Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 32:3 - ପବିତ୍ର ବାଇବଲ

3 ଯାକୁବଙ୍କ ଭାଇ ଏଷୌ ସେୟୀର ଅଞ୍ଚଳରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମୟ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତହିଁ ଉତ୍ତାରୁ ଯାକୁବ ଆପଣା ଆଗେ ସେୟୀର ଦେଶସ୍ଥ ଇଦୋମ ଅଞ୍ଚଳରେ ଭ୍ରାତା ଏଷୌ ନିକଟକୁ ଦୂତମାନଙ୍କୁ ପ୍ରେରଣ କଲା।

Gade chapit la Kopi

ଓଡିଆ ବାଇବେଲ

3 ତହିଁ ଉତ୍ତାରୁ ଯାକୁବ ଆପଣା ଆଗେ ସେୟୀର ଦେଶସ୍ଥ ଇଦୋମ ଅଞ୍ଚଳରେ ଭ୍ରାତା ଏଷୌ ନିକଟକୁ ଦୂତମାନଙ୍କୁ ପ୍ରେରଣ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତହିଁ ଉତ୍ତାରେ ଯାକୁବ ଆପଣା ଆଗେ ସେୟୀର ଦେଶସ୍ଥ ଇଦୋମ ଅଞ୍ଚଳରେ ଭ୍ରାତା ଏଷୌ ନିକଟକୁ ଦୂତମାନଙ୍କୁ ପ୍ରେରଣ କଲା।

Gade chapit la Kopi




ଆଦି ପୁସ୍ତକ 32:3
23 Referans Kwoze  

ଏବଂ ଇ‌‌ସ୍‌‌ହାକକୁ ଦୁଇଟି ପୁତ୍ର ଦେଲି, ସେମାନେ ହେଲେ, ଯାକୁବ ଓ ଏଷୌ। ଏବଂ ଏଷୌକୁ ସେୟୀର ପର୍ବତ ଓ ତା'ର ପାର୍ଶ୍ୱବର୍ତ୍ତୀ ଭୂମି ଦେଲି। ଯାକୁବ ଏବଂ ତାଙ୍କର ସନ୍ତାନମାନେ ସେଠାରେ ବାସ କଲେ ନାହିଁ। ସେମାନେ ବାସ କରିବାକୁ ମିଶରକୁ ପଳାଇ ଗଲେ।


ତହୁଁ ସେ ଯାକୁବକୁ କହିଲେ, “ମୁଁ ବହୁତ ଥକି ଯାଇଛି ମୋତେ ଦୟାକରି ସେହି ଲାଲ ପଦାର୍ଥରୁ କିଛି ଦିଅ। ଏହି ନିମନ୍ତେ ତା'ର ନାମ ଇଦୋମ ନାମରେ ଖ୍ୟାତ ହେଲା।”


ସେମାନଙ୍କ ସହିତ ଯୁଦ୍ଧ କର ନାହିଁ, ମୁଁ ତୁମ୍ଭମାନଙ୍କୁ ସେହି ଦେଶ ଦେବି ନାହିଁ। ଏପରିକି ସେହି ଭୂମିରୁ ପାଦେ ମଧ୍ୟ ଭୂମି ତୁମ୍ଭମାନଙ୍କୁ ଦେବି ନାହିଁ। କାରଣ ମୁଁ ସେହି ପର୍ବତମୟ ଦେଶ ସେୟୀରକୁ, ଏଷୌକୁ ଉତ୍ତରାଧିକାରୀ ସୁତ୍ରରେ ଦେଇଅଛି।


ତେଣୁ ମୋର ପ୍ରଭୁ ତୁମ୍ଭେ ଆମ୍ଭ ଆଗରେ ଗ୍ଭଲ, ମୁଁ ତୁମ୍ଭକୁ ଧୀରେ ଧୀରେ ଅନୁସରଣ କରିବି, ପଶୁମାନଙ୍କର ନିରାପଦ ପାଇଁ। ମୁଁ ଏଥିପାଇଁ ଧୀରେ ଯିବି କାରଣ ମୋର ପିଲାମାନେ କ୍ଳାନ୍ତ ହୋଇ ପଡ଼ିବେ। ମୁଁ ତୁମ୍ଭକୁ ସେୟୀରରେ ସାକ୍ଷାତ କରିବି।”


