Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 4:1 - ପବିତ୍ର ବାଇବଲ

1 ଯେତେବେଳେ ସେହି ମନୁଷ୍ୟ ତା'ର ସ୍ତ୍ରୀ ହବା ସହିତ ସହବାସ କଲା, ସେ ଗର୍ଭବତୀ ହେଲା ଏବଂ ଏକ ପୁତ୍ରକୁ ଜନ୍ମ ଦେଲା, ଯାହାକୁ ସେ କୟିନ କହିଲା। ହବା କହିଲା, “ସଦାପ୍ରଭୁଙ୍କ ସହାୟତାରେ ମୁଁ ଏକ ମନୁଷ୍ୟ ଜନ୍ମ କରିଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ କୟିନ (ଅର୍ଥାତ୍ ଲାଭ) ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, ସଦାପ୍ରଭୁଙ୍କ ସାହାଯ୍ୟରେ ମୋହର ଏକ ନର ଲାଭ ହୋଇଅଛି।

Gade chapit la Kopi

ଓଡିଆ ବାଇବେଲ

1 ଏଥିଉତ୍ତାରେ ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ କୟିନ (ଅର୍ଥାତ୍‍ ଲାଭ) ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, “ସଦାପ୍ରଭୁଙ୍କ ସାହାଯ୍ୟରେ ମୋହର ଏକ ନର ଲାଭ ହୋଇଅଛି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଆଦମ ଆପଣା ଭାର୍ଯ୍ୟା ହବାଙ୍କର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ କୟିନ (ଅର୍ଥାତ୍‍ ଲାଭ) ନାମକ ଗୋଟିଏ ପୁତ୍ର ପ୍ରସବ କରି କହିଲେ, “ସଦାପ୍ରଭୁଙ୍କ ସାହାଯ୍ୟରେ ମୋହର ଏକ ନର ଲାଭ ହୋଇଅଛି।”

Gade chapit la Kopi




ଆଦି ପୁସ୍ତକ 4:1
8 Referans Kwoze  

ଆମ୍ଭେ କୟିନ ଭଳି ହେବା ଉଚିତ୍ ନୁହେଁ। କାରଣ ତାହାଙ୍କଠାରେ ପାପାତ୍ମା ଥିଲା। ସେ ନିଜ ଭାଇ ହେବଲକୁ ହତ୍ୟା କଲା। ସେ ତା'ର ଭାଇକୁ କାହିଁକି ହତ୍ୟା କଲା? ସେ ଏପରି କଲା, କାରଣ ତା'ର କାର୍ଯ୍ୟଗୁଡ଼ିକ ମନ୍ଦ ଥିଲା ଓ ତା’ ଭାଇର କର୍ମଗୁଡ଼ିକ ଭଲ ଥିଲା।


ମୁଁ ତୁମ୍ଭକୁ ନାରୀର ଶତ୍ରୁ କରିବି। ମୁଁ ତୁମ୍ଭର ପିଲାମାନଙ୍କୁ ଓ ତାହାର ପିଲାମାନଙ୍କ ମଧ୍ୟରେ ଶତ୍ରୁତା କରାଇବି। ତୁମ୍ଭେ ତା'ର ପିଲାର ଗୋଇଠିକୁ କାମୁଡ଼ିବ, କିନ୍ତୁ ସେ ତୁମ୍ଭର ମସ୍ତକକୁ ଆଘାତ କରି ଚୂର୍ଣ୍ଣ କରିବ।”


ଆଦମ ପୁନର୍ବାର ତା'ର ସ୍ତ୍ରୀ ହବା ସହିତ ସହବାସ କଲା ଏବଂ ପୁଣି ସେ ଅନ୍ୟ ଏକ ପୁତ୍ର ସନ୍ତାନ ପ୍ରସବ କଲା, ତାକୁ ଶେଥ ବୋଲି ଡାକିଲା। ହବା କହିଲା, “ପରମେଶ୍ୱର ହେବଲର ପ୍ରତିବଦଳରେ ଆଉ ଗୋଟିଏ ପୁତ୍ର ଦେଇଛନ୍ତି, କାରଣ କୟିନ ତାହାକୁ ହତ୍ୟା କଲା।”


ଲେମକ ତା'ର ନାମ ରଖିଲା ନୋହ। ସେ କହିଲା, “ପରମେଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ଭୂମିରେ ଆମ୍ଭର କଠିନ ପରିଶ୍ରମକୁ ଲାଘବ କରିବା ପାଇଁ, ସେ ଆମ୍ଭମାନଙ୍କୁ ସାନ୍ତ୍ୱନା ଦେବ।”


ଏଣୁ ତୁମ୍ଭେମାନେ ବନ୍ଦୀମାନଙ୍କ ମଧ୍ୟରୁ ସମସ୍ତ ପୁରୁଷ ପିଲାମାନଙ୍କୁ ହତ୍ୟା କର। ପୁଣି ଯେଉଁ ସ୍ତ୍ରୀ ଲୋକମାନେ ପୁରୁଷଙ୍କ ସହିତ ଯୌନ ସମ୍ପର୍କ ରଖିଛନ୍ତି, ସେମାନଙ୍କୁ ହତ୍ୟା କର।


ସଦାପ୍ରଭୁ ପରମେଶ୍ୱର ଏହିପରି ମନୁଷ୍ୟକୁ ତଡ଼ି ଦେଲେ। ପୁଣି ଅମୃତ ବୃକ୍ଷର ପଥ ପହରା ଦେବା ପାଇଁ ସେ କିରୁବଦୂତମାନଙ୍କୁ ଏବଂ ଗୋଟିଏ ଘୂର୍ଣ୍ଣାୟମାନ ଖ‌‌‌‌ଡ଼୍‌‌‌‌ଗ ଏଦନ ଉଦ୍ୟାନର ପ୍ରବେଶ ସ୍ଥାନରେ ରଖିଲେ।


ଏହା ପରେ ହବା କୟିନର ଭାଇ ହେବଲଙ୍କୁ ଜନ୍ମ କଲା। ହେବଲ ମେଷପାଳକ ଓ କୟିନ କୃଷକ ହେଲେ।


ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।


Swiv nou:

Piblisite


Piblisite