Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 34:9 - ପବିତ୍ର ବାଇବଲ

9 ଏହି ବିବାହ ଆମ୍ଭ ମଧ୍ୟରେ ଏକ ଚୁକ୍ତି ହେବ। ଏହା ପରେ ଆମ୍ଭର ଲୋକମାନେ ତୁମ୍ଭର କନ୍ୟାମାନଙ୍କୁ ଏବଂ ତୁମ୍ଭର ଲୋକମାନେ ଆମ୍ଭର କନ୍ୟାମାନଙ୍କୁ ବିବାହ କରି ପାରିବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି ଆମ୍ଭମାନଙ୍କ ସଙ୍ଗେ ବିବାହ ସମ୍ଵନ୍ଧ ରଖ, ତୁମ୍ଭମାନଙ୍କ କନ୍ୟା ଆମ୍ଭମାନଙ୍କୁ ଦିଅ, ଆମ୍ଭମାନଙ୍କ କନ୍ୟା ତୁମ୍ଭେମାନେ ନିଅ।

Gade chapit la Kopi

ଓଡିଆ ବାଇବେଲ

9 ପୁଣି, ଆମ୍ଭମାନଙ୍କ ସଙ୍ଗେ ବିବାହ ସମ୍ବନ୍ଧ ରଖ, ତୁମ୍ଭମାନଙ୍କ କନ୍ୟା ଆମ୍ଭମାନଙ୍କୁ ଦିଅ, ଆମ୍ଭମାନଙ୍କ କନ୍ୟା ତୁମ୍ଭେମାନେ ନିଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି, ଆମ୍ଭମାନଙ୍କ ସଙ୍ଗେ ବିବାହ-ସମ୍ବନ୍ଧ ରଖ, ତୁମ୍ଭମାନଙ୍କ କନ୍ୟା ଆମ୍ଭମାନଙ୍କୁ ଦିଅ, ଆମ୍ଭମାନଙ୍କ କନ୍ୟା ତୁମ୍ଭେମାନେ ନିଅ।

Gade chapit la Kopi




ଆଦି ପୁସ୍ତକ 34:9
9 Referans Kwoze  

ତୁମ୍ଭେମାନେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କ ସହିତ ଆପଣା କନ୍ୟାମାନଙ୍କୁ ବିବାହ ଦେବ ନାହିଁ। କିଅବା ଆପଣା ପୁତ୍ରମାନଙ୍କୁ ସେମାନଙ୍କ କନ୍ୟାମାନଙ୍କ ସହିତ ବିବାହ ଦେବ ନାହିଁ।


ଏହା ପରେ ରିବିକା ଇ‌ସ୍‌ହାକଙ୍କୁ କହିଲେ, “ତୁମ୍ଭର ପୁତ୍ର ଏଷୌ ହିତ୍ତୀୟ କନ୍ୟାକୁ ବିବାହ କଲା, ଏହା ମୋର ପ୍ରାଣକୁ କଷ୍ଟ ଦେଉଅଛି। କାରଣ ସେମାନେ ଆମ୍ଭର ଲୋକ ନୁହନ୍ତି। ଯଦି ଯାକୁବ ଏହି ଦେଶର କନ୍ୟାକୁ ବିବାହ କରେ ତେବେ ମୁଁ ମରିଯିବି।”


ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ନାମରେ ପ୍ରତିଜ୍ଞା କର, ଯିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭେମାନେ ମୋର ପୁତ୍ରର ବିବାହ କିଣାନୀୟମାନଙ୍କର କନ୍ୟାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି।


ତେଣୁ ଲୋଟ ବାହାରକୁ ଯାଇ ତାଙ୍କର ଜ୍ୱାଇଁଙ୍କୁ କହିଲେ, “ଶୀଘ୍ର ଏ ସହର ପରିତ୍ୟାଗ କର! ପରମେଶ୍ୱର ଖୁବ୍ ଶୀଘ୍ର ଏହି ସହର ଧ୍ୱଂସ କରିବେ।” କିନ୍ତୁ ସେହି ଲୋକମାନେ ଭାବିଲେ ଲୋଟ ସେମାନଙ୍କ ସହିତ ଥଟ୍ଟା ହେଉଛନ୍ତି।


ପରମେଶ୍ୱରଙ୍କର ପୁତ୍ରଗଣ ଦେଖିଲେ, ସେହି କନ୍ୟାମାନେ ଦେଖିବାକୁ ବହୁତ ସୁନ୍ଦରୀ। ତେଣୁ ପରମେଶ୍ୱରଙ୍କର ପୁତ୍ରଗଣ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କୁ ବିବାହ କଲେ। ସେହି ସ୍ତ୍ରୀମାନେ ପିଲାମାନଙ୍କୁ ଜନ୍ମ ଦେଲେ। ସେହି ସମୟରେ ଓ ପରେ ମଧ୍ୟ ପୃଥିବୀରେ ଦୈତ୍ୟମାନେ ଥିଲେ। ସେମାନେ ପୂର୍ବ ସମୟର ପ୍ରସିଦ୍ଧ ଯୋଦ୍ଧା ଥିଲେ। ଏହା ପରେ ସଦାପ୍ରଭୁ କହିଲେ, “ଲୋକମାନେ ମନୁଷ୍ୟ ମାତ୍ର, ଆମ୍ଭର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, କାରଣ ସେମାନେ କେବଳ ଶାରୀରିକ ଅଟନ୍ତି। ଏଥିପାଇଁ ସେମାନଙ୍କର ପରମାୟୁ 120 ବର୍ଷ ହେବ।”


କିନ୍ତୁ ହମୋର ଭାଇମାନଙ୍କୁ କହିଲେ, “ମୋର ପୁତ୍ର ଶିଖିମ ଦୀଣାକୁ ବିବାହ ହେବାକୁ ଗ୍ଭହେଁ। ଦୟାକରି ତାକୁ ତାହା ସହିତ ବିବାହ ଦିଅ।


ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଏହି ଦେଶରେ ବାସ କରିବ, ବାଣିଜ୍ୟ କରିବ ଓ ଭୂମି ଗ୍ରହଣ କରି ପାରିବ।”


ଏହା ଦେଖି ସାରିବା ପରେ ଆମ୍ଭେମାନେ କ’ଣ ଆଉଥରେ ଏପରି ଭୁଲ୍ କରିବୁ। ଏହି ଘୃଣାଯୋଗ୍ୟ କର୍ମ ଅନ୍ୟ ଗୋଷ୍ଠୀୟମାନଙ୍କ ସଙ୍ଗେ ବନ୍ଧୁ କରିବୁ, ତୁମ୍ଭେ କ’ଣ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ନିଃଶେଷ କରିବ ନାହିଁ।


Swiv nou:

Piblisite


Piblisite