Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 24:10 - ପବିତ୍ର ବାଇବଲ

10 ସେହି ଦାସ ଅବ୍ରହାମଙ୍କର ଦଶଟା ଓଟ ନେଇ ସେହି ସ୍ଥାନ ପରିତ୍ୟାଗ କଲେ। ସମସ୍ତ ପ୍ରକାରର ସୁନ୍ଦର ଉପହାରଗୁଡ଼ିକ ବହନ କରି ନେଲେ। ସେହି ଦାସ ନାହୋର, ଅରାମନହରୟିମର ନଗରକୁ ଯାତ୍ରା କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ଅନନ୍ତର ସେହି ଦାସ ଆପଣା ପ୍ରଭୁର ଓଟମାନଙ୍କ ମଧ୍ୟରୁ ଦଶଟା ଓଟ ଓ ଆପଣା ପ୍ରଭୁର ସର୍ବପ୍ରକାର ଉତ୍ତମ ଦ୍ରବ୍ୟ ହସ୍ତରେ ଘେନି ପ୍ରସ୍ଥାନ କରି ଅରାମନହରୟିମ୍ ଦେଶର ନାହୋର ନଗରକୁ ଯାତ୍ରା କଲା।

Gade chapit la Kopi

ଓଡିଆ ବାଇବେଲ

10 ଏଥିଉତ୍ତାରେ ସେହି ଦାସ ଆପଣା ପ୍ରଭୁର ଓଟମାନଙ୍କ ମଧ୍ୟରୁ ଦଶଟା ଓଟ ଓ ଆପଣା ପ୍ରଭୁର ସର୍ବପ୍ରକାର ଉତ୍ତମ ଦ୍ରବ୍ୟ ହସ୍ତରେ ଘେନି ପ୍ରସ୍ଥାନ କରି ଅରାମନହରୟିମ୍‍ ଦେଶର ନାହୋର ନଗରକୁ ଯାତ୍ରା କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଏଥିଉତ୍ତାରେ ସେହି ଦାସ ଆପଣା ପ୍ରଭୁର ଓଟମାନଙ୍କ ମଧ୍ୟରୁ ଦଶଟା ଓଟ ଓ ଆପଣା ପ୍ରଭୁର ସର୍ବପ୍ରକାର ଉତ୍ତମ ଦ୍ରବ୍ୟ ହସ୍ତରେ ଘେନି ପ୍ରସ୍ଥାନ କରି ଅରାମନହରୟିମ୍‍ ଦେଶର ନାହୋର ନଗରକୁ ଯାତ୍ରା କଲା।

Gade chapit la Kopi




ଆଦି ପୁସ୍ତକ 24:10
19 Referans Kwoze  

କାରଣ ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ସେହି ସମୟରେ ସେମାନେ ଅନ୍ନଜଳ ସହିତ ତୁମ୍ଭମାନଙ୍କୁ ପଥରେ ଭେଟିଲେ ନାହିଁ। ପୁଣି ସେମାନେ ତୁମ୍ଭମାନଙ୍କୁ ଶାପଦେବା ନିମନ୍ତେ ମେସୋପଟାମିଆର ପଥୋର ସହର ନିବାସୀ ବିଲିୟମକୁ ପାରଶ୍ରମିକ ଦେଲେ।


ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଙ୍ଗରେ ନେଲା। ଏବଂ ସେ ସମସ୍ତେ କଲଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ବସତି ସ୍ଥାପନ କଲେ।


ଆମ୍ଭେ ଏଠାକୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛୁ। ପାର୍ଥୀୟ, ମାଦୀୟ ଓ ଏଲାମୀୟ ପୁଣି ମେସପତାମିଆର ଲୋକମାନେ,


ଅମ୍ମୋନୀୟ ଲୋକମାନେ ଦେଖିଲେ ଯେ, ସେମାନେ ନିଜକୁ ଦାଉଦଙ୍କର ଅତ୍ୟନ୍ତ ଘୃଣ୍ୟ ଶତ୍ରୁ କରିଅଛନ୍ତି। ଏହା ପରେ ହାନୂନ୍ ଓ ଅମ୍ମୋନୀୟ ଏକ ସହସ୍ର ତାଳନ୍ତ ରୂପା ଦେଇ ମେସୋପଟେମିୟାର ଅରାମସ୍ଥ ମାଖାରୁ ଓ ସୋବାରୁ ରଥ ଓ ରଥଗ୍ଭଳକମାନଙ୍କୁ କିଣିଲେ।


