Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 14:2 - ପବିତ୍ର ବାଇବଲ

2 ଏହି ସମସ୍ତ ରାଜାଗଣ ମିଳିତଭାବେ ସଦୋମର ରାଜା ବିରା, ହମୋରାର ରାଜା ବିର୍ଶା, ଅଦ୍ମାର ରାଜା ଶିନାବ୍ ଓ ସବୋୟିମର ରାଜା ଶିମେବର ଓ ବିଲାର, ସୋୟରର ରାଜାଙ୍କ ସହିତ ଯୁଦ୍ଧ କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ଏମାନେ ସଦୋମର ରାଜା ବିରା ଓ ହମୋରାର ରାଜା ବିର୍ଶା ଓ ଅଦ୍ମାର ରାଜା ଶିନାବ୍ ଓ ସବୋୟିମର ରାଜା ଶିମେବର ଓ ବିଲାର, ଅର୍ଥାତ୍, ସୋୟରର ରାଜା ସହିତ ଯୁଦ୍ଧ କଲେ।

Gade chapit la Kopi

ଓଡିଆ ବାଇବେଲ

2 ଏମାନେ ସଦୋମର ରାଜା ବିରା ଓ ହମୋରାର ରାଜା ବିର୍ଶା ଓ ଅଦ୍ମାର ରାଜା ଶିନାବ୍‍ ଓ ସବୋୟୀମର ରାଜା ଶିମେବର ଓ ବିଲାର, ଅର୍ଥାତ୍‍, ସୋୟରର ରାଜା ସହିତ ଯୁଦ୍ଧ କଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ଏମାନେ ସଦୋମର ରାଜା ବିରା ଓ ହମୋରାର ରାଜା ବିର୍ଶା ଓ ଅଦ୍ମାର ରାଜା ଶିନାବ୍‍ ଓ ସବୋୟୀମର ରାଜା ଶିମେବର ଓ ବିଲାର, ଅର୍ଥାତ୍‍, ସୋୟରର ରାଜା ସହିତ ଯୁଦ୍ଧ କଲେ।

Gade chapit la Kopi




ଆଦି ପୁସ୍ତକ 14:2
12 Referans Kwoze  

ଲୋଟ ଯର୍ଦ୍ଦନ ନଦୀର ଉପତ୍ୟକା ଆଡ଼େ ନିରୀକ୍ଷଣ କଲେ। ଲୋଟ ଦେଖିଲେ ସେଠାରେ ବହୁତ ଜଳ ଥିଲା। ସଦାପ୍ରଭୁ ସଦୋମ ଓ ହମୋରାକୁ ଧ୍ୱଂସ କରିବା ପୂର୍ବରୁ ଏହା ଥିଲା। ସେହି ସମୟରେ ଯର୍ଦ୍ଦନ ଉପତ୍ୟକା ସୋୟର ପର୍ଯ୍ୟନ୍ତ ସମସ୍ତ ପ୍ରାନ୍ତର ସଦାପ୍ରଭୁଙ୍କ ଉଦ୍ୟାନପରି ସଜଳ ଓ ମିଶର ଦେଶ ତୁଲ୍ୟ ଥିଲା।


ସଦାପ୍ରଭୁ ଆପଣା କ୍ରୋଧ ଓ କୋପରେ ଯେଉଁ ସଦୋମ ଓ ହମୋରା, ଅଦ୍ମା ଓ ସବୋୟିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନରେ ପରିପୂର୍ଣ୍ଣ ହୋଇଅଛି। ତହିଁରେ କିଛି ବୁଣାଯାଏ ନାହିଁ, କି ଫଳ ଉତ୍ପନ୍ନ ହୁଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢ଼େ ନାହିଁ।


ତହିଁରେ ସୀଦୋନଠାରୁ ଗରାର ଦିଗକୁ ହସା ପର୍ଯ୍ୟନ୍ତ ପୁଣି ସଦୋମ, ହମୋରା ଓ ଅଦ୍ମା, ସବୟୀମ ଦିଗରେ ଲେଶା ପର୍ଯ୍ୟନ୍ତ କିଣାନୀୟମାନଙ୍କ ବସତିର ସୀମା ଥିଲା।


