Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 39:4 - ପବିତ୍ର ବାଇବଲ

4 ପୋଟୀଫର ଯୋଷେଫଙ୍କୁ ପାଇ ବହୁତ ଖୁସୀ ହେଲେ। ସେ ଯୋଷେଫକୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବଶ୍ୱ ସମର୍ପଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଏଣୁ ଯୋଷେଫ ତାହାର ଦୃଷ୍ଟିରେ ଅନୁଗ୍ରହ ପାଇ ତାହାର ସେବାରେ ନିଯୁକ୍ତ ହେଲେ, ପୁଣି ସେ ଯୋଷେଫଙ୍କୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବସ୍ଵ ସମର୍ପଣ କଲା।

Gade chapit la Kopi

ଓଡିଆ ବାଇବେଲ

4 ଏଣୁ ଯୋଷେଫ ତାହାର ଦୃଷ୍ଟିରେ ଅନୁଗ୍ରହ ପାଇ ତାହାର ସେବାରେ ନିଯୁକ୍ତ ହେଲେ, ପୁଣି, ସେ ଯୋଷେଫଙ୍କୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବସ୍ୱ ସମର୍ପଣ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଣୁ ଯୋଷେଫ ତାହାର ଦୃଷ୍ଟିରେ ଅନୁଗ୍ରହ ପାଇ ତାହାର ସେବାରେ ନିଯୁକ୍ତ ହେଲେ, ପୁଣି, ସେ ଯୋଷେଫଙ୍କୁ ଆପଣାର ଗୃହାଧ୍ୟକ୍ଷ କରି ତାଙ୍କର ହସ୍ତରେ ସର୍ବସ୍ୱ ସମର୍ପଣ କଲା।

Gade chapit la Kopi




ଆଦି ପୁସ୍ତକ 39:4
23 Referans Kwoze  

ତେଣୁ ତୁମ୍ଭେମାନେ ସମସ୍ତେ ନିଜେ ନିଜେ ସାବଧାନ ରୁହ। ପୁଣି ପବିତ୍ରଆତ୍ମା ଯେଉଁ ମେଷପଲ ଉପରେ ତୁମ୍ଭମାନଙ୍କୁ ମେଷପାଳକ ରୂପେ ନିଯୁକ୍ତ କରିଅଛନ୍ତି, ସେମାନଙ୍କ ବିଷୟରେ ସତର୍କ ରୁହ; ଓ ଯେଉଁ ମଣ୍ଡଳୀକୁ ପରମେଶ୍ୱର ଆପଣା ରକ୍ତରେ କ୍ରୟ କରିଅଛନ୍ତି ତାହାର ଯତ୍ନ ନିଅ।


ଯିଏ କି ଡିମ୍ବିରି ବୃକ୍ଷ ରକ୍ଷା କରେ, ସେ ତହିଁର ଫଳ ଖାଏ। ପୁଣି ଯେ ଆପଣା ପ୍ରଭୁ ପ୍ରତି ଅନୁଯୋଗୀ ଥାଏ, ସେ ସମ୍ମାନ ପାଏ।


କିନ୍ତୁ ଯୋଷେଫ ମନା କରି କହିଲେ, “ଦେଖ ଏ ଗୃହରେ ଯାହା ଅଛି ମୋ’ ମୁନିବ ତହିଁର ତତ୍ତ୍ୱ ନିଅନ୍ତି ନାହିଁ। ସେ ମୋ’ ହସ୍ତରେ ଆପଣାର ସର୍ବଶ୍ୱ ସମର୍ପଣ କରିଛନ୍ତି।


ଅବ୍ରହାମଙ୍କର ପୁରୁଣା ଗ୍ଭକର ଅବ୍ରହାମଙ୍କର ପ୍ରତ୍ୟେକ ଦ୍ରବ୍ୟର ଦାୟିତ୍ୱରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, “ମୋର ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର।


ଆପଣ ମୋତେ ମୋର ଜୀବନକୁ ରକ୍ଷାକରି, କିଛି ସମୟ ପୂର୍ବରୁ ଆମ୍ଭଙ୍କୁ ଅତ୍ୟନ୍ତ ଦୟା ଓ ଅନୁଗ୍ରହ ଦେଖାଇଛନ୍ତି। କିନ୍ତୁ ମୁଁ ପର୍ବତକୁ ପଳାଇ ଯାଇ ନ ପାରେ। ଏହି ବିପତ୍ତି ହୁଏତ ମୋତେ ଧରି ପକାଇବ ଓ ମାରିଦେବ।


