Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 30:4 - ପବିତ୍ର ବାଇବଲ

4 ତେଣୁ ରାହେଲ ବିଲହାକୁ ଆଣି ଯାକୁବକୁ ଦେଲେ, ଯାକୁବ ତାହା ସହିତ ସହବାସ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି ସେ ଆପଣା ଦାସୀ ବିଲ୍ହାକୁ ତାହା ସହିତ ବିବାହ ଦେଲା।

Gade chapit la Kopi

ଓଡିଆ ବାଇବେଲ

4 ପୁଣି, ସେ ଆପଣା ଦାସୀ ବିଲ୍‌ହାକୁ ତାହା ସହିତ ବିବାହ ଦେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି, ସେ ଆପଣା ଦାସୀ ବିଲ୍‌ହାକୁ ତାହା ସହିତ ବିବାହ ଦେଲା।

Gade chapit la Kopi




ଆଦି ପୁସ୍ତକ 30:4
12 Referans Kwoze  

“ସଦାପ୍ରଭୁ ଏ କଥା କହନ୍ତି, ‘ମୁଁ ତୁମ୍ଭ ବିରୁଦ୍ଧରେ ବିପତ୍ତି ଆଣିବାକୁ ଯାଉଅଛି ଏବଂ ଏବା ତୁମ୍ଭ ପରିବାରରୁ ଆସିବ। ମୁଁ ତୁମ୍ଭର ସ୍ତ୍ରୀମାନଙ୍କୁ ନେଇଯିବି ଓ ତୁମ୍ଭର ଅତି ନିଜର ଲୋକକୁ ଦେବି। ସେ ସେମାନଙ୍କ ସହିତ ଶୟନ କରିବ ଏବଂ ପ୍ରତ୍ୟେକ ତାହା ଜାଣିବେ।


ଇସ୍ରାଏଲ ଯେତେବେଳେ ସେଠାରେ ରହୁଥିଲେ, ରୁବେନ୍ ଯାଇ ବିଲହା ସହିତ ଶୟନ କଲା। ଯିଏ ଇସ୍ରାଏଲର ଉପପତ୍ନୀ ଥିଲା। ଏହି ବିଷୟରେ ଇସ୍ରାଏଲ ଜାଣିବାକୁ ପାଇଲେ। ଇସ୍ରାଏଲର ବାରଟି ପୁତ୍ର ଥିଲେ।


ଯାକୁବ, ଆଗେ ଦୁଇ ଦାସୀ ଓ ସେମାନଙ୍କର ସନ୍ତାନଗଣଙ୍କୁ ତା’ ପଛେ ଲେୟା ଓ ତା'ର ସନ୍ତାନଗଣ, ସବା ଶେଷରେ ରାହେଲ ଓ ଯୋଷେଫକୁ ରଖିଲେ।


ଅବ୍ରହାମ ମୃତ୍ୟୁ ପୂର୍ବରୁ ସେ ଦାସୀମାନଙ୍କ ପୁତ୍ରଗଣଙ୍କୁ କିଛି ଉପହାର ଦେଲେ ଓ ସେହି ପୁତ୍ରଗଣଙ୍କୁ ପୂର୍ବ ଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। ସେ ସେମାନଙ୍କୁ ଇ‌ସ୍‌ହାକଠାରୁ ଦୂରକୁ ପଠାଇଲେ। ତା'ପରେ ଅବ୍ରହାମ ତାଙ୍କର ସମସ୍ତ ସମ୍ପତ୍ତି ଇ‌ସ୍‌ହାକଙ୍କୁ ଦେଲେ।


ଅବ୍ରହାମ ପୁନରାୟ ବିବାହ କଲେ, ତାଙ୍କର ନୂତନ ସ୍ତ୍ରୀର ନାମ ଥିଲା କଟୂରା।


ଏବଂ ନାହୋରର ରୂମା ନାମ୍ନୀ ଦାସୀଠାରୁ ଟେବହ, ଗହନ୍, ତହଶ୍ ଓ ମାଖା ଏମାନେ ଜନ୍ମ ନେଲେ।


ସାରା ଅବ୍ରହାମଙ୍କୁ କହିଲେ, “ସେହି ଦାସୀ ଓ ତା'ର ପୁତ୍ରକୁ ଦୂରସ୍ଥାନକୁ ତଡ଼ିଦିଅ। ଯେତେବେଳେ ଆମ୍ଭେ ମରିଯିବା ମୋର ପୁତ୍ର ଇ‌ସ୍‌ହାକ ଆମ୍ଭର ଉତ୍ତରାଧିକାରୀ ହେବ। ମୁଁ ସେହି ଦାସୀର ପୁତ୍ର, ଇ‌ସ୍‌ହାକ ସହିତ ଅଂଶ ଅଧିକାର ପାଉ ବୋଲି ଗ୍ଭହେଁ ନାହିଁ।”


ସାରୀ ଅବ୍ରାମଙ୍କୁ କହିଲେ, “ସଦାପ୍ରଭୁ ମୋତେ ସନ୍ତାନସନ୍ତତିରୁ ବଞ୍ଚିତ କରିଅଛନ୍ତି। ତେଣୁ ହାଗାର ସହିତ ସହବାସ କର। ପ୍ରାୟ ତା’ ମାଧ୍ୟମରେ ମୁଁ ଏକ ପୁତ୍ର ପାଇ ପାରିବି।” ଅବ୍ରାମ ତାଙ୍କ ସ୍ତ୍ରୀଙ୍କର କଥା ଗ୍ରହଣ କଲେ।


ଏହା ପରେ ବିଲହା ଗର୍ଭବତୀ ହୋଇ ପିଲାଜନ୍ମ କଲା।


ଲାବନ ରାହେଲର ଦାସୀ ନିମନ୍ତେ ଆପଣାର ବିଲହା ନାମ୍ନୀ ଦାସୀକି ଦେଲେ।


ଏମାନେ ବିଲହାର ପୁତ୍ରଗଣ ଥିଲେ। ଲାବନ ବିଲହାକୁ ସେବିକାରୂପେ ତା'ର କନ୍ୟା ରାହେଲକୁ ଦେଲେ। ତେଣୁ ଯାକୁବଙ୍କର ସାତ ଜଣ ବଂଶଧର ବିଲହାଠାରୁ ଜନ୍ମ ହୋଇଥିଲେ।


Swiv nou:

Piblisite


Piblisite