Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 2:4 - ପବିତ୍ର ବାଇବଲ

4 ଏହା ହେଲା ପୃଥିବୀ ଓ ଆକାଶମଣ୍ଡଳର ଇତିହାସ। ଯେଉଁ ସମୟରେ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, ଏହା ସେହି ସମୟର ଇତିହାସ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ସୃଷ୍ଟିକାଳରେ ଆକାଶମଣ୍ତଳ ଓ ପୃଥିବୀର ବିବରଣ ଏହି। ଯେଉଁ ସମୟରେ ସଦାପ୍ରଭୁ ପରମେଶ୍ଵର ଆକାଶମଣ୍ତଳ ଓ ପୃଥିବୀ ନିର୍ମାଣ କଲେ,

Gade chapit la Kopi

ଓଡିଆ ବାଇବେଲ

4 ସୃଷ୍ଟିକାଳରେ ଆକାଶମଣ୍ଡଳ ଓ ପୃଥିବୀର ବିବରଣ ଏହି। ଯେଉଁ ସମୟରେ ସଦାପ୍ରଭୁ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ସୃଷ୍ଟିକାଳରେ ଆକାଶମଣ୍ଡଳ ଓ ପୃଥିବୀର ବିବରଣ ଏହି। ଯେଉଁ ସମୟରେ ସଦାପ୍ରଭୁ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ,

Gade chapit la Kopi




ଆଦି ପୁସ୍ତକ 2:4
27 Referans Kwoze  

ଏହା ହେଉଛି ଆଦମର ବଂଶାବଳୀର ଇତିହାସ। ପରମେଶ୍ୱର ତାଙ୍କ ସାଦୃଶ୍ୟରେ ମନୁଷ୍ୟକୁ ସୃଷ୍ଟି କଲେ।


ପ୍ରଭୁ ପରମେଶ୍ୱର କହନ୍ତି, ମୁଁ “ଆରମ୍ଭ ଓ ଶେଷ” (‘‘ଆ‌‌‌‌‌‌‌‌ଲ୍‌‌‌‌‌‌‌ଫା” ଓ “ଓମେଗା”) ମୁଁ ବର୍ତ୍ତମାନ ଅଛି, ଅତୀତରେ ଥିଲି ଓ ଭବିଷ୍ୟତରେ ମଧ୍ୟ ରହିଥିବି। ମୁଁ ସର୍ବଶକ୍ତିମାନ।”


ବର୍ଷାର କ’ଣ ପିତା ଅଛି? କିଏ କାକର ବୁନ୍ଦା ତିଆରି କରେ?


ଏହା ଦେଖି ସମଗ୍ର ଲୋକ ଭୂମିରେ ମୁଣ୍ତ ନୁଆଁଇ କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର।”


ସଦାପ୍ରଭୁ ଯୁଦ୍ଧବୀର, ସଦାପ୍ରଭୁ ତାଙ୍କର ନାମ।


ଏହା ଏଷୌଙ୍କ ପରିବାରର ଇତିହାସ, ତାଙ୍କର ଅନ୍ୟ ନାମ (ଇଦୋମ)।


ପରମେଶ୍ୱର ଆପଣା ନିର୍ମିତ ସମସ୍ତ ବସ୍ତୁ ପ୍ରତି ଦୃଷ୍ଟି ଦେଲେ। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅତି ଉତ୍ତମ ଦିଶିଥିଲା। ଏହା ପରେ ସନ୍ଧ୍ୟା ଓ ତା'ପରେ ସକାଳ ହେଲା। ଏହା ଷଷ୍ଠ ଦିବସ ଥିଲା।


ପରମେଶ୍ୱର ଆଲୋକକୁ ଦେଖିଲେ ଏବଂ ସେ ଜାଣିଲେ, ତାହା ଉତ୍ତମ, ଏହା ପରେ ପରମେଶ୍ୱର ଆଲୋକକୁ ଅନ୍ଧକାରରୁ ଅଲଗା କଲେ।


ସଦାପ୍ରଭୁଙ୍କ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭମାନଙ୍କ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ ଶୈଳ ନାହିଁ।


ସେ କହିଲେ, “ହେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର ସଦାପ୍ରଭୁ ପରମେଶ୍ୱର, ତୁମ୍ଭେ ସ୍ୱର୍ଗସ୍ଥ ପରମେଶ୍ୱର ଅଟ। ତୁମ୍ଭେ ସବୁ ଜାତି ଓ ସବୁ ରାଜ୍ୟ ଉପରେ ରାଜତ୍ୱ କର। ତୁମ୍ଭର ପରାକ୍ରମ ଓ ଶକ୍ତି ଅଛି। କୌଣସି ବ୍ୟକ୍ତି ତୁମ୍ଭ ବିରୁଦ୍ଧରେ ଠିଆ ହୋଇ ନ ପାରେ।


