Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 21:6 - ପବିତ୍ର ବାଇବଲ

6 ଏବଂ ସାରା କହିଲେ, “ପରମେଶ୍ୱର ମୋ’ ନିମନ୍ତେ ହସ ଦେଲେ ଏବଂ ଯିଏ ଏହା ଶୁଣିବ ସେ ମଧ୍ୟ ହସିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଆଉ ସାରା କହିଲେ, ପରମେଶ୍ଵର ମୋତେ ହସାଇଲେ, ଏହା ଶୁଣି ସମସ୍ତେ ମୋʼ ସହିତ ହସିବେ।

Gade chapit la Kopi

ଓଡିଆ ବାଇବେଲ

6 ଆଉ ସାରା କହିଲେ, “ପରମେଶ୍ୱର ମୋତେ ହସାଇଲେ, ଏହା ଶୁଣି ସମସ୍ତେ ମୋ’ ସହିତ ହସିବେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଆଉ ସାରା କହିଲେ, “ପରମେଶ୍ୱର ମୋତେ ହସାଇଲେ, ଏହା ଶୁଣି ସମସ୍ତେ ମୋʼ ସହିତ ହସିବେ।”

Gade chapit la Kopi




ଆଦି ପୁସ୍ତକ 21:6
17 Referans Kwoze  

“ହେ ବନ୍ଧ୍ୟା, ଅପ୍ରସୂତେ ନାରୀ! ତୁମ୍ଭେ ଗାନ କର। ହେ ଗର୍ଭବେଦନାରହିତ ନାରୀ! ତୁମ୍ଭେ ଉଚ୍ଚସ୍ୱରରେ ଗାନ କରି ଆନନ୍ଦଧ୍ୱନି କର। କାରଣ ସଦାପ୍ରଭୁ କୁହନ୍ତି, “ବିବାହିତା ଭାର୍ଯ୍ୟାର ସନ୍ତାନ ଅପେକ୍ଷା ଅନାଥର ସନ୍ତାନ ଅଧିକ।”


ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ। ଅନ୍ୟ ଜାତିର ଲୋକମାନେ କହିଲେ, “ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”


ଅବ୍ରହାମ ମୁହଁ ତଳକୁ କରି ଭୂମିରେ ପଡ଼ିଲେ ଓ ହସିଲେ। ସେ ନିଜକୁ କହିଲେ, “କ’ଣ ଜଣେ 100 ବର୍ଷର ଲୋକ କୌଣସି ସ୍ତ୍ରୀକୁ ଗର୍ଭବତୀ କରାଇପାରିବ? କ’ଣ ସାରା ନବେ ବର୍ଷରେ ପିଲା ଧାରଣ କରି ପାରିବ?”


ତାହାଙ୍କର ପଡ଼ୋଶୀ ଓ ପରିବାରର ଲୋକେ ଶୁଣିଲେ ଯେ, ପ୍ରଭୁ ତାହାଙ୍କ ଉପରେ ଅଶେଷ ଦୟା କରିଛନ୍ତି। ସେମାନେ ଏଲୀଶାବେଥଙ୍କ ପାଇଁ ଆନନ୍ଦିତ ହେଲେ।


ତୁମ୍ଭେ ଅତ୍ୟନ୍ତ ଖୁସୀ ହେବ। ତାହାଙ୍କର ଜନ୍ମ ହେତୁ ବହୁତ ଲୋକ ଖୁସୀ ହେବେ।


ସେତେବେଳେ ତୁମ୍ଭେ ମନେ ମନେ କହିବ, ‘ମୋର ସନ୍ତାନଗଣ ଅପହୃତ ହୋଇଅଛନ୍ତି, ମୁଁ ଏକାକିନୀ ନିର୍ବାସିତା ହୋଇ ଏଣେ ତେଣେ ଭ୍ରମଣ କରୁଅଛି। ମୋର ଏ ସମସ୍ତଙ୍କୁ କିଏ ଜନ୍ମ ଦେଇଛନ୍ତି? କିଏ ଏମାନଙ୍କୁ ପ୍ରତିପାଳନ କରିଅଛି? ଦେଖ, ମୁଁ ଏକାକିନୀ ଅବଶିଷ୍ଟା ଥିଲି, ଏମାନେ କେଉଁଠାରେ ଥିଲେ?’”


