Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 3:13 - ପବିତ୍ର ବାଇବଲ

13 ଏହା ପରେ ସଦାପ୍ରଭୁ ପରମେଶ୍ୱର ସେହି ସ୍ତ୍ରୀଲୋକକୁ କହିଲେ, “ଏପରି ତୁମ୍ଭେ କାହିଁକି କଲ?” ସ୍ତ୍ରୀଲୋକଟି ଉତ୍ତର ଦେଲା, “ସର୍ପ ମୋତେ ଭୁଲାଇ ଦେଲା, ତହିଁରେ ମୁଁ ତାକୁ ଖାଇଲି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସେତେବେଳେ ସଦାପ୍ରଭୁ ପରମେଶ୍ଵର ନାରୀଙ୍କି କହିଲେ, ଏ କି କଲ? ନାରୀ କହିଲେ, ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି।

Gade chapit la Kopi

ଓଡିଆ ବାଇବେଲ

13 ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, “ଏ କି କଲ ?” ନାରୀ କହିଲେ, “ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, “ଏ କି କଲ?” ନାରୀ କହିଲେ, “ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି।”

Gade chapit la Kopi




ଆଦି ପୁସ୍ତକ 3:13
15 Referans Kwoze  

ସେ କେବଳ ତୁମ୍ଭମାନଙ୍କର ସ୍ୱାମୀ ହେବେ। କିନ୍ତୁ ମୁଁ ଭୟ କରୁଛି ଯେ, ଯେପରି ହବା ସର୍ପର ପ୍ରବଞ୍ଚନା ଦ୍ୱାରା ପ୍ରଭାବିତ ହୋଇଥିଲା, ସେହିଭଳି ତୁମ୍ଭମାନଙ୍କ ମନ ମଧ୍ୟ ଖ୍ରୀଷ୍ଟଙ୍କ ପ୍ରତି ସତ୍ୟ ଓ ପବିତ୍ର ସମର୍ପଣଠାରୁ ଦୂରକୁ ଗ୍ଭଲି ଯିବ।


ଆହୁରି ଶୟତାନ ପ୍ରଥମେ ଆଦମକୁ ପ୍ରତାରଣା କରି ନ ଥିଲା। ହବା ପ୍ରତାରିତ ହୋଇଥିଲା। ଏବଂ ସେ ଜଣେ ପାପିନୀ ହୋଇଥିଲା।


ପୀଲାତ କହିଲେ, “ମୁଁ ଜଣେ ଯିହୂଦୀ ନୁହେଁ। ତୁମ୍ଭ ନିଜର ଲୋକମାନେ ଓ ସେମାନଙ୍କର ପ୍ରଧାନଯାଜକମାନେ ତୁମ୍ଭକୁ ମୋ’ ପାଖକୁ ଆଣିଛନ୍ତି। ତୁମ୍ଭେ କ'ଣ ଦୋଷ କରିଛ?”


ଯୋୟାବ ରାଜାଙ୍କ ସମ୍ମୁଖକୁ ଆସିଲେ ଏବଂ ପଗ୍ଭରିଲେ, “ଆପଣ କ’ଣ କଲେ? ଅ‌‌ବ୍‌‌ନର‌ ଆପଣଙ୍କ ନିକଟକୁ ଆସିଥିଲା, କିନ୍ତୁ ଆପଣ ତାକୁ ଆଘାତ ନ କରି ପଠାଇ ଦେଲେ।


ଯୋଷେଫ ସେମାନଙ୍କୁ କହିଲେ, “ତୁମ୍ଭେ କାହିଁକି ଏପରି କଲ? ତୁମ୍ଭେ କ’ଣ ଜାଣି ପାରିଲ ନାହିଁ, ମୁଁ ସମସ୍ତ ଗୁପ୍ତକଥା ଜାଣିପାରେ। ମୋ'ଠାରୁ ଅନ୍ୟ କୌଣସି ଲୋକ ଏପରି ଭୁଲ୍ କରି ପାରିବ ନାହିଁ।”


