Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 23:6 - ପବିତ୍ର ବାଇବଲ

6 “ହେ ପ୍ରଭୋ, ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ପରମେଶ୍ୱରଙ୍କର ଏକମାତ୍ର ପରାକ୍ରାନ୍ତ। ତୁମ୍ଭେ ଆମ୍ଭମାନଙ୍କ କବର ସ୍ଥାନରେ ଯେକୌଣସି ସ୍ଥାନରେ କବର ଦେଇ ପାରିବ। ତୁମ୍ଭର ସ୍ତ୍ରୀଙ୍କ କବର ପାଇଁ ଆମ୍ଭେ କେହି ଅଟକାଇବୁ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆପଣ ଆମ୍ଭମାନଙ୍କ ମଧ୍ୟରେ ପରାକ୍ରାନ୍ତ ରାଜା ଅଟନ୍ତି; ଏବେ ଆମ୍ଭମାନଙ୍କ ଉତ୍ତମ କବର ସ୍ଥାନ ମଧ୍ୟରେ ଆପଣା ମୃତା ଭାର୍ଯ୍ୟାକୁ କବର ଦେଉନ୍ତୁ; ଆମ୍ଭମାନଙ୍କ ମଧ୍ୟରୁ କେହି ନିଜ କବରରେ ଆପଣଙ୍କ ମୃତା ଭାର୍ଯ୍ୟାକୁ ରଖିବା ପାଇଁ ନିଷେଧ କରିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

6 ଆପଣ ଆମ୍ଭମାନଙ୍କ ମଧ୍ୟରେ ପରାକ୍ରାନ୍ତ ରାଜା ଅଟନ୍ତି; ଏବେ ଆମ୍ଭମାନଙ୍କ ଉତ୍ତମ କବର ସ୍ଥାନ ମଧ୍ୟରେ ଆପଣା ମୃତା ଭାର୍ଯ୍ୟାକୁ କବର ଦେଉନ୍ତୁ; ଆମ୍ଭମାନଙ୍କ ମଧ୍ୟରୁ କେହି ନିଜ କବରରେ ଆପଣଙ୍କ ମୃତା ଭାର୍ଯ୍ୟାକୁ ରଖିବା ପାଇଁ ନିଷେଧ କରିବ ନାହିଁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆପଣ ଆମ୍ଭମାନଙ୍କ ମଧ୍ୟରେ ପରାକ୍ରାନ୍ତ ରାଜା ଅଟନ୍ତି; ଏବେ ଆମ୍ଭମାନଙ୍କ ଉତ୍ତମ କବର ସ୍ଥାନ ମଧ୍ୟରେ ଆପଣା ମୃତା ଭାର୍ଯ୍ୟାକୁ କବର ଦେଉନ୍ତୁ; ଆମ୍ଭମାନଙ୍କ ମଧ୍ୟରୁ କେହି ନିଜ କବରରେ ଆପଣଙ୍କ ମୃତା ଭାର୍ଯ୍ୟାକୁ ରଖିବା ପାଇଁ ନିଷେଧ କରିବ ନାହିଁ।”

Gade chapit la Kopi




ଆଦି ପୁସ୍ତକ 23:6
19 Referans Kwoze  

ସଦାପ୍ରଭୁ ମୋର ପ୍ରଭୁଙ୍କୁ ସବୁ କ୍ଷେତ୍ରରେ ଅତିଶୟ ଆଶୀର୍ବାଦ କରିଛନ୍ତି। ତେଣୁ ସେ ବଡ଼ ଲୋକ ହୋଇଛନ୍ତି। ଆଉ ସଦାପ୍ରଭୁ ତାହାଙ୍କୁ ପଲ ପଲ ଗୋରୁ, ମେଷ, ସୁନା, ରୂପା, ଦାସଦାସୀ, ଓଟ ଓ ଗଧ ଦେଇଛନ୍ତି।


