Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 18:10 - ପବିତ୍ର ବାଇବଲ

10 ତହୁଁ ସେ କହିଲେ, “ବସନ୍ତ ସମୟରେ ଆମ୍ଭେ ପୁନରାୟ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେବ।” ସାରା ତମ୍ବୁରେ ରହି ଏହିକଥା ଶୁଣୁଥିଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ତହୁଁ ସେ କହିଲେ, ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଆମ୍ଭେ ଅବଶ୍ୟ ଫେରି ଆସିବା; ଦେଖ, ସେସମୟକୁ ତୁମ୍ଭ ଭାର୍ଯ୍ୟା ସାରାର (କୋଳରେ) ଗୋଟିଏ ପୁତ୍ର ଥିବ। ଏହି କଥା ସାରା ତମ୍ଵୁ ଦ୍ଵାରରେ ତାଙ୍କ ପଛେ ଥାଇ ଶୁଣିଲେ।

Gade chapit la Kopi

ଓଡିଆ ବାଇବେଲ

10 ତହୁଁ ସେ କହିଲେ, “ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଆମ୍ଭେ ଅବଶ୍ୟ ଫେରି ଆସିବା; ଦେଖ, ସେହି ସମୟରେ ତୁମ୍ଭ ଭାର୍ଯ୍ୟା ସାରାର (କୋଳରେ) ଗୋଟିଏ ପୁତ୍ର ଥିବ। ଏହି କଥା ସାରା ତମ୍ବୁ ଦ୍ୱାରରେ ତାଙ୍କ ପଛେ ଥାଇ ଶୁଣିଲେ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ତହୁଁ ସେ କହିଲେ, “ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଆମ୍ଭେ ଅବଶ୍ୟ ଫେରି ଆସିବା; ଦେଖ, ସେହି ସମୟରେ ତୁମ୍ଭ ଭାର୍ଯ୍ୟା ସାରାର (କୋଳରେ) ଗୋଟିଏ ପୁତ୍ର ଥିବ।” ଏହି କଥା ସାରା ତମ୍ବୁ ଦ୍ୱାରରେ ତାଙ୍କ ପଛେ ଥାଇ ଶୁଣିଲେ।

Gade chapit la Kopi




ଆଦି ପୁସ୍ତକ 18:10
15 Referans Kwoze  

ସାରା ଗର୍ଭବତୀ ହୋଇ ଅବ୍ରହାମଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ଏକ ଶିଶୁକୁ ଜନ୍ମ ଦେଲେ। ଏସବୁ ପରମେଶ୍ୱରଙ୍କ ନିରୂପିତ ସମୟରେ ଘଟିଲା।


କିନ୍ତୁ ମୋର ଚୁକ୍ତି ଇ‌ସ୍‌ହାକ ସହିତ ହେବ। ସାରା ଇ‌ସ୍‌ହାକକୁ ଜନ୍ମ ଦେବ। ଆସନ୍ତା ବର୍ଷ ଏହି ସମୟରେ ଇ‌ସ୍‌ହାକ ଜନ୍ମ ନେବ।”


ପରମେଶ୍ୱର କହିଲେ, “ନାଁ, ମୁଁ କହିଲି, ତୁମ୍ଭର ସ୍ତ୍ରୀ ସାରା, ପୁତ୍ର ଜନ୍ମ କରିବ। ତୁମ୍ଭେ ତା'ର ନାମ ଇ‌ସ୍‌ହାକ ରଖିବ। ମୁଁ ତାଙ୍କ ସହିତ ଚୁକ୍ତି କରିବି। ସେହି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳସ୍ଥାୟୀ ହେବ।


ମୁଁ ତାଙ୍କୁ ଆଶୀର୍ବାଦ କରିବି। ମୁଁ ତାଙ୍କ କୋଳରେ ଏକ ପୁତ୍ର ଦେବି। ଏବଂ ତୁମ୍ଭେ ତା'ର ପିତା ହେବ। ସେ ବହୁ ଜାତିର ଆଦିମାତା ହେବ। ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ନେବେ।”


ଏବଂ ଅବ୍ରହାମଙ୍କର ଗୋଟିଏ ପୁତ୍ର ସାଧାରଣ ଭାବରେ ଜନ୍ମ ହେଲା। ଅନ୍ୟ ପୁତ୍ର ଇସ୍‌ହାକ୍ ଆତ୍ମାଙ୍କ ଶକ୍ତି ଦ୍ୱାରା ଜାତ ହେଲା। ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ମଧ୍ୟ ଇସ୍‌ହାକ ଭଳି ପ୍ରତିଶୃତିର ସନ୍ତାନ ଅଟ। ସାଧାରଣ ଭାବରେ ଜନ୍ମ ଗ୍ରହଣ କରିଥିବା ପୁତ୍ରଟି ଇସ୍‌ହାକ ସହିତ ମନ୍ଦ ବ୍ୟବହାର କଲା। ଆଜି ମଧ୍ୟ ସେହିଭଳି ଅବସ୍ଥା।


ଅବ୍ରହାମଙ୍କ ଦାସୀପୁତ୍ର ଶାରୀରିକ ସ୍ୱଭାବର ପଦ୍ଧତିରେ ଜନ୍ମ ହେଲା। କିନ୍ତୁ ସ୍ୱାଧୀନ ସ୍ତ୍ରୀଠାରୁ ଯେଉଁ ପୁତ୍ରଟି ଜନ୍ମ ହେଲା, ପରମେଶ୍ୱର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞା ଅନୁସାରେ ସେ ଜାତ ହେଲା।


କିନ୍ତୁ ସ୍ୱର୍ଗଦୁତ ତାହାଙ୍କୁ କହିଲେ, “ଜିଖରିୟ! ଭୟ କର ନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ୱର ଶୁଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭେମାନେ ତାହାର ନାମ ଯୋହନ ରଖିବ।


ସଦାପ୍ରଭୁଙ୍କର ଦୂତ ହାଗାରକୁ ପୁଣି କହିଲେ, “ତୁମ୍ଭର ଅନେକ ବଂଶଧର ଜନ୍ମ ହେବେ। ସେମାନଙ୍କୁ ଗଣି ହେବ ନାହିଁ।”


ଏହା ପରେ ସେହି ଲୋକମାନେ ପଗ୍ଭରିଲେ, “ତୁମ୍ଭର ସ୍ତ୍ରୀ ସାରା କେଉଁଠାରେ?” ଅବ୍ରହାମ ଉତ୍ତର ଦେଲେ, “ସେ ଏହି ତମ୍ବୁରେ ଅଛି।”


ସଦାପ୍ରଭୁ ସାରାଙ୍କଠାରେ କରିଥିବା ତାଙ୍କର ପ୍ରତିଜ୍ଞା ରକ୍ଷା କଲେ। ସେ ସାରାକୁ ଯାହା ପ୍ରତିଜ୍ଞା କରିଥିଲେ ତାଙ୍କ ପାଇଁ ସେପରି କଲେ।


Swiv nou:

Piblisite


Piblisite