ପ୍ରାନ୍ତର ନିକଟସ୍ଥ ଏ‌ଲ୍‌ପାରଣ ପର୍ଯ୍ୟନ୍ତ ସେୟୀର ପର୍ବତ ନିବାସୀ ହୋରୀୟ ଲୋକମାନଙ୍କୁ ଜୟ କଲେ।


ସେ ତାହାଙ୍କ ଆଗରୁ କେତେକ ଲୋକଙ୍କୁ ପଠାଇଲେ। ସେମାନେ ଯୀଶୁଙ୍କ ପାଇଁ ସବୁକିଛି ପ୍ରସ୍ତୁତ କରିବା ପାଇଁ ଶମିରୋଣର ଏକ ନଗରରେ ପହଞ୍ଚିଲେ।


ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରିବା। ଆଉ ଦେଖ ତୁମ୍ଭେମାନେ ଯେଉଁ ପ୍ରଭୁଙ୍କୁ ଅନ୍ୱେଷଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚୟ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷୟରେ ସନ୍ତୁଷ୍ଟ ସେ ଆସୁଛନ୍ତି।


ପରମେଶ୍ୱର ସେୟୀର ନିବାସୀ ଏଷୌ ସନ୍ତାନଗଣ ନିମନ୍ତେ ଠିକ୍ ସେହିପରି କରିଥିଲେ। ଅର୍ଥାତ୍ ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ। ତହିଁରେ ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ଆଜି ପର୍ଯ୍ୟନ୍ତ ସେହିଠାରେ ବାସ କରୁଛନ୍ତି।


ତେଣୁ ସେହି ଦିନ ଏଷୌ ସେୟୀରକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କଲେ।


ସେହି ବାର୍ତ୍ତା ଯାକୁବଙ୍କୁ ଭୟଭୀତ କଲା। ସେ ତାଙ୍କ ସହିତ ଥିବା ଲୋକମାନଙ୍କୁ ଦୁଇ ଦଳରେ ବିଭକ୍ତ କଲେ। ଗୋମେଷାଦି ଆଦି ସମସ୍ତ ପଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ ଦୁଇ ଦଳ କଲେ।


ମୁଁ ବିନତି କରୁଅଛି କୃପାକରି ମୋତେ ମୋର ଭାଇଠାରୁ ରକ୍ଷା କର। ମୋତେ ଏଷୌଠାରୁ ରକ୍ଷା କର। ମୁଁ ତାଙ୍କୁ ଭୟ କରୁଛି। ମୁଁ ଭୟ କରୁଛି ଯେ ସେ ଆମ୍ଭ ସମସ୍ତଙ୍କୁ ହତ୍ୟା କରିବ। ଏପରିକି ମା’ ଓ ତାଙ୍କ ପିଲାମାନଙ୍କୁ ମଧ୍ୟ।


ଇସ୍ରାଏଲ ଶକ୍ତିଶାଳୀ ହେବ। ସେ ଇଦୋମ ଅଧିକାର କରିବ। ଶତ୍ରୁରାଜ୍ୟ ସେୟୀର ମଧ୍ୟ ଅଧିକାର କରିବ।


ସେୟୀର ପର୍ବତ ଦେଇ ହୋରେବଠାରୁ କାଦେଶ-ବର୍ଣ୍ଣେୟ ପର୍ଯ୍ୟନ୍ତ ଯାତ୍ରା ସାଧାରଣତଃ ଏଗାର ଦିନ ଲାଗେ।


ଦୁମା ବିଷୟରେ ଶୋକବାର୍ତ୍ତା। ଜଣେ ସେୟୀରଠାରୁ ମୋତେ ଡାକି କହିଲେ, “ହେ ପ୍ରହରୀ, ଆଉ ରାତ୍ରି କେତେ ରହିଲା?”


