Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 27:4 - ପବିତ୍ର ବାଇବଲ

4 ମୁଁ ଯେଉଁ ପରି ଖାଦ୍ୟକୁ ଭଲ ପାଏ ସେହିପରି ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ’ ପାଇଁ ଆଣ। ତହିଁରେ ମୋର ମୃତ୍ୟୁ ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ପୁଣି ମୁଁ ଯେରୂପ ଭଲ ପାଏ, ସେରୂପ ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋʼ ନିକଟକୁ ଆଣ; ତହିଁରେ ମୋହର ପ୍ରାଣ ମୃତ୍ୟୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବ।

Gade chapit la Kopi

ଓଡିଆ ବାଇବେଲ

4 ପୁଣି, ମୁଁ ଯେଉଁପରି ଖାଦ୍ୟ ଭଲ ପାଏ, ସେହିପରି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋ’ ନିକଟକୁ ଆଣ; ତହିଁରେ ମୋହର ପ୍ରାଣ ମୃତ୍ୟୁୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ପୁଣି, ମୁଁ ଯେରୂପ ଖାଦ୍ୟ ଭଲ ପାଏ, ସେହିପରି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଭୋଜନ ନିମନ୍ତେ ମୋʼ ନିକଟକୁ ଆଣ; ତହିଁରେ ମୋହର ପ୍ରାଣ ମୃତ୍ୟୁୁ ପୂର୍ବରେ ତୁମ୍ଭକୁ ଆଶୀର୍ବାଦ କରିବ।”

Gade chapit la Kopi




ଆଦି ପୁସ୍ତକ 27:4
23 Referans Kwoze  

ବିଶ୍ୱାସ କାରଣରୁ ଇସ୍‌ହାକ, ଯାକୁବ ଓ ଏସୌଙ୍କୁ ସେମାନଙ୍କ ଭବିଷ୍ୟତ ବିଷୟରେ ଆଶୀର୍ବାଦ ଦେଲେ।


ଯୋଷେଫ ଆପଣା ପିତାଙ୍କୁ କହିଲେ, “ଏମାନେ ମୋହର ପୁତ୍ର, ପରମେଶ୍ୱର ଏମାନଙ୍କୁ ଏହି ଦେଶରେ ମୋତେ ଦେଇଅଛନ୍ତି।” ତେବେ ଇସ୍ରାଏଲ କହିଲେ, “ବିନୟ କରୁଅଛି, ଏମାନଙ୍କୁ ମୋ’ ନିକଟକୁ ଆଣ। ମୁଁ ଏମାନଙ୍କୁ ଆଶୀର୍ବାଦ କରିବି।”


ଏମାନେ ଇସ୍ରାଏଲର ଦ୍ୱାଦଶ ଗୋଷ୍ଠୀ। ଏମାନଙ୍କ ପିତା ଆଶୀର୍ବାଦ କରିବା ବେଳେ ଏହି କଥା କହି, ଏମାନଙ୍କର ପ୍ରତି ଜଣକୁ ବିଶେଷ ଆଶୀର୍ବାଦ କଲେ।


ଏହା ପରେ ଇ‌ସ୍‌ହାକ କହିଲେ, “ସେହି ଖାଦ୍ୟ ମୋ’ ପାଇଁ ଆଣ। ମୁଁ ତାହାକୁ ଖାଇ ତୁମ୍ଭକୁ ଆଶୀର୍ବାଦ ଦେବି।” ତେଣୁ ଯାକୁବ ତାଙ୍କୁ ଖାଦ୍ୟ ଦେଲେ ଏବଂ ସେ ତାକୁ ଖାଇଲେ। ଏବଂ ଯାକୁବ ତାଙ୍କୁ ଦ୍ରାକ୍ଷାରସ ଦେଲେ, ସେ ତାହା ପିଇଲେ।


ଯୀଶୁ ସେମାନଙ୍କୁ ଆଶୀର୍ବାଦ କରୁଥିବା ସମୟରେ ସେ ଶିଷ୍ୟମାନଙ୍କ ପାଖରୁ ଅଲଗା ହୋଇଗଲେ ଓ ତାହାଙ୍କୁ ସ୍ୱର୍ଗକୁ ନିଆଗଲା।


ତା'ପରେ ଶିମିୟୋନ ସେମାନଙ୍କୁ ଆଶୀର୍ବାଦ କଲେ ଓ ମରିୟମଙ୍କୁ କହିଲେ, “ଏ ବାଳକ ଯୋଗୁଁ ଅନେକ ଯିହୂଦୀଙ୍କର ଉ‌ତ୍‌ଥାନ ଓ ପତନ ହେବ। ସେ ପରମେଶ୍ୱରଙ୍କର ଏକ ଚିହ୍ନ ହେବେ ଓ ତାହା ଲୋକମାନେ ଗ୍ରହଣ କରିବେ ନାହିଁ।


ଏହା ପରେ ଯିହୋଶୂୟ ସେମାନଙ୍କୁ ଆଶୀର୍ବାଦ କଲେ ଓ ପଠେଇ ଦେଲେ। ଏବଂ ସେମାନେ ସେମାନଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ କଲେ।


ଯିହୋଶୂୟ ଯିଫୁନ୍ନିର ପୁତ୍ର କାଲେ‌‌ବ‌ଙ୍କୁ ଆଶୀର୍ବାଦ କଲେ ଏବଂ ହିବ୍ରୋଣ ସହରକୁ ତାଙ୍କୁ ଦେଲେ।


ତୁମ୍ଭର ପିତା କହିଲେ, ‘ମୋ’ ପାଇଁ ମୃଗୟା ମାଂସ ରାନ୍ଧି କରି ମୋତେ ଖୁଆଅ। ମୋ’ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଆଣ, ମୁଁ ତାହା ଖାଇ ମରିବା ପୂର୍ବରୁ ତୁମ୍ଭକୁ ଆଶୀର୍ବାଦ କରିବି।’


