Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 24:53 - ପବିତ୍ର ବାଇବଲ

53 ଏହା ପରେ ରିବିକା ପାଇଁ ଆଣିଥିବା ସବୁ ଉପହାର ତାଙ୍କୁ ଦେଲେ। ସେ ମଧ୍ୟ ତାଙ୍କୁ ସୁନ୍ଦର ବସ୍ତ୍ର ଓ ସୁନାରୂପା ଅଳଙ୍କାର ତାଙ୍କୁ ଦେଲେ। ସେ ମଧ୍ୟ ବହୁ ଦାମିକା ଉପହାର ତାଙ୍କ ମା ଓ ଭାଇକୁ ଦେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

53 ଅନନ୍ତର ସେହି ଦାସ ରୂପା ଓ ସୁନାର ଆଭରଣ ଓ ବସ୍ତ୍ର ବାହାର କରି ରିବିକାକୁ ଦେଲା; ପୁଣି ତାହାର ଭ୍ରାତା ଓ ମାତାକୁ ହିଁ ବହୁମୂଲ୍ୟ ଦ୍ରବ୍ୟ ଦେଲା।

Gade chapit la Kopi

ଓଡିଆ ବାଇବେଲ

53 ଏଥିଉତ୍ତାରେ ସେହି ଦାସ ରୂପା ଓ ସୁନାର ଆଭରଣ ଓ ବସ୍ତ୍ର ବାହାର କରି ରିବିକାକୁ ଦେଲା; ପୁଣି, ତାହାର ଭ୍ରାତା ଓ ମାତାକୁ ମଧ୍ୟ ବହୁମୂଲ୍ୟ ଦ୍ରବ୍ୟ ଦେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

53 ଏଥିଉତ୍ତାରେ ସେହି ଦାସ ରୂପା ଓ ସୁନାର ଆଭରଣ ଓ ବସ୍ତ୍ର ବାହାର କରି ରିବିକାକୁ ଦେଲା; ପୁଣି, ତାହାର ଭ୍ରାତା ଓ ମାତାକୁ ମଧ୍ୟ ବହୁମୂଲ୍ୟ ଦ୍ରବ୍ୟ ଦେଲା।

Gade chapit la Kopi




ଆଦି ପୁସ୍ତକ 24:53
11 Referans Kwoze  

ଓଟମାନେ ପାଣି ପିଇ ସାରିବା ପରେ ସେହି ଦାସ ରିବିକାଙ୍କୁ ଏକ ସୁନା ନଥ ପ୍ରଦାନ କଲେ ଯାହାର ଓଜନ ଅଧଭରି ଥିଲା। ଏବଂ ତା'ର ହାତ ପାଇଁ ଦୁଇଟି ବଳା ଯାହାର ଓଜନ ଦଶ ଭରି ଥିଲା।


ସେହି ଦାସ ଅବ୍ରହାମଙ୍କର ଦଶଟା ଓଟ ନେଇ ସେହି ସ୍ଥାନ ପରିତ୍ୟାଗ କଲେ। ସମସ୍ତ ପ୍ରକାରର ସୁନ୍ଦର ଉପହାରଗୁଡ଼ିକ ବହନ କରି ନେଲେ। ସେହି ଦାସ ନାହୋର, ଅରାମନହରୟିମର ନଗରକୁ ଯାତ୍ରା କଲେ।


ଏହା ପରେ ଇସ୍ରାଏଲୀୟ ଲୋକମାନେ ମୋଶାଙ୍କର ଆଜ୍ଞାନୁସାରେ ଗଲେ। ସେମାନେ ତାଙ୍କର ମିଶରୀୟ ପଡ଼ୋଶୀମାନଙ୍କ ନିକଟକୁ ଗଲେ ଓ ସେମାନଙ୍କୁ ରୂପା ଅଳଙ୍କାର, ସ୍ୱର୍ଣ୍ଣ ଅଳଙ୍କାର ଏବଂ ଲୁଗା ମାଗିଲେ।


