Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 16:10 - ପବିତ୍ର ବାଇବଲ

10 ସଦାପ୍ରଭୁଙ୍କର ଦୂତ ହାଗାରକୁ ପୁଣି କହିଲେ, “ତୁମ୍ଭର ଅନେକ ବଂଶଧର ଜନ୍ମ ହେବେ। ସେମାନଙ୍କୁ ଗଣି ହେବ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, ଆମ୍ଭେ ତୁମ୍ଭ ବଂଶ ଏପରି ବୃଦ୍ଧି କରିବା, ଯେ ବାହୁଲ୍ୟ ହେତୁରୁ ତାହା ଅଗଣ୍ୟ ହେବ।

Gade chapit la Kopi

ଓଡିଆ ବାଇବେଲ

10 ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଆମ୍ଭେ ତୁମ୍ଭ ବଂଶ ଏପରି ବୃଦ୍ଧି କରିବା, ଯେ ବାହୁଲ୍ୟ ସକାଶୁ ତାହା ଅଗଣ୍ୟ ହେବ।”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସଦାପ୍ରଭୁଙ୍କ ଦୂତ ଆହୁରି କହିଲେ, “ଆମ୍ଭେ ତୁମ୍ଭ ବଂଶ ଏପରି ବୃଦ୍ଧି କରିବା, ଯେ ବାହୁଲ୍ୟ ସକାଶୁ ତାହା ଅଗଣ୍ୟ ହେବ।”

Gade chapit la Kopi




ଆଦି ପୁସ୍ତକ 16:10
25 Referans Kwoze  

“ମୁଁ ଇଶ୍ମାଏଲ ବିଷୟରେ ତୁମ୍ଭର ଅନୁରୋଧ ଶୁଣିଛି। ମୁଁ ତାଙ୍କୁ ଆଶୀର୍ବାଦ କରିବି। ତା'ର ବହୁ ସନ୍ତାନ ଜନ୍ମ ହେବେ। ତାହାଠାରୁ ବାର ଜଣ ଅଧିପତି ଜନ୍ମ ନେବେ ତାଙ୍କର ପରିବାର ଏକ ବିରାଟ ଜାତି ହେବ।


ଯାଅ ଏବଂ ବାଳକକୁ ସାହାଯ୍ୟ କର। ତା'ର ହାତ ଧରି ତାକୁ ଆଗେଇ ନିଅ। ମୁଁ ତାଙ୍କୁ ବହୁ ସନ୍ତାନର ପିତା କରିବି।”


କିନ୍ତୁ ମୁଁ ତୁମ୍ଭର ଦାସୀର ପୁତ୍ରଠାରୁ ମଧ୍ୟ ଏକ ମହାନ ଜାତି ନିର୍ମାଣ କରିବି। କାରଣ ସେ ତୁମ୍ଭର ପୁତ୍ର।”


ପରମେଶ୍ୱରଙ୍କୁ କୌଣସି ଲୋକ କେବେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁଙ୍କୁ। ସେ ନିଜେ ହେଉଛନ୍ତି ପରମେଶ୍ୱର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ସେ ଆମ୍ଭମାନଙ୍କୁ ଦେଖାଇଅଛନ୍ତି। ଯିଏ ଯୀଶୁଙ୍କୁ ଦେଖିଅଛି, ସେ ପରମେଶ୍ୱରଙ୍କୁ ଦେଖିଅଛି।” ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ୱର କିପରି ଅଟନ୍ତି, ଏହା ସେ ଆମ୍ଭମାନଙ୍କୁ ଦେଖାଇଅଛନ୍ତି।


ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, “ଆମ୍ଭର ପଥ ପରିଷ୍କାର କରିବା ପାଇଁ ଆମ୍ଭେ ଆପଣା ଦୂତକୁ ପ୍ରେରଣ କରିବା। ଆଉ ଦେଖ ତୁମ୍ଭେମାନେ ଯେଉଁ ପ୍ରଭୁଙ୍କୁ ଅନ୍ୱେଷଣ କରୁଛ ସେ ହଠାତ୍ ତାଙ୍କ ମନ୍ଦିରକୁ ଆସିବ। ନିଶ୍ଚୟ ଚୁକ୍ତିର ବାର୍ତ୍ତାବାହକ ତୁମ୍ଭେ ଯାହା ବିଷୟରେ ସନ୍ତୁଷ୍ଟ ସେ ଆସୁଛନ୍ତି।


