Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 34:3 - ପବିତ୍ର ବାଇବଲ

3 ଏହା ପରେ ଶିଖିମ ଦୀଣାର ପ୍ରେମରେ ପଡ଼ିଗଲା ଓ ତାକୁ ବିବାହ ହେବାକୁ ଗ୍ଭହିଁଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଆଉ ଯାକୁବର ସେହି କନ୍ୟା ଦୀଣାଠାରେ ତାହାର ମନ ଅନୁରକ୍ତ ହେବାରୁ ସେ ସେହି ଯୁବତୀକି ପ୍ରେମ କରି ତାକୁ ପ୍ରୀତିଜନକ ବାକ୍ୟ କହିଲା।

Gade chapit la Kopi

ଓଡିଆ ବାଇବେଲ

3 ଆଉ ଯାକୁବର ସେହି କନ୍ୟା ଦୀଣାଠାରେ ତାହାର ମନ ଅନୁରକ୍ତ ହେବାରୁ ସେ ସେହି ଯୁବତୀକି ପ୍ରେମ କରି ତାକୁ ପ୍ରୀତିଜନକ ବାକ୍ୟ କହିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଆଉ ଯାକୁବର ସେହି କନ୍ୟା ଦୀଣାଠାରେ ତାହାର ମନ ଅନୁରକ୍ତ ହେବାରୁ ସେ ସେହି ଯୁବତୀକି ପ୍ରେମ କରି ତାକୁ ପ୍ରୀତିଜନକ ବାକ୍ୟ କହିଲା।

Gade chapit la Kopi




ଆଦି ପୁସ୍ତକ 34:3
11 Referans Kwoze  

“ତେଣୁ ଆମ୍ଭେ ତାକୁ ପ୍ରେମବାଣୀ କହିବା। ଆମ୍ଭେ ତାକୁ ନିର୍ଜ୍ଜନ ମରୁଭୂମିକୁ ନେଇ କୋମଳ କଥା କହିବା।


ତୁମ୍ଭେମାନେ ଯିରୁଶାଲମକୁ ଦୟାପୂର୍ଣ୍ଣ ମଧୁର ବାକ୍ୟ କୁହ। ‘ତାହାର ସଂଗ୍ରାମ ଶେଷ ହୋଇଛି ଓ ତାହାର ପାପକୁ କ୍ଷମା କରାଯାଇଛି।’ ସେ ନିଜର ପାପପାଇଁ ସଦାପ୍ରଭୁଙ୍କଠାରୁ ଦୁଇଗୁଣ ଦଣ୍ଡ ପାଇଅଛି ବୋଲି ପ୍ରଗ୍ଭର କର।”


ସଦାପ୍ରଭୁଙ୍କ ସେବାକାର୍ଯ୍ୟ କିପରି କରିବାକୁ ହେବ, ଏହା ଯେଉଁ ଲେବୀୟମାନେ ଜାଣିଥିଲେ, ସେମାନଙ୍କୁ ରାଜା ହିଜକିୟ ଉତ୍ସାହିତ କଲେ। ଲୋକମାନେ ସାତ ଦିନ ପର୍ଯ୍ୟନ୍ତ ଉତ୍ସବ ପାଳନ କଲେ ଓ ବଳି ଉତ୍ସର୍ଗ କଲେ। ସେମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର ଧନ୍ୟବାଦ ଓ ପ୍ରଶଂସା କଲେ।


ଏବେ ଉଠନ୍ତୁ, ଆପଣଙ୍କର ସୈନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ ଏବଂ ସେମାନଙ୍କୁ ଉତ୍ସାହ ଜନକ କଥା କୁହନ୍ତୁ। ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି ଯେବେ ଆପଣ ବାହାରକୁ ଯାଆନ୍ତି ନାହିଁ, ତେବେ ଏହି ରାତ୍ରିରେ ଆପଣଙ୍କ ସହିତ କେହି ଜଣେ ହେଲେବି ରହିବେ ନାହିଁ। ଆଉ ଆପଣଙ୍କ ଯୌବନକାଳାବଧି ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି ସେଗୁଡ଼ିକରୁ ହିଁ ଏହି ଦୁର୍ଘଟଣା ବଡ଼ ହେବ।”