ତୁମ୍ଭେ ଏହି ବାର୍ତ୍ତା ଇସ୍ରାଏଲୀୟମାନଙ୍କୁ ଦିଅ। ‘ପ୍ରତ୍ୟେକ ପୁରୁଷ ଆପଣା ପ୍ରତିବାସୀଠାରୁ ଏବଂ ପ୍ରତ୍ୟେକ ସ୍ତ୍ରୀ ଆପଣା ପ୍ରତିବାସିନୀଠାରୁ ରୌପ୍ୟ ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ମାଗି ନିଅନ୍ତୁ।


“ସମସ୍ତ ଇସ୍ରାଏଲୀୟ ସ୍ତ୍ରୀ ଆପଣା ପ୍ରତିବାସିନୀ ଓ ଆପଣା ଗୃହପ୍ରବାସିନୀ ସ୍ତ୍ରୀ ନିକଟରୁ ରୌପ୍ୟ, ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ଓ ବସ୍ତ୍ର ମାଗି ନେଇଯିବ, ପୁଣି ତାହା ତୁମ୍ଭେମାନେ ଆପଣା ପୁତ୍ରକନ୍ୟାଙ୍କୁ ପିନ୍ଧାଇବ। ଏହିପରି ଭାବରେ ତୁମ୍ଭେମାନେ ମିଶରୀୟ ଲୋକମାନଙ୍କ ଦ୍ରବ୍ୟ ହରଣ କରିବ।”


ଏଥିରେ ହିଜକିୟ ଅତିଶୟ ସନ୍ତୁଷ୍ଟ ହୋଇ ନିଜର ବହୁମୂଲ୍ୟ ପଦାର୍ଥର ଗୃହ, ରୂପା, ସୁନା, ସୁଗନ୍ଧିତ ଦ୍ରବ୍ୟ, ବହୁମୂଲ୍ୟ ତୈଳ, ନିଜର ଅସ୍ତ୍ରାଗାର ଓ ଆପଣା ଭଣ୍ଡାର ସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲେ। ହିଜକିୟ ଯାହା ସେମାନଙ୍କୁ ନ ଦେଖାଇଲା ତାହା ତା'ର ଗୃହରେ କିମ୍ବା ସମଗ୍ର ରାଜ୍ୟରେ ନ ଥିଲା।


ତୁମ୍ଭର ଗ୍ଭରାଗଛଗୁଡ଼ିକ ପ୍ରାଙ୍ଗଣରେ ବହୁମୂଲ୍ୟ ଡାଳିମ୍ବ ବୃକ୍ଷ ତୁଲ୍ୟ। ସେଠାରେ ହେନା ଗ୍ଭରାଗଛ ଅଛି।


ସେମାନଙ୍କର ପଡ଼ୋଶୀମାନେ ସେମାନଙ୍କୁ ରୂପା, ସୁନା, ପଶୁ ଏବଂ ଅନ୍ୟାନ୍ୟ ବହୁମୂଲ୍ୟ ଦ୍ରବ୍ୟ ସ୍ୱେଚ୍ଛାଦତ୍ତ ନୈବେଦ୍ୟ ସହିତ ଦେଲେ।


ଯିହୋଶାଫଟ୍ ତାଙ୍କର ପୁତ୍ରମାନଙ୍କୁ ରୂପା, ସୁନା ଓ ଅନେକ ବହୁମୂଲ୍ୟ ପଦାର୍ଥ ଉପହାର ଦେଇଥିଲେ। ସେ ସେମାନଙ୍କୁ ଯିହୁଦାର ଦୃଢ଼ ଦୁର୍ଗମାନ ମଧ୍ୟ ପ୍ରଦାନ କରିଥିଲେ। କିନ୍ତୁ ଯିହୋଶାଫଟ୍, ଯିହୋରା‌ମଙ୍କୁ ରାଜ୍ୟ ଦେଲେ, କାରଣ ସେ ତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲେ।


ତୁମ୍ଭର ଗାଲରେ ଗଣ୍ଡ ଯୁଗଳ, ତୁମ୍ଭ ଗଳା ଦେଶରେ ରତ୍ନହାରରେ ସୁଶୋଭିତ।


Swiv nou:

Piblisite


Piblisite