ଯେତେବେଳେ ଅବ୍ରାମ ନିଜର ଜ୍ଞାତି ଧରା ହୋଇ ଯିବାର ସମାଗ୍ଭର ଶୁଣିଲେ। ଅବ୍ରାମ ତାଙ୍କର ସମସ୍ତ ପରିବାରକୁ ଏକତ୍ରିତ କଲେ। ସେଠାରେ 318 ଜଣ ତାଲିମପ୍ରାପ୍ତ ସୈନିକ ଥିଲେ। ଅବ୍ରାମ ସେ ଶତ୍ରୁମାନଙ୍କ ପଛେ ପଛେ ଗୋଡ଼େଇ ଗୋଡ଼େଇ ଦାନ୍ ନଗର ପର୍ଯ୍ୟନ୍ତ ଗଲେ।


ସଦାପ୍ରଭୁ କୁହନ୍ତି, “ମିଶରର ସମ୍ପଦ, କୂଶର ବାଣିଜ୍ୟର ଲାଭ ଓ ଦୀର୍ଘକାୟ ସବାୟୀୟମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହେବେ। ସେମାନେ ତୁମ୍ଭର ଅନୁସରଣ କରିବେ। ସେମାନେ ହସ୍ତରେ ଶୃଙ୍ଖଳାବଦ୍ଧ ହୋଇ ଆସିବେ, ପୁଣି ସେମାନେ ତୁମ୍ଭକୁ ପ୍ରଣାମ କରିବେ ଓ ନିବେଦନ କରି କହିବେ, ‘ପ୍ରକୃତରେ ଇସ୍ରାଏଲର ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି, ତାଙ୍କ ବିନା ଆଉ କେହି ପରମେଶ୍ୱର ନାହାନ୍ତି ଓ ତାଙ୍କ ବ୍ୟତୀତ ଆଉ କେହି ମଧ୍ୟ ନାହାନ୍ତି।’”


ହାରୋଣ ଉତ୍ତର ଦେଲେ, “କ୍ରୋଧ ହୁଅ ନାହିଁ ମହାଶୟ। ତୁମ୍ଭେ ଜାଣ ଏହି ଲୋକମାନେ ସର୍ବଦା ଭୁଲ୍ କରନ୍ତି।


ଆମ୍ଭେମାନେ କିଣାନ ଦେଶରୁ ଫେରି ଆସିଛୁ, ଆମ୍ଭ ପଟ ମଧ୍ୟରେ ଥିବା ଟଙ୍କା ଫେରାଇବାକୁ। ତେଣୁ ଆମ୍ଭେ କାହିଁକି କୌଣସି ଜିନିଷ ପ୍ରଭୁଙ୍କ ଗୃହରୁ ଚୋରୀ କରିବୁ।


ଆମ୍ଭର ମହାଶୟ ସେହି କ‌ପ୍‌ରେ ପାନ କରି ସାରିବା ପରେ ଗୁପ୍ତ କଥାଗୁଡ଼ିକ ଅଲୌକିକ ଶକ୍ତି ଜରିଆରେ ଜାଣିବାକୁ ଏହା ବ୍ୟବହାର କରନ୍ତି। କାହିଁକି ତୁମ୍ଭେମାନେ ଏହି ମନ୍ଦକାର୍ଯ୍ୟ କଲ?’”


କିନ୍ତୁ ତାଙ୍କର ଭାଇମାନେ ତାଙ୍କୁ କହିଲେ, “ନା ମହାଶୟ, ଆମ୍ଭେମାନେ ଆପଣଙ୍କ ଦାସତୁଲ୍ୟ ଆସିଅଛୁ। ଆମ୍ଭେ କେବଳ ଖାଦ୍ୟ ସଂଗ୍ରହ କରିବାକୁ ଆସିଅଛୁ।


ତା'ପରେ ତୁମ୍ଭେ ଉତ୍ତର ଦେବ, ଏହି ପଶୁଗୁଡ଼ିକ ତୁମ୍ଭ ଦାସ ଯାକୁବର, ମୋର ମୁନିବ ଯାକୁବ ତୁମ୍ଭକୁ ଏହା ଉପହାର ଦେଇଛନ୍ତି। ଏବଂ ଯାକୁବ ମଧ୍ୟ ଆମ ପଛେ ପଛେ ଆସୁଛନ୍ତି।”’


