Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 23:9 - ପବିତ୍ର ବାଇବଲ

9 ସେ ହୁଏତ ମ‌କ୍‌ପେଲାର ଗୁମ୍ଫା ଉଚିତ୍ ମୂଲ୍ୟରେ ମୋତେ ବିକି ଦେବେ, ଯାହା ତାଙ୍କର ଅଛି, ତାଙ୍କର କ୍ଷେତର ଶେଷ ଭାଗରେ ଯାହା ଅଛି। ମୁଁ ଗ୍ଭହେଁ ତୁମ୍ଭେମାନେ ସମସ୍ତେ ଏହି ଦିଆନିଆର ସାକ୍ଷୀ ହୁଅ। ମୁଁ ଏହାକୁ କବର ସ୍ଥାନ ରୂପେ ବ୍ୟବହାର କରିବା ପାଇଁ କ୍ରୟ କରୁଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସେ ଆପଣମାନଙ୍କ ମଧ୍ୟରେ ମୋହର କବର ସ୍ଥାନ ଅଧିକାର ନିମନ୍ତେ ମକ୍ପେଲାରେ ତାଙ୍କ କ୍ଷେତ୍ରପ୍ରାନ୍ତରେ ଥିବା ଗୁହା ମୋତେ ଦିଅନ୍ତୁ; ତହିଁରେ ଯେତେ ମୂଲ୍ୟ ହୁଏ, ତାହା ନେଇ ଦିଅନ୍ତୁ।

Gade chapit la Kopi

ଓଡିଆ ବାଇବେଲ

9 ସେ ଆପଣମାନଙ୍କ ମଧ୍ୟରେ ମୋହର କବର ସ୍ଥାନ ଅଧିକାର ନିମନ୍ତେ ମକ୍‍ପେଲାରେ ତାଙ୍କ କ୍ଷେତ୍ର ପ୍ରାନ୍ତରେ ଥିବା ଗୁହା ମୋତେ ଦିଅନ୍ତୁ; ତହିଁରେ ଯେତେ ମୂଲ୍ୟ ହୁଏ, ତାହା ନେଇ ଦିଅନ୍ତୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସେ ଆପଣମାନଙ୍କ ମଧ୍ୟରେ ମୋହର କବର ସ୍ଥାନ ଅଧିକାର ନିମନ୍ତେ ମକ୍‍ପେଲାରେ ତାଙ୍କ କ୍ଷେତ୍ର ପ୍ରାନ୍ତରେ ଥିବା ଗୁହା ମୋତେ ଦିଅନ୍ତୁ; ତହିଁରେ ଯେତେ ମୂଲ୍ୟ ହୁଏ, ତାହା ନେଇ ଦିଅନ୍ତୁ।”

Gade chapit la Kopi




ଆଦି ପୁସ୍ତକ 23:9
10 Referans Kwoze  

କାହାର ଋଣୀ ହୁଅ ନାହିଁ। କିନ୍ତୁ ପରସ୍ପର ପ୍ରତି ପ୍ରେମର ଋଣରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବାସିକୁ ପ୍ରେମ କରେ ସେ ସମ୍ପୂର୍ଣ୍ଣ ବ୍ୟବସ୍ଥା ମାନିଛି।


ମନ୍ଦ ପ୍ରତିବଦଳରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସେହିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ।


“ମୁଁ ତୁମ୍ଭମାନଙ୍କ ଦେଶରେ ଏକା ବିଦେଶୀ ଅଟେ। ମୋର ସ୍ତ୍ରୀକୁ କବର ଦେବା ପାଇଁ ସ୍ଥାନ ମୋର ନାହିଁ। ଦୟାକରି ମୋର ସ୍ତ୍ରୀ ପାଇଁ କବର ସ୍ଥାନରେ ମୋତେ ଅଧିକାର ଦିଅ।”