ସୈନ୍ୟାଧିପତି ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି, “ତୈମନରେ ଆଉ କ’ଣ ଜ୍ଞାନ ନାହିଁ? ଉତ୍ତମ ପରାମର୍ଶ ଦେବାକୁ ଇଦୋମରେ କ’ଣ ଜ୍ଞାନୀ ନାହାନ୍ତି? ସେମାନଙ୍କର ବୁଦ୍ଧି କ’ଣ ଅନ୍ତର୍ହିତ ହୋଇଅଛି?


ସେହି ଭୂମି ମହନୟୀମଠାରୁ ଆରମ୍ଭ ହେଲା। ଏହା ମଧ୍ୟ ବାଶନର ଅନ୍ତର୍ଭୁକ୍ତ ହେଲା। ଯାହାକି ଓ‌ଗ୍‌ର ରାଜା ବାଶନର ଶାସନାଧୀନ ଥିଲା। ବାଶନ ଅଧୀନର ମୋଟ 60 ଟି ସହର ଥିଲା।


ନରର ପୁତ୍ର ଅ‌‌ବ୍‌‌ନର ଶାଉଲଙ୍କ ସୈନ୍ୟଦଳର ସେନାପତି ଥିଲେ। ଅ‌‌ବ୍‌‌ନର ଶାଉଲଙ୍କର ପୁତ୍ର ଈ‌ଶ୍‌ବୋଶ‌ତ୍‌କୁ ମହନୟିମକୁ ନେଇଗଲେ।


ତା'ପରେ ଇଲୀଶାୟ ପ୍ରାର୍ଥନା କରି କହିଲେ, “ହେ ସଦାପ୍ରଭୁ, ମୁଁ ବିନୟ କରୁଛି, ମୋର ସେବକର ଆଖି ଖୋଲି ଦିଅ, ଯେପରି ସେ ଦେଖି ପାରିବ।” ସଦାପ୍ରଭୁ ସେହି ସେବକ ଯୁବକର ଆଖି ଖୋଲି ଦେଲେ ଓ ସେ ଦେଖିଲା ପର୍ବତଟି ଅଗ୍ନିମୟ ଅଶ୍ୱ ଓ ରଥରେ ପରିପୂର୍ଣ୍ଣ ହୋଇଥିଲା। ସେମାନେ ଇଲୀଶାୟକୁ ଘେରିଗଲେ।


ହିବ୍ରୋଣ ସହରରେ ଦାଉଦଙ୍କ ନିକଟକୁ ଆସିଥିବା ଲୋକମାନଙ୍କର ସଂଖ୍ୟା ଏହିପରି ଥିଲା। ଏହି ଲୋକମାନେ ଯୁଦ୍ଧ ନିମନ୍ତେ ସଦା ପ୍ରସ୍ତୁତ ଥିଲେ। ସେମାନେ ଶାଉଲଙ୍କ ରାଜ୍ୟକୁ ଦାଉଦଙ୍କ ହସ୍ତରେ ଅର୍ପଣ କରିବାକୁ ଆସିଥିଲେ। ଏହା ହିଁ ଘଟିବ ବୋଲି ସଦାପ୍ରଭୁ କହିଥିଲେ। ସେମାନଙ୍କ ସଂଖ୍ୟା ଏହିପରି ଥିଲା।


ଆଗୋ ରାଜକନ୍ୟା, ପାଦୁକାରେ ତୁମ୍ଭ ଚରଣ କେତେ ସୁନ୍ଦର। ତୁମ୍ଭର କଟିମଣ୍ଡଳ ନିପୁଣ ଶିଳ୍ପକର ହସ୍ତରେ ନିର୍ମିତ ରତ୍ନହାର ସ୍ୱରୂପ।


Swiv nou:

Piblisite


Piblisite