Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 17:5 - ପବିତ୍ର ବାଇବଲ

5 ମୁଁ ତୁମ୍ଭର ନାମ ପରିବର୍ତ୍ତନ କରି ଦେବି। ତୁମ୍ଭର ନାମ ଅବ୍ରାମ ରହିବ ନାହିଁ। ତୁମ୍ଭର ନାମ ଅବ୍ରହାମ ରହିବ। ମୁଁ ତୁମ୍ଭକୁ ଏପରି ନାମ ଦେବି କାରଣ ମୁଁ ତୁମ୍ଭକୁ ଅନେକ ଜାତିଗଣର ଜନକ କରିବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ପୁଣି ତୁମ୍ଭ ନାମ ଅବ୍ରାମ (ମହାପିତା) ଆଉ ରହିବ ନାହିଁ, ମାତ୍ର ଅବ୍ରହାମ (ବହୁଲୋକର ପିତା) ହେବ। ଯେହେତୁ ଆମ୍ଭେ ତୁମ୍ଭକୁ ଅନେକ ଗୋଷ୍ଠୀର ଆଦିପିତା କଲୁ।

Gade chapit la Kopi

ଓଡିଆ ବାଇବେଲ

5 ପୁଣି, ତୁମ୍ଭ ନାମ ଅବ୍ରାମ ଆଉ ରହିବ ନାହିଁ, ମାତ୍ର ଅବ୍ରହାମ ହେବ। ଯେହେତୁ ଆମ୍ଭେ ତୁମ୍ଭକୁ ଅନେକ ଗୋଷ୍ଠୀର ଆଦିପିତା କଲୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି, ତୁମ୍ଭ ନାମ ଅବ୍ରାମ ଆଉ ରହିବ ନାହିଁ, ମାତ୍ର ଅବ୍ରହାମ ହେବ। ଯେହେତୁ ଆମ୍ଭେ ତୁମ୍ଭକୁ ଅନେକ ଗୋଷ୍ଠୀର ଆଦିପିତା କଲୁ।

Gade chapit la Kopi




ଆଦି ପୁସ୍ତକ 17:5
16 Referans Kwoze  

ତୁମ୍ଭେ ହିଁ ସଦାପ୍ରଭୁ ପରମେଶ୍ୱର ଅଟ। ତୁମ୍ଭେ ହିଁ ଅବ୍ରହାମଙ୍କୁ ମନୋନୀତ କଲ। ବାବିଲୋନିୟାର ଊର୍ ଦେଶରୁ ତାଙ୍କୁ ବାହାର କରି ଆଣି ଅବ୍ରହାମ ନାମ ଦେଲ।


ପରମେଶ୍ୱର ଅବ୍ରହାମଙ୍କୁ କହିଲେ, “ମୁଁ ତୁମ୍ଭ ସ୍ତ୍ରୀ ସାରୀର ଏକ ନୂତନ ନାମକରଣ କରିବି। ତାଙ୍କର ନୂତନ ନାମ ସାରା ହେବ।


ଏହା ପରେ ସେହି ମନୁଷ୍ୟଟି କହିଲେ, “ଆଉ ତୁମ୍ଭର ନାମ ଯାକୁବ ହେବ ନାହିଁ। ତୁମ୍ଭର ନାମ ଇସ୍ରାଏଲ ହେବ ଏବଂ ତୁମ୍ଭେ ସେହି ନାମରେ ପରିଚିତ ହେବ କାରଣ ତୁମ୍ଭେ ପରମେଶ୍ୱରଙ୍କ ସହିତ ଏବଂ ମନୁଷ୍ୟ ସହିତ ଯୁଦ୍ଧ କରି ଜୟଲାଭ କଲ।”


“ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍। “ଯେ ବିଜୟୀ ହୁଏ, ତାହାକୁ ମୁଁ ଗୁପ୍ତ ମାନ୍ନା ଦେବି। “ମୁଁ ତାହାକୁ ଗୋଟିଏ ଧଳା ପଥର ଦେବି, ଯାହା ଉପରେ ଗୋଟିଏ ନୂତନ ନାମ ଲେଖାଥିବ। ଯେଉଁ ବ୍ୟକ୍ତି ଏହି ପଥର ପାଇବ, ତାହାଛଡ଼ା କୌଣସି ଲୋକ ଏହି ନୂତନ ନାମ ବିଷୟରେ ଜାଣନ୍ତି ନାହିଁ।”


ଶାସ୍ତ୍ରରେ ଲେଖା ଅଛି, “ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।” ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟାପି ଘଟି ନାହିଁ ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।


