Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 24:44 - ପବିତ୍ର ବାଇବଲ

44 ସେହି କନ୍ୟାଟି ମୋତେ ସ୍ୱତନ୍ତ୍ର ଧରଣର ଉତ୍ତର ଦେଇ କହିବ, “ପାଣି ପିଅନ୍ତୁ। ଏବଂ ମୁଁ ମଧ୍ୟ ତୁମ୍ଭ ଓଟମାନଙ୍କୁ ଜଳପାନ କରାଇବି।” ଏହି ଉପାୟରେ ମୁଁ ଜାଣିବି ଯେ ସେହି ଝିଅଟିକୁ ସଦାପ୍ରଭୁ, ମୋର ପ୍ରଭୁଙ୍କର ପୁତ୍ର ପାଇଁ ବାଛି ଅଛନ୍ତି।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

44 ପୁଣି ସେ କନ୍ୟା ଯେବେ କହେ, ତୁମ୍ଭେ ପାନ କର ଓ ତୁମ୍ଭ ଓଟମାନଙ୍କ ନିମନ୍ତେ ହେଁ ଜଳ କାଢ଼ି ଦେବି; ତେବେ ସେ ମୋʼ କର୍ତ୍ତାଙ୍କ ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଦ୍ଵାରା ନିରୂପିତା କନ୍ୟା ହେଉ।

Gade chapit la Kopi

ଓଡିଆ ବାଇବେଲ

44 ପୁଣି, ସେ କନ୍ୟା ଯଦି କହେ, ତୁମ୍ଭେ ପାନ କର ଓ ତୁମ୍ଭ ଓଟମାନଙ୍କ ନିମନ୍ତେ ହେଁ ପାଣି କାଢ଼ି ଦେବି; ତେବେ ସେ ମୋ’ କର୍ତ୍ତାଙ୍କ ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଦ୍ୱାରା ନିରୂପିତା କନ୍ୟା ହେଉ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

44 ପୁଣି, ସେ କନ୍ୟା ଯଦି କହେ, ତୁମ୍ଭେ ପାନ କର ଓ ତୁମ୍ଭ ଓଟମାନଙ୍କ ନିମନ୍ତେ ହେଁ ପାଣି କାଢ଼ି ଦେବି; ତେବେ ସେ ମୋʼ କର୍ତ୍ତାଙ୍କ ପୁତ୍ର ନିମନ୍ତେ ସଦାପ୍ରଭୁଙ୍କ ଦ୍ୱାରା ନିରୂପିତା କନ୍ୟା ହେଉ।’

Gade chapit la Kopi




ଆଦି ପୁସ୍ତକ 24:44
11 Referans Kwoze  

ମୁଁ ଅପେକ୍ଷା କଲି ତୁମ୍ଭର ଚିହ୍ନ ପାଇଁ କିଏ ଇ‌ସ୍‌ହାକର ସ୍ତ୍ରୀ ହେବ। ମୁଁ ସେହି ଝିଅକୁ କହିବି ‘ଦୟାକରି ତୁମ୍ଭର ପାତ୍ର ମୋ’ ଆଡ଼କୁ ତଳମୁହାଁ କର। ଯେପରି ମୁଁ ପାଣି ପିଇ ପାରିବି।’ ମୁଁ ଜାଣି ପାରିବି ସେହି ହେଉଛି ଉପଯୁକ୍ତ ପାତ୍ରୀ ଯିଏ କହିବ, ‘ପାଣି ପିଅ ଏବଂ ମୁଁ ତୁମ୍ଭର ଓଟମାନଙ୍କୁ ମଧ୍ୟ ପାଣି ଦେବି।’ ଯଦି ଏହିପରି ହୁଏ, ତେବେ ମୁଁ ଜାଣିବି ସେ ହେଉଛି ଇ‌ସ୍‌ହାକ ପାଇଁ ଉପଯୁକ୍ତ କନ୍ୟା। ଏବଂ ମୁଁ ଜାଣିବି ତୁମ୍ଭେ ମୋର ମୁନିବଙ୍କ ଉପରେ ଦୟା କଲ।”


