Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 38:2 - ପବିତ୍ର ବାଇବଲ

2 ସେଠାରେ ଯିହୁଦା ଏକ ସ୍ତ୍ରୀଲୋକକୁ ଦେଖିଲା ଏବଂ ବିବାହ କଲା। ତା'ର ପିତା ଜଣେ କିଣାନୀୟ ଥିଲେ। ତାଙ୍କର ନାମ ଥିଲା ଶୂୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେଠାରେ ଶୂୟ ନାମରେ କୌଣସି କିଣାନୀୟ ଲୋକର ଗୋଟିଏ କନ୍ୟାକୁ ଦେଖି ତାକୁ ବିବାହ କରି ତାହାର ସହବାସ କଲା।

Gade chapit la Kopi

ଓଡିଆ ବାଇବେଲ

2 ସେଠାରେ ଶୂୟ ନାମରେ କୌଣସି କିଣାନୀୟ ଲୋକର ଗୋଟିଏ କନ୍ୟାକୁ ଦେଖି ତାକୁ ବିବାହ କରି ତାହାର ସହବାସ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେଠାରେ ଶୂୟ ନାମରେ କୌଣସି କିଣାନୀୟ ଲୋକର ଗୋଟିଏ କନ୍ୟାକୁ ଦେଖି ତାକୁ ବିବାହ କରି ତାହାର ସହବାସ କଲା।

Gade chapit la Kopi




ଆଦି ପୁସ୍ତକ 38:2
13 Referans Kwoze  

ଯିହୁଦାଙ୍କର ପୁତ୍ରମାନେ ଥିଲେ ଏର୍, ଓନନ୍ ଓ ଶେଲା। ସେମାନଙ୍କର ମାତା ବତ୍‌ଶୂୟା କିଣାନ୍ ଦେଶରୁ ଆଗତା ଜଣେ ସ୍ତ୍ରୀ ଥିଲେ। ସଦାପ୍ରଭୁ ଦେଖିଲେ ଯେ, ଯିହୁଦାଙ୍କର ପ୍ରଥମ ପୁତ୍ର ଏର୍ ଅତ୍ୟନ୍ତ ମନ୍ଦ ଥିଲା। ତେଣୁ ସଦାପ୍ରଭୁ ତାହାକୁ ହତ୍ୟା କଲେ।


ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ନାମରେ ପ୍ରତିଜ୍ଞା କର, ଯିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭେମାନେ ମୋର ପୁତ୍ରର ବିବାହ କିଣାନୀୟମାନଙ୍କର କନ୍ୟାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି।


ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ, ତୁମ୍ଭେମାନେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସେମାନଙ୍କ ସହିତ ଯୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧ୍ୟରେ କି ସହଭାଗିତା ଅଛି?


ଥରେ ସନ୍ଧ୍ୟା ସମୟରେ ଦାଉଦ ବିଛଣାରୁ ଉଠି ଛାତ ଉପରେ ବୁଲିବା ସମୟରେ ଜଣେ ସ୍ତ୍ରୀଲୋକ ଗାଧୋଉ ଥିବାର ଦେଖିଲେ। ସେହି ସ୍ତ୍ରୀ ଜଣକ ଅତି ସୁନ୍ଦରୀ ଥିଲା।


ଦିନେ ଶା‌ମ୍‌ଶୋନ୍ ଘସାରେ ଥିବା ଏକ ବେଶ୍ୟା ପାଖକୁ ଗଲେ। ସେ ତା'ର ସହିତ ରାତ୍ରିଯାପନ କରିବା ପାଇଁ ସେଠାକୁ ଯାଇଥିଲେ।


ସେ ଗୃହକୁ ଫେରି ତାଙ୍କର ପିତାମାତାଙ୍କୁ ଏ କଥା କହିଲେ, “ମୁଁ ତିମ୍ନାରେ ପଲେଷ୍ଟୀୟ କନ୍ୟା ଦେଖିଅଛି। ମୁଁ ତାଙ୍କୁ ବିବାହ କରିବାକୁ ଗ୍ଭହେଁ।”


