Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 19:12 - ପବିତ୍ର ବାଇବଲ

12 ସେହି ଦୁଇ ଜଣ ଲୋଟକୁ କହିଲେ, “ତୁମ୍ଭ ପରିବାରର ଅନ୍ୟ କୌଣସି ଲୋକ ଏହି ସହରରେ ବାସ କରୁଛନ୍ତି କି? ତୁମ୍ଭର ଆଉ ପୁଅ, ଝିଅ, ଜ୍ୱାଇଁ ଅଛନ୍ତି କି? ତେବେ ଶୀଘ୍ର ଏ ସ୍ଥାନ ପରିତ୍ୟାଗ କରିବା ପାଇଁ ତାଙ୍କୁ କୁହ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ଅନନ୍ତର ସେହି ବ୍ୟକ୍ତିମାନେ ଲୋଟକୁ କହିଲେ, ଏସ୍ଥାନରେ ତୁମ୍ଭର ଆଉ କିଏ କିଏ ଅଛନ୍ତି? ଜୁଆଁଇ ଓ ତୁମ୍ଭର ପୁତ୍ରକନ୍ୟାଦି ଯେତେ ଲୋକ ଏ ନଗରରେ ଅଛନ୍ତି, ସେ ସମସ୍ତଙ୍କୁ ଏସ୍ଥାନରୁ ନେଇଯାଅ;

Gade chapit la Kopi

ଓଡିଆ ବାଇବେଲ

12 ଏଥିଉତ୍ତାରେ ସେହି ବ୍ୟକ୍ତିମାନେ ଲୋଟକୁ କହିଲେ, “ଏସ୍ଥାନରେ ତୁମ୍ଭର ଆଉ କିଏ କିଏ ଅଛନ୍ତି ? ଜୁଆଁଇ ଓ ତୁମ୍ଭର ପୁତ୍ରକନ୍ୟାଦି ଯେତେ ଲୋକ ଏ ନଗରରେ ଅଛନ୍ତି, ସେ ସମସ୍ତଙ୍କୁ ଏସ୍ଥାନରୁ ନେଇଯାଅ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ଏଥିଉତ୍ତାରେ ସେହି ବ୍ୟକ୍ତିମାନେ ଲୋଟକୁ କହିଲେ, “ଏହି ସ୍ଥାନରେ ତୁମ୍ଭର ଆଉ କିଏ କିଏ ଅଛନ୍ତି? ଜୁଆଁଇ ଓ ତୁମ୍ଭର ପୁତ୍ରକନ୍ୟାଦି ଯେତେ ଲୋକ ଏହି ନଗରରେ ଅଛନ୍ତି, ସେ ସମସ୍ତଙ୍କୁ ଏହି ସ୍ଥାନରୁ ନେଇଯାଅ;

Gade chapit la Kopi




ଆଦି ପୁସ୍ତକ 19:12
13 Referans Kwoze  

ଏହା ପରେ ସଦାପ୍ରଭୁ ନୋହଙ୍କୁ କହିଲେ, “ମୁଁ ଦେଖିଛି ତୁମ୍ଭେ ଜଣେ ଧାର୍ମିକ ଲୋକ, ଏହି କାଳର ଦୁଷ୍ଟ ଲୋକମାନଙ୍କ ମଧ୍ୟରେ। ତେଣୁ ତୁମ୍ଭର ପରିବାର ଏକତ୍ରିତ ହୋଇ ଜାହାଜରେ ପ୍ରବେଶ କର।


ତା'ପରେ ମୁଁ ସ୍ୱର୍ଗରୁ ଆଉ ଏକ ସ୍ୱର ଶୁଣିଲି “ହେ ମୋର ଲୋକମାନେ, ତୁମ୍ଭେମାନେ ସେହି ନଗରରୁ ବାହାରି ଆସ, ତୁମ୍ଭେମାନେ ବାହାରି ଆସିଲେ, ତା'ର ପାପରେ ଭାଗୀଦାର ହେବ ନାହିଁ ଓ ତାହାର କ୍ଳେଶର ସହଭାଗୀ ହେବ ନାହିଁ।


କିନ୍ତୁ ସେହି ନଗର ମଧ୍ୟରୁ ପରମେଶ୍ୱର ଲୋଟକୁ ରକ୍ଷା କଲେ। ସେ ଜଣେ ଅତି ଭଲଲୋକ ଥିଲେ। ଲୋକମାନଙ୍କର ଦୁଷ୍ଟାଚରଣ ହେତୁ ସେ ଦୁଃଖ ପାଉଥିଲେ।


ପରମେଶ୍ୱର ଏହି ସମସ୍ତ କାର୍ଯ୍ୟ କଲେ। ଅତଏବ ଯେଉଁମାନେ ତାହାଙ୍କୁ ସେବା କରୁଛନ୍ତି, ପ୍ରଭୁ ସର୍ବଦା ସେମାନଙ୍କୁ ରକ୍ଷା କରିବେ। ସମସ୍ୟାରେ ପଡ଼ିଥିଲାବେଳେ ସେ ସେମାନଙ୍କୁ ରକ୍ଷା କରିବେ। ଏହା ସହିତ, ପ୍ରଭୁ ମନ୍ଦ ଲୋକମାନଙ୍କୁ ବିଗ୍ଭର ଦିନରେ ଦଣ୍ଡ ଦେବେ।