ଅତଏବ ସମସ୍ତେ ମିଳିମିଶି ଶାନ୍ତିରେ ରହିବା ଉଚିତ୍। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ।


ନିଜ ଘରେ ସ୍ୱାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାଯ୍ୟ କରିବା କଥା ମନେରଖ। କେତେବେଳେ ଏହିପରି କରି ଅଜଣାତରେ ସ୍ୱର୍ଗଦୂତମାନଙ୍କୁ ସାହାଯ୍ୟ କରିଛନ୍ତି।


ଭଲ କାମ କରିବା ଦ୍ୱାରା ନିଜକୁ ସୁନ୍ଦର ଭାବେ ସୁଶୋଭିତ କରନ୍ତୁ। ପରମେଶ୍ୱରଙ୍କ ଉପାସନା କରୁଛୁ ବୋଲି କହୁଥିବା ସ୍ତ୍ରୀଲୋକେ ନିଜକୁ ଏହିରୂପରେ ସୁନ୍ଦର ଭାବେ ସଜାଇବା ଆବଶ୍ୟକ।


ମାତ୍ର ଜଣେ ମହାତ୍ମା ଉତ୍ତମ କଥା କଳ୍ପନା କରେ ଓ ସେହି ଉତ୍ତମ ଆଚରଣରେ ସେ ସ୍ଥିର ରହେ।


ଗୃହ ଓ ଧନ ପିତୃ ଲୋକଙ୍କଠାରୁ ପ୍ରାପ୍ତ ଅଧିକାର। ମାତ୍ର ବୁଦ୍ଧିମତା ସ୍ତ୍ରୀ ସଦାପ୍ରଭୁଙ୍କଠାରୁ ପ୍ରାପ୍ତ ହୁଏ।


ଯେଉଁ ଲୋକ ଭାର୍ଯ୍ୟା ପାଏ, ସେ ଉତ୍ତମ ବସ୍ତୁ ପାଏ ଓ ସଦାପ୍ରଭୁଙ୍କଠାରୁ ଅନୁଗ୍ରହ ପାଏ।


ନିଷ୍ପତ୍ତି ପାଇଁ ଗୁଲିବାଣ୍ଟ ପଡ଼େ, କିନ୍ତୁ ନିଷ୍ପତ୍ତି ସଦାପ୍ରଭୁଙ୍କଠାରୁ ଆସେ।


ସଦାପ୍ରଭୁ ପରମେଶ୍ୱର ମନୁଷ୍ୟର ପଞ୍ଜରା ହାଡ଼ରୁ ଏକ ସ୍ତ୍ରୀ ନିର୍ମାଣ କଲେ ଏବଂ ମନୁଷ୍ୟ ନିକଟକୁ ତାହାକୁ ଆଣିଲେ।


ମୁଁ ସେହି କୂପ ନିକଟରେ ଠିଆ ହେଲି ଏବଂ ଜଣେ ନିରୂପିତ କନ୍ୟାକୁ ଅପେକ୍ଷା କଲି, ଯିଏ ଏଠାକୁ ପାଣି ପାଇଁ ଆସିବ। ଏହା ପରେ ମୁଁ କହିଲି, “ଦୟାକରି ମୋତେ ତୁମ୍ଭ ପାତ୍ରରୁ ଜଳପାନ କରିବାକୁ ଦିଅ।”


“ମୋର ନୀରବର ପ୍ରାର୍ଥନା ସରିବା ପୂର୍ବରୁ ରିବିକା କାନ୍ଧରେ ଜଳପାତ୍ର ଧରି କୂଅମୂଳକୁ ଆସିଲେ। ସେ ଜଳପାତ୍ର କୂଅ ଭିତରକୁ ପକାଇଲେ ଏବଂ କିଛି ଜଳ କାଢ଼ିଲେ।


Swiv nou:

Piblisite


Piblisite