭିଶାପଗୁଡ଼ିକ ତୁମ୍ଭମାନଙ୍କ ଉପରେ ବର୍ତ୍ତିବ।


ଶସ୍ୟକ୍ଷେତ୍ର ଧ୍ୱଂସ ହୋଇଛି, ଏପରିକି ଭୂମି ମଧ୍ୟ କାନ୍ଦୁଛି। କାରଣ ଶସ୍ୟସବୁ ନଷ୍ଟ ହୋଇଛି ଏବଂ ନୂତନ ଦ୍ରାକ୍ଷାଲତା ଶୁଖି ଯାଇଛି। ଅଲିଭ ତେଲ ଶେଷ ହୋଇଯାଇଛି।


ପରମେଶ୍ୱର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି। କାରଣ ଦେଶର ଅଧର୍ମୀ ଲୋକମାନେ ସେଠାରେ ବାସ କରନ୍ତି।


ଯେଉଁ ଲୋକ କୌଣସି ଲୋକର ରକ୍ତରେ ଭାରଗ୍ରସ୍ତ ହୁଏ, ସେ ଗର୍ତ୍ତ ପର୍ଯ୍ୟନ୍ତ ପଳାଇବ। ତାକୁ କେହି ଅଟକାଇବେ ନାହିଁ।


Swiv nou:

Piblisite


Piblisite