ଏହା ପରେ ଯାକୁବ ତାଙ୍କର ଯାତ୍ରା ଗ୍ଭଲୁ ରଖିଲେ, ସେ ପୂର୍ବଦିଗସ୍ଥ ଦେଶକୁ ଗଲେ।


ତେଣୁ ହେ ମୋର ପୁତ୍ର ମୁଁ ଯେମନ୍ତ କହୁଛି, ସେହିପରି କର। ମୋର ଭ୍ରାତା ଲାବନ ହାରଣରେ ବାସ କରୁଛି। ତୁମ୍ଭେ ତା’ ପାଖରେ ଯାଇ ଲୁଚ।


ଅବ୍ରହାମଙ୍କର ପୁରୁଣା ଗ୍ଭକର ଅବ୍ରହାମଙ୍କର ପ୍ରତ୍ୟେକ ଦ୍ରବ୍ୟର ଦାୟିତ୍ୱରେ ଥିଲା। ଅବ୍ରହାମ ତାଙ୍କୁ ଡାକିଲେ ଏବଂ କହିଲେ, “ମୋର ଜଙ୍ଘତଳେ ତୁମ୍ଭର ହସ୍ତ ଦିଅ ଏବଂ ପ୍ରତିଜ୍ଞା କର।


ଏହା ପରେ ଅବ୍ରାମ ଓ ନାହୋର ଉଭୟ ବିବାହ କଲେ। ଅବ୍ରାମଙ୍କ ସ୍ତ୍ରୀର ନାମ ସାରୀ ଏବଂ ନାହୋରର ସ୍ତ୍ରୀ ମି‌ଲ୍‌କା, ହାରୋଣର କନ୍ୟା। ହାରୋଣର ଅନ୍ୟ ଝିଅର ନାମ ଯିସ୍କା।


ତେରହ ହାରଣ ନଗରରେ ଥାଇ 205 ବର୍ଷରେ ମଲା।


ଓଟମାନେ ପାଣି ପିଇ ସାରିବା ପରେ ସେହି ଦାସ ରିବିକାଙ୍କୁ ଏକ ସୁନା ନଥ ପ୍ରଦାନ କଲେ ଯାହାର ଓଜନ ଅଧଭରି ଥିଲା। ଏବଂ ତା'ର ହାତ ପାଇଁ ଦୁଇଟି ବଳା ଯାହାର ଓଜନ ଦଶ ଭରି ଥିଲା।


ଏହା ପରେ ରିବିକା ପାଇଁ ଆଣିଥିବା ସବୁ ଉପହାର ତାଙ୍କୁ ଦେଲେ। ସେ ମଧ୍ୟ ତାଙ୍କୁ ସୁନ୍ଦର ବସ୍ତ୍ର ଓ ସୁନାରୂପା ଅଳଙ୍କାର ତାଙ୍କୁ ଦେଲେ। ସେ ମଧ୍ୟ ବହୁ ଦାମିକା ଉପହାର ତାଙ୍କ ମା ଓ ଭାଇକୁ ଦେଲେ।


ଯାକୁବ ଦେଖିଲେ, ସେହି ଭୂମିରେ ଏକ କୂପ। ମେଷମାନେ, ସେହି କୂପ ନିକଟରେ ବିଶ୍ରାମ ନେଉଥିଲେ। ଏହା ହେଉଛି ସେହି ସ୍ଥାନ, ମେଷମାନେ ଜଳପାନ କରୁଥିଲେ। ଗୋଟିଏ ବଡ଼ ଶୀଳାଖଣ୍ଡ କୂପର ମୁହଁ ଘୋଡ଼ାଇ ରଖିଥିଲା।


ତେରହର ସତୁରି ବର୍ଷ ବୟସରେ ତା'ର ପୁତ୍ର ଅବ୍ରାମ, ନାହୋର ଓ ହାରଣ ଜନ୍ମ ହେଲେ।


ଏହିସବୁ ଘଟଣା ଘଟିଯିବା ପରେ, ଅବ୍ରହାମଙ୍କୁ ଏକ ବାର୍ତ୍ତା ପଠାଗଲା। ବାର୍ତ୍ତାଟି ଏହିପରି ଥିଲା, “ତୁମ୍ଭର ଭାଇ ନାହୋର ଏବଂ ତା'ର ସ୍ତ୍ରୀ ମି‌ଲ୍‌କା ସନ୍ତାନ ପ୍ରସବ କରିଅଛି।


Swiv nou:

Piblisite


Piblisite