Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 18:2 - ପବିତ୍ର ବାଇବଲ

2 ଅବ୍ରହାମ ଦେଖିଲେ ତିନି ଜଣ ଲୋକ ତାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ। ଅବ୍ରହାମ ଏହା ଦେଖିବାପରେ ସେମାନଙ୍କ ପାଖକୁ ଧାଇଁଗଲେ ଓ ଭୂମିଷ୍ଠ ହେଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତହିଁରେ ସେ ଅନାଇ ଦେଖିଲେ, ତିନୋଟି ପୁରୁଷ ତାଙ୍କ ସମ୍ମୁଖରେ ଦଣ୍ତାୟମାନ; ପୁଣି ଦେଖିବା ମାତ୍ର ସାକ୍ଷାତ୍ କରିବାକୁ ତମ୍ଵୁଦ୍ଵାରରୁବେଗେ ଯାଇ ଭୂମିଷ୍ଠ ହୋଇ କହିଲେ,

Gade chapit la Kopi

ଓଡିଆ ବାଇବେଲ

2 ତହିଁରେ ସେ ଅନାଇ ଦେଖିଲେ, ତିନୋଟି ପୁରୁଷ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ; ପୁଣି, ଦେଖିବା ମାତ୍ର ସାକ୍ଷାତ କରିବାକୁ ତମ୍ବୁଦ୍ୱାରରୁ ବେଗେ ଯାଇ ଭୂମିଷ୍ଠ ହୋଇ କହିଲେ,

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତହିଁରେ ସେ ଅନାଇ ଦେଖିଲେ, ତିନୋଟି ପୁରୁଷ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ; ପୁଣି, ଦେଖିବାମାତ୍ର ସାକ୍ଷାତ କରିବାକୁ ତମ୍ବୁଦ୍ୱାରରୁ ବେଗେ ଯାଇ ଭୂମିଷ୍ଠ ହୋଇ କହିଲେ,

Gade chapit la Kopi




ଆଦି ପୁସ୍ତକ 18:2
23 Referans Kwoze  

ନିଜ ଘରେ ସ୍ୱାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାଯ୍ୟ କରିବା କଥା ମନେରଖ। କେତେବେଳେ ଏହିପରି କରି ଅଜଣାତରେ ସ୍ୱର୍ଗଦୂତମାନଙ୍କୁ ସାହାଯ୍ୟ କରିଛନ୍ତି।


ଦୁଇ ଜଣ ଲୋକ ସଦୋମ ଆଡ଼କୁ ଗଲେ, ଯେତେବେଳେ ସଦାପ୍ରଭୁ ଅବ୍ରହାମଙ୍କ ସହିତ ରହିଲେ।


ସେହି ସନ୍ଧ୍ୟାରେ ଦୁଇଜଣ ସ୍ୱର୍ଗଦୂତ ସଦୋମରେ ଉପସ୍ଥିତ ହେଲେ। ସେହି ସମୟରେ ଲୋଟ ନଗରଦ୍ୱାର ଫାଟକ ନିକଟରେ ବସିଥିଲେ। ସେ ଯେତେବେଳେ ସ୍ୱର୍ଗଦୂତଙ୍କୁ ଦେଖିଲେ, ସେ ଉଠିଲେ ଏବଂ ତାଙ୍କୁ ସାକ୍ଷାତ କରିବାକୁ ଗଲେ। ସେ ଭକ୍ତିଭାବରେ ସେମାନଙ୍କୁ ପ୍ରଣାମ କଲେ।


ସଦାପ୍ରଭୁ ମାନୋହର ସ୍ତ୍ରୀକୁ ପ୍ରସନ୍ନ ହେଲେ, ଏବଂ ତାଙ୍କୁ କହିଲେ, “ତୁମ୍ଭେ ଆଜି ଯାଏ ପିଲା ଜନ୍ମ କରି ନାହଁ। ତୁମ୍ଭେ ଗର୍ଭବତୀ ହେବ ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେବ।


ଅବ୍ରହାମ ଉଠି ସେହି ଲୋକମାନଙ୍କୁ ପ୍ରଣାମ କଲେ।


ଯେତେବେଳେ ଯିହୋଶୂୟ ଯିରୀହୋ ନିକଟରେ ଛିଡ଼ା ହୋଇଥିଲେ, ତାଙ୍କ ସମ୍ମୁଖରେ ଏକ ଲୋକ ଛିଡ଼ା ହୋଇଥିଲା। ସେ ଲକ୍ଷ୍ୟ କଲେ ଲୋକଟି ତା'ହାତରେ ଏକ ଖଣ୍ତା ଟାଣି ବାହାର କଲା। ଯିହୋଶୂୟ ତା'ର ନିକଟକୁ ଗଲେ ଓ ପଗ୍ଭରିଲେ, “ତୁମ୍ଭେ ଆମ୍ଭର ଲୋକମାନଙ୍କର ବନ୍ଧୁ ନା ଶତ୍ରୁ?”


