Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 16:11 - ପବିତ୍ର ବାଇବଲ

11 ସଦାପ୍ରଭୁଙ୍କର ଦୂତ ମଧ୍ୟ ଏପରି କହିଲେ, “ହାଗାର ତୁମ୍ଭେ ବର୍ତ୍ତମାନ ଗର୍ଭବତୀ। ତୁମ୍ଭଠାରୁ ଏକ ପୁତ୍ର ସନ୍ତାନ ଜନ୍ମିବ। ତୁମ୍ଭେ ତା'ର ନାମ ଇଶ୍ମାଏଲ ଦେବ। କାରଣ ସଦାପ୍ରଭୁ ଶୁଣିଛନ୍ତି, ତୁମ୍ଭେ ଯେତେବେଳେ ଦୁଃଖ ପାଉଥିଲ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

11 ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, ଦେଖ, ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇଶ୍ମାଏଲ (ଅର୍ଥାତ୍, ପରମେଶ୍ଵର ଶୁଣନ୍ତି) ଦେବ, ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ।

Gade chapit la Kopi

ଓଡିଆ ବାଇବେଲ

11 ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଦେଖ, ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇଶ୍ମାୟେଲ ଦେବ, ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଦେଖ, ତୁମ୍ଭର ଗର୍ଭ ହୋଇଅଛି, ତୁମ୍ଭେ ପୁତ୍ର ପ୍ରସବ କରିବ, ତାହାର ନାମ ଇଶ୍ମାୟେଲ ଦେବ, ଯେହେତୁ ସଦାପ୍ରଭୁ ତୁମ୍ଭ ଦୁଃଖ ଶୁଣିଲେ।

Gade chapit la Kopi




ଆଦି ପୁସ୍ତକ 16:11
16 Referans Kwoze  

ଏହା ପରେ ସଦାପ୍ରଭୁ କହିଲେ, “ଆମ୍ଭେ ମିଶରରେ ଆପଣା ଲୋକମାନଙ୍କର ଅସୁବିଧା ସବୁ ଦେଖିଅଛୁ ଏବଂ ମିଶରୀୟବାସୀ ସେମାନଙ୍କୁ ଯନ୍ତ୍ରଣା ଦେବା ସମୟରେ ଆମ୍ଭେ ସେମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ସେମାନଙ୍କର ଯନ୍ତ୍ରଣା ସବୁ ଜାଣିଛୁ।


ମାତ୍ର ମୋର ପ୍ରଭୁ ପରମେଶ୍ୱର ଏକ ଚିହ୍ନ ଦେଖାଇବେ। ଦେଖ, ଏକ ଯୁବତୀ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେବ। ତା'ର ନାମ ସେ ଇମ୍ମାନୁୟେଲ ଦେବ।


ଏହା ପରେ ସେହି ସମୟରେ ପରବର୍ଷ ହାନ୍ନା ପୁତ୍ର ପ୍ରସବ କଲା। କାରଣ ମୁଁ ସଦାପ୍ରଭୁଙ୍କୁ ମାଗିଥିଲି, “ସେ ତାହାର ନାମ ଶାମୁୟେଲ ଡାକିଲା।”


ପରମେଶ୍ୱର କହିଲେ, “ନାଁ, ମୁଁ କହିଲି, ତୁମ୍ଭର ସ୍ତ୍ରୀ ସାରା, ପୁତ୍ର ଜନ୍ମ କରିବ। ତୁମ୍ଭେ ତା'ର ନାମ ଇ‌ସ୍‌ହାକ ରଖିବ। ମୁଁ ତାଙ୍କ ସହିତ ଚୁକ୍ତି କରିବି। ସେହି ଚୁକ୍ତି ତୁମ୍ଭର ବଂଶଧରମାନଙ୍କ ପାଇଁ ଚିରକାଳସ୍ଥାୟୀ ହେବ।


ଏହା ଶୁଣି ଜିଖରିୟ ଲେଖିବା ପାଇଁ ସେମାନଙ୍କୁ ଏକ ଲେଖାଫଳକ ମାଗି ସେଥିରେ ଲେଖିଲେ, ତା'ର ନାମ “ଯୋହନ”।


