Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 21:23 - ପବିତ୍ର ବାଇବଲ

23 ତେଣୁ ତୁମ୍ଭେ ମୋ'ଠାରେ ପରମେଶ୍ୱରଙ୍କ ଆଗରେ ପ୍ରତିଜ୍ଞା କର। ତୁମ୍ଭେ ଏହି ପ୍ରତିଜ୍ଞା କର ଯେ ତୁମ୍ଭେ ମୋ’ ପ୍ରତି ଓ ମୋର ସନ୍ତାନମାନଙ୍କ ପ୍ରତି ବିଶ୍ୱାସଘାତ କରିବ ନାହିଁ। ପ୍ରତିଜ୍ଞା କର ତୁମ୍ଭେ ମୋ’ ପ୍ରତି ଦୟା ଦେଖାଇବ ଏବଂ ମୋର ଦେଶ ଯେଉଁଠାରେ ତୁମ୍ଭେ ଏକ ବିଦେଶୀ ପରି ବାସ କରୁଛ। ପ୍ରତିଜ୍ଞା କର ତୁମ୍ଭେ ମୋ’ ପ୍ରତି ଦୟା କରିବ। ମୁଁ ଯେପରି ତୁମ୍ଭକୁ ଦୟା ଦେଖାଇଛି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଏଣୁକରି ତୁମ୍ଭେ ଆମ୍ଭ ପ୍ରତି ଓ ଆମ୍ଭର ପୁତ୍ରପୌତ୍ର ପ୍ରତି ବିଶ୍ଵାସଘାତକତା କରିବ ନାହିଁ; ପୁଣି ଆମ୍ଭେ ତୁମ୍ଭ ପ୍ରତି ଯେପରି ଅନୁଗ୍ରହ କରିଅଛୁ, ତଦନୁସାରେ ତୁମ୍ଭେ ଆମ୍ଭ ପ୍ରତି ଓ ତୁମ୍ଭର ପ୍ରବାସ ସ୍ଥାନ ଏହି ଦେଶ ପ୍ରତି ଅନୁଗ୍ରହ କରିବ, ଆମ୍ଭ ଆଗରେ ପରମେଶ୍ଵରଙ୍କ ଶପଥ କରି ଏହି କଥା କୁହ।

Gade chapit la Kopi

ଓଡିଆ ବାଇବେଲ

23 ଏଥିପାଇଁ ତୁମ୍ଭେ ଆମ୍ଭ ପ୍ରତି ଓ ଆମ୍ଭର ପୁତ୍ରପୌତ୍ର ପ୍ରତି ବିଶ୍ୱାସଘାତକତା କରିବ ନାହିଁ; ପୁଣି, ଆମ୍ଭେ ତୁମ୍ଭ ପ୍ରତି ଯେପରି ଅନୁଗ୍ରହ କରିଅଛୁ, ତଦନୁସାରେ ତୁମ୍ଭେ ଆମ୍ଭ ପ୍ରତି ଓ ତୁମ୍ଭର ପ୍ରବାସ ସ୍ଥାନ ଏହି ଦେଶ ପ୍ରତି ଅନୁଗ୍ରହ କରିବ, ଆମ୍ଭ ଆଗରେ ପରମେଶ୍ୱରଙ୍କ ଶପଥ କରି ଏହି କଥା କୁହ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଏଥିପାଇଁ ତୁମ୍ଭେ ଆମ୍ଭ ପ୍ରତି ଓ ଆମ୍ଭର ପୁତ୍ରପୌତ୍ର ପ୍ରତି ବିଶ୍ୱାସଘାତକତା କରିବ ନାହିଁ; ପୁଣି, ଆମ୍ଭେ ତୁମ୍ଭ ପ୍ରତି ଯେପରି ଅନୁଗ୍ରହ କରିଅଛୁ, ତଦନୁସାରେ ତୁମ୍ଭେ ଆମ୍ଭ ପ୍ରତି ଓ ତୁମ୍ଭର ପ୍ରବାସ ସ୍ଥାନ ଏହି ଦେଶ ପ୍ରତି ଅନୁଗ୍ରହ କରିବ, ଆମ୍ଭ ଆଗରେ ପରମେଶ୍ୱରଙ୍କ ଶପଥ କରି ଏହି କଥା କୁହ।”