ଯିହୁଦା ଏବଂ ତା'ର ଭାଇମାନେ ଯୋଷେଫଙ୍କ ଗୃହକୁ ଗଲେ। ଯୋଷେଫ ସେହିଠାରେ ଥିଲେ। ଭାଇମାନେ ତାଙ୍କର ପାଦତଳେ ଲୋଟି ଗଲେ।


ଭାଇମାନେ ଉତ୍ତର ଦେଲେ, “ହଁ ମହାଶୟ, ଆମ୍ଭର ପିତା ଏବେ ଜୀବିତ।” ଏବଂ ସେମାନେ ପୁନର୍ବାର ଯୋଷେଫଙ୍କୁ ପ୍ରଣାମ କଲେ।


ଯୋଷେଫ ଗୃହକୁ ପ୍ରବେଶ କରନ୍ତେ, ଭାଇମାନେ ଆଣିଥିବା ଉପହାର ସବୁ ତାଙ୍କୁ ଦେଲେ। ଏହା ପରେ ସେମାନେ ଯୋଷେଫଙ୍କୁ ଆଣ୍ଠୁମାଡ଼ି ଭୂମିଷ୍ଠ ପ୍ରଣାମ କଲେ।


ଯାକୁବ ଏକୁଟିଆ ରହିଗଲେ ଏବଂ ଜଣେ ମନୁଷ୍ୟ ତାଙ୍କ ସହିତ ସକାଳ ପର୍ଯ୍ୟନ୍ତ ମଲ୍ଲଯୁଦ୍ଧ କଲେ।


ଏହା ପରେ ସେହି ତିନି ଜଣ ଯିବା ପାଇଁ ଉଠିଲେ, ସେମାନେ ସଦୋମ ଆଡ଼େ ମୁହାଁଇଲେ। ଏବଂ ସେମାନେ ସେହି ବାଟେ ଯିବାକୁ ଆରମ୍ଭ କଲେ। ଅବ୍ରହାମ ତାଙ୍କୁ ବାଟେଇ ଦେଲେ।


ଏହା ପରେ ଋତ ତାଙ୍କୁ ପ୍ରଣାମ କଲା। ସେ ବୋୟାଜଙ୍କୁ ପଗ୍ଭରିଲା, “ମୁଁ ଆଶ୍ଚର୍ଯ୍ୟ ହେଉଛି, ତୁମ୍ଭେ ତ ମୋତେ ଆଗରୁ କେବେବି ଦେଖି ନାହଁ। ମୁଁ ବିଦେଶୀନୀ ହେଲେବି ତୁମ୍ଭେ ମୋ’ ପ୍ରତି ଦୟା ଦେଖାଇ ଅଛ।”


ପ୍ରେମ ଅନେକ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ୱାଗତ ଜଣାଅ।


ପରମେଶ୍ୱରଙ୍କ ନିଜ ଲୋକମାନଙ୍କର କାମରେ ସାହାଯ୍ୟ କର। ଯେଉଁମାନଙ୍କୁ ସାହାଯ୍ୟ ଦରକାର ସେମାନଙ୍କ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସେମାନଙ୍କୁ ଅତିଥି ଭାବରେ ସ୍ୱାଗତ କର।


ଯେତେବେଳେ ଯିରୀହୋ ନିବାସୀ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁତ୍ରମାନଙ୍କ ମଧ୍ୟରୁ ଦଳେ ଇଲୀଶାୟଙ୍କୁ ଦେଖି କହିଲେ, “ଏଲିୟଙ୍କ ଆତ୍ମା ଇଲୀଶାୟଙ୍କ ଉପରେ ବର୍ତ୍ତିଲା।” ତେଣୁ ଇଲୀଶାୟ ନିକଟକୁ ଆସି ତାଙ୍କୁ ଭୂମିଷ୍ଠ ପ୍ରଣାମ କଲେ।


ତହିଁରେ ଅବ୍ରାମ ପରମେଶ୍ୱରଙ୍କଠାରେ ମଥାନତ କଲେ। ପରମେଶ୍ୱର ତାଙ୍କୁ କହିଲେ,


ଅବ୍ରହାମ କହିଲେ, “ମହାଶୟଗଣ, ଯଦି ତୁମ୍ଭେମାନେ ମୋ’ ଉପରେ ସନ୍ତୁଷ୍ଟ, ଦୟାକରି ତୁମ୍ଭର ଦାସ ନିକଟରେ କିଛି କ୍ଷଣ ରୁହ।


ପୁଣି ସନ୍ଧ୍ୟା ସମୟରେ ଧ୍ୟାନ କରିବାକୁ କ୍ଷେତ୍ରକୁ ଯାଇଥିଲେ। ଇ‌ସ୍‌ହାକ ଉପରକୁ ଗ୍ଭହିଁ ଦେଖିଲେ ଦୂରରୁ ଓଟମାନେ ଆସୁଛନ୍ତି।


ଅବ୍ରହାମ ହେତର ଲୋକମାନଙ୍କୁ ପ୍ରଣାମ କଲେ।


ସେହି ସମୟରେ ମିଶରରେ ଯୋଷେଫ ଅଧ୍ୟକ୍ଷ ଥିଲେ। ଯେଉଁମାନେ ମିଶରରୁ ଖାଦ୍ୟ ଶସ୍ୟ କ୍ରୟ କରୁଥିଲେ ସେମାନଙ୍କୁ ଯୋଷେଫ ଖାଦ୍ୟ ବିକ୍ରୀ କରୁଥିଲେ। ତେଣୁ ଯୋଷେଫଙ୍କର ଭାଇମାନେ ଆସିଲେ ଏବଂ ସେମାନଙ୍କର ମୁଖ ଭୂମି ଆଡ଼କୁ କରି ଯୋଷେଫକୁ ପ୍ରଣାମ କଲେ।


ଏହା ପରେ ଯୋଷେଫ ପିତାଙ୍କର କୋଳରୁ ସେମାନଙ୍କୁ ନେଇ ଆପେ ଭୂମିଷ୍ଠ ପ୍ରଣାମ କଲେ।


Swiv nou:

Piblisite


Piblisite