Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 26:25 - ପବିତ୍ର ବାଇବଲ

25 ତେଣୁ ଇ‌ସ୍‌ହାକ ଏକ ଯଜ୍ଞବେଦି ସ୍ଥାପନ କରି ସଦାପ୍ରଭୁଙ୍କର ଉପାସନା କଲେ। ଇ‌ସ୍‌ହାକ ସେଠାରେ ତାଙ୍କର ତମ୍ବୁ ପକାଇଲେ। ଏବଂ ତାଙ୍କର ଦାସମାନେ ସେଠାରେ ଏକ କୂପ ଖନନ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

25 ଅନନ୍ତର ଇସ୍‍ହାକ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। ଅନନ୍ତର ସେ ସେହି ସ୍ଥାନରେ ତମ୍ଵୁ ସ୍ଥାପନ କରନ୍ତେ, ତାଙ୍କର ଦାସମାନେ ଗୋଟାଏ କୂପ ଖୋଳିଲେ।

Gade chapit la Kopi

ଓଡିଆ ବାଇବେଲ

25 ଏଥିଉତ୍ତାରେ ଇସ୍‍ହାକ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। ଏଥିଉତ୍ତାରେ ସେ ସେହି ସ୍ଥାନରେ ତମ୍ବୁ ସ୍ଥାପନ କରନ୍ତେ, ତାଙ୍କର ଦାସମାନେ ଗୋଟାଏ କୂପ ଖୋଳିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

25 ଏଥିଉତ୍ତାରେ ଇସ୍‌ହାକ ସେହି ସ୍ଥାନରେ ଯଜ୍ଞବେଦି ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। ଏଥିଉତ୍ତାରେ ସେ ସେହି ସ୍ଥାନରେ ତମ୍ବୁ ସ୍ଥାପନ କରନ୍ତେ, ତାଙ୍କର ଦାସମାନେ ଗୋଟିଏ କୂପ ଖୋଳିଲେ।

Gade chapit la Kopi




ଆଦି ପୁସ୍ତକ 26:25
11 Referans Kwoze  

ମୁଁ ତୁମ୍ଭକୁ ଏକ ଧନ୍ୟବାଦାର୍ଥକ ବଳି ଦେବି। ମୁଁ ସଦାପ୍ରଭୁଙ୍କର ନାମକୁ ଡାକିବି।


ତେଣୁ ଅବ୍ରାମ ତାଙ୍କର ତମ୍ବୁକୁ ସ୍ଥାନାନ୍ତର କଲେ। ସେ ହିବ୍ରୋଣ ନିକଟସ୍ଥ ମମ୍ରିର ଅଲୋନବୃକ୍ଷମୂଳକୁ ଯାଇ ସେଠାରେ ବାସ କଲେ। ସେହି ସ୍ଥାନରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା ପାଇଁ, ଗୋଟିଏ ଯଜ୍ଞବେଦି ସ୍ଥାପନ କଲେ।


ଏହା ପରେ ମୋଶା ଏକ ଯଜ୍ଞବେଦି ସ୍ଥାପନ କଲେ। ମୋଶା ଏହାର ନାମ ଦେଲେ, ଯିହୋବାଃ-ନିଃଷି “ସଦାପ୍ରଭୁ ମୋର ଧ୍ୱଜା ରଖିଲେ।”


ପରମେଶ୍ୱର ଯାକୁବଙ୍କୁ କହିଲେ, “ବୈଥେ‌ଲ୍‌କୁ ଯାଅ, ସେଠାରେ ବାସ କର ଏବଂ ସେଠାରେ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିବା ପାଇଁ ଏକ ଯଜ୍ଞବେଦି ସ୍ଥାପନ କର। ଯିଏ ତୁମ୍ଭ ଭାଇ ଏଷୌଠାରୁ ତୁମ୍ଭର ପଳାୟନ ବେଳେ ଆବିର୍ଭାବ ହୋଇଥିଲେ।”


ପୁଣି ଯାକୁବ ସେଠାରେ ପରମେଶ୍ୱରଙ୍କର ଉପାସନା ପାଇଁ ଏକ ଯଜ୍ଞବେଦି ସ୍ଥାପନ କଲେ। ଯାକୁବ ସେହି ସ୍ଥାନର ନାମ ଦେଲେ, “ଏଲ ଇସ୍ରାଏଲର ପରମେଶ୍ୱର।”


ପରମେଶ୍ୱର କହିଥିବା ସ୍ଥାନକୁ ସେମାନେ ଆସିଲେ। ସେଠାରେ ଅବ୍ରହାମ ଏକ ଯଜ୍ଞବେଦି ସ୍ଥାପନ କଲେ ଏବଂ ତାହା ଉପରେ କାଠ ସଜାଡ଼ିଲେ। ଏହା ପରେ ଅବ୍ରହାମ ଇ‌ସ୍‌ହାକକୁ ବାନ୍ଧି ଯଜ୍ଞବେଦିର କାଠ ଉପରେ ଶୁଆଇ ଦେଲେ।


ସେହି ସ୍ଥାନରେ ପୂର୍ବରୁ ଅବ୍ରାମ ଏକ ଯଜ୍ଞବେଦି ନିର୍ମାଣ କରିଥିଲେ। ତେଣୁ ସେଠାରେ ଅବ୍ରାମ ସଦାପ୍ରଭୁଙ୍କର ଉପାସନା କଲେ।


ଏହା ପରେ ନୋହ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ସ୍ଥାପନ କଲେ। ନୋହ ସେଥିରେ ଶୁଚିପଶୁ ଓ ପକ୍ଷୀମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଦେଲେ।


ଶେଥର ଏକ ପୁତ୍ର ଥିଲା, ସେ ତା'ର ନାମ ଈନୋଶ ଦେଇଥିଲା। ଏହି ସମୟରେ ମନୁଷ୍ୟମାନେ ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କରିବାକୁ ଆରମ୍ଭ କଲେ।


ସେହି ଦିନ ଇ‌ସ୍‌ହାକଙ୍କର ଦାସମାନେ ଆସି କହିଲେ ଯେ ସେମାନେ ଏକ କୂପ ଖନନ କରିଛନ୍ତି। ଦାସମାନେ କହିଲେ, “ଆମ୍ଭେ ସେ କୂଅରୁ ପାଣି ବାହାର କରିଅଛୁ।”


Swiv nou:

Piblisite


Piblisite