Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 21:7 - ପବିତ୍ର ବାଇବଲ

7 କୌଣସି ଲୋକ ଚିନ୍ତା କଲେ ନାହିଁ ଯେ, ମୁଁ ଅବ୍ରହାମଠାରୁ ପିଲାକୁ ଜନ୍ମ ଦେବି। କିନ୍ତୁ ମୁଁ ତାଙ୍କୁ ବୃଦ୍ଧାବସ୍ଥାରେ ଏକ ପୁତ୍ର ଦେଲି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ସେ ଆହୁରି କହିଲେ, ସାରା ସନ୍ତାନମାନଙ୍କୁ ସ୍ତନପାନ କରାଇବ, ଏକଥା ଅବ୍ରହାମଙ୍କୁ କିଏ କହିପାରନ୍ତା? ଯେହେତୁ ମୁଁ ଏବେ ତାଙ୍କର ବୃଦ୍ଧାବସ୍ଥାରେ ପୁତ୍ର ପ୍ରସବ କଲି।

Gade chapit la Kopi

ଓଡିଆ ବାଇବେଲ

7 ସେ ଆହୁରି କହିଲେ, “ସାରା ସନ୍ତାନମାନଙ୍କୁ ସ୍ତନପାନ କରାଇବ, ଏକଥା ଅବ୍ରହାମଙ୍କୁ କିଏ କହିପାରନ୍ତା ? ଯେହେତୁ ମୁଁ ଏବେ ତାଙ୍କର ବୃଦ୍ଧାବସ୍ଥାରେ ପୁତ୍ର ପ୍ରସବ କଲି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ସେ ଆହୁରି କହିଲେ, “ସାରା ସନ୍ତାନମାନଙ୍କୁ ସ୍ତନପାନ କରାଇବ, ଏ କଥା ଅବ୍ରହାମଙ୍କୁ କିଏ କହିପାରନ୍ତା? ଯେହେତୁ ମୁଁ ଏବେ ତାଙ୍କର ବୃଦ୍ଧାବସ୍ଥାରେ ପୁତ୍ର ପ୍ରସବ କଲି।”

Gade chapit la Kopi




ଆଦି ପୁସ୍ତକ 21:7
15 Referans Kwoze  

ପ୍ରଭୁ ଯୀଶୁଙ୍କ ଆସିବା ଦିନର ଏହି ଘଟଣା ଘଟିବ। ନିଜ ପବିତ୍ର ଲୋକଙ୍କ ଗହଣରେ ମହିମା ମଣ୍ଡିତ ହେବା ପାଇଁ ଯୀଶୁ ଆସିବେ। ଯେଉଁମାନେ ସମସ୍ତେ ବିଶ୍ୱାସ କରିଛନ୍ତି, ସେମାନେ ଯୀଶୁଙ୍କୁ ଦେଖି ବିସ୍ମିତ ହେବେ। ଯେହେତୁ ତୁମ୍ଭେମାନେ ଆମ୍ଭେ କହିଥିବା କଥାଗୁଡ଼ିକୁ ବିଶ୍ୱାସ କରିଛ, ସେଥିପାଇଁ ସେହି ବିଶ୍ୱାସୀ ମଣ୍ଡଳୀରେ ତୁମ୍ଭେମାନେ ମଧ୍ୟ ଥିବ।


ମଣ୍ଡଳୀ ଦ୍ୱାରା ପରମେଶ୍ୱରଙ୍କ ବହୁବିଧ ଜ୍ଞାନ, ସ୍ୱର୍ଗର କର୍ତ୍ତାପଣ ଓ ଅଧିକାର ପ୍ରାପ୍ତ ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ଜଣାଇବା ପରମେଶ୍ୱରଙ୍କର ଉଦ୍ଦେଶ୍ୟ ଥିଲା। ସେମାନେ ମଣ୍ଡଳୀ ଯୋଗୁଁ ଏହା ଜାଣି ପାରିବେ।