ତହୁଁ ମୋଶା ମଣ୍ତଳୀକି କହିଲେ, “ବିନୟ କରୁଅଛି ତୁମ୍ଭେମାନେ ଏହି ଦୁଷ୍ଟ ଲୋକମାନଙ୍କ ଛାଉଣିରୁ ଉଠିଯାଅ ଏବଂ ସେମାନଙ୍କର କିଛି ମାତ୍ର ସ୍ପର୍ଶ କର ନାହିଁ। ନଚେତ୍ ତୁମ୍ଭେମାନେ ସେମାନଙ୍କ ପାପ ଲାଗି ବିନଷ୍ଟ ହେବ।”


ସେମାନେ ନଗର ବାହାରକୁ ଆସିବା ମାତ୍ରେ ଜଣେ ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭର ଜୀବନ ରକ୍ଷା ପାଇଁ ପଛକୁ ନ ଅନାଇ ଶୀଘ୍ର ଦୌଡ଼। ଏହି ଉପତ୍ୟକାର କୌଣସି ଜାଗାରେ ରୁହ ନାହିଁ। ତୁମ୍ଭେ ପର୍ବତରେ ପହଞ୍ଚିବା ପର୍ଯ୍ୟନ୍ତ ଦୌଡ଼। ଯଦି ତୁମ୍ଭେ ଅଟକି ଯାଅ ତେବେ ଏହି ନଗର ସହିତ ତୁମ୍ଭେ ଧ୍ୱଂସ ପାଇଯିବ।”


ଆଉ ସେମାନେ ଓ ସେମାନଙ୍କର ସନ୍ତାନମାନେ ସେମାନଙ୍କ ମଙ୍ଗଳ ନିମନ୍ତେ ଯେପରି ଆମ୍ଭକୁ ଭୟ କରିବେ, ଏଥିପାଇଁ ଆମ୍ଭେ ସେମାନଙ୍କୁ ଏକ ଚିତ୍ତ ଓ ଏକ ପଥ ଦେବା।


କିନ୍ତୁ ଶୀଘ୍ର ସେଠାକୁ ଦୌଡ଼ିଯାଅ। କାରଣ ଯେପର୍ଯ୍ୟନ୍ତ ତୁମ୍ଭେମାନେ ନିରାପଦରେ ନ ପହଞ୍ଚିଛ, ମୁଁ ସଦୋମକୁ ଧ୍ୱଂସ କରି ପାରିବି ନାହିଁ।” ସେହି ସହରର ନାମ ଥିଲା ସୋୟର କାରଣ ଏହା ଅତି କ୍ଷୁଦ୍ର ଥିଲା।


ତେଣୁ ଲୋଟ ବାହାରକୁ ଯାଇ ତାଙ୍କର ଜ୍ୱାଇଁଙ୍କୁ କହିଲେ, “ଶୀଘ୍ର ଏ ସହର ପରିତ୍ୟାଗ କର! ପରମେଶ୍ୱର ଖୁବ୍ ଶୀଘ୍ର ଏହି ସହର ଧ୍ୱଂସ କରିବେ।” କିନ୍ତୁ ସେହି ଲୋକମାନେ ଭାବିଲେ ଲୋଟ ସେମାନଙ୍କ ସହିତ ଥଟ୍ଟା ହେଉଛନ୍ତି।


ତା'ପରେ ବାହାରେ ଥିବା ସମସ୍ତ ଯୁବା ଓ ବୃଦ୍ଧ ଲୋକ ଅନ୍ଧ ହୋଇଗଲେ। ତେଣୁ ସେଇ ଲୋକମାନେ ଘରର ଫାଟକ ପାଇଲେ ନାହିଁ।


ଆମ୍ଭେ ବର୍ତ୍ତମାନ ଏହି ସହରକୁ ଧ୍ୱଂସ କରିବାକୁ ଯାଉଛୁ। ସଦାପ୍ରଭୁ ପରମେଶ୍ୱର ଜାଣନ୍ତି ଏହି ସହର କେତେ ଖରାପ ଏବଂ ଏହି ନଗର ଧ୍ୱଂସ କରିବା ପାଇଁ ଆମ୍ଭକୁ ପଠାଇଛନ୍ତି।”


ହେ ଆମ୍ଭର ଲୋକମାନେ, ତୁମ୍ଭେମାନେ ବାବିଲରୁ ପଳାଇ ଯାଅ। ପ୍ରତ୍ୟେକ ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧରୁ ନିଜକୁ ରକ୍ଷା କର।


Swiv nou:

Piblisite


Piblisite