ଶାମୁୟେଲ କହିଲେ, “ତୁମ୍ଭେ ଏ କ’ଣ କଲ?” ଶାଉଲ କହିଲେ, “ମୁଁ ଦେଖୁଛି ସୈନିକମାନେ ମୋତେ ତ୍ୟାଗ କରୁଛନ୍ତି ପୁଣି ନିରୂପିତ ସମୟ ମଧ୍ୟରେ ତୁମ୍ଭେ ଆସିଲ ନାହିଁ ଏବଂ ପଲେଷ୍ଟୀୟମାନେ ମି‌କ୍‌ମ‌ସ୍‌ରେ ଏକଜୁଟ ହୋଇଛନ୍ତି।


ଏହି ଆଜ୍ଞାକୁ ବ୍ୟବହାର କରି ପାପ ମୋତେ ମୂର୍ଖ ପ୍ରମାଣିତ କରିବା ପାଇଁ ସୁଯୋଗ ପାଇଲା। ମୋତେ ଆତ୍ମିକ ଭାବରେ ମୃତ କରାଇବାରେ ପାପ ଏହି ଆଜ୍ଞାକୁ ବ୍ୟବହାର କଲା।


ଶାଉଲ କହିଲେ, “ସୈନ୍ୟମାନେ ସେମାନଙ୍କୁ ଅମାଲେକୀୟମାନଙ୍କଠାରୁ ଆଣିଛନ୍ତି। ସୈନ୍ୟମାନେ ଉତ୍ତମ ଗୋରୁ ଓ ମେଷମାନଙ୍କୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ବଳିଦେବା ନିମନ୍ତେ ରଖିଲେ ଓ ଅନ୍ୟମାନଙ୍କୁ ବିନାଶ କଲେ।”


ତେଣୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, “ତୁମ୍ଭେ କାହିଁକି ମୋ’ ପ୍ରତି ଏପରି ମନ୍ଦ ଆଚରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନ ଥିଲ କାହିଁକି?


ମାତ୍ର ଯେବେ ଜଣେ ସ୍ତ୍ରୀ କନ୍ୟା ପ୍ରସବ କରେ, ସେହିଭଳି ସ୍ତ୍ରୀ ଧର୍ମର ଅଶୌଚ ସମୟରେ ରହେ, ସେ ଦୁଇ ସପ୍ତାହ ପାଇଁ ଅଶୁଚି ରହିବ। ତା'ପରେ ତା'ର ଦେହର ରକ୍ତସ୍ରାବରୁ ଶୁଦ୍ଧ ହେବା ପାଇଁ ତାକୁ ଆଉ ଛଅଷଠି ଦିନ ଅପେକ୍ଷା କରିବା ଉଚିତ୍।


ଏଥିରେ ବୃଦ୍ଧ ଭବିଷ୍ୟ‌ଦ୍‌ବକ୍ତା କହିଲେ, “ମୁଁ ମଧ୍ୟ ତୁମ୍ଭ ପରି ଜଣେ ଭବିଷ୍ୟ‌ଦ୍‌ବକ୍ତା।” ତା'ପରେ ସେ ମିଥ୍ୟା କହି ତାଙ୍କୁ ଜଣାଇଲେ, “ଜଣେ ଦୂତ ସଦାପ୍ରଭୁଙ୍କ ଦ୍ୱାରା ପ୍ରେରିତ ହୋଇ ମୋତେ କହିଲେ ତୁମ୍ଭେ ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭ ଗୃହକୁ ନେଇ ତୁମ୍ଭ ସହିତ ଅନ୍ନ ଭୋଜନ ଓ ଜଳପାନ କରାଅ।”


ଯୂନସ ସଦାପ୍ରଭୁଙ୍କଠାରୁ ଦୂରେଇ ଯାଉଥିଲା ବୋଲି ସେହି ନାବିକମାନଙ୍କୁ କହିଲେ। ଯେତେବେଳେ ସେମାନେ ଏ କଥା ଜାଣିଲେ, ସେମାନେ ଭୟଭୀତ ହୋଇ ପଡ଼ିଲେ। ସେମାନେ ଯୂନସକୁ ପଗ୍ଭରିଲେ, “ତୁମ୍ଭେ କି ଭୟଙ୍କର କାର୍ଯ୍ୟ ପରମେଶ୍ୱରଙ୍କ ବିରୁଦ୍ଧରେ କଲ?”


Swiv nou:

Piblisite


Piblisite