ଯଦି ଜଣେ ଲୋକ ତା'ର କାର୍ଯ୍ୟରେ ନିପୁଣ ଓ ତତ୍ପର। ତେବେ ସେ ରାଜାଙ୍କର ସେବା କରିବାକୁ ସକ୍ଷମ, ସେ କୌଣସି ନୀଚ ଲୋକର ସେବା କରିବ ନାହିଁ।


ଯେଉଁ ଦାସ ବୁଦ୍ଧି ପୂର୍ବକ ଚଳେ ସେ ଲଜ୍ଜାଜନକ ପୁତ୍ର ଉପରେ କର୍ତ୍ତୃତ୍ୱ କରେ। ପୁଣି ଭାଇମାନଙ୍କ ସଙ୍ଗରେ ସମ୍ପତ୍ତି ବାଣ୍ଟ ପାଏ।


ଯଦି ମଣିଷର ରୀତି କଥାଧାରା ସଦାପ୍ରଭୁଙ୍କୁ ତୁଷ୍ଟି କରେ, ସେ ତା'ର ଶତ୍ରୁମାନଙ୍କୁ ତାଙ୍କ ସହିତ ଶାନ୍ତିରେ ରହିବା ପାଇଁ ବାଧ୍ୟ କରନ୍ତି।


ଯାକୁବ କହିଲେ, “ନା ଭାଇ ମୁଁ ତୁମ୍ଭକୁ ଅନୁରୋଧ କରୁଛି। ଯଦି ତୁମ୍ଭେ ମୋତେ ବାସ୍ତବରେ ଗ୍ରହଣ କରୁଛ ତେବେ ମୋର ଉପହାରଗୁଡ଼ିକ ଗ୍ରହଣ କର, ଯାହା ମୁଁ ତୁମ୍ଭକୁ ଦେଇଅଛି। ମୁଁ ତୁମ୍ଭକୁ ପାଇ ବହୁତ ଖୁସୀ। ମୋତେ ପରମେଶ୍ୱରଙ୍କର ଦର୍ଶନ ପରି ଲାଗୁଛି। ଆଗ୍ରହର ସହକାରେ ତୁମ୍ଭେ ମୋତେ ଗ୍ରହଣ କରିଥିବାରୁ, ମୁଁ ଖୁସୀ।


ଅବ୍ରହାମ କହିଲେ, “ମହାଶୟଗଣ, ଯଦି ତୁମ୍ଭେମାନେ ମୋ’ ଉପରେ ସନ୍ତୁଷ୍ଟ, ଦୟାକରି ତୁମ୍ଭର ଦାସ ନିକଟରେ କିଛି କ୍ଷଣ ରୁହ।


ବୁଦ୍ଧିମାନ ଦାସ ରାଜାଙ୍କର ଅନୁଗ୍ରହର ପାତ୍ର, ପୁଣି ଯେ ଲଜ୍ଜା ଜନ୍ମାଏ ତାହା ପ୍ରତି ସେ କ୍ରୋଧ କରନ୍ତି।


ଏହା ପରେ ଶାଉଲ ଯିଶୀଙ୍କୁ ଏକ ବାର୍ତ୍ତା ପଠାଇଲେ, “ମୁଁ ବିନୟ କରୁଅଛି ଦାଉଦଙ୍କୁ ମୋ’ ସମ୍ମୁଖରେ ଛିଡ଼ା ହେବାକୁ ଦିଅ, ସେ ମୋର ସେବା କରିବ, କାରଣ ମୁଁ ତାକୁ ଭଲ ପାଏ।”


ଏଷୌ କହିଲେ, “ମୁଁ ଆସିବା ସମୟରେ ଯେଉଁମାନଙ୍କୁ ଦେଖିଲି ସେମାନେ କିଏ? ସେ ପଶୁଗୁଡ଼ିକ କାହା ନିମନ୍ତେ ନେଉଛନ୍ତି।” ଯାକୁବ ଉତ୍ତର ଦେଲେ, “ସେଗୁଡ଼ିକୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ ଉପହାର ଦେଇଛି। ତେଣୁ ମୋତେ ଗ୍ରହଣ କର।”