ଏବଂ ରାହେଲ ତାଙ୍କର ପିତାଙ୍କୁ କହିଲେ, “ମୋ’ ଉପରେ କ୍ରୋଧ କର ନାହିଁ। ମୁଁ ତୁମ୍ଭ ସମ୍ମୁଖରେ ଠିଆ ହେବାକୁ ଅସମର୍ଥ, କାରଣ ମୋର ମାସିକ ଋତୁସ୍ରାବ ହୋଇଅଛି।” ତେଣୁ ଲାବନ ସବୁଆଡ଼େ ଖୋଜିଲେ କିନ୍ତୁ କେଉଁଠାରେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପାଇଲେ ନାହିଁ।


ରିବିକା ତ‌‌‌ତ୍‌‌‌କ୍ଷଣାତ୍ ତାଙ୍କ କାନ୍ଧରୁ ପାତ୍ରଟିକୁ ଓହ୍ଲାଇ ତାଙ୍କୁ ପିଇବାକୁ ଦେଲେ। ରିବିକା କହିଲେ, “ହେ ମହାଶୟ ପାନ କର।”


ଏହା ପରେ ଅବିମେଲକ ଏବଂ ଫୀଖୋଲ୍ ନାମକ ଅବ୍ରହାମଙ୍କର ସେନାପତି ଅବ୍ରହାମଙ୍କୁ କହିଲେ, “ପରମେଶ୍ୱର ତୁମ୍ଭର ପ୍ରତ୍ୟେକ କାର୍ଯ୍ୟରେ ସହାୟ ଅଟନ୍ତି।


ତେଣୁ ସାରା ଶୁଣିଥିବା କଥାକୁ ବିଶ୍ୱାସ କରି ପାରିଲେ ନାହିଁ। ସେ ନିଜକୁ ନିଜେ ହସିଲେ ଏବଂ କହିଲେ, “ମୁଁ ଏବଂ ମୋର ସ୍ୱାମୀ ବାର୍ଦ୍ଧକ୍ୟରେ ଉପନୀତ। ପିଲା ଜନ୍ମ କରିବା ପାଇଁ, ଆମ୍ଭେ ବହୁତ ବୁଢ଼ା ବୁଢ଼ି ହୋଇଯାଇଛୁ।”


ଅବ୍ରାମ ପଶୁ ଓ ସୁନାରୂପାରେ ଅତି ଧନବାନ ଥିଲେ।


ଏହା ପରେ ଋତ ତାଙ୍କୁ କହିଲେ, “ତୁମ୍ଭେ ମୋ’ ଉପରେ ବହୁତ ଦୟା ଦେଖାଇ ଅଛ। ମହାଶୟ, ମୁଁ ଆପଣଙ୍କର ଦାସୀ। ଏପରିକି ମୁଁ ଆପଣଙ୍କର ଏକ ଦାସୀ ସହିତ ସମାନ ନୁହେଁ, ତଥାପି ଆପଣ ମୋ’ ପ୍ରତି ବହୁତ ଦୟା ଓ କରୁଣା ଦେଖାଇଛନ୍ତି ଏବଂ ଆପଣ ଦୟାର କଥା ମୋତେ କହିଛନ୍ତି।”


ତେଣୁ ତୁମ୍ଭେ ଅବ୍ରହାମଙ୍କୁ ପୁନରାୟ ତାଙ୍କ ସ୍ତ୍ରୀଙ୍କୁ ତାଙ୍କୁ ଫେରାଇଦିଅ। ଅବ୍ରହାମ ଜଣେ ଭବିଷ୍ୟ‌ଦ୍‌ବକ୍ତା। ସେ ତୁମ୍ଭ ପାଇଁ ପ୍ରାର୍ଥନା କରିବ। ତୁମ୍ଭେ ବଞ୍ଚି ରହିବ। ତୁମ୍ଭେ ଯଦି ସାରାକୁ ନ ଫେରାଅ ତେବେ ମୁଁ ତୁମ୍ଭକୁ ପ୍ରତିଜ୍ଞା କରି କହୁଛି ତୁମ୍ଭେ ମରିବ। ଏବଂ ତୁମ୍ଭର ପରିବାର ତୁମ୍ଭ ସହିତ ମୃତ୍ୟୁବରଣ କରିବେ।”


ହେତର ଲୋକମାନେ ଅବ୍ରହାମଙ୍କୁ ଉତ୍ତର ଦେଲେ,


ଅବ୍ରହାମ ଉଠି ସେହି ଲୋକମାନଙ୍କୁ ପ୍ରଣାମ କଲେ।


Swiv nou:

Piblisite


Piblisite