Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 22:5 - ପବିତ୍ର ବାଇବଲ

5 ଏହା ପରେ ଅବ୍ରହାମ ତାଙ୍କର ଦାସମାନଙ୍କୁ କହିଲେ, “ତୁମ୍ଭେମାନେ ଗଧ ସହ ଏହିଠାରେ ଅପେକ୍ଷା କର। ମୁଁ ମୋର ପୁତ୍ରକୁ ନେଇ ସେହି ସ୍ଥାନକୁ ଉପାସନା ପାଇଁ ଯାଉଛି। କିଛି ସମୟ ପରେ ଆମ୍ଭେ ତୁମ୍ଭ ନିକଟକୁ ଫେରି ଆସିବୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ସେତେବେଳେ ଅବ୍ରହାମ ସେହି ଦାସମାନଙ୍କୁ କହିଲେ, ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା।

Gade chapit la Kopi

ଓଡିଆ ବାଇବେଲ

5 ସେତେବେଳେ ଅବ୍ରହାମ ସେହି ଦାସମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ସେତେବେଳେ ଅବ୍ରହାମ ସେହି ଦାସମାନଙ୍କୁ କହିଲେ, “ତୁମ୍ଭେମାନେ ଏହି ସ୍ଥାନରେ ଗଧ ସହିତ ଥାଅ, ମୁଁ ଓ ବାଳକ ଦୁହେଁ ସେ ସ୍ଥାନକୁ ଯାଇ ଆରାଧନା କରି ପଛେ ତୁମ୍ଭମାନଙ୍କ ନିକଟକୁ ଫେରି ଆସିବା।”

Gade chapit la Kopi




ଆଦି ପୁସ୍ତକ 22:5
6 Referans Kwoze  

ଅବ୍ରହାମ ବିଶ୍ୱାସ କରିଥିଲେ ଯେ, ପରମେଶ୍ୱର ଲୋକମାନଙ୍କୁ ମୃତ୍ୟୁରୁ ଉଠାଇ ଆଣି ପାରିବେ। ପ୍ରକୃତରେ ଯେତେବେଳେ ସେ ଇସ୍‌ହାକଙ୍କୁ ମାରିବା ପାଇଁ ଗଲାବେଳେ ପରମେଶ୍ୱର ଅବ୍ରହାମଙ୍କୁ ଅଟକାଇ ଦେଲେ। ସେତେବେଳେ ଅବ୍ରହାମ ଯେପରି ଇସ୍‌ହାକଙ୍କୁ ମୃତ୍ୟୁରୁ ଫେରି ପାଇଲେ।


ଆମ୍ଭର ଗ୍ଭରିପଟେ, ବିଶ୍ୱାସଧାରୀ ଆମ୍ଭର ବହୁ ସଂଖ୍ୟକ ଲୋକ ରହିଛନ୍ତି। ବିଶ୍ୱାସ ବିଷୟରେ ସେମାନଙ୍କ ଜୀବନ ଆମ୍ଭକୁ କହିଥାଏ। ତେଣୁ ଆମ୍ଭେ ସେମାନଙ୍କ ଭଳି ହେବା ଉଚିତ୍। ଆମ୍ଭେ ଜୀବନରେ ଆଗକୁ ଯିବା ପାଇଁ ଯାହାକିଛି ବାଧା ଅଛି, ସେଗୁଡ଼ିକୁ ଆମ୍ଭେ ଆଡ଼େଇ ଦେବା ଉଚିତ୍ ଓ ଆମ୍ଭ ସମ୍ମୁଖରେ ଥିବା ଦୌଡ଼ରେ ଦୌଡ଼ିବା ଉଚିତ୍। ପ୍ରଚେଷ୍ଟା ଥିବା ଦରକାର। ଆମ୍ଭକୁ ସହଜରେ ବାନ୍ଧି ରଖୁଥିବା ପାପକୁ ଆମ୍ଭେ ତ୍ୟାଗ କରିବା ଉଚିତ୍।


ତୃତୀୟ ଦିନର ଯାତ୍ରା ପରେ ଅବ୍ରହାମ ନିରୀକ୍ଷଣ କଲେ ଓ ଦୂର ସ୍ଥାନକୁ ଦେଖିଲେ, ଯେଉଁଠାକୁ ସେ ଯାଉଥିଲେ।


ଅବ୍ରହାମ ତାଙ୍କ ପୁତ୍ରର କାନ୍ଧରେ ହୋମବଳି ନିମନ୍ତେ କାଠ ରଖିଲେ ଏବଂ ନିଜେ ଏକ ସ୍ୱତନ୍ତ୍ର ଛୁରୀ ଏବଂ ନିଆଁ ନେଇ ଗଲେ। ଏହା ପରେ ଦୁଇଜଣ ଏକତ୍ର ହୋଇଗଲେ।


ଏହା ପରେ ଅବ୍ରହାମ ତାଙ୍କର ଦାସଗଣ ନିକଟକୁ ଫେରିଗଲେ। ଏହା ପରେ ସେମାନେ ସମସ୍ତେ ‌ବେ‌ର୍‌ଶେବାକୁ ଫେରିଗଲେ। ଏବଂ ଅବ୍ରହାମ ସେଠାରେ ବାସ କଲେ।


ମୋଶା ପ୍ରାଚୀନବର୍ଗଙ୍କୁ କହିଲେ, “ଆମ୍ଭେମାନେ ଯେପର୍ଯ୍ୟନ୍ତ ତୁମ୍ଭମାନଙ୍କ ନିକଟକୁ ଫେରି ନ ଆସିଛୁ ସେପର୍ଯ୍ୟନ୍ତ ତୁମ୍ଭେମାନେ ଏହିଠାରେ ଥାଅ। ଦେଖ ହାରୋଣ ଓ ହୂର ତୁମ୍ଭମାନଙ୍କ ନିକଟରେ ଅଛନ୍ତି। କାହାର କୌଣସି ବିବାଦର କଥା ଉପସ୍ଥିତ ହେଲେ ସେମାନେ ତାଙ୍କର ନିକଟକୁ ଯିବେ।”


Swiv nou:

Piblisite


Piblisite