Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 16:5 - ପବିତ୍ର ବାଇବଲ

5 କିନ୍ତୁ ସାରା ଅବ୍ରାମଙ୍କୁ କହିଲେ “ଏହା ତୁମ୍ଭର ଭୁଲ୍ ଯେ ମୋର ଦାସୀ ମୋତେ ଖରାପ ବ୍ୟବହାର କରୁଛି। ମୁଁ ତାକୁ ତୁମ୍ଭକୁ ଦେଇଥିଲି, ତା'ପରେ ସେ ଗର୍ଭବତୀ ହେଲା ଏବଂ ଏହା ପରେ ସେ ମୋତେ ଯେତିକି ସମ୍ମାନ ଦେବା ଉଚିତ୍ ସେତିକି ସମ୍ମାନ ଦେଉ ନାହିଁ। ମୁଁ ଗ୍ଭହୁଁଛି ସଦାପ୍ରଭୁ ତୁମ୍ଭ ଓ ମୋର ବିଗ୍ଭର କରନ୍ତୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, ମୋʼ ପ୍ରତି ଏହି ଅନ୍ୟାୟର ଫଳ ତୁମ୍ଭର ହେଉ; ମୁଁ ଆପଣାର ଯେଉଁ ଦାସୀକି ତୁମ୍ଭ କ୍ରୋଡ଼ରେ ଦେଇଅଛି, ସେ ଏବେ ଆପଣାର ଗର୍ଭ ଜାଣି ମୋତେ ତୁଚ୍ଛ ଜ୍ଞାନ କରୁଅଛି; ସଦାପ୍ରଭୁ ତୁମ୍ଭର ଓ ମୋହର ବିଚାର କରନ୍ତୁ।

Gade chapit la Kopi

ଓଡିଆ ବାଇବେଲ

5 ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, “ମୋ’ ପ୍ରତି ଏହି ଅନ୍ୟାୟର ଫଳ ତୁମ୍ଭର ହେଉ; ମୁଁ ଆପଣାର ଯେଉଁ ଦାସୀକୁ ତୁମ୍ଭ କ୍ରୋଡ଼ରେ ଦେଇଅଛି, ସେ ଏବେ ଆପଣାର ଗର୍ଭ ଜାଣି ମୋତେ ତୁଚ୍ଛ ଜ୍ଞାନ କରୁଅଛି; ସଦାପ୍ରଭୁ ତୁମ୍ଭର ଓ ମୋହର ବିଚାର କରନ୍ତୁ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, “ମୋʼ ପ୍ରତି ଏହି ଅନ୍ୟାୟର ଫଳ ତୁମ୍ଭର ହେଉ; ମୁଁ ଆପଣାର ଯେଉଁ ଦାସୀକୁ ତୁମ୍ଭ କ୍ରୋଡ଼ରେ ଦେଇଅଛି, ସେ ଏବେ ଆପଣାର ଗର୍ଭ ଜାଣି ମୋତେ ତୁଚ୍ଛଜ୍ଞାନ କରୁଅଛି; ସଦାପ୍ରଭୁ ତୁମ୍ଭର ଓ ମୋହର ବିଚାର କରନ୍ତୁ।”

Gade chapit la Kopi




ଆଦି ପୁସ୍ତକ 16:5
12 Referans Kwoze  

ଅବ୍ରହାମଙ୍କର ପରମେଶ୍ୱର, ନାହୋରର ପରମେଶ୍ୱର ଓ ସେମାନଙ୍କର ପୂର୍ବପୁରୁଷଙ୍କ ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଗ୍ଭର କରିବେ।” ସେତେବେଳେ ଯାକୁବ ପରମେଶ୍ୱରଙ୍କଠାରେ ଶପଥ କଲେ ଯାହା ତାଙ୍କର ପିତା ଇ‌ସ୍‌ହାକଙ୍କର “ଭୟ ବୋଲି କହୁଥିଲେ”।


ତେଣୁ ସେମାନେ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଯାହା କଲ, ସଦାପ୍ରଭୁ ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ। ଫାରୋ ଏବଂ ତାଙ୍କର ଲୋକମାନେ ଆମ୍ଭମାନଙ୍କୁ ଯେପରି ଘୃଣା କରନ୍ତି। ତୁମ୍ଭେ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ହତ୍ୟା କରିବା ପାଇଁ ଅସ୍ତ୍ରରେ ସଜ୍ଜିତ କରିଛ।”


ହେ ସଦାପ୍ରଭୁ, ଜାଗ୍ରତ ହୁଅ, ଉଠ। ମୋର ପରମେଶ୍ୱର ଓ ମୋର ସଦାପ୍ରଭୁ, ମୋ’ ପାଇଁ ସଂଗ୍ରାମ କର ଏବଂ ମୋତେ ନ୍ୟାୟ ପ୍ରଦାନ କର।