ସଦାପ୍ରଭୁ ଗିଦିୟୋନକୁ ଉତ୍ତର ଦେଲେ, “ମୁଁ ତୁମ୍ଭ ସହିତ ରହିବି। ତେଣୁ ତୁମ୍ଭେ ମିଦିୟନୀୟମାନଙ୍କୁ ପରାସ୍ତ କରିବ! ତୁମ୍ଭକୁ ଲାଗିବ ସତେ ଯେପରି ତୁମ୍ଭେ ଜଣକ ସହିତ ଯୁଦ୍ଧ କରୁଛ।”


ଏହା ପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀୟେଷ୍ରୀୟ ଯୋୟାସର ଅଧିକାର ସ୍ଥିତି ଅଫ୍ରାରେ ଅଲୋନବୃକ୍ଷମୂଳରେ ବସିଲେ। ସେହି ସମୟରେ ତା'ର ପୁତ୍ର ଗିଦିୟୋନ ଦ୍ରାକ୍ଷାକୁଣ୍ଡରେ ଗହମ ଝାଡ଼ୁଥିଲେ। ସେ ଏଥିପାଇଁ ଲୁଚୁଥିଲେ ଯେ, ମିଦିୟନୀୟମାନେ ଯେପରି ଗହମ ନ ଦେଖିବେ।


ହାଗାର ସେଠାରୁ କିଛି ଦୂରକୁ ଗଲା, ସେତେ ଦୂର ଯେତେ ଦୂର ଗୋଟିଏ ଧନୁରୁ ଶର ମାରିଲେ ଯାଏ। ସେଠାରେ ସେ ଯାଇ ବସି ପଡ଼ିଲା। ହାଗାର ତା'ର ପିଲାଟି ମୃତ୍ୟୁବରଣ କରୁଥିବାର ଦେଖିବାକୁ ଗ୍ଭହିଁଲା ନାହିଁ। ତେଣୁ ସେ ସେଠାରେ କ୍ରନ୍ଦନ କଲା।


ପରମେଶ୍ୱର ଅମର ଅଟନ୍ତି। ପରମେଶ୍ୱର ଏତେ ଉଜ୍ଜ୍ୱଳ ପ୍ରକାଶ ମଧ୍ୟରେ ବାସ କରନ୍ତି ଯେ ଲୋକେ ତାହା ପାଖକୁ ଯାଇ ପାରନ୍ତି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ହେଲେ ପରମେଶ୍ୱରଙ୍କୁ ଦେଖି ନାହିଁ। କେହି କେବେ ପରମେଶ୍ୱରଙ୍କୁ ମଧ୍ୟ ଦେଖି ପାରିବେ ନାହିଁ। ପରମେଶ୍ୱରଙ୍କ ଗୌରବ ଓ ଶକ୍ତି ଅନନ୍ତକାଳ ପର୍ଯ୍ୟନ୍ତ ପ୍ରକାଶ ପାଉ। ଆମେନ୍।


ସେ ସେମାନଙ୍କର ସବୁ ଦୁଃଖରେ ଦୁଃଖିତ ହେଲେ। ତାହାଙ୍କର ଉପସ୍ଥିତି ସ୍ୱରୂପ ଦୂତ ସେମାନଙ୍କୁ ପରିତ୍ରାଣ କଲେ। ସେ ସେମାନଙ୍କୁ ନିଜ ପ୍ରେମ ଓ ଦୟାରୁ ମୁକ୍ତ କଲେ ଏବଂ ସେମାନେ ଅତି ପୁରୁଣା ସମୟ ଦେଇ ବହନ କଲେ।


ପୃଥିବୀରେ ଧୂଳିପରି ମୁଁ ତୁମ୍ଭର ବଂଶ ବୃଦ୍ଧି କରାଇବି। ଯଦି କେହି ପୃଥିବୀର ଧୂଳି ଗଣିପାରେ ତେବେ ସେ ତୁମ୍ଭର ବଂଶର ଲୋକମାନଙ୍କୁ ଗଣି ପାରିବ।


ସଦାପ୍ରଭୁଙ୍କର ଦୂତ ହାଗାରକୁ କହିଲେ, “ତୁମ୍ଭର ମାଲିକାଣୀ ପାଖକୁ ଫେରିଯାଅ ଓ ନିଜକୁ ତା'ର ପାଖରେ ସମର୍ପଣ କର।”


Swiv nou:

Piblisite


Piblisite