ଯିହୁଦାର ପୁତ୍ର, ଏର, ଓନନ୍, ଶେଲା, ପେରସ୍ ଓ ସେରହ। କିନ୍ତୁ ଏର ଏବଂ ଓନନ୍ କିଣାନ ଦେଶରେ ମରିଥିଲେ, ପେରସର ପୁତ୍ର ହିଷ୍ରୋନ୍ ଓ ହାମୂଲ ଥିଲେ।


ସେହି ଦେଶର ରାଜା ଥିଲେ ହମୋର। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନେଇଗଲା ଏବଂ ତାକୁ ଧର୍ଷଣ କଲା।


ପରମେଶ୍ୱରଙ୍କର ପୁତ୍ରଗଣ ଦେଖିଲେ, ସେହି କନ୍ୟାମାନେ ଦେଖିବାକୁ ବହୁତ ସୁନ୍ଦରୀ। ତେଣୁ ପରମେଶ୍ୱରଙ୍କର ପୁତ୍ରଗଣ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କୁ ବିବାହ କଲେ। ସେହି ସ୍ତ୍ରୀମାନେ ପିଲାମାନଙ୍କୁ ଜନ୍ମ ଦେଲେ। ସେହି ସମୟରେ ଓ ପରେ ମଧ୍ୟ ପୃଥିବୀରେ ଦୈତ୍ୟମାନେ ଥିଲେ। ସେମାନେ ପୂର୍ବ ସମୟର ପ୍ରସିଦ୍ଧ ଯୋଦ୍ଧା ଥିଲେ। ଏହା ପରେ ସଦାପ୍ରଭୁ କହିଲେ, “ଲୋକମାନେ ମନୁଷ୍ୟ ମାତ୍ର, ଆମ୍ଭର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, କାରଣ ସେମାନେ କେବଳ ଶାରୀରିକ ଅଟନ୍ତି। ଏଥିପାଇଁ ସେମାନଙ୍କର ପରମାୟୁ 120 ବର୍ଷ ହେବ।”


ସେହି ସ୍ତ୍ରୀଲୋକଟି ଦେଖିଲା ଯେ, ସେହି ବୃକ୍ଷଟି ଦେଖିବାକୁ ସୁନ୍ଦର ଏବଂ ଖାଦ୍ୟ ପାଇଁ ଭଲ। ସେ ଜ୍ଞାନ ଲାଭ କରିବାକୁ ଇଚ୍ଛା କଲା। ତେଣୁ ସେ ସେହି ବୃକ୍ଷରୁ ଫଳ ତୋଳିଲା ଏବଂ ଖାଇଲା। ପୁଣି ଆପଣାର ସ୍ୱାମୀକୁ ଖାଇବାକୁ ଦେଲା ଏବଂ ସେ ମଧ୍ୟ ତାହାକୁ ଖାଇଲା।


ଏହିମାନେ ଯିହୁଦା ପରିବାରବର୍ଗର ପୁରୁଷ ଲୋକ ଅଟନ୍ତି: ଶେଲାଠାରୁ ଶେଲାୟୀୟ ଗୋଷ୍ଠୀ, ପେରସଠାରୁ ପେରସୀୟ ଗୋଷ୍ଠୀ; ସେରହଠାରୁ ସେରହୀୟ ଗୋଷ୍ଠୀ। ଯିହୁଦାର ଦୁଇପୁତ୍ର ଏର ଓ ଓନନ କିଣାନ ଦେଶରେ ହତ୍ୟା କରାଯାଇଥିଲେ।


ଇ‌ସ୍‌ହାକ ଯାକୁବକୁ ଡାକି ଆଶୀର୍ବାଦ ଦେଲେ। ଏହି ଆଜ୍ଞା ଦେଇ ତାଙ୍କୁ କହିଲେ, “ତୁମ୍ଭେ କିଣାନୀୟ କନ୍ୟାକୁ ବିବାହ କରିବ ନାହିଁ।


Swiv nou:

Piblisite


Piblisite