କିଏ ଡାମରା କାଉକୁ ଖାଦ୍ୟ ଯୋଗାଇ ଦିଏ? ଯେତେବେଳେ ତା'ର ଶାବକମାନେ ପରମେଶ୍ୱରଙ୍କ ନିକଟରେ ରାବ କରି କରି ଖାଦ୍ୟ ବିନା ଭ୍ରମଣ କଲାବେଳେ ତାଙ୍କୁ ଖାଦ୍ୟ ଯୋଗାଇ ଦିଏ?


ଆମ୍ଭେ ଇସ୍ରାଏଲ ଲୋକମାନଙ୍କର କ୍ରନ୍ଦନ ଶୁଣିଅଛୁ। ଆମ୍ଭେ ଦେଖିଅଛୁ ମିଶରୀୟମାନେ ସେମାନଙ୍କୁ କିପରି ଦୌରାତ୍ମ୍ୟ କରିଛନ୍ତି ଓ ତାଙ୍କର ଜୀବନ ଦୁର୍ବିସହ କରିଛନ୍ତି।


ଶୁଣ, ତୁମ୍ଭେ ଗର୍ଭବତୀ ହେବ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେବ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ।


କିନ୍ତୁ ସ୍ୱର୍ଗଦୁତ ତାହାଙ୍କୁ କହିଲେ, “ଜିଖରିୟ! ଭୟ କର ନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ୱର ଶୁଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭେମାନେ ତାହାର ନାମ ଯୋହନ ରଖିବ।


କାରଣ ସଦାପ୍ରଭୁ ବିପଦରେ ପଡ଼ିଥିବା ଗରିବ ବ୍ୟକ୍ତିମାନଙ୍କୁ ହିଁ ସାହାଯ୍ୟ କରନ୍ତି। ସେ ତାଙ୍କ ପାଇଁ ଲଜ୍ଜିତ ହୁଅନ୍ତି ନାହିଁ। ସେ ସେମାନଙ୍କୁ ଘୃଣା କରନ୍ତି ନାହିଁ। ଯଦି ଲୋକମାନେ ତାଙ୍କୁ ବିପଦରେ ପଡ଼ି ସାହାଯ୍ୟ ପ୍ରାର୍ଥନା କରନ୍ତି, ସେ ସେମାନଙ୍କଠାରୁ ନିଜକୁ ଦୂରେଇ ରଖି ପାରିବେ ନାହିଁ।


ଯେତେବେଳେ ଯୋଷେଫ କୂପ ମଧ୍ୟରେ ଥିଲେ। ତା'ର ଭାଇମାନେ ଖାଇବାକୁ ବସିଲେ। ଏହା ପରେ ସେମାନେ ଦେଖିଲେ, ଏକ ବଣିକ ଦଳ ଗିଲିୟଦରୁ ଇଶ୍ମାଏଲୀୟ ପଥିକ ଓଟ ଉପରେ ସୁଗନ୍ଧି ଦ୍ରବ୍ୟ ଓ ଗୁ‌ଗ୍‌ଗୁଳ ଓ ଗନ୍ଧରସ ଘେନି ମିଶର ଦେଶକୁ ଯାଉଛନ୍ତି।


ପରମେଶ୍ୱର ସେହି ବାଳକର କ୍ରନ୍ଦନ ଶୁଣିପାରିଲେ ଏବଂ ପରମେଶ୍ୱରଙ୍କର ଦୂତ ସ୍ୱର୍ଗରୁ ହାଗାରକୁ କହିଲେ, “କ’ଣ ହେଲା ହାଗାର? ଭୟ କର ନାହିଁ! ସଦାପ୍ରଭୁ ସେହି ସ୍ଥାନରୁ ସେ ପିଲାର କ୍ରନ୍ଦନ ଶୁଣି ପାରୁଛନ୍ତି।


Swiv nou:

Piblisite


Piblisite