Gade chapit la Kopi




ଆଦି ପୁସ୍ତକ 21:23
19 Referans Kwoze  

ଏଣୁ ମୁଁ ଗ୍ଭହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କର। ମୁଁ ତୁମ୍ଭମାନଙ୍କ ପ୍ରତି ଦୟା ଦେଖାଇଅଛି। ଏଥିପାଇଁ ତୁମ୍ଭେମାନେ ମଧ୍ୟ ମୋର ପରିବାର ପାଇଁ ଦୟା ଦେଖାଇବ। ଏ ବିଷୟରେ ମୋତେ ଏକ ସତ୍ୟ ଚିହ୍ନ ଦିଅ।


ତେଣୁ ଅବିମେଲକ ସାରାକୁ ଫେରାଇ ଦେଲେ। ଅବିମେଲକ ମଧ୍ୟ ତାଙ୍କୁ କିଛି ମେଷ, ଗାଈ, ଗୋରୁ ଏବଂ କିଛି ସେବକ ଓ ସେବିକାଗଣଙ୍କୁ ଦେଲେ।


ମନୁଷ୍ୟମାନେ ନିଜ ଅପେକ୍ଷା ମହତ୍ ଲୋକର ନାମ ନେଇ ଶପଥ କରିଥା’ନ୍ତି। ଏହା ଦ୍ୱାରା ସେମାନଙ୍କର କଥାର ସତ୍ୟତା ପ୍ରମାଣିତ ହୁଏ ଓ ସେମାନଙ୍କ ବିବାଦର ନିଷ୍ପତ୍ତି ହୁଏ।


ମୁଁ କରିନ୍ଥୀକୁ ଆଉ ଥରେ ଆସି ନ ଥିଲି କାରଣ ମୁଁ ତୁମ୍ଭମାନଙ୍କୁ ଆଘାତ ଦେବାକୁ ଇଚ୍ଛା କରୁ ନ ଥିଲି।


ଯଦି ତୁମ୍ଭେ ସେହିସବୁ କରିବ, ତେବେ ତୁମ୍ଭକୁ ସଦାପ୍ରଭୁଙ୍କ ନାମରେ ଶପଥ କରି କହିବାକୁ ପଡ଼ିବ ଯେ ‘ସଦାପ୍ରଭୁ ଜୀବିତ।’ ଆଉ ତୁମ୍ଭେ ଏସବୁ ସତ୍ୟ, ନ୍ୟାୟ ଓ ଧାର୍ମିକତାରେ ସେ ସବୁ କହିବାକୁ କ୍ଷମ ହେବ। ତାହାଦ୍ୱାରା ନାନାଦେଶୀୟମାନେ ସଦାପ୍ରଭୁଙ୍କର ଆଶୀର୍ବାଦର ପାତ୍ର ହେବେ। ସେମାନେ ଗର୍ବର ସହିତ କହିବେ ସଦାପ୍ରଭୁ ତାହା କରିଛନ୍ତି।”


ଦାଉଦ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ ମୋତେ ସେହି ସୈନ୍ୟଦଳ ନିକଟକୁ ନେଇ ପାରିବ କି ଯେଉଁମାନେ ଆମ୍ଭର ପରିବାରକୁ ସାଙ୍ଗରେ ନେଇ ଯାଇଛନ୍ତି।” ମିଶରୀୟ ଜଣକ କହିଲା, “ତୁମ୍ଭେ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କୁହ ଯେ ତୁମ୍ଭେ ମୋତେ ମାରିଦେବ ନାହିଁ କି ମୋର ମୁନିବ ନିକଟରେ ମୋତେ ସମର୍ପଣ କରିବ ନାହିଁ। ତେବେ ମୁଁ ଅଭିଯାନରେ ନେତୃତ୍ୱ କରିବି।”


ଯୋନାଥନ ଦାଉଦଙ୍କୁ କହିଲେ, “ତୁମ୍ଭେ ଶାନ୍ତିରେ ଯାଅ। ଆମ୍ଭେ ସଦାପ୍ରଭୁଙ୍କ ନିକଟରେ ଶପଥ କରିଅଛୁ, ଆମ୍ଭେ ସର୍ବଦା ବନ୍ଧୁ ହୋଇ ରହିବା। ଆମ୍ଭେ କହିଲୁ ଯେ, ଆମ୍ଭେ ଓ ଆମ୍ଭ ସଦାପ୍ରଭୁ ଚିରଦିନ ପାଇଁ ଆମ୍ଭ ଓ ଆମ୍ଭର ବଂଶଧରମାନଙ୍କର ସାକ୍ଷୀ।”