ଜଣେ ସ୍ତ୍ରୀ ବନ୍ଧ୍ୟା ହୋଇପାରେ। କିନ୍ତୁ ପରମେଶ୍ୱର ତା’ କୋଳରେ ସନ୍ତାନ ଦେଇ ତାକୁ ଖୁସୀ କରାନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର!


ଯେତେବେଳେ ଅନ୍ୟମାନେ ପ୍ରସନ୍ନ, ତୁମ୍ଭେମାନେ ସେମାନଙ୍କ ସହିତ ପ୍ରସନ୍ନ ହୁଅ। ଅନ୍ୟମାନେ ଦୁଃଖିତ ଥିଲାବେଳେ ତୁମ୍ଭେମାନେ ତାହାଙ୍କ ସହିତ ଦୁଃଖିତ ହୁଅ।


ପିଲାପିଲି ହେବା ପାଇଁ ଅବ୍ରହାମଙ୍କର ବୟସ ଅଧିକ ହୋଇଯାଇଥିଲା। ଆହୁରି ମଧ୍ୟ ସାରାର ପିଲାପିଲି ହୋଇ ପାରି ନ ଥିଲା। କିନ୍ତୁ ପରମେଶ୍ୱରଙ୍କଠାରେ ଅବ୍ରହାମଙ୍କର ବିଶ୍ୱାସ ଥିଲା, ଅତଏବ ପରମେଶ୍ୱର ସେମାନଙ୍କୁ ସନ୍ତାନ ହେବା ପାଇଁ ସକ୍ଷମ କଲେ। ପରମେଶ୍ୱରଙ୍କ ପ୍ରତିଜ୍ଞା ପୂରଣ କରିବା ବିଷୟରେ ଅବ୍ରହାମ ତାହାଙ୍କ ଉପରେ ବିଶ୍ୱାସ ରଖିଥିଲେ।


ତା'ପରେ ହାନ୍ନା ଏଲିୟକୁ କହିଲା, “ମହାଶୟ ମୁଁ ବାସ୍ତବରେ ସେହି ସ୍ତ୍ରୀଲୋକ ଯିଏ କି ତୁମ୍ଭ ଆଗରେ ଛିଡ଼ା ହେଉଥିଲା ଓ ସଦାପ୍ରଭୁଙ୍କୁ ପ୍ରାର୍ଥନା କରୁଥିଲା।


“ଜଣେ ସ୍ତ୍ରୀଲୋକ ତା'ର ଗର୍ଭଜାତ ସନ୍ତାନକୁ ସ୍ନେହ ନ କରି କ’ଣ ଭୁଲି ପାରିବ? ସେ କ’ଣ ତାର ସ୍ତନ୍ୟପାୟୀ ସନ୍ତାନକୁ ଦୟା ନ ଦେଖାଇ ପାସୋରି ପାରିବ? ଏମାନେ ତାହା କରି ପାରନ୍ତି, ତଥାପି ଆମ୍ଭେ ତୁମ୍ଭକୁ ପାସୋରିବା ନାହିଁ।


ମୋର ପିତାଙ୍କୁ ଯେଉଁ ବ୍ୟକ୍ତି “ପୁତ୍ର” ହେବାର ସମ୍ବାଦ ଦେଇ ଖୁସୀ କରାଇଥିଲା, “ଏହା ଏକ ବାଳକ” ସେ ମଧ୍ୟ ଶାପଗ୍ରସ୍ତ ହେଉ।


Swiv nou:

Piblisite


Piblisite