Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 26:9 - ପବିତ୍ର ବାଇବଲ

9 ଅବିମେଲକ ଇ‌ସ୍‌ହାକଙ୍କୁ ଡାକି କହିଲେ, “ସେହି ସ୍ତ୍ରୀଲୋକ ଜଣକ ତୁମ୍ଭର ସ୍ତ୍ରୀ। ସେ ତୁମ୍ଭର ଭଉଣୀ ବୋଲି ତୁମ୍ଭେ କାହିଁକି କହିଲ?” ଇ‌ସ୍‌ହାକ ତାଙ୍କୁ କହିଲେ, “ମୁଁ ଭୟ କରିଗଲି। ମୁଁ ଭାବିଲି, ତୁମ୍ଭେ ମୋତେ ହତ୍ୟାକରି ମୋର ସ୍ତ୍ରୀକୁ ନେଇଯିବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତେଣୁ ଅବିମେଲକ ଇସ୍‍ହାକଙ୍କୁ ଡକାଇ କହିଲେ, ସେ ସ୍ତ୍ରୀ ଅବଶ୍ୟ ତୁମ୍ଭର ଭାର୍ଯ୍ୟା; ତେବେ ତୁମ୍ଭେ ତାହାକୁ ଆପଣା ଭଗିନୀ ବୋଲି କିପରି କହିଲ? ସେତେବେଳେ ଇସ୍‍ହାକ ଉତ୍ତର କଲେ, ମୁଁ ଭାବିଲି, କେଜାଣି ତାହା ଲାଗି ମୋହର ମୃତ୍ୟୁ ହେବ।

Gade chapit la Kopi

ଓଡିଆ ବାଇବେଲ

9 ତେଣୁ ଅବିମେଲକ ଇସ୍‍ହାକଙ୍କୁ ଡକାଇ କହିଲେ, “ସେ ସ୍ତ୍ରୀ ଅବଶ୍ୟ ତୁମ୍ଭର ଭାର୍ଯ୍ୟା; ତେବେ ତୁମ୍ଭେ ତାହାକୁ ଆପଣା ଭଗିନୀ ବୋଲି କିପରି କହିଲ ?” ସେତେବେଳେ ଇସ୍‍ହାକ ଉତ୍ତର କଲେ, “ମୁଁ ଭାବିଲି, କେଜାଣି ତାହା ଲାଗି ମୋହର ମୃତ୍ୟୁୁ ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତେଣୁ ଅବିମେଲକ ଇସ୍‌ହାକଙ୍କୁ ଡକାଇ କହିଲେ, “ସେ ସ୍ତ୍ରୀ ଅବଶ୍ୟ ତୁମ୍ଭର ଭାର୍ଯ୍ୟା; ତେବେ ‘ତୁମ୍ଭେ ତାହାକୁ ଆପଣା ଭଗିନୀ’ ବୋଲି କିପରି କହିଲ?” ସେତେବେଳେ ଇସ୍‌ହାକ ଉତ୍ତର କଲେ, “ମୁଁ ଭାବିଲି, କେଜାଣି ତାହା ଲାଗି ମୋହର ମୃତ୍ୟୁୁ ହେବ।”

Gade chapit la Kopi




ଆଦି ପୁସ୍ତକ 26:9
5 Referans Kwoze  

ଇ‌ସ୍‌ହାକ ସେଠାରେ ବହୁ ଦିନ ବାସ କଲାପରେ ଦିନେ ପଲେଷ୍ଟୀୟ ରାଜା ଅବିମେଲକ ଝରକା ଦେଇ ଇ‌ସ୍‌ହାକ ଓ ତାଙ୍କର ସ୍ତ୍ରୀକୁ କୌତୁକ କରିବାର ଦେଖିଲେ।


ଅବିମେଲକ କହିଲେ, “ତୁମ୍ଭେ ଆମ୍ଭକୁ ଖରାପ ବ୍ୟବହାର କଲ। ଯଦି କୌଣସି ଲୋକ ତୁମ୍ଭ ସ୍ତ୍ରୀ ସଙ୍ଗରେ ଅନାୟାସରେ ଶୟନ କରି ଥା’ନ୍ତା। ତାହାହେଲେ ସେ ପାପର ଭାଗୀଦାର ହୋଇଥା’ନ୍ତା।”


ତେଣୁ ଫାରୋ ଅବ୍ରାମଙ୍କୁ ଡାକି କହିଲେ, “ତୁମ୍ଭେ କାହିଁକି ମୋ’ ପ୍ରତି ଏପରି ମନ୍ଦ ଆଚରଣ କଲ? ସାରୀ ତୁମ୍ଭର ସ୍ତ୍ରୀ ବୋଲି ତୁମ୍ଭେ କହି ନ ଥିଲ କାହିଁକି?


ଯୀଶୁ ଉତ୍ତର ଦେଲେ, “ଫିଲି‌ପ୍‌ପ, ମୁଁ ତୁମ୍ଭ ସହିତ ଦୀର୍ଘ ସମୟଧରି ରହିଛି। ସେଥିପାଇଁ ତୁମ୍ଭେ ମୋତେ ଜାଣିବା ଉଚିତ୍। ମୋତେ ଯିଏ ଦେଖିଛି, ସେ ପରମପିତାଙ୍କୁ ମଧ୍ୟ ଦେଖିଛି। ତେଣୁ ତୁମ୍ଭେ ମୋତେ କାହିଁକି କହୁଛ, ‘ଆମ୍ଭକୁ ପରମପିତାଙ୍କୁ ଦେଖାଅ?’


ତା'ପରେ ପିତର ଜାଣି ପାରିଲେ ତାହାଙ୍କୁ ଯାହାସବୁ ଘଟିଗଲା ଏବଂ କହିଲେ, “ମୁଁ ବର୍ତ୍ତମାନ ଜାଣିଲି, ଏହା ପ୍ରକୃତରେ ସତ୍ୟ ଅଟେ। ପ୍ରଭୁ ପ୍ରକୃତରେ ତାହାଙ୍କ ସ୍ୱର୍ଗଦୂତଙ୍କୁ ପଠାଇ ହେରୋଦଙ୍କ କବଳରୁ ମୋତେ ଉଦ୍ଧାର କଲେ ଓ ଯିହୂଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ୟର୍ଥ କଲେ।”


Swiv nou:

Piblisite


Piblisite