ଅବ୍ରହାମ ସେମାନଙ୍କୁ କହିଲେ, “ଯଦି ତୁମ୍ଭେମାନେ ମୋର ସ୍ତ୍ରୀକୁ କବର ଦେବା ପାଇଁ ସାହାଯ୍ୟ କରିବାକୁ ଗ୍ଭହୁଁଥାଅ। ତେବେ ତୁମ୍ଭେମାନେ ସୋହରର ପୁତ୍ର ଇଫ୍ରୋଣ ନିକଟରେ ନିବେଦନ କର।


ସେହି ସମୟରେ ଇଫ୍ରୋଣ ସେହି ଲୋକମାନଙ୍କ ମଧ୍ୟରେ ବସିଥିଲା। ତେଣୁ ହେତର ଇଫ୍ରୋଣ ଆପଣା ନଗର ବହିଃଦ୍ୱାର ପ୍ରବେଶକାରୀ ହେତର ସନ୍ତାନ ସମସ୍ତଙ୍କ ସାକ୍ଷାତରେ ଅବ୍ରହାମଙ୍କୁ ଉତ୍ତର ଦେଲା।


ଯେହେତୁ ଅବ୍ରହାମ ହେତୀୟ ସନ୍ତାନମାନଙ୍କ ନିକଟରୁ ସେହି କ୍ଷେତ୍ର କ୍ରୟ କରିଥିଲେ। ସେହି ସ୍ଥାନରେ ଅବ୍ରହାମଙ୍କୁ ତାଙ୍କ ସ୍ତ୍ରୀ ସାରାଙ୍କ ସହିତ କବର ଦିଆଗଲା।


ଏହା ପରେ ଇସ୍ରାଏଲ ତାଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ମୁଁ ଯେତେବେଳେ ମରିବି, ମୋର ପୂର୍ବପୁରୁଷମାନଙ୍କ ସହିତ ମୋତେ ଇଫ୍ରୋଣର ହେତୀୟ କ୍ଷେତରେ କବର ଦିଅ।


ଯାକୁବର ପୁତ୍ରମାନେ ତାହାଙ୍କୁ କିଣାନ ଦେଶକୁ ନେଇ ମ‌କ୍‌ପେଲା କ୍ଷେତ୍ରର ଗୁହାରେ କବର ଦେଲେ। ମମ୍ରି ନିକଟସ୍ଥ ସେହି ଗୁହା କ୍ଷେତ୍ର ସମାଧି ଭୂମିରୂପେ ଇଫ୍ରୋଣ ଓ ହେତୀୟଠାରୁ ଅବ୍ରହାମଙ୍କ ଦ୍ୱାରା କିଣା ଯାଇଥିଲା।


ଦାଉଦ ଅରଣ‌ନଙ୍କୁ କହିଲେ, “ତୁମ୍ଭର ଶସ୍ୟଦଳିବା ସ୍ଥାନକୁ ମୋତେ ବିକ୍ରୀ କର। ମୁଁ ତୁମ୍ଭକୁ ତାହାର ସମ୍ପୂର୍ଣ୍ଣ ମୂଲ୍ୟ ଦେବି। ତେବେ ମୁଁ ସଦାପ୍ରଭୁଙ୍କ ନିମନ୍ତେ ଏକ ଯଜ୍ଞବେଦି ନିର୍ମାଣ କରିବି। ଆଉ ତା'ପରେ ଏହି ମହାମାରୀ ଦୂର ହେବ।”


କିନ୍ତୁ ରାଜା ଦାଉଦ ଅରଣ‌ନଙ୍କୁ ଉତ୍ତର ଦେଲେ, “ନା, ମୁଁ ତୁମ୍ଭକୁ ସମ୍ପୂର୍ଣ୍ଣ ମୂଲ୍ୟ ଦେବି। ମୁଁ ତୁମ୍ଭଠାରୁ କିଛି ନେଇ ସଦାପ୍ରଭୁଙ୍କୁ ଦେବି ନାହିଁ। ମୁଁ ବିନା ମୂଲ୍ୟରେ ନୈବେଦ୍ୟ ଉତ୍ସର୍ଗ କରିବି ନାହିଁ।”


Swiv nou:

Piblisite


Piblisite