Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 19:13 - ପବିତ୍ର ବାଇବଲ

13 ଆମ୍ଭେ ବର୍ତ୍ତମାନ ଏହି ସହରକୁ ଧ୍ୱଂସ କରିବାକୁ ଯାଉଛୁ। ସଦାପ୍ରଭୁ ପରମେଶ୍ୱର ଜାଣନ୍ତି ଏହି ସହର କେତେ ଖରାପ ଏବଂ ଏହି ନଗର ଧ୍ୱଂସ କରିବା ପାଇଁ ଆମ୍ଭକୁ ପଠାଇଛନ୍ତି।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ଯେହେତୁ ଆମ୍ଭେମାନେ ଏ ସ୍ଥାନ ଉଚ୍ଛିନ୍ନ କରିବା। ସଦାପ୍ରଭୁଙ୍କ ଛାମୁରେ ଏ ନଗର ବିରୁଦ୍ଧରେ ମହାକ୍ରନ୍ଦନ ଉଠିଅଛି, ଏଣୁ ସଦାପ୍ରଭୁ ଏହି ନଗର ଉଚ୍ଛିନ୍ନ କରିବା ପାଇଁ ଆମ୍ଭମାନଙ୍କୁ ପଠାଇ ଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

13 ଯେହେତୁ ଆମ୍ଭେମାନେ ଏ ସ୍ଥାନ ଉଚ୍ଛିନ୍ନ କରିବା। ସଦାପ୍ରଭୁଙ୍କ ଛାମୁରେ ଏ ନଗର ବିରୁଦ୍ଧରେ ମହାକ୍ରନ୍ଦନ ଉଠିଅଛି, ଏଣୁ ସଦାପ୍ରଭୁ ଏହି ନଗର ଉଚ୍ଛିନ୍ନ କରିବା ପାଇଁ ଆମ୍ଭମାନଙ୍କୁ ପଠାଇ ଅଛନ୍ତି।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ଯେହେତୁ ଆମ୍ଭେମାନେ ଏହି ସ୍ଥାନ ଉଚ୍ଛିନ୍ନ କରିବା। ସଦାପ୍ରଭୁଙ୍କ ଛାମୁରେ ଏହି ନଗର ବିରୁଦ୍ଧରେ ମହାକ୍ରନ୍ଦନ ଉଠିଅଛି, ଏଣୁ ସଦାପ୍ରଭୁ ଏହି ନଗର ଉଚ୍ଛିନ୍ନ କରିବା ପାଇଁ ଆମ୍ଭମାନଙ୍କୁ ପଠାଇଅଛନ୍ତି।”

Gade chapit la Kopi




ଆଦି ପୁସ୍ତକ 19:13
21 Referans Kwoze  

ଏହା ପରେ ସଦାପ୍ରଭୁ କହିଲେ, “ମୁଁ ଅନେକ ଅଭିଯୋଗ ଶୁଣିଅଛି, ସଦୋମ ଓ ଗୋମରାର ଲୋକମାନଙ୍କ ବିରୁଦ୍ଧରେ, ସେମାନେ ବହୁତ ପାପ କରିଛନ୍ତି।


ସଦୋମ, ଗମୋରା ଓ ତା’ ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସେମାନେ ଠିକ୍ ସେହି ସ୍ୱର୍ଗଦୂତମାନଙ୍କ ପରି। ସେହି ନଗରଗୁଡ଼ିକ ବ୍ୟଭିଗ୍ଭର ପାପ ଓ ଅସ୍ୱାଭାବିକ କାମୁକତାରେ ପରିପୂର୍ଣ୍ଣ ଥିଲା। ସେମାନେ ଅନନ୍ତ ଅଗ୍ନି ଦଣ୍ଡରେ ଦଣ୍ଡିତ ହେଲେ। ସେମାନଙ୍କର ଦଣ୍ଡ ଆମ୍ଭମାନଙ୍କ ଆଗରେ ଗୋଟିଏ ଉଦାହରଣ ସ୍ୱରୂପ ରହିଛି।


ହେରୋଦ ନିଜର ଏହି ପ୍ରଶଂସା ଶୁଣିଲେ, କିନ୍ତୁ ସେ ପରମେଶ୍ୱରଙ୍କୁ ତାହାଙ୍କର ସମ୍ମାନ ଜଣାଇଲେ ନାହିଁ। ତେଣୁ ପ୍ରଭୁଙ୍କର ଜଣେ ଦୂତ ହଠାତ୍ ତାହାଙ୍କୁ ଆଘାତ କଲେ ଓ ତାହାଙ୍କ ଶରୀରକୁ କୀଟମାନେ ଖାଇଲେ। ଶେଷରେ ସେ ମୃତ୍ୟୁବରଣ କଲେ।


ଲୋକେ ତୁମ୍ଭ କ୍ଷେତମାନଙ୍କରେ କାମ କଲେ, କିନ୍ତୁ ତୁମ୍ଭେ ତାହାଙ୍କୁ ସେମାନଙ୍କର ମଜୁରୀ ଦେଲ ନାହିଁ। ସେମାନେ ତୁମ୍ଭ ବିରୁଦ୍ଧରେ କ୍ରନ୍ଦନ କରୁଛନ୍ତି। ସେମାନେ ତୁମ୍ଭ ପାଇଁ ଶସ୍ୟ ଆମଦାନୀ କଲେ। ଏବେ ସ୍ୱର୍ଗୀୟ ସେନାବାହିନୀର ପ୍ରଭୁ ସେମାନଙ୍କ ଚିତ୍କାର ଶୁଣିଛନ୍ତି।