କୈଣସି ଶକ୍ତି ଯାବୁକ ବଂଶକୁ ପରାସ୍ତ କରି ପାରିବ ନାହିଁ କିମ୍ବା କୌଣସି ମନ୍ତ୍ର ଇସ୍ରାଏଲକୁ ନିବୃତ୍ତ କରି ପାରିବ ନାହିଁ। ଏହି କ୍ଷଣି ଯାକୁବ ଓ ଇସ୍ରାଏଲ ବିଷୟରେ କୁହାଯିବ; ‘ପରମେଶ୍ୱର କି କର୍ମ କରିଅଛନ୍ତି।’


ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମମାନ କର। ତୁମ୍ଭେ ହିଁ ଏକମାତ୍ର, ପରମେଶ୍ୱର ଅଟ।


ହେ ପରମେଶ୍ୱର, ଦେବଗଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କେହି ନାହିଁ। ତୁମ୍ଭେ ଯାହା କରିଛ କେହି ଏପରି କରି ପାରିବେ ନାହିଁ।


ସେତେବେଳେ ତୁମ୍ଭେ ମନେ ମନେ କହିବ, ‘ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ ନିର୍ବାସିତା ହୋଇ ଏଣେ ତେଣେ ଭ୍ରମଣ କରୁଅଛି। ମୋର ଏ ସମସ୍ତଙ୍କୁ କିଏ ଜନ୍ମ ଦେଇଛନ୍ତି? କିଏ ଏମାନଙ୍କୁ ପ୍ରତିପାଳନ କରିଅଛି? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି, ଏମାନେ କେଉଁଠାରେ ଥିଲେ?’”


ଅବ୍ରହାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, “କ’ଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କ’ଣ ସାରା ନବେ ବର୍ଷରେ ପିଲା ଧାରଣ କରି ପାରିବ?”


ଏହା ପରେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, “ସାରା ହସି କହୁଛି ସେ ପିଲା ଜନ୍ମ କରିବା ପାଇଁ ବେଶି ବୁଢ଼ି ହୋଇଯାଇଛି।


ଯେତେବେଳେ ଇ‌ସ୍‌ହାକ ଯଥେଷ୍ଟ ବଡ଼ ହେଲେ ଖାଦ୍ୟ ଖାଇବା ଆରମ୍ଭ କଲେ। ତେଣୁ ଅବ୍ରହାମ ଏକ ବିରାଟ ଭୋଜିର ଆୟୋଜନ କଲେ।


ମୋର ପିତାଙ୍କୁ ଯେଉଁ ବ୍ୟକ୍ତି “ପୁତ୍ର” ହେବାର ସମ୍ବାଦ ଦେଇ ଖୁସୀ କରାଇଥିଲା, “ଏହା ଏକ ବାଳକ” ସେ ମଧ୍ୟ ଶାପଗ୍ରସ୍ତ ହେଉ।


ପରଦିନ ପ୍ରଭାତରେ ମୁଁ ଯେତେବେଳେ ମୋର ସନ୍ତାନକୁ ସ୍ତନ୍ୟପାନ କରାଇବା ପାଇଁ ଉଠିଲି, ପିଲାଟି ମୃତ ପାଇଲି। ମୁଁ ଭଲକରି ନିରୀକ୍ଷଣ କରି ଜାଣିଲି, ସେ ମୋର ସନ୍ତାନ ନୁହେଁ।”


ତା'ପରେ ତହପନେ‌ଷ୍‌ର ଭଗିନୀ ଓ ହଦଦ୍ ଔରସରୁ ଏକ ପୁତ୍ର ଜନ୍ମ ହେଲା, ତାହାର ନାମ ଗନୁବତ୍ ହେଲା। ତା'ପରେ ତହପନେଷ୍ ଗନୁବ‌‌ତ୍‌କୁ ଫାରୋଙ୍କର ପ୍ରାସାଦରେ ତାଙ୍କର ପିଲାମାନଙ୍କ ସହିତ ବଢ଼ିଲେ।


Swiv nou:

Piblisite


Piblisite