Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 16:2 - ପବିତ୍ର ବାଇବଲ

2 ସାରୀ ଅବ୍ରାମଙ୍କୁ କହିଲେ, “ସଦାପ୍ରଭୁ ମୋତେ ସନ୍ତାନସନ୍ତତିରୁ ବଞ୍ଚିତ କରିଅଛନ୍ତି। ତେଣୁ ହାଗାର ସହିତ ସହବାସ କର। ପ୍ରାୟ ତା’ ମାଧ୍ୟମରେ ମୁଁ ଏକ ପୁତ୍ର ପାଇ ପାରିବି।” ଅବ୍ରାମ ତାଙ୍କ ସ୍ତ୍ରୀଙ୍କର କଥା ଗ୍ରହଣ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, ଦେଖ, ସଦାପ୍ରଭୁ ମୋତେ ବନ୍ଧ୍ୟା କରିଅଛନ୍ତି; ଏଣୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଏହି ଦାସୀର ସହବାସ କର; କେଜାଣି ମୁଁ ଏହା ଯୋଗୁଁ ପୁତ୍ର ପାଇ ପାରିବି। ତେବେ ଅବ୍ରାମ ସାରୀଙ୍କର ବାକ୍ୟରେ ସମ୍ମତ ହେଲେ।

Gade chapit la Kopi

ଓଡିଆ ବାଇବେଲ

2 ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, “ଦେଖ, ସଦାପ୍ରଭୁ ମୋତେ ବନ୍ଧ୍ୟା କରିଅଛନ୍ତି; ଏଣୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଏହି ଦାସୀର ସହବାସ କର; କେଜାଣି ମୁଁ ଏହା ଯୋଗୁଁ ପୁତ୍ର ପାଇ ପାରିବି।” ତେବେ ଅବ୍ରାମ ସାରୀଙ୍କର ବାକ୍ୟରେ ସମ୍ମତ ହେଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତହିଁରେ ସାରୀ ଅବ୍ରାମଙ୍କୁ କହିଲେ, “ଦେଖ, ସଦାପ୍ରଭୁ ମୋତେ ବନ୍ଧ୍ୟା କରିଅଛନ୍ତି; ଏଣୁ ମୁଁ ବିନୟ କରୁଅଛି, ତୁମ୍ଭେ ମୋହର ଏହି ଦାସୀର ସହବାସ କର; କେଜାଣି ମୁଁ ଏହା ଯୋଗୁଁ ପୁତ୍ର ପାଇ ପାରିବି।” ତେବେ ଅବ୍ରାମ ସାରୀଙ୍କର ବାକ୍ୟରେ ସମ୍ମତ ହେଲେ।

Gade chapit la Kopi




ଆଦି ପୁସ୍ତକ 16:2
16 Referans Kwoze  

ଯଦି ତା'ର ମୁନିବ ତାକୁ ବିବାହ କରି ଦେଇଥାଏ, ଯଦି ସେହି ସ୍ତ୍ରୀଠାରୁ ପୁତ୍ରକନ୍ୟା ଜନ୍ମ ହୋଇଥାଏ, ତେବେ ତା'ର ସ୍ତ୍ରୀ ଓ ପୁତ୍ରକନ୍ୟା ଉପରେ ଅଧିକାର ରହିବ। ଏବଂ ଛଅ ବର୍ଷପରେ ତାକୁ ମୁକ୍ତ କରାଯିବ।


ତହୁଁ ସେ କହିଲେ, “ବସନ୍ତ ସମୟରେ ଆମ୍ଭେ ପୁନରାୟ ତୁମ୍ଭ ତମ୍ବୁକୁ ଆସିବୁ। ଏହି ସମୟରେ ତୁମ୍ଭ ସ୍ତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେବ।” ସାରା ତମ୍ବୁରେ ରହି ଏହିକଥା ଶୁଣୁଥିଲେ।