“ଇଫ୍ରୟିମ, ଆମ୍ଭେ ତୁମ୍ଭକୁ ପରିତ୍ୟାଗ କରିବାକୁ ଗ୍ଭହୁଁ ନାହୁଁ। ଇସ୍ରାଏଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ। ଅଦ୍ମାର ଓ ସବୋୟିମ୍ ପରି ତୁମ୍ଭକୁ ହେବାକୁ ଆମ୍ଭେ ଗ୍ଭହୁଁ ନାହୁଁ। ଆମ୍ଭର ମନକୁ ପରିବର୍ତ୍ତନ କରିଛୁ। ଆମ୍ଭର ପ୍ରେମ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ।


ମୋର ହୃଦୟ ମୋୟାବ ପାଇଁ ବିଳାପ କରୁଛି। ଲୋକମାନେ ଇଗ୍ଲତ୍-ଇଲୀଶୀୟା ଓ ଦୂରସ୍ଥ ସୋୟରକୁ ନିରାପତ୍ତା ପାଇଁ ପଳାୟନ କରୁଛନ୍ତି। ସେମାନେ ରୋଦନ କରି କରି ଲୂହୀତ-ଘାଟୀ ଉପରକୁ ଉଠୁଛନ୍ତି। ହୋରୋନୟିମ ପଥରେ ଯାଉଥିଲା ବେଳେ ଉଚ୍ଚ ସ୍ୱରରେ ବିଳାପ କରୁଛନ୍ତି।


ହାଦୀଦ, ସବୋୟିମ, ନବଲ୍ଲାଟରେ,


ଦ୍ୱିତୀୟ ଦଳ ଦକ୍ଷିଣ-ପୂର୍ବ ଦିଗରେ ବୈଥୋରିଣ ରାସ୍ତାରେ ଗଲେ। ତୃତୀୟ ଦଳ ପୂର୍ବଦିଗର ରାସ୍ତାର ସୀମା ସିବୋୟିମ ଉପତ୍ୟକାର ଅଞ୍ଚଳର ପଥଦେଇ ଗମନ କଲେ। ସେହି ରାସ୍ତାଟି ସିବୋୟିମ ଉପତ୍ୟକା ଦେଇ ମରୁଭୂମି ଆଡ଼େ ମୁହଁ କରିଅଛି।


ସୋୟର ପର୍ଯ୍ୟନ୍ତ ଦକ୍ଷିଣ ଦେଶ ଓ ଖର୍ଜ୍ଜୁରପୁର ଯିରୀହୋ ଦେଶସ୍ଥ ଉପତ୍ୟକାର ପଦା ଦେଖାଇଲେ।


“ହି‌‌‌ଶ୍‌‌‌ବୋନ୍ ଓ ଇଲିୟାଲୀର କ୍ରନ୍ଦନ ଯହସ ପର୍ଯ୍ୟନ୍ତ ଶୁଣା ଯାଇଅଛି। ଆଉ ମଧ୍ୟ ସେହି କ୍ରନ୍ଦନ ସୋୟରଠାରୁ ହୋରୋନୟିମ ଓ ଇଗ୍ଲଥ୍ ଶଲୀଶୀୟା ପର୍ଯ୍ୟନ୍ତ ଶ୍ରୁତିଗୋଚର ହୋଇଅଛି। କାରଣ ନିମ୍ରୀମର ଜଳସବୁ ଶୁଷ୍କ ହୋଇଅଛି।


ଅବ୍ରାମ କିଣାନୀୟଙ୍କ ଦେଶରେ ରହିଲେ ଏବଂ ଲୋଟ ଉପତ୍ୟକା ନଗରୀରେ ବାସ କଲେ। ଲୋଟ ଅଧିକରୁ ଅଧିକ ସଦୋମ ପାଖକୁ ତାଙ୍କର ଛାଉଣିକୁ ନେଇଗଲେ।


Swiv nou:

Piblisite


Piblisite