Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 19:8 - ପବିତ୍ର ବାଇବଲ

8 ଦେଖ, ମୋର ଦୁଇଟି କୁମାରୀ କନ୍ୟା ଅଛନ୍ତି। ମୁଁ ସେମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣୁଛି। ତୁମ୍ଭେମାନେ ଯାହା ଇଚ୍ଛା ସେମାନଙ୍କ ପ୍ରତି କର। କିନ୍ତୁ ସେହି ଲୋକମାନଙ୍କୁ କିଛି କର ନାହିଁ। ସେମାନେ ମୋ’ ଗୃହରେ ଅତୀଥି ଥିବାରୁ ମୁଁ ସେମାନଙ୍କୁ ସୁରକ୍ଷା ଦେବି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଦେଖ, ପୁରୁଷ-ଅସ୍ପୃଷ୍ଟା ମୋହର ଦୁଇଟି କନ୍ୟା ଅଛନ୍ତି, ସେମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଆଣୁଅଛି, ତୁମ୍ଭମାନଙ୍କ ଦୃଷ୍ଟିରେ ଯାହା ଭଲ, ତାହା ସେମାନଙ୍କ ପ୍ରତି କର, ମାତ୍ର ସେହି ମନୁଷ୍ୟମାନଙ୍କ ପ୍ରତି କିଛି କର ନାହିଁ, କାରଣ ଏଥିନିମନ୍ତେ ସେମାନେ ମୋʼ ଛାତ ତଳେ ଆଶ୍ରୟ ନେଇ ଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

8 ଦେଖ, ପୁରୁଷ-ଅସ୍ପୃଷ୍ଟା ମୋହର ଦୁଇଟି କନ୍ୟା ଅଛନ୍ତି, ସେମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଆଣୁଅଛି, ତୁମ୍ଭମାନଙ୍କ ଦୃଷ୍ଟିରେ ଯାହା ଭଲ, ତାହା ସେମାନଙ୍କ ପ୍ରତି କର, ମାତ୍ର ସେହି ମନୁଷ୍ୟମାନଙ୍କ ପ୍ରତି କିଛି କର ନାହିଁ, କାରଣ ଏଥିନିମନ୍ତେ ସେମାନେ ମୋ’ ଛାତ ତଳେ ଆଶ୍ରୟ ନେଇ ଅଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଦେଖ, ପୁରୁଷ-ଅସ୍ପୃଷ୍ଟା ମୋହର ଦୁଇଟି କନ୍ୟା ଅଛନ୍ତି, ସେମାନଙ୍କୁ ତୁମ୍ଭମାନଙ୍କ ନିକଟକୁ ଆଣୁଅଛି, ତୁମ୍ଭମାନଙ୍କ ଦୃଷ୍ଟିରେ ଯାହା ଭଲ, ତାହା ସେମାନଙ୍କ ପ୍ରତି କର, ମାତ୍ର ସେହି ମନୁଷ୍ୟମାନଙ୍କ ପ୍ରତି କିଛି କର ନାହିଁ, କାରଣ ଏଥିନିମନ୍ତେ ସେମାନେ ମୋʼ ଛାତ ତଳେ ଆଶ୍ରୟ ନେଇଅଛନ୍ତି।”

Gade chapit la Kopi




ଆଦି ପୁସ୍ତକ 19:8
12 Referans Kwoze  

ଦେଖ, ଏଠାରେ ମୋର ଝିଅ, ଯେ କି କୁମାରୀ ଅଛି। ଏବଂ ଏହିଠାରେ ତା'ର ଉପପତ୍ନୀ ଅଛି। ମୁଁ ସେମାନଙ୍କୁ ଆଣି ଦେଉଛି, ଯାହା ତୁମ୍ଭମାନଙ୍କର ଇଚ୍ଛା ତାହା ହିଁ କର। ମାତ୍ର ଏ ଲୋକଙ୍କ ପ୍ରତି ଏପରି ଜଘନ୍ୟ କାର୍ଯ୍ୟ କର ନାହିଁ।”


ଏହି ସମାନ କଥା କହିବା ହେଲା, “ଆମ୍ଭେ ନିଶ୍ଚୟ ମନ୍ଦକାମ କରିବା, କାରଣ ତା’ ଦ୍ୱାରା ଭଲ ଆସିବ।” ଅନେକ ଲୋକ ଆମ୍ଭକୁ ସମାଲୋଚନା କରନ୍ତି ଓ ମିଛରେ କୁହନ୍ତି ଯେ ଆମ୍ଭେ ସେହି ଶିକ୍ଷା ଦେଉଛୁ। ଯେଉଁମାନେ ଏ ଭଳି କଥା କୁହନ୍ତି ସେମାନେ ଠିକ୍ ନୁହନ୍ତି ଓ ସେମାନଙ୍କୁ ଦଣ୍ଡ ଦେବା ଉଚିତ୍।


