Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 19:22 - ପବିତ୍ର ବାଇବଲ

22 କିନ୍ତୁ ଶୀଘ୍ର ସେଠାକୁ ଦୌଡ଼ିଯାଅ। କାରଣ ଯେପର୍ଯ୍ୟନ୍ତ ତୁମ୍ଭେମାନେ ନିରାପଦରେ ନ ପହଞ୍ଚିଛ, ମୁଁ ସଦୋମକୁ ଧ୍ୱଂସ କରି ପାରିବି ନାହିଁ।” ସେହି ସହରର ନାମ ଥିଲା ସୋୟର କାରଣ ଏହା ଅତି କ୍ଷୁଦ୍ର ଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ତୁମ୍ଭେ ଶୀଘ୍ର ସେହି ସ୍ଥାନକୁ ପଳାଅ, ଯେହେତୁ ତୁମ୍ଭେ ସେଠାରେ ଉପସ୍ଥିତ ନ ହେଲେ, ଆମ୍ଭେ କିଛି କରିପାରୁ ନାହିଁ। ଏଣୁ ସେହି ସ୍ଥାନର ନାମ ସୋୟର (କ୍ଷୁଦ୍ର) ହେଲା।

Gade chapit la Kopi

ଓଡିଆ ବାଇବେଲ

22 ତୁମ୍ଭେ ଶୀଘ୍ର ସେହି ସ୍ଥାନକୁ ପଳାଅ, ଯେହେତୁ ତୁମ୍ଭେ ସେଠାରେ ଉପସ୍ଥିତ ନ ହେଲେ, ଆମ୍ଭେ କିଛି କରି ନ ପାରୁ।” ଏଣୁ ସେହି ସ୍ଥାନର ନାମ ସୋୟର ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ତୁମ୍ଭେ ଶୀଘ୍ର ସେହି ସ୍ଥାନକୁ ପଳାଅ, ଯେହେତୁ ତୁମ୍ଭେ ସେଠାରେ ଉପସ୍ଥିତ ନ ହେଲେ, ଆମ୍ଭେ କିଛି କରି ନ ପାରୁ।” ଏଣୁ ସେହି ସ୍ଥାନର ନାମ ସୋୟର ହେଲା।

Gade chapit la Kopi




ଆଦି ପୁସ୍ତକ 19:22
15 Referans Kwoze  

ଲୋଟ ଯର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସେଠାରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହମୋରାକୁ ଧ୍ୱଂସ କରିବା ପୂର୍ବରୁ ଏହା ଥିଲା। ସେହି ସମୟରେ ଯର୍ଦ୍ଦନ ଉପତ୍ୟକା ସୋୟର ପର୍ଯ୍ୟନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ୟ ଥିଲା।


ଏହି ସମସ୍ତ ରାଜାଗଣ ମିଳିତଭାବେ ସଦୋମର ରାଜା ବିରା, ହମୋରାର ରାଜା ବିର୍ଶା, ଅଦ୍ମାର ରାଜା ଶିନାବ୍ ଓ ସବୋୟିମର ରାଜା ଶିମେବର ଓ ବିଲାର, ସୋୟରର ରାଜାଙ୍କ ସହିତ ଯୁଦ୍ଧ କଲେ।


ଆମ୍ଭକୁ ଛାଡ଼ିଦିଅ, ତହିଁରେ ଆମ୍ଭେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିବା ଓ ଆକାଶ ମଣ୍ତଳ ତଳୁ ସେମାନଙ୍କ ନାମ ଲୋପ କରିବା। ମାତ୍ର ଆମ୍ଭେ ତୁମ୍ଭଠାରୁ ସେମାନଙ୍କ ଅପେକ୍ଷା ଅଧିକ ବଳବତୀ ଓ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବା।’


ତେଣୁ ବର୍ତ୍ତମାନ ମୋତେ ବିରକ୍ତ କର ନାହିଁ, ଯେଉଁଥିପାଇଁ ମୁଁ ସେମାନଙ୍କୁ ମୋର କ୍ରୋଧରେ ଧ୍ୱଂସ କରିବି। ଏହା ପରେ ମୁଁ ତୁମ୍ଭଠାରୁ ଏକ ମହାନ ଜାତି ସୃଷ୍ଟି କରିବି।”


