Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 33:10 - ପବିତ୍ର ବାଇବଲ

10 ଯାକୁବ କହିଲେ, “ନା ଭାଇ ମୁଁ ତୁମ୍ଭକୁ ଅନୁରୋଧ କରୁଛି। ଯଦି ତୁମ୍ଭେ ମୋତେ ବାସ୍ତବରେ ଗ୍ରହଣ କରୁଛ ତେବେ ମୋର ଉପହାରଗୁଡ଼ିକ ଗ୍ରହଣ କର, ଯାହା ମୁଁ ତୁମ୍ଭକୁ ଦେଇଅଛି। ମୁଁ ତୁମ୍ଭକୁ ପାଇ ବହୁତ ଖୁସୀ। ମୋତେ ପରମେଶ୍ୱରଙ୍କର ଦର୍ଶନ ପରି ଲାଗୁଛି। ଆଗ୍ରହର ସହକାରେ ତୁମ୍ଭେ ମୋତେ ଗ୍ରହଣ କରିଥିବାରୁ, ମୁଁ ଖୁସୀ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଯାକୁବ କହିଲା, ନା, ବିନୟ କରୁଅଛି, ମୁଁ ଆପଣଙ୍କ ଦୃଷ୍ଟିରେ ଯେବେ ଅନୁଗ୍ରହ ପାଇଲି, ତେବେ ମୋʼ ହସ୍ତରୁ ସେହି ଭେଟି ଗ୍ରହଣ କରନ୍ତୁ; କାରଣ ପରମେଶ୍ଵରଙ୍କ ମୁଖ ଦର୍ଶନ କଲା ପରି ମୁଁ ଆପଣଙ୍କ ମୁଖ ଦର୍ଶନ କରିଅଛି; ମଧ୍ୟ ଆପଣ ମୋʼ ପ୍ରତି ପ୍ରସନ୍ନ ହୋଇଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

10 ଯାକୁବ କହିଲା, “ନା, ବିନୟ କରୁଅଛି, ମୁଁ ଆପଣଙ୍କ ଦୃଷ୍ଟିରେ ଯଦି ଅନୁଗ୍ରହ ପାଇଲି, ତେବେ ମୋ’ ହସ୍ତରୁ ସେହି ଭେଟି ଗ୍ରହଣ କରନ୍ତୁ; କାରଣ ପରମେଶ୍ୱରଙ୍କ ମୁଖ ଦର୍ଶନ କଲା ପରି ମୁଁ ଆପଣଙ୍କ ମୁଖ ଦର୍ଶନ କରିଅଛି; ମଧ୍ୟ ଆପଣ ମୋ’ ପ୍ରତି ପ୍ରସନ୍ନ ହୋଇଅଛନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଯାକୁବ କହିଲା, “ନା, ବିନୟ କରୁଅଛି, ମୁଁ ଆପଣଙ୍କ ଦୃଷ୍ଟିରେ ଯଦି ଅନୁଗ୍ରହ ପାଇଲି, ତେବେ ମୋʼ ହସ୍ତରୁ ସେହି ଭେଟି ଗ୍ରହଣ କରନ୍ତୁ; କାରଣ ପରମେଶ୍ୱରଙ୍କ ମୁଖ ଦର୍ଶନ କଲା ପରି ମୁଁ ଆପଣଙ୍କ ମୁଖ ଦର୍ଶନ କରିଅଛି; ମଧ୍ୟ ଆପଣ ମୋʼ ପ୍ରତି ପ୍ରସନ୍ନ ହୋଇଅଛନ୍ତି।

Gade chapit la Kopi




ଆଦି ପୁସ୍ତକ 33:10
19 Referans Kwoze  

ସେହି ଲୋକ ପରମେଶ୍ୱରଙ୍କୁ ପ୍ରାର୍ଥନା କରିବ ଓ ପରମେଶ୍ୱର ମଧ୍ୟ ତା’ ପ୍ରତି ପ୍ରସନ୍ନ ହେବେ। ତା'ପରେ ସେ ପରମେଶ୍ୱରଙ୍କର ମୁଖ ଦେଖିବ ଓ ଆନନ୍ଦରେ ଚିତ୍କାର କରି ଉଠିବ, ଯେତେବେଳେ ସେ ମନୁଷ୍ୟଙ୍କୁ ତା'ର ଯଥାର୍ଥ ଅବସ୍ଥା ଫେରାଇ ଦେବେ।


ସେମାନେ ତାହାଙ୍କ ମୁଖ ଦେଖିବେ। ସେମାନଙ୍କ କପାଳରେ ପରମେଶ୍ୱରଙ୍କର ନାମ ଲେଖାହେବ।


ସଦାପ୍ରଭୁ କହନ୍ତି, “‌‌ଖ‌ଡ଼୍‌ଗରୁ ରକ୍ଷା ପାଇଥିବା ଲୋକମାନେ ପ୍ରାନ୍ତରରେ ଆଶ୍ରୟ ପାଇବେ, ଯେତେବେଳେ ଇସ୍ରାଏଲ ବିଶ୍ରାମ ଗ୍ଭହିଁଲେ।”