ପିତର ଜାଣି ପାରୁ ନ ଥିଲେ ଯେ କ’ଣ କହିବାକୁ ହେବ। କାରଣ ସେ ଓ ଅନ୍ୟ ଦୁଇଜଣ ଶିଷ୍ୟ ବହୁତ ଡରି ଯାଇଥିଲେ।


ପୁଣି କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର, ତାଡ଼ିତ ଦୁଃଖୀ ଲୋକକୁ ନିଜ ଗୃହକୁ ଆଣିବାର, ଉଲଗ୍ନକୁ ଦେଖି ତାକୁ ବସ୍ତ୍ର ପିନ୍ଧାଇଦେବାର ଓ ତୁମ୍ଭର ନିଜ ବଂଶୀୟ ଲୋକଠାରୁ ନିଜକୁ ନ ଲୁଗ୍ଭଇବାର, ଏହି ପ୍ରକାର ଉପବାସ ଆମ୍ଭେ କ’ଣ ମନୋନୀତ କରି ନାହୁଁ?”


“କିନ୍ତୁ କଣ୍ଟକ ବୃକ୍ଷ ସେମାନଙ୍କୁ କହିଲା, ‘ବାସ୍ତବରେ ତୁମ୍ଭେମାନେ ଯଦି ମୋତେ ତୁମ୍ଭମାନଙ୍କର ଶାସକ ହେବା ପାଇଁ ଗ୍ଭହୁଁଛ, ତେବେ ଆସ ମୋର ଛାଇରେ ବିଶ୍ରାମ ନିଅ। ନଚେତ୍ କଣ୍ଟକ ଲତାରୁ ଅଗ୍ନି ବାହାରି ଲିବାନୋ‌ନ୍‌ର ଏରସ ବୃକ୍ଷଗୁଡ଼ିକୁ ଗ୍ରାସ କରୁ।’


ହାରୋଣ ଉତ୍ତର ଦେଲେ, “କ୍ରୋଧ ହୁଅ ନାହିଁ ମହାଶୟ। ତୁମ୍ଭେ ଜାଣ ଏହି ଲୋକମାନେ ସର୍ବଦା ଭୁଲ୍ କରନ୍ତି।


କିନ୍ତୁ ରୁବେନ୍ ତା'ର ପିତାଙ୍କୁ କହିଲା, “ପିତା, ମୁଁ ଯେବେ ତୁମ୍ଭ ପାଖକୁ ତାକୁ ନ ଆଣେ, ତେବେ ତୁମ୍ଭେ ମୋର ଦୁଇ ପୁଅକୁ ବଧ କରିବ। ମୋ’ ହସ୍ତରେ ତାକୁ ସମର୍ପଣ କର। ମୁଁ ତାକୁ ପୁନର୍ବାର ତୁମ୍ଭ ପାଖକୁ ଆଣି ଦେବି।”


ମୁଁ ଆପଣମାନଙ୍କୁ ତୃପ୍ତ କରିବା ପାଇଁ କିଛି ଖାଦ୍ୟ ଦେବି। ତା'ପରେ ଆପଣମାନେ ଯାତ୍ରା କରିବେ।” ସେହି ତିନି ଜଣ କହିଲେ, “ତାହା ଉତ୍ତମ, ଯାହା କହିଲ ତାହା କର।”


ଲୋଟ ସେମାନଙ୍କୁ କହିଲେ, “ନା! ଭାଇମାନେ ମୁଁ ତୁମ୍ଭଙ୍କୁ ବିନୟ କରୁଅଛି, ଏପରି କୁକାର୍ଯ୍ୟ କର ନାହିଁ।


ତେଣୁ ସେହି ବୃଦ୍ଧ ଗୃହ ଭିତରୁ ବାହାରି ଆସିଲେ ଏବଂ କହିଲେ, “ମୋର ବନ୍ଧୁଗଣ, ଦୟାକରି ଏମିତି ଅନିଷ୍ଟ କର ନାହିଁ। ଏପରି ଜଘନ୍ୟ ପାପ କର ନାହିଁ। ଏହି ଲୋକ ମୋ’ ଗୃହରେ ଅତିଥିରୂପେ ଅଛି।


ଜଣେ ଯିଏ ଗୋଟିଏ ମନୁଷ୍ୟକୁ ଭର୍ତ୍ସନା କରେ, ଯିଏ ଅନ୍ୟମାନଙ୍କୁ ଅପମାନିତ କରେ, ସେ ନିଜେ ଅପମାନ ପାଇବ। ଯେ ଦୁଷ୍ଟକୁ ଗାଳି ଦିଏ, ସେ ନିଜେ କଳଙ୍କ ପାଏ।


Swiv nou:

Piblisite


Piblisite