ସର୍ବଶକ୍ତିମାନ ପରମେଶ୍ୱର ଆଶୀର୍ବାଦ କରି ଅନେକ ଜନସମାଜ ହେବା ପାଇଁ ଯଥେଷ୍ଟ ବଂଶଧର କରନ୍ତୁ।


ତାଙ୍କର ପିତାଙ୍କ ରୁଚି ଅନୁସାରେ ସେ ଖାଦ୍ୟ ପ୍ରସ୍ତୁତ କଲେ। ଏବଂ ତାହା ତାଙ୍କ ପିତାଙ୍କ ନିକଟକୁ ଆଣିଲେ। ସେ ତାଙ୍କ ପିତାଙ୍କୁ କହିଲେ, “ପିତା, ମୁଁ ତୁମ୍ଭର ପୁତ୍ର, ଉଠ ଏବଂ ମାଂସ ଖାଅ, ମୁଁ ତାହା ତୁମ୍ଭ ପାଇଁ ରାନ୍ଧି ଆଣିଛି। ତା'ପରେ ତୁମ୍ଭେ ମୋତେ ଆଶୀର୍ବାଦ କରିବ।”


ଯାକୁବ ତାଙ୍କର ପିତାଙ୍କ ନିକଟକୁ ଗଲେ ଓ ତାଙ୍କୁ ଚୁମ୍ବନ ଦେଲେ। ଇ‌ସ୍‌ହାକ ତାଙ୍କର ଗନ୍ଧ ବାରି ପାରିଲେ। ତାହା ଏଷୌର ପୋଷାକର ଗନ୍ଧ ଥିଲା। ଏବଂ ଇ‌ସ୍‌ହାକ ତାଙ୍କୁ ଆଶୀର୍ବାଦ ଦେଇ କହିଲେ, “ସଦାପ୍ରଭୁଙ୍କର ଆଶୀର୍ବାଦପ୍ରାପ୍ତ କ୍ଷେତ୍ରର ସୁଗନ୍ଧି ତୁଲ୍ୟ ମୋ’ ପୁତ୍ରର ସୁଗନ୍ଧି।


ଇ‌ସ୍‌ହାକ ତାଙ୍କୁ ଚିହ୍ନି ପାରିଲେ ନାହିଁ, କାରଣ ତା'ର ହାତଗୁଡ଼ିକ ଏଷୌର ଲୋମଶ ହାତ ପରି। ତେଣୁ ସେ ତାଙ୍କୁ ଆଶୀର୍ବାଦ କଲେ।


ଯେତେବେଳେ ରିବିକା ସେହି ସ୍ଥାନ ଛାଡ଼ିଲେ ସେମାନେ ତାଙ୍କୁ ଆଶୀର୍ବାଦ କରି କହିଲେ, “ଆମ୍ଭର ଭଉଣୀ, ତୁମ୍ଭେ ସହସ୍ର ସହସ୍ର ଲୋକଙ୍କର ମାତା ହୁଅ। ଏବଂ ତୁମ୍ଭର ବଂଶଧରମାନେ ତାଙ୍କର ଶତ୍ରୁମାନଙ୍କୁ ପରାସ୍ତ କରି ତାଙ୍କର ନଗର ଅଧିକାର କରନ୍ତୁ।”


ସେ ଅବ୍ରାମଙ୍କୁ ଆଶୀର୍ବାଦ କରି କହିଲେ, “ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ।


ତେଣୁ ଏଷୌ ଶିକାରକୁ ଗଲେ। ରିବିକା ଏହିକଥା ଶୁଣୁଥିଲେ ଯେତେବେଳେ ଇ‌ସ୍‌ହାକ ତାଙ୍କର ବଡ଼ପୁଅ ଏଷୌକୁ କହୁଥିଲେ।


ଆମ୍ଭର ଗୋଠରୁ ଦୁଇଟି ଯୁବା ଛେଳି ଆଣ। ତୁମ୍ଭର ପିତାଙ୍କର ରୁଚି ମୁତାବକ ଖାଦ୍ୟ ମୁଁ ପ୍ରସ୍ତୁତ କରି ଦେବି।


ତେଣୁ ଯାକୁବ ଯାଇ ଦୁଇଟି ଛେଳି ଆଣି ତାଙ୍କର ମାଙ୍କୁ ଦେଲେ। ଏହା ପରେ ତାଙ୍କର ମା’ ତାଙ୍କ ପିତାଙ୍କର ରୁଚି ଅନୁସାରେ ଖାଦ୍ୟ ପ୍ରସ୍ତୁତ କଲେ।


ଏହା ପରେ ରିବିକା ପ୍ରସ୍ତୁତ ଖାଦ୍ୟକୁ ଆଣି ଯାକୁବକୁ ଦେଲେ।


ଯାକୁବ ତାଙ୍କର ପିତାଙ୍କୁ କହିଲେ, “ମୁଁ ଏଷୌ, ତୁମ୍ଭର ପ୍ରଥମ ସନ୍ତାନ ଅଟେ। ତୁମ୍ଭର ବାକ୍ୟ ଅନୁସାରେ ମୁଁ କରିଛି। ବର୍ତ୍ତମାନ ବସି ଶିକାର ମାଂସ ଭୋଜନ କରି ମୋତେ ଆଶୀର୍ବାଦ କର।”


Swiv nou:

Piblisite


Piblisite