ହେ ସଦାପ୍ରଭୁ, ଲୋକମାନଙ୍କର ବିଗ୍ଭର କର। ମୋର ମଧ୍ୟ ବିଗ୍ଭର କର। ପ୍ରମାଣ କର ମୁଁ ଯାହା କହୁଛି ତାହା ଠିକ୍। ପ୍ରମାଣ କର ଯେ ମୁଁ ନିରପରାଧ।


ରାଜା ଯୋୟାଶଙ୍କ ପ୍ରତି ଯିହୋୟାଦା ଯେଉଁ ଦୟା କରିଥିଲେ, ତାହାକୁ ସ୍ମରଣ କଲେ ନାହିଁ। ଯିହୋୟାଦା ଜିଖରିୟଙ୍କ ପିତା ଥିଲେ। କିନ୍ତୁ ଯୋୟାଶ୍, ଯିହୋୟାଦାଙ୍କ ପୁତ୍ର ଯିଖରିୟଙ୍କୁ ହତ୍ୟା କଲେ। ଜିଖରିୟ ମୃତ୍ୟୁ ଭୋଗ କରିବା ପୂର୍ବରୁ ଏହିକଥା କହିଲେ, “ତୁମ୍ଭେମାନେ ଯାହା କହୁଅଛ, ସଦାପ୍ରଭୁ ତାହା ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ!”


ହେ ପରମେଶ୍ୱର, ଜଣେ ଲୋକ ଥିଲା ଯିଏ କି ତୁମ୍ଭର ଆଶ୍ରିତ ନ ଥିଲା। ସେହି ଲୋକଟି ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଓ ମିଥ୍ୟା କହେ। ହେ ପରମେଶ୍ୱର, ସେହି ଲୋକଠାରୁ ମୋତେ ବଞ୍ଚାଅ। ମୋତେ ସାହାଯ୍ୟ କରି ପ୍ରମାଣ କର ଯେ, ମୁଁ ଠିକ୍ ଅଟେ।


ହାଗାର ଅବ୍ରାମଙ୍କ ଦ୍ୱାରା ଗର୍ଭବତୀ ହେଲା। ଯେତେବେଳେ ହାଗାର ଏହା ଜାଣିଲା ତା'ର ମାଲିକାଣୀଙ୍କୁ ସେ ବେଶି ସମ୍ମାନ ଦେଲା ନାହିଁ।


ଆମ୍ଭେ ଇସ୍ରାଏଲର ଲୋକ ତୁମ୍ଭ ବିରୁଦ୍ଧରେ କୌଣସି ପାପ କରି ନାହୁଁ। ମାତ୍ର ତୁମ୍ଭେମାନେ ଆମ୍ଭ ବିରୁଦ୍ଧରେ ଯୁଦ୍ଧ କରି ଭୁଲ୍ କରିଅଛ। ସଦାପ୍ରଭୁ ସମସ୍ତଙ୍କ ବିଗ୍ଭରକର୍ତ୍ତା ସେ ଆଜି ଇସ୍ରାଏଲ ଲୋକମାନଙ୍କ ଓ ଅମ୍ମୋନର ଲୋକମାନଙ୍କ ମଧ୍ୟରେ ବିଗ୍ଭରକର୍ତ୍ତା ହୁଅନ୍ତୁ।”


ସିୟୋନ ନିବାସୀଗଣ କହିବେ, ମୋ’ ପ୍ରତି ଓ ମୋର ଆତ୍ମା ପ୍ରତି ବାବିଲ ଯେଉଁ ଦୌରାତ୍ମ୍ୟ କରିଛି ତା'ର ଫଳ ସେ ପାଉ।” ଆଉ ଯିରୁଶାଲମ କହିବ, “ମୋର ରକ୍ତପାତର ଫଳ କ‌‌ଲ୍‌‌ଦୀୟମାନଙ୍କ ଉପରେ ପଡ଼ୁ।”


ଦାଉଦ ଶାଉଲଙ୍କୁ ଏହା କହି ସାରିବା ପରେ ଶାଉଲ କହିଲେ, “ମୋର ପୁତ୍ର ଦାଉଦ, ଏ କ’ଣ ତୁମ୍ଭର କଥା,” ତା'ପରେ ଶାଉଲ କାନ୍ଦିବାକୁ ଆରମ୍ଭ କଲେ, ସେ ଜୋ‌ର୍‌ରେ କାନ୍ଦିଲେ।


Swiv nou:

Piblisite


Piblisite