ମୋର ଗାଈଗୁଡ଼ିକ, ଗର୍ଦ୍ଦଭଗୁଡ଼ିକ, ପଶୁଗଣ, ମନୁଷ୍ୟଗଣ, ସେବକ ଓ ସେବିକାଗଣ ଅଛନ୍ତି। ମୁନିବ, ମୁଁ ଅନୁଗ୍ରହ ପାଇବା ନିମନ୍ତେ ଏହି ଦୂତଗଣଙ୍କୁ ପଠାଉଛି। ଦୟାକରି ସେମାନଙ୍କୁ ଗ୍ରହଣ କର।’”


କିନ୍ତୁ ଅବ୍ରାମ କହିଲେ, “ସଦାପ୍ରଭୁ ପରମେଶ୍ୱର, ମୋତେ ପୁରସ୍କାର ଦେଇ କ’ଣ ଭଲ ହେବ? ମୁଁ ସନ୍ତାନ ବିନା ମରିବାକୁ ଯାଉଛି। ସେଥିପାଇଁ ଦମ୍ମେସକର ମୋର ମୁଖ୍ୟ ସେବକ ଇଲିୟେଜର ମୋର ସମ୍ପତ୍ତି ଅଧିକାର କରିବ।”


ରାଜା ଏଲାଙ୍କର ରଥ ସମୂହର ଅର୍ଦ୍ଧେକର ଅଧ୍ୟକ୍ଷ ସିମ୍ରି ନାମକ ରାଜାଙ୍କର ଜଣେ ଅଧିକାରୀ ଥିଲେ, ଏଲାଙ୍କ ବିରୁଦ୍ଧରେ ଚକ୍ରାନ୍ତ କଲେ। ସେହି ସମୟରେ ଏଲା ଅର୍ସାର ଗୃହରେ ମଦ୍ୟପାନ କରି ମାତାଲ ହୋଇଗଲା। ଅର୍ସା ତିର୍ସା ପ୍ରାସାଦର ଦାୟିତ୍ୱରେ ଥିଲା।


ତାଙ୍କର ଦାସ ଉତ୍ତର ଦେଲା, “ସେ ହେଉଛନ୍ତି ମୋୟାବ ଦେଶୀୟା ଯୁବତୀ ଯିଏ କି ନୟମୀ ସାଙ୍ଗରେ ଆସିଅଛି, ସେହି ପାର୍ବତ୍ୟମୟ ଦେଶ ମୋୟାବରୁ।


କିନ୍ତୁ ବାଳକ ଶାମୁୟେଲ କ୍ରମେ କ୍ରମେ ବଡ଼ ହେଲା ଆଉ ପରମେଶ୍ୱରଙ୍କର ଓ ଲୋକମାନଙ୍କର ଅନୁଗ୍ରହ ପାତ୍ର ହେଲା।


ଏଥିରେ ଏହି ଯୁବତୀ ହେଗୟର ତୁଷ୍ଟିଜନକ ହୋଇ ତାହାଠାରୁ ଅନୁଗ୍ରହ ପାଇଲା। ଏଣୁ ସେ ଶୀଘ୍ର ତାକୁ ରାଜଗୃହରୁ ମନୋନୀତ ସାତ ଜଣ ଦାସୀଙ୍କ ସହିତ ସମସ୍ତ ଅଂଶ ପ୍ରସାଧନ ଏବଂ ତା'ର ଭାଗ ଖାଦ୍ୟ ଦିଆଗଲା। ଆଉ ସେ ତାକୁ ତାହାର ଦାସୀଗଣ ସହିତ ଅନ୍ତଃପୁରର ସର୍ବୋତ୍ତମ ସ୍ଥାନରେ ବାସ କରାଇଲା।


ଯଦି ତୁମ୍ଭେ ଏହା କର, ତୁମ୍ଭେ ଜ୍ଞାନୀ ହେବ, ପରମେଶ୍ୱର ଓ ମନୁଷ୍ୟମାନଙ୍କଠାରୁ ସୁବିବେଚନା ଲାଭ କରିବ।


Swiv nou:

Piblisite


Piblisite