ତେଣୁ ଯାକୁବ ସେହି ସ୍ଥାନର ନାମ ପନୂୟେଲ ଦେଲେ। ତା'ପରେ ସେ କହିଲେ, “ମୁଁ ପରମେଶ୍ୱରଙ୍କୁ ମୁହାଁମୁହିଁ ଦେଖିଲେ ବି ମୋର ଜୀବନ ବଞ୍ଚି ରହିଲା।”


ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ମୋତେ ଆଘାତ କରିବାକୁ ସୁଯୋଗ ଦିଅ ନାହିଁ। ତାହାହେଲେ ମୁଁ ଜାଣିବି ଯେ ତୁମ୍ଭେ ମୋ’ ପ୍ରତି ସନ୍ତୁଷ୍ଟ ଅଛ।


ଅବଶାଲୋମ ଯୋୟାବକୁ କହିଲା, “ମୁଁ ତୁମ୍ଭ ପାଖକୁ ବାର୍ତ୍ତାବହ ପଠାଇଲି, ମୁଁ ତୁମ୍ଭକୁ ଡାକିଲି। ଏହା ପଗ୍ଭରିବାକୁ ମୁଁ ତୁମ୍ଭକୁ ରାଜାଙ୍କ ନିକଟକୁ ପଠାଇବା ପାଇଁ ଗ୍ଭହିଁଲି। କାହିଁକି ତୁମ୍ଭେ ମୋତେ ଗଶୂରରୁ ଡକାଇଲ? ତେଣୁ, ମୋର ଗଶୂରରେ ରହିବା ଭଲ। ଠିକ୍ ଅଛି, ତେବେ ବର୍ତ୍ତମାନ ମୋତେ ରାଜାଙ୍କୁ ସାକ୍ଷାତ କରିବାକୁ ଦିଅ। ଯଦି ମୁଁ ପାପ କରି ଥାଏ ତେବେ ସେ ମୋତେ ହତ୍ୟା କରିବା ଉଚିତ୍।”


ଅବଶାଲୋମ ଯିରୁଶାଲମରେ ଦୁଇ ବର୍ଷ ଧରି ରହିଲେ। କିନ୍ତୁ ସେ ରାଜାଙ୍କୁ ଦେଖା କରିପାରୁ ନ ଥିଲେ। କାରଣ ତାଙ୍କୁ ଏପରି ଅନୁମତି ଦିଆଯାଇ ନ ଥିଲା।


କିନ୍ତୁ ଦାଉଦ ରାଜା କହିଲେ, “ଅବଶାଲୋମ ତା’ ନିଜ ଘରକୁ ଫେରିଯାଇ ପାରିବ। ସେ ଆସି ପାରିବ ନାହିଁ ଓ ଦେଖି ପାରିବ ନାହିଁ।” ତେଣୁ ଅବଶାଲୋମ ତା'ର ନିଜ ଗୃହକୁ ଫେରିଗଲା। ଅବଶାଲୋମ ରାଜାଙ୍କୁ ସାକ୍ଷାତ କରି ପାରିଲା ନାହିଁ।


ଦାଉଦ କହିଲେ, “ଉତ୍ତମ, ମୁଁ ତୁମ୍ଭ ସହିତ ଚୁକ୍ତି କରୁଅଛି। କିନ୍ତୁ ମୁଁ ତୁମ୍ଭକୁ ଗୋଟିଏ କଥା ପଗ୍ଭରିବି, ତୁମ୍ଭେ ଶାଉଲଙ୍କର କନ୍ୟା ମୀଖଲକୁ ମୋ’ ସମ୍ମୁଖକୁ ନ ଆଣିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ସାକ୍ଷାତ କରିବି ନାହିଁ।”


କିନ୍ତୁ ଦାଉଦ ଉତ୍ତର ଦେଲେ, “ତୁମ୍ଭ ବାପା ଭଲଭାବରେ ଜାଣନ୍ତି ଯେ ମୁଁ ତୁମ୍ଭର ସାଙ୍ଗ।” ତୁମ୍ଭ ବାପା ନିଜକୁ କହିଲେ, ‘ଯୋନାଥନ ନିଶ୍ଚୟ ଏହା ଜାଣି ନ ଥିବ। ଯଦି ସେ ଜାଣେ ତା'ର ହୃଦୟ ଦୁଃଖରେ ପୂର୍ଣ୍ଣ ହୋଇଯିବ, ସେ ମଧ୍ୟ ଦାଉଦଙ୍କୁ କହି ପାରି ଥା’ନ୍ତେ।’ କିନ୍ତୁ ତୁମ୍ଭେ ଏବଂ ପ୍ରଭୁ ଜୀବିତ ଥିବା ବେଳେ ମୁଁ ମୃତ୍ୟୁର ନିକଟତର ହେଉଅଛି।”


