Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 34:12 - ପବିତ୍ର ବାଇବଲ

12 ମୁଁ ତୁମ୍ଭକୁ ସବୁକିଛି ଉପହାର ଦେବି ଏବଂ ସବୁ ଟଙ୍କା ଦେବି, ଯାହା ତୁମ୍ଭେ ମାଗୁଛ। ମାତ୍ର ଏହି କନ୍ୟାକୁ ମୋତେ ବିବାହ ଦିଅ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଯୌତୁକ ଓ ଦାନ ଯେତେ ଅଧିକ ମାଗିବ, ତୁମ୍ଭମାନଙ୍କ କଥାନୁସାରେ ତାହା ଦେବି; ମାତ୍ର କୌଣସିମତେ ମୋʼ ସଙ୍ଗେ ଏହି କନ୍ୟାକୁ ବିବାହ କରିଦିଅ।

Gade chapit la Kopi

ଓଡିଆ ବାଇବେଲ

12 ଯୌତୁକ ଓ ଦାନ ଯେତେ ଅଧିକ ମାଗିବ, ତୁମ୍ଭମାନଙ୍କ କଥାନୁସାରେ ତାହା ଦେବି; ମାତ୍ର କୌଣସିମତେ ମୋ’ ସଙ୍ଗେ ଏହି କନ୍ୟାକୁ ବିବାହ କରିଦିଅ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଯୌତୁକ ଓ ଦାନ ଯେତେ ଅଧିକ ମାଗିବ, ତୁମ୍ଭମାନଙ୍କ କଥାନୁସାରେ ତାହା ଦେବି; ମାତ୍ର କୌଣସିମତେ ମୋʼ ସଙ୍ଗେ ଏହି କନ୍ୟାକୁ ବିବାହ କରିଦିଅ।”

Gade chapit la Kopi




ଆଦି ପୁସ୍ତକ 34:12
13 Referans Kwoze  

ଶିଷ୍ୟମାନେ କହିଲେ, “ଆମ୍ଭ ପାଖରେ ଏଠାରେ ମାତ୍ର ପାଞ୍ଚଖଣ୍ଡ ରୋଟୀ ଓ ଦୁଇଟି ମାଛ ଅଛି।”


ଦାଉଦ ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌ଙ୍କ ନିକଟକୁ ଏକ ଦୂତ ପଠାଇ କହିଲେ, “ମୋର ସ୍ତ୍ରୀ ମୀଖଲକୁ ମୋତେ ଫେରାଇ ଦିଅ। ଯେହେତୁ ମୁଁ ତାକୁ ପାଇବା ପାଇଁ 100 ଜଣ ପଲେଷ୍ଟୀୟଙ୍କୁ ହତ୍ୟା କରିଛି”।


ମୁଁ କୋଡ଼ିଏ ବର୍ଷକାଳ ତୁମ୍ଭ ନିକଟରେ ରହିଲି, ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉତ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ କର୍ମ କଲି। ଏଥି ମଧ୍ୟରେ ତୁମ୍ଭେ ଦଶଥର ମୋହର ବର୍ତ୍ତନ ପରିବର୍ତ୍ତନ କରିଅଛ।


ଯାକୁବ ରାହେଲକୁ ପ୍ରେମ କଲେ। ଯାକୁବ ଲାବନକୁ କହିଲେ, “ମୁଁ ତୁମ୍ଭ ପାଇଁ ସାତ ବର୍ଷ କାମ କରିବି ଯଦି ତୁମ୍ଭେ ମୋତେ ତୁମ୍ଭର ସାନ ଝିଅ ରାହେଲ ସହିତ ବିବାହ ଦିଅ।”


ଏହା ପରେ ରିବିକା ପାଇଁ ଆଣିଥିବା ସବୁ ଉପହାର ତାଙ୍କୁ ଦେଲେ। ସେ ମଧ୍ୟ ତାଙ୍କୁ ସୁନ୍ଦର ବସ୍ତ୍ର ଓ ସୁନାରୂପା ଅଳଙ୍କାର ତାଙ୍କୁ ଦେଲେ। ସେ ମଧ୍ୟ ବହୁ ଦାମିକା ଉପହାର ତାଙ୍କ ମା ଓ ଭାଇକୁ ଦେଲେ।


ଏହି କାରଣ ପାଇଁ ମୁଁ ଗୋମରଙ୍କୁ ପନ୍ଦର ଖଣ୍ତ ରୌପ୍ୟ ଓ ଏକ ହୋମର ବାର୍ଲି ଦେଇ କିଣିଲି।


ଶିଖିମ ମଧ୍ୟ ଯାକୁବ ଓ ତାଙ୍କର ଭାଇମାନଙ୍କ ସହିତ କଥା ହେଲା। ଶିଖିମ କହିଲା, “ଦୟାକରି ମୋତେ ଗ୍ରହଣ କର। ତୁମ୍ଭେ ଯାହା କହିବ ମୁଁ ତାହା କରିବାକୁ ପ୍ରସ୍ତୁତ।


ଯାକୁବର ପୁତ୍ରମାନେ ଶିଖିମକୁ ଓ ତା'ର ପିତାଙ୍କୁ ମିଥ୍ୟା କହିବା ପାଇଁ ନିଷ୍ପତ୍ତି ନେଲେ। ତା'ର ଭାଇମାନେ ସେତେବେଳେ ପାଗଳ ପ୍ରାୟ ଥିଲେ କାରଣ ଦୀଣାକୁ ଶିଖିମ ଭ୍ରଷ୍ଟା କରିଥିଲା।


ଶାଉଲଙ୍କ ଦାସମାନେ ଏ କଥା ଦାଉଦଙ୍କୁ କହିଲେ, କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭେ କ’ଣ ଭାବୁଛ ରାଜାଙ୍କର ଜ୍ୱାଇଁ ହେବା ଅତି ସହଜ? ମୋର ଏତେ ଅର୍ଥ ନାହିଁ ଯାହାକି ମୁଁ ରାଜାଙ୍କର ଝିଅ ପାଇଁ ଖର୍ଚ୍ଚ କରି ପାରିବି। ମୁଁ ଜଣେ ଅତି ସାଧାରଣ ଦରିଦ୍ର ଲୋକ ଓ ମୋର ଅଳ୍ପ ମାନ୍ୟ।”


କିନ୍ତୁ ଯଦି ପଶୁ ନିକଟରେ ତା'ର ମୁନିବ ଥାଏ, ତେବେ ତା'ର ପଡ଼ୋଶୀକୁ କିଛି ଦେବାକୁ ପଡ଼ିବ ନାହିଁ। କିମ୍ବା ଯଦି ତା'ର ପଡ଼ୋଶୀ ସେହି ପଶୁକୁ ବ୍ୟବହାର କରି ପଇସା ଦେଉଥାଏ, ତେବେ ତାକୁ ପଇସା ଦେବାକୁ ପଡ଼ିବ ନାହିଁ। ଯେବେ ସେହି ପଶୁଟି ମରିଯାଏ, ବ୍ୟବହାର ସମୟରେ ଯେତିକି ଅର୍ଥ ଦେଇଥିବ ତାହା ଯଥେଷ୍ଟ।


Swiv nou:

Piblisite


Piblisite