ତହିଁ ପରଦିନ ପ‌‌‌ଶ୍‌‌‌ହୂର ଯିରିମିୟଙ୍କୁ ହରିକାଠରୁ ବାହାର କରି ଆଣିଲା। ତା'ପରେ ଯିରିମିୟ ତାଙ୍କୁ କହିଲେ, “ସଦାପ୍ରଭୁ ତୁମ୍ଭର ନାମ ପ‌‌‌ଶ୍‌‌‌ହୂର ନ ରଖି ‘ମାଗୋର ମୀଷାବୀବ୍’ (ଚତୁର୍ଦ୍ଦିଗେ ଆଶଙ୍କା) ରଖି ଅଛନ୍ତି।


ତା'ପରେ ଆନ୍ଦ୍ରିୟ ଶିମୋନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଏକଦୃଷ୍ଟିରେ ଗ୍ଭହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କେଫା ନାମରେ ଡକା ଯିବ।” (“କେଫା” ଅର୍ଥାତ୍ “ପିତର”)


ସେହି ଉତ୍ତମ ରାଜତ୍ୱ କାଳରେ ‘ଶାଖା’ ଉତ୍ପନ୍ନ ହୋଇ ଯିହୁଦା ପରିତ୍ରାଣ ପାଇବ ଓ ଇସ୍ରାଏଲ ନିରାପଦରେ ବାସ କରିବ। ପୁଣି ସଦାପ୍ରଭୁ ଆମ୍ଭମାନଙ୍କର ଧର୍ମ, ଏହି ନାମରେ ସେ ବିଖ୍ୟାତ ହେବେ।


ପୁନଶ୍ଚ ତୁମ୍ଭେମାନେ ଆମ୍ଭ ମନୋନୀତ ଲୋକମାନଙ୍କ ନିକଟରେ ତୁମ୍ଭମାନଙ୍କର ନାମ ଅଭିଶାପରୂପେ ରଖିଯିବ।” ତେଣୁ ମୋର ପ୍ରଭୁ ସଦାପ୍ରଭୁ ତୁମ୍ଭକୁ ବଧ କରିବେ। ସେ ନିଜର ଦାସମାନଙ୍କୁ ଅନ୍ୟ ନାମରେ ନାମିତ କରିବେ।


ସଦାପ୍ରଭୁ ନାଥନ ନାମକ ଏକ ଭବିଷ୍ୟ‌ଦ୍‌ବକ୍ତାଙ୍କ ମାଧ୍ୟମରେ କହି ପଠାଇଲେ ଏବଂ ସଦାପ୍ରଭୁ ନାଥନ ତା'ର ନାମ ଶଲୋମନ ଯିଦୀଦିୟପରି ଦେଲେ। ନାଥନ ସଦାପ୍ରଭୁଙ୍କ ପାଇଁ ଏହା କଲେ।


ମୋଶା ଯେଉଁ ଲୋକମାନଙ୍କୁ ଗୁପ୍ତଚର କାର୍ଯ୍ୟ କରିବାକୁ ସେହି ଦେଶ ପଠାଇ ଥିଲେ, ମୋଶା ନୂନର ପୁତ୍ର ହୋଶେୟଙ୍କୁ ଯିହୋଶୂୟ ନାମ ଦେଲେ।


ପରମେଶ୍ୱର ଯାକୁବଙ୍କୁ କହିଲେ, “ତୁମ୍ଭର ନାମ ଯାକୁବ କିନ୍ତୁ ଆମ୍ଭେ ସେହି ନାମକୁ ପରିବର୍ତ୍ତନ କରିବା। ତୁମ୍ଭକୁ ଯାକୁବ ଡକା ଯିବ ନାହିଁ। ତୁମ୍ଭର ନୂତନ ନାମ ଇସ୍ରାଏଲ ହେବ।” ଆଉ ସେ ତାଙ୍କର ନାମ ଇସ୍ରାଏଲ ରଖିଲେ।


ଏହା ପରେ ଯାକୁବ ତାଙ୍କୁ ପଗ୍ଭରିଲେ, “ଦୟାକରି ତୁମ୍ଭର ନାମ କୁହ।” କିନ୍ତୁ ସେହି ଲୋକଟି କହିଲେ, “ତୁମ୍ଭେ କାହିଁକି ଆମ୍ଭର ନାମ ପଗ୍ଭରୁ ଅଛ?” ଏହି ସମୟରେ ସେହି ଲୋକଟି ଯାକୁବଙ୍କୁ ଆଶୀର୍ବାଦ କଲେ।


ଅବ୍ରାମଙ୍କୁ ଅବ୍ରହାମ ବୋଲି କୁହାଯାଉଥିଲା।


Swiv nou:

Piblisite


Piblisite