ଦାଉଦ ଶାଉଲଙ୍କ ସହିତ କଥାବାର୍ତ୍ତା କରି ସାରିବା ପରେ ଯୋନାଥନର ଦାଉଦଙ୍କ ସହିତ ଏକ ଦୃଢ଼ ବନ୍ଧୁତା ବାନ୍ଧିଲେ। ଆଉ ଯୋନାଥନ ଆପଣା ପ୍ରାଣ ପରି ତାଙ୍କୁ ସ୍ନେହ କଲେ।


ଏଣୁ ସେହି ସ୍ତ୍ରୀଲୋକମାନେ ପୁଣି ରୋଦନ କଲେ। ଏହା ପରେ ଅର୍ପା ତା'ର ଶାଶୁକୁ ଚୁମ୍ବନ ଦେଲା ଓ ଗ୍ଭଲିଗଲା। କିନ୍ତୁ ଋତ ତାଙ୍କୁ ଧରି ରହିଲା।


ସେହି ଦେଶର ରାଜା ଥିଲେ ହମୋର। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନେଇଗଲା ଏବଂ ତାକୁ ଧର୍ଷଣ କଲା।


ଶିଖିମ ତା'ର ପିତା ହମୋରକୁ କହିଲା, “ଦୟାକରି ଏହି ଝିଅ ସହିତ ମୋର ବିବାହର ବନ୍ଦୋବସ୍ତ କର।”


ଏହା ପରେ ତା'ର ସ୍ୱାମୀ ତା’ ପାଖକୁ ଦେଖିବାକୁ ଗଲେ ଓ ତାକୁ ନମ୍ରତାରେ କହିଲେ କାଳେ ସେ ତାଙ୍କ ସହିତ ଫେରି ଆସିବ। ସେ ତାଙ୍କର ଗୋଟିଏ ଯୋଡ଼ା ଗଧ ଓ ତାଙ୍କର ଦାସ ସହିତ ସେଠି ପହଞ୍ଚିଲେ। ସେହି ଲେବୀୟ ଲୋକଟିକୁ ଦେଖି ସେହି ସ୍ତ୍ରୀଲୋକ ଜଣକର ପିତା ବହୁତ ଖୁସୀ ହୋଇଗଲେ ଓ ତାଙ୍କୁ ପାଛୋଟି ନେବା ପାଇଁ ବାହାରକୁ ବାହାରି ଆସିଲେ।


ତେଣୁ ଭୟ କର ନାହିଁ। ମୁଁ ତୁମ୍ଭର ଓ ତୁମ୍ଭ ସନ୍ତାନମାନଙ୍କର ଯତ୍ନ ନେବି।” ଏହି ପ୍ରକାରରେ ଯୋଷେଫ ତାଙ୍କର ଭାଇମାନଙ୍କୁ ମଧୁର ବଚନରେ ତୋଷିଲେ। ଏହିପରି କଥାରେ ସେ ତାଙ୍କର ଭାଇମାନଙ୍କୁ ସାନ୍ତ୍ୱନା ଦେଲେ।


ସଦାପ୍ରଭୁ ଏହା କୁହନ୍ତି, “ସେ ସମୟରେ ତୁମ୍ଭେ ଆମ୍ଭକୁ ‘ଆମ୍ଭ ସ୍ୱାମୀ’ ବୋଲି ଡାକିବ। ମାତ୍ର ତୁମ୍ଭେ ଆମ୍ଭକୁ ‘ଆମ୍ଭ ମୁନିବ’ ବୋଲି ଡାକିବ ନାହିଁ।


Swiv nou:

Piblisite


Piblisite