ଏହା ପରେ ଋତ ତାଙ୍କୁ ପ୍ରଣାମ କଲା। ସେ ବୋୟାଜଙ୍କୁ ପଗ୍ଭରିଲା, “ମୁଁ ଆଶ୍ଚର୍ଯ୍ୟ ହେଉଛି, ତୁମ୍ଭେ ତ ମୋତେ ଆଗରୁ କେବେବି ଦେଖି ନାହଁ। ମୁଁ ବିଦେଶୀନୀ ହେଲେବି ତୁମ୍ଭେ ମୋ’ ପ୍ରତି ଦୟା ଦେଖାଇ ଅଛ।”


ଏହି ସତୁରି ଦିନ ପରେ ଶୋକ ଦିନ ଶେଷ ହେଲା। ତେଣୁ ଯୋଷେଫ ଫାରୋଙ୍କର ପରିଜନଙ୍କୁ କହିଲେ, “ତୁମ୍ଭେ ଯଦି ମୋର ମଙ୍ଗଳ ଭାବୁଛ, ଦୟାକରି ଫାରୋଙ୍କୁ କୁହ।


ଇସ୍ରାଏଲଙ୍କର ମରଣ ଦିନ ପାଖେଇ ଆସିବାରୁ ସେ ଆପଣା ପୁତ୍ର ଯୋଷେଫଙ୍କୁ ଡାକି କହିଲେ, “ମୁଁ ଯେବେ ତୁମ୍ଭ ସାକ୍ଷାତରେ ଅନୁଗ୍ରହ ପାଇଲି, ତେବେ ବିନୟ କରୁଅଛି, ତୁମ୍ଭେ ମୋ’ ଜଙ୍ଘରେ ହସ୍ତ ଦିଅ। ପୁଣି ମୋ’ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରି ମୋତେ ଏହି ମିଶର ଦେଶରେ କବର ଦିଅ ନାହିଁ।


ଆପଣ ମୋତେ ମୋର ଜୀବନକୁ ରକ୍ଷାକରି, କିଛି ସମୟ ପୂର୍ବରୁ ଆମ୍ଭଙ୍କୁ ଅତ୍ୟନ୍ତ ଦୟା ଓ ଅନୁଗ୍ରହ ଦେଖାଇଛନ୍ତି। କିନ୍ତୁ ମୁଁ ପର୍ବତକୁ ପଳାଇ ଯାଇ ନ ପାରେ। ଏହି ବିପତ୍ତି ହୁଏତ ମୋତେ ଧରି ପକାଇବ ଓ ମାରିଦେବ।


“ସାବଧାନ ଏହି ଛୋଟ ପିଲାମାନଙ୍କ ମଧ୍ୟରୁ କାହାରିକୁ ତୁଚ୍ଛ ମନେ କର ନାହିଁ। ଏହି ପିଲାମାନଙ୍କ ପାଇଁ ସ୍ୱର୍ଗରେ ଦୂତମାନେ ଅଛନ୍ତି। ଏବଂ ସେହି ଦୂତମାନେ ସ୍ୱର୍ଗରେ ମୋର ପରମପିତାଙ୍କ ସହିତ ସଦାସର୍ବଦା ଅଛନ୍ତି।


କିନ୍ତୁ ଯିହୁଦା ଯାକୁବଙ୍କୁ କହିଲା, “ସେ ଦେଶର କର୍ତ୍ତା ଆମ୍ଭକୁ ସତର୍କ କରାଇ ଦେଇ କହିଥିଲେ, ‘ଯଦି ତୁମ୍ଭେ ତୁମ୍ଭର ଭାଇକୁ ମୋ’ ପାଖକୁ ନ ଆଣ, ତେବେ ତୁମ୍ଭ ସହିତ କଥାବାର୍ତ୍ତା ହେବ ନାହିଁ।’


କିନ୍ତୁ ଏଷୌ କହିଲେ, “ତୁମ୍ଭର ମୋତେ କିଛି ଉପହାର ଦେବା ଦରକାର ନାହିଁ, ଭାଇ ମୋ’ ପାଇଁ ବହୁତ ଅଛି।”


ତେଣୁ ମୁଁ ବିନତି କରୁଛି ତୁମ୍ଭେ ମୋର ଉପହାର ଗ୍ରହଣ କର। ପରମେଶ୍ୱର ମୋ’ ପ୍ରତି ସଦୟ ହୋଇଛନ୍ତି। ମୋର ଆବଶ୍ୟକତାଠାରୁ ଅଧିକ ପାଇଛି।” ଯାକୁବ ଏଷୌକୁ ଉପହାରଗୁଡ଼ିକ ଗ୍ରହଣ କରିବା ପାଇଁ ପ୍ରବର୍ତ୍ତାଇଲେ। ତେଣୁ ସେ ସେଗୁଡ଼ିକୁ ଗ୍ରହଣ କଲେ।


Swiv nou:

Piblisite


Piblisite