ଆଦି ପୁସ୍ତକ 34:2 - ପବିତ୍ର ବାଇବଲ2 ସେହି ଦେଶର ରାଜା ଥିଲେ ହମୋର। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନେଇଗଲା ଏବଂ ତାକୁ ଧର୍ଷଣ କଲା। Gade chapit laପବିତ୍ର ବାଇବଲ (Re-edited) - (BSI)2 ତହିଁରେ ହିବ୍ବୀୟ ହମୋର ନାମକ ଦେଶାଧିପତିର ପୁତ୍ର ଶିଖିମ ତାହାକୁ ଦେଖିଲା; ପୁଣି ତାହାକୁ ନେଇ ତାହା ସହିତ ଶୟନ କରି ତାହାକୁ ଭ୍ରଷ୍ଟା କଲା। Gade chapit laଓଡିଆ ବାଇବେଲ2 ତହିଁରେ ହିବ୍ବୀୟ ହମୋର ନାମକ ଦେଶାଧିପତିର ପୁତ୍ର ଶିଖିମ ତାହାକୁ ଦେଖିଲା; ପୁଣି, ତାହାକୁ ନେଇ ତାହା ସହିତ ଶୟନ କରି ତାହାକୁ ଭ୍ରଷ୍ଟା କଲା। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT2 ତହିଁରେ ହିବ୍ବୀୟ ହମୋର ନାମକ ଦେଶାଧିପତିର ପୁତ୍ର ଶିଖିମ ତାହାକୁ ଦେଖିଲା; ପୁଣି, ତାହାକୁ ନେଇ ତାହା ସହିତ ଶୟନ କରି ତାହାକୁ ଭ୍ରଷ୍ଟା କଲା। Gade chapit la |
ପରମେଶ୍ୱରଙ୍କର ପୁତ୍ରଗଣ ଦେଖିଲେ, ସେହି କନ୍ୟାମାନେ ଦେଖିବାକୁ ବହୁତ ସୁନ୍ଦରୀ। ତେଣୁ ପରମେଶ୍ୱରଙ୍କର ପୁତ୍ରଗଣ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କୁ ବିବାହ କଲେ। ସେହି ସ୍ତ୍ରୀମାନେ ପିଲାମାନଙ୍କୁ ଜନ୍ମ ଦେଲେ। ସେହି ସମୟରେ ଓ ପରେ ମଧ୍ୟ ପୃଥିବୀରେ ଦୈତ୍ୟମାନେ ଥିଲେ। ସେମାନେ ପୂର୍ବ ସମୟର ପ୍ରସିଦ୍ଧ ଯୋଦ୍ଧା ଥିଲେ। ଏହା ପରେ ସଦାପ୍ରଭୁ କହିଲେ, “ଲୋକମାନେ ମନୁଷ୍ୟ ମାତ୍ର, ଆମ୍ଭର ଆତ୍ମା ମନୁଷ୍ୟ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, କାରଣ ସେମାନେ କେବଳ ଶାରୀରିକ ଅଟନ୍ତି। ଏଥିପାଇଁ ସେମାନଙ୍କର ପରମାୟୁ 120 ବର୍ଷ ହେବ।”
କିନ୍ତୁ ଯାକୁବ, ଶିମିୟୋନ ଓ ଲେବୀକୁ କହିଲେ, “ତୁମ୍ଭେମାନେ ମୋତେ ବହୁ ଅସୁବିଧାରେ ପକାଇଲଣି। ଏଠାକାର ସମସ୍ତ ଲୋକେ ମୋତେ ଘୃଣା କରିବେ। ସମସ୍ତ କିଣାନୀୟ ସମସ୍ତ ପିରିଜୀୟ ସମସ୍ତ ଲୋକେ ମୋର ବିରୁଦ୍ଧାଚରଣ କରିବେ। ଆମ୍ଭମାନଙ୍କର ବହୁତ କମ୍ ଲୋକ। ଯଦି ଏହି ସ୍ଥାନର ଲୋକମାନେ ଆମ୍ଭ ସହ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେବେ, ତେବେ ଆମ୍ଭେ ଧ୍ୱଂସ ପାଇଯିବା। ଏବଂ ଆମ୍ଭର ସମସ୍ତ ଲୋକ ମୋ’ ସହିତ ଶେଷ ହୋଇଯିବେ।”
ଏଥିରେ ଏବଦର ପୁତ୍ର ଗାଲ୍ କହିଲା, “ଆମ୍ଭେ ହେଉଛୁ ଶିଖିମ ନିବାସୀ, ଆମ୍ଭେ କାହିଁକି ଅବୀମେଲକକୁ ମାନିବୁ? ସେ କିଏ? ଆମେ କାହିଁକି ତାକୁ ମାନିବା? ଏହା ସତ୍ୟ ଅବୀମେଲକ୍ ହେଇଛି ଯିରୁବ୍ବାଲ୍ର ପୁତ୍ର, ନୁହେଁ କି? ଏବଂ ଅବୀମେଲକ୍ ସବୂଲକୁ ତା'ର ଅଧିକାରୀ କଲା, ନୁହେଁ କି? ଆମ୍ଭେ ଶିଖିମର ପିତା ହମୋରର ଲୋକମାନଙ୍କର ସେବା କରିବା ଉଚିତ୍। କିନ୍ତୁ ଆମ୍ଭେ କାହିଁକି ଅବୀମେଲକର ସେବା କରିବୁ?