Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 14:6 - ପବିତ୍ର ବାଇବଲ

6 ପ୍ରାନ୍ତର ନିକଟସ୍ଥ ଏ‌ଲ୍‌ପାରଣ ପର୍ଯ୍ୟନ୍ତ ସେୟୀର ପର୍ବତ ନିବାସୀ ହୋରୀୟ ଲୋକମାନଙ୍କୁ ଜୟ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଓ ପ୍ରାନ୍ତର ନିକଟସ୍ଥ ଏଲପାରଣ ପର୍ଯ୍ୟନ୍ତ ସେୟୀର ପର୍ବତନିବାସୀ ହୋରୀୟ ଲୋକମାନଙ୍କୁ ଜୟ କଲେ।

Gade chapit la Kopi

ଓଡିଆ ବାଇବେଲ

6 ଓ ପ୍ରାନ୍ତର ନିକଟସ୍ଥ ଏଲ-ପାରଣ ପର୍ଯ୍ୟନ୍ତ ସେୟୀର ପର୍ବତନିବାସୀ ହୋରୀୟ ଲୋକମାନଙ୍କୁ ଜୟ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଓ ପ୍ରାନ୍ତର ନିକଟସ୍ଥ ଏଲ-ପାରଣ ପର୍ଯ୍ୟନ୍ତ ସେୟୀର ପର୍ବତ ନିବାସୀ ହୋରୀୟ ଲୋକମାନଙ୍କୁ ଜୟ କଲେ।

Gade chapit la Kopi




ଆଦି ପୁସ୍ତକ 14:6
13 Referans Kwoze  

ପରମେଶ୍ୱର ସେୟୀର ନିବାସୀ ଏଷୌ ସନ୍ତାନଗଣ ନିମନ୍ତେ ଠିକ୍ ସେହିପରି କରିଥିଲେ। ଅର୍ଥାତ୍ ସେମାନଙ୍କ ସମ୍ମୁଖରୁ ହୋରୀୟମାନଙ୍କୁ ବିନଷ୍ଟ କଲେ। ତହିଁରେ ସେମାନେ ସେମାନଙ୍କୁ ଅଧିକାରଚ୍ୟୁତ କରି ଆଜି ପର୍ଯ୍ୟନ୍ତ ସେହିଠାରେ ବାସ କରୁଛନ୍ତି।


ହୋରୀୟ ଲୋକମାନେ ସେଠାରେ ପୂର୍ବେ ବାସ କରୁଥିଲେ। ମାତ୍ର ଏଷୌର ସନ୍ତାନଗଣ ସେମାନଙ୍କୁ ସେଠାରୁ ତଡ଼ି ଦେଲେ। ସେମାନଙ୍କୁ ବିନାଶ କଲେ ଓ ସେମାନଙ୍କ ସ୍ଥାନରେ ବାସ କଲେ। ଯେପରି ଇସ୍ରାଏଲ ସଦାପ୍ରଭୁଙ୍କ ଦତ୍ତ ଆପଣା ଅଧିକାର ଭୂମିରେ କଲେ।


ତା'ର ମା ତା’ ପାଇଁ ଏକ ସ୍ତ୍ରୀ ମିଶରରେ ଠିକ୍ କଲା। ସେମାନେ ପାରଣ ନାମକ ମରୁଭୂମିରେ ବାସ କଲେ।


ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ମରୁଭୂମି ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ। ସେହି ଲୋକମାନେ ଇସ୍ରାଏଲର ଲୋକମାନଙ୍କର ନେତୃବର୍ଗ ଥିଲେ।


ତା'ପରେ ଲୋକମାନେ ହ‌‌ତ୍‌ସେରୋତଠାରୁ ଯାତ୍ରା କରି ପାରଣ ମରୁଭୂମିରେ ଛାଉଣି ସ୍ଥାପନ କଲେ।


ପରମେଶ୍ୱର ତୈମନରୁ ଆସୁଛନ୍ତି। ସେହି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି। ସେଲା ସଦାପ୍ରଭୁଙ୍କ ମହିମା ସ୍ୱର୍ଗକୁ ଆବୃତ କରେ। ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।


ତହୁଁ ଇସ୍ରାଏଲର ଲୋକମାନେ ସୀନୟ ମରୁଭୂମିରୁ ଯାତ୍ରା ଆରମ୍ଭ କଲେ, ପୁଣି ସେହି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା।


ଏଷୌ ମଧ୍ୟ ଇଦୋମ ନାମରେ ଡକା ଯାଉଥିଲେ। ଏବଂ ଏହି ନାମ ସେୟୀରରେ ରହିଲା।


ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସେହି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖରେ ଥିଲା।


ଯାକୁବଙ୍କ ଭାଇ ଏଷୌ ସେୟୀର ଅଞ୍ଚଳରେ ବାସ କରୁଥିଲେ। ସେ ଅଞ୍ଚଳ ଥିଲା ଇଦୋମର ପର୍ବତମୟ ଦେଶ। ଯାକୁବ ଏଷୌ ନିକଟକୁ ଦୂତ ପଠାଇଲେ।


ସେମାନେ ମିଦିୟନରୁ ଉଠି ପାରଣକୁ ଆସିଲେ। ପାରଣରୁ କେତେକ ଲୋକଙ୍କ ସହିତ ମିଶରକୁ ଯାଇ ମିଶରର ରାଜା ଫାରୋଙ୍କୁ ସାହାଯ୍ୟ ଭିକ୍ଷା କଲେ। ଫାରୋ ତାଙ୍କୁ ସମର୍ଥନ କରି ତାଙ୍କୁ ଗୋଟିଏ ଗୃହ ଓ କିଛି ଜମି ଦେଲେ। ତାଙ୍କୁ ସେ ଖାଦ୍ୟସାମଗ୍ରୀ ଯୋଗାଇଲେ।


Swiv nou:

Piblisite


Piblisite