ଅନନ୍ତ ଜୀବନ ପାଇଁ ଆମ୍ଭର ଆଶାରୁ ସେହି ବିଶ୍ୱାସ ଓ ଜ୍ଞାନ ଆସିଛି। ସମୟ ଆରମ୍ଭ ହେବା ପୂର୍ବରୁ ପରମେଶ୍ୱର ସେହି ଅନନ୍ତ ଜୀବନର ପ୍ରତିଶୃତି ଦେଇଥିଲେ ଓ ପରମେଶ୍ୱର ମିଛ କହନ୍ତି ନାହିଁ।


ଯଦି ଆମ୍ଭେ ବିଶ୍ୱସ୍ତ ନ ହେଉ, ତଥାପି ସେ ବିଶ୍ୱସ୍ତ ହୋଇ ରହିବେ। କାରଣ ସେ ନିଜ ପାଇଁ ଅସତ୍ ହୋଇପାରିବେ ନାହିଁ।


ଅତଏବ ସେଠାରେ ଯୀଶୁ କୌଣସି ଆଶ୍ଚର୍ଯ୍ୟକାର୍ଯ୍ୟ ପ୍ରଦର୍ଶନ କରି ପାରିଲେ ନାହିଁ। କେବଳ କେତେକ ରୋଗୀଙ୍କ ଉପରେ ହାତ ରଖି ସେ ସେମାନଙ୍କୁ ସୁସ୍ଥ କରିଲେ।


“ହି‌‌‌ଶ୍‌‌‌ବୋନ୍ ଓ ଇଲିୟାଲୀର କ୍ରନ୍ଦନ ଯହସ ପର୍ଯ୍ୟନ୍ତ ଶୁଣା ଯାଇଅଛି। ଆଉ ମଧ୍ୟ ସେହି କ୍ରନ୍ଦନ ସୋୟରଠାରୁ ହୋରୋନୟିମ ଓ ଇଗ୍ଲଥ୍ ଶଲୀଶୀୟା ପର୍ଯ୍ୟନ୍ତ ଶ୍ରୁତିଗୋଚର ହୋଇଅଛି। କାରଣ ନିମ୍ରୀମର ଜଳସବୁ ଶୁଷ୍କ ହୋଇଅଛି।


ସଦାପ୍ରଭୁ ଏହିକଥା କୁହନ୍ତି, “ଯେତେବେଳେ ଦ୍ରାକ୍ଷାଫଳରେ ନୂତନ ଦ୍ରାକ୍ଷାରସ ମିଳେ, ଲୋକେ କୁହନ୍ତି, ଏହାକୁ ନଷ୍ଟ କର ନାହିଁ। କାରଣ ଏଥିରେ ଆଶୀର୍ବାଦ ଅଛି, ସେହିପରି ଆମ୍ଭ ଦାସମାନଙ୍କ ପାଇଁ ଆମ୍ଭେ ସମସ୍ତଙ୍କୁ ବିନାଶ କରିବା ନାହିଁ।


ମୋର ହୃଦୟ ମୋୟାବ ପାଇଁ ବିଳାପ କରୁଛି। ଲୋକମାନେ ଇଗ୍ଲତ୍-ଇଲୀଶୀୟା ଓ ଦୂରସ୍ଥ ସୋୟରକୁ ନିରାପତ୍ତା ପାଇଁ ପଳାୟନ କରୁଛନ୍ତି। ସେମାନେ ରୋଦନ କରି କରି ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି। ହୋରୋନୟିମ ପଥରେ ଯାଉଥିଲା ବେଳେ ଉଚ୍ଚ ସ୍ୱରରେ ବିଳାପ କରୁଛନ୍ତି।


ସ୍ୱର୍ଗଦୂତ ଲୋଟକୁ କହିଲେ, “ଉତ୍ତମ, ଆମ୍ଭେ ତୁମ୍ଭକୁ ଅନୁମତି ଦେଲୁ। ମୁଁ ସେହି ସହରକୁ ଧ୍ୱଂସ କରିବି ନାହିଁ।


ସୂର୍ଯ୍ୟୋଦୟ ହୁଅନ୍ତେ ଲୋଟ ସୋୟରରେ ପହଞ୍ଚିଗଲେ।


ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ।


Swiv nou:

Piblisite


Piblisite