ଏହା ପରେ ସେହି ରାତ୍ରିରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ 185,000 ଲୋକଙ୍କୁ ସଂହାର କଲେ। ଯେତେବେଳେ ପ୍ରଭାତରେ ଲୋକମାନେ ଉଠିଲେ, ସେମାନଙ୍କ ଚତୁର୍ଦ୍ଦିଗରେ କେବଳ ଶବମାନ ଦେଖିଲେ।


“‘ବର୍ତ୍ତମାନ ତୁମ୍ଭେ କ’ଣ ଭାବୁଛ ମୁଁ ସଦାପ୍ରଭୁଙ୍କ ବିନା ସାହାଯ୍ୟରେ ଏହି ସ୍ଥାନକୁ ଧ୍ୱଂସ କରି ପାରିବି? ସଦାପ୍ରଭୁ ମୋତେ କହିଲେ, “ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।”’”


ମାତ୍ର ଦୁରାଗ୍ଭରୀମାନଙ୍କ ପାଇଁ ଏହା ଅତି ମନ୍ଦଫଳ ହେବ। ସେମାନଙ୍କୁ ବହୁକଷ୍ଟ ଆସିବ। ସେମାନେ ସେମାନଙ୍କର କୁକର୍ମ ଯୋଗୁଁ ଦଣ୍ଡିତ ହେବେ।


ସଦୋମର ଲୋକମାନେ ମନ୍ଦ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଅତି ପାପିଷ୍ଠ ଥିଲେ।


ସେହି ଦୁଇ ଜଣ ଲୋଟକୁ କହିଲେ, “ତୁମ୍ଭ ପରିବାରର ଅନ୍ୟ କୌଣସି ଲୋକ ଏହି ସହରରେ ବାସ କରୁଛନ୍ତି କି? ତୁମ୍ଭର ଆଉ ପୁଅ, ଝିଅ, ଜ୍ୱାଇଁ ଅଛନ୍ତି କି? ତେବେ ଶୀଘ୍ର ଏ ସ୍ଥାନ ପରିତ୍ୟାଗ କରିବା ପାଇଁ ତାଙ୍କୁ କୁହ।


ପୁଣି ଆମ୍ଭେ ତୁମ୍ଭମାନଙ୍କର ଉଚ୍ଚସ୍ଥଳ ସକଳ ଭାଙ୍ଗିବା ଓ ତୁମ୍ଭମାନଙ୍କ ସୂର୍ଯ୍ୟ ପ୍ରତିମା ସକଳ କାଟି ପକାଇବା ଓ ତୁମ୍ଭମାନଙ୍କ ପ୍ରତିମାଗଣର ଦେହ ଉପରେ ତୁମ୍ଭମାନଙ୍କ ମୃତଦେହ ପକାଇବା ଓ ଆମ୍ଭର ପ୍ରାଣ ତୁମ୍ଭମାନଙ୍କୁ ଘୃଣା କରିବ।


ତେଣୁ ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ସତର୍କ କରାଇ ଦେଉଛି, ସ୍ୱର୍ଗ ଓ ପୃଥିବୀକୁ ସାକ୍ଷୀରଖି କହୁଅଛି, ତୁମ୍ଭେମାନେ ଯଦି ଏପରି କର, ତେବେ ତୁମ୍ଭେମାନେ ଯର୍ଦ୍ଦନ ପାର ହୋଇ ଯେଉଁ ଦେଶକୁ ଯାଉଛ, ସେହି ଦେଶରୁ ଶୀଘ୍ର ସେଠାରୁ ନିଃଶେଷରୂପେ ବିନଷ୍ଟ ହେବ। ତୁମ୍ଭେମାନେ ସେଠାରେ ଦୀର୍ଘଜୀବୀ ହେବ ନାହିଁ।


“ସବୁ ଅଭିଶାପ ତୁମ୍ଭ ନିକଟକୁ ଆସିବ ତୁମ୍ଭେ ନଷ୍ଟ ହେବା ପର୍ଯ୍ୟନ୍ତ। କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ବାକ୍ୟ ପ୍ରତି ତୁମ୍ଭେମାନେ କର୍ଣ୍ଣପାତ କଲ ନାହିଁ। ତୁମ୍ଭେ ସଦାପ୍ରଭୁଙ୍କର ଆଜ୍ଞା ଓ ବ୍ୟବସ୍ଥାମାନ ମାନିଲ ନାହିଁ।


ତା'ପରେ ତୁମ୍ଭମାନଙ୍କର ଦୁଷ୍କର୍ମ କୃତ ଘୃଣ୍ୟକର୍ମ ଯୋଗୁଁ ସଦାପ୍ରଭୁ ଆଉ ସହ୍ୟ କରି ପାରିଲେ ନାହିଁ, ତେଣୁ ତୁମ୍ଭମାନଙ୍କର ଦେଶ ନିବାସ ବିହୀନ ହୋଇ ଶୂନ୍ୟ ମରୁରେ ପରିଣତ ହୋଇଅଛି। ଲୋକମାନେ ଏହାକୁ ଅଭିଶାପ ରୂପେ ବ୍ୟବହାର କରନ୍ତି।


“ତୁମ୍ଭେମାନେ ଏହି ମଣ୍ତଳୀଠାରୁ ପୃଥକ୍ ହୁଅ, ଆମ୍ଭେ ଏକନିମିଷରେ ସେମାନଙ୍କୁ ସଂହାର କରିବା।”


Swiv nou:

Piblisite


Piblisite