ଏହା ପରେ ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ କହିଲେ, “ମୁଁ ତୁମ୍ଭକୁ ସେହି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦେଇଥିଲି କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସେହି ଫଳ ଖାଇଲ। ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ତ ହେଲା, ତୁମ୍ଭେ ତୁମ୍ଭର ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ କରିବ।


ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର। ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।


ତେଣୁ ପ୍ରାଚୀନବର୍ଗ ଏବଂ ଫାଟକ ନିକଟରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ଏହାର ସାକ୍ଷୀ ରହିଲେ। ସେମାନେ କହିଲେ, “ରାହେଲ ଓ ଲେୟାପରି ଯିଏ କି ଇସ୍ରାଏଲର ଗୃହ ନିର୍ମାଣ କଲେ, ସେହିପରି ସଦାପ୍ରଭୁ ଏହି ସ୍ତ୍ରୀଲୋକଟିକୁ ତୁମ୍ଭର ଗୃହକୁ ଆଣନ୍ତୁ। ତୁମ୍ଭେ ଏଫ୍ରାଥାରେ ଶକ୍ତିଶାଳୀ ଓ ବୈ‌ଥ୍‌ଲେହମରେ ପ୍ରସିଦ୍ଧ ହୁଅ।


ଏହା ପରେ ପରମେଶ୍ୱର ରାହେଲର ପ୍ରାର୍ଥନା ଗ୍ରହଣ କଲେ, ପରମେଶ୍ୱର ରାହେଲକୁ ମାତୃତ୍ୱ ଦେଲେ।


ଇ‌ସ୍‌ହାକଙ୍କର ସେହି ସ୍ତ୍ରୀ ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତହିଁରେ ସଦାପ୍ରଭୁ ପ୍ରାର୍ଥନା ଶୁଣନ୍ତେ ତାଙ୍କର ସ୍ତ୍ରୀ ରିବିକା ଗର୍ଭବତୀ ହେଲେ।


ମୁଁ ତାଙ୍କୁ ଆଶୀର୍ବାଦ କରିବି। ମୁଁ ତାଙ୍କ କୋଳରେ ଏକ ପୁତ୍ର ଦେବି। ଏବଂ ତୁମ୍ଭେ ତା'ର ପିତା ହେବ। ସେ ବହୁ ଜାତିର ଆଦିମାତା ହେବ। ଜାତିଗଣର ରାଜାମାନେ ତାଙ୍କଠାରୁ ଜନ୍ମ ନେବେ।”


ମନୁଷ୍ୟ ଉତ୍ତର ଦେଲା, “ତୁମ୍ଭେ ମୋ’ ପାଇଁ ଯେଉଁ ସ୍ତ୍ରୀ ତିଆରି କରିଥିଲ, ସେ ମୋତେ ସେହି ଫଳ ଖାଇବାକୁ ଦେଲା। ତେଣୁ ମୁଁ ତାହା ଖାଇଲି।”


ରାହେଲ କହିଲେ, “ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି, ମୋତେ ଏକ ପୁତ୍ର ସନ୍ତାନ ଦେବା ପାଇଁ ସେ ନିଷ୍ପତ୍ତି ନେଲେ।” ତେଣୁ ରାହେଲ ତା'ର ନାମ ରଖିଲେ ଦାନ।


ଦିନେ ବଡ଼ ଭଉଣୀ ତାଙ୍କର ସାନ ଭଉଣୀକୁ କହିଲା, “ଆମ୍ଭର ପିତା ବୃଦ୍ଧ, ସାଧାରଣ ଭାବେ ଆମକୁ ବିବାହ କରିବା ପାଇଁ କେହି ଜଣେ ହେଲେ ନାହାନ୍ତି।


ସାରୀ ବନ୍ଧ୍ୟା ଥିଲେ। ତାଙ୍କର କୌଣସି ସନ୍ତାନ ନ ଥିଲେ।


Swiv nou:

Piblisite


Piblisite