ଲେବୀ 137 ବର୍ଷ ବଞ୍ଚିଥିଲେ। ଲେବୀଙ୍କର ସନ୍ତାନମାନେ ଥିଲେ, ଗେର୍ଶୋନ୍, କହାତ୍ ଓ ମରାରି।


ସେୟୀର ପର୍ବତସ୍ଥ ଇଦୋମୀୟମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।


ଅବ୍ରହାମଙ୍କର ପୁତ୍ର ଇ‌ସ୍‌ହାକଙ୍କର ବଂଶାବଳୀ ଏହି। ଅବ୍ରହାମ ଇ‌ସ୍‌ହାକଙ୍କୁ ଜନ୍ମ କଲେ।


ଏହା ସାରାର ମିଶରୀୟା ଦାସୀ ହାଗାରର ପୁତ୍ର, ଇଶ୍ମାଏଲଙ୍କର ପରିବାରର ତାଲିକା ଅଟେ।


ଏହା ହେଉଛି ଶେମ ପରିବାରର ବିବରଣୀ, ଯେତେବେଳେ ଶେମକୁ ଏକ ଶହ ବର୍ଷ ହୋଇଥିଲା ଏବଂ ବନ୍ୟାର ଦୁଇ ବର୍ଷ ପରେ ସେ ଅର୍ଫ‌କ୍‌ଷଦର ପିତା ହେଲା।


ନୋହଙ୍କର ପୁତ୍ରମାନେ ଥିଲେ, ଶେମ, ହାମ ଏବଂ ଯେଫତ୍। ବନ୍ୟା ପରେ ଏହି ତିନି ଜଣଙ୍କର ସନ୍ତାନସନ୍ତତି ଜନ୍ମ ନେଇଥିଲେ।


ସେଥିପାଇଁ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ, “ବହୁତ ସନ୍ତାନ-ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀରେ ଶାସନ କରି, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳରେ ଥିବା ମତ୍ସ୍ୟଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚର ପ୍ରାଣୀଗଣ ଉପରେ ଶାସନ କର।”


ଆରମ୍ଭରେ ପରମେଶ୍ୱର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।


ତା'ପରେ ମୁଁ ଜଳ ସମୂହର ଅଧିକାରୀ ଦୂତଙ୍କୁ ପରମେଶ୍ୱରଙ୍କୁ କହିବାର ଶୁଣିଲି: “ହେ ପବିତ୍ର ପରମେଶ୍ୱର, ତୁମ୍ଭେ ହିଁ କେବଳ ଅତୀତରେ ସର୍ବଦା ଥିଲ ଓ ବର୍ତ୍ତମାନ ଅଛ। ତୁମ୍ଭେ ଏହି ବିଗ୍ଭର କରିବା ଦ୍ୱାରା ନ୍ୟାୟ କରିଅଛ।


ସେହି ପ୍ରାଚୀନମାନେ କହିଲେ: “ହେ ପ୍ରଭୁ ପରମେଶ୍ୱର, ତୁମ୍ଭେ ସର୍ବଶକ୍ତିମାନ ଅଟ। ଆମ୍ଭେ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ; ତୁମ୍ଭେ ହିଁ ଏକମାତ୍ର ବର୍ତ୍ତମାନ ଅଛ, ଓ ଅତୀତରେ ଥିଲ। ଏବେ ତୁମ୍ଭେ ତୁମ୍ଭର ମହାଶକ୍ତି ପ୍ରୟୋଗ କରି ଶାସନ କରିବାକୁ ଆରମ୍ଭ କରିଛ, ସେଥିପାଇଁ ତୁମ୍ଭକୁ ଧନ୍ୟବାଦ ଦେଉଅଛୁ।


ଏସିଆ ପ୍ରଦେଶର ସାତୋଟି ମଣ୍ଡଳୀକୁ ମୁଁ, ଯୋହନ, ଏହା ଲେଖୁଅଛି: ଯେଉଁ ଈଶ୍ୱର ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଓ ଭବିଷ୍ୟତରେ ଆସୁଛନ୍ତି ଏବଂ ତାହାଙ୍କ ସିଂହାସନ ସମ୍ମୁଖରେ ଥିବା ସପ୍ତ ଆତ୍ମାଙ୍କଠାରୁ ଓ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କୁ ପ୍ରାପ୍ତ ହେଉ।


ସଦାପ୍ରଭୁ ଇସ୍ରାଏଲର ରାଜା। ସେହି ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ତ୍ରାଣକର୍ତ୍ତା କୁହନ୍ତି, “ଆମ୍ଭେ ଆଦି ଓ ଅନ୍ତ, ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।


ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମମାନ କର। ତୁମ୍ଭେ ହିଁ ଏକମାତ୍ର, ପରମେଶ୍ୱର ଅଟ।


ଏହା ପରେ ପରମେଶ୍ୱର କହିଲେ, “ଆଲୋକିତ ହେଉ!” ତହିଁରେ ଆଲୋକିତ ହେଲା।


ତା'ପରେ ପରମେଶ୍ୱର ଏହି ଦିନଟିକୁ ଆଶୀର୍ବାଦ କଲେ ଏବଂ ଏହାକୁ ଏକ ପବିତ୍ର ଦିନ କଲେ। କାରଣ ପରମେଶ୍ୱର ସମସ୍ତ ସୃଷ୍ଟି କରି ସାରିଲା ପରେ ବିଶ୍ରାମ ନେଲେ।


“ଆୟୁବ, ତୁମ୍ଭେ କେଉଁଠାରେ ଥିଲ, ଯେତେବେଳେ ମୁଁ ଏ ପୃଥିବୀକୁ ସୃଷ୍ଟି କଲି? ଯଦି ତୁମ୍ଭେ ଏତେ ବୁଦ୍ଧିମାନ ମୋତେ ଉତ୍ତର ଦିଅ।


Swiv nou:

Piblisite


Piblisite