ତା'ପରେ ଯୋନାଥନ ଦାଉଦଙ୍କୁ ସ୍ନେହ କରିବାରୁ ତା'ର ପ୍ରତିଜ୍ଞା ଦୋହୋରାଇଲେ ଓ ସେ ତାଙ୍କୁ କରିଥିବା ପ୍ରତିଜ୍ଞା ପୁନର୍ବାର ସତ୍ୟତା ପ୍ରମାଣ କରାଇବାକୁ ଦାଉଦଙ୍କୁ ପଗ୍ଭରିଲେ। ଯୋନାଥନ ଏପରି କଲେ କାରଣ ସେ ନିଜକୁ ଯେତିକି ଭଲ ପାଉଥିଲେ ଦାଉଦଙ୍କୁ ମଧ୍ୟ ସେହିପରି ଭଲ ପାଉଥିଲେ।


ଯଦି ମୋର ବାପା ତୁମ୍ଭକୁ ହତ୍ୟା କରିବାକୁ ଗ୍ଭହାନ୍ତି ମୁଁ ତୁମ୍ଭକୁ ଜଣାଇ ଦେବି। ମୁଁ ତୁମ୍ଭକୁ ନିରାପଦରେ ପଠାଇ ଦେବି। ମୁଁ ଯଦି ଏହା ନ କରେ ସଦାପ୍ରଭୁ ମୋତେ ନିଶ୍ଚୟ ଦଣ୍ତ ଦେବେ। ସଦାପ୍ରଭୁ ଯେପରି ମୋର ବାପାଙ୍କ ସହିତ ଅଛନ୍ତି ସେହିପରି ତୁମ୍ଭ ସହିତ ରୁହନ୍ତୁ।


ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ଭୟ କରିବ ଓ ତୁମ୍ଭେ ତାଙ୍କର ସେବା କରିବ ଓ ତାହାଙ୍କ ନାମରେ ଶପଥ କରିବ।


ଅବ୍ରହାମଙ୍କର ପରମେଶ୍ୱର, ନାହୋରର ପରମେଶ୍ୱର ଓ ସେମାନଙ୍କର ପୂର୍ବପୁରୁଷଙ୍କ ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଗ୍ଭର କରିବେ।” ସେତେବେଳେ ଯାକୁବ ପରମେଶ୍ୱରଙ୍କଠାରେ ଶପଥ କଲେ ଯାହା ତାଙ୍କର ପିତା ଇ‌ସ୍‌ହାକଙ୍କର “ଭୟ ବୋଲି କହୁଥିଲେ”।


ତେଣୁ ଆମ୍ଭେ ଦୁହେଁ ଚୁକ୍ତି ସ୍ଥିର କରିବା, ତାହା ଆମ୍ଭମାନଙ୍କର ସାକ୍ଷୀ ହେବ।”


ସେମାନେ ଉତ୍ତର ଦେଲେ, “ବର୍ତ୍ତମାନ ଆମ୍ଭେ ଜାଣିଲୁ ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି। ଆମ୍ଭେ ଭାବିଲୁ ତୁମ୍ଭ ସହିତ ଏକ ଚୁକ୍ତି କରିବା। ଆମ୍ଭେ ଗ୍ଭହୁଁଛୁ ତୁମ୍ଭେ ଆମ୍ଭ ନିକଟରେ ପ୍ରତିଜ୍ଞା କର।


ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ନାମରେ ପ୍ରତିଜ୍ଞା କର, ଯିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭେମାନେ ମୋର ପୁତ୍ରର ବିବାହ କିଣାନୀୟମାନଙ୍କର କନ୍ୟାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି।


ତହିଁରେ ଅବ୍ରହାମ କହିଲେ, “ମୁଁ ପ୍ରତିଜ୍ଞା କରୁଛି।”


ଏହା ପରେ ଯାକୁବ କହିଲେ, “ତୁମ୍ଭେ ଶପଥ କର।” ଏବଂ ଯୋଷେଫ ତାଙ୍କ ସମ୍ମୁଖରେ ଶପଥ କଲେ। ଏହା ପରେ ଇସ୍ରାଏଲ ଶଯ୍ୟାର ମୁଣ୍ଡ ଆଡ଼େ ପ୍ରଣାମ କଲେ।


ପୋଟୀଫର ଦେଖିଲେ ଯେ ସଦାପ୍ରଭୁ ଯୋଷେଫଙ୍କର ସହାୟ ଅଟନ୍ତି। ପୋଟୀଫର ଦେଖିଲେ ସଦାପ୍ରଭୁ ସହାୟ ଯୋଗୁଁ ସେ ଯେଉଁ କାର୍ଯ୍ୟ କରୁଛି ତାହା ସୁଗ୍ଭରୁ ରୂପେ କରି ପାରୁଛି।


Swiv nou:

Piblisite


Piblisite