Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 12:9 - ପବିତ୍ର ବାଇବଲ

9 ଏହା ପରେ ଅବ୍ରାମ ଭ୍ରମଣ କରୁ କରୁ ଦକ୍ଷିଣ ଦିଗକୁ ଗଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ତହିଁ ଉତ୍ତାରେ ଅବ୍ରାମ ଭ୍ରମଣ କରୁ କରୁ ଆହୁରି ଦକ୍ଷିଣ ଦିଗକୁ ଗଲେ।

Gade chapit la Kopi

ଓଡିଆ ବାଇବେଲ

9 ତହିଁ ଉତ୍ତାରେ ଅବ୍ରାମ ଭ୍ରମଣ କରୁ କରୁ ଆହୁରି ଦକ୍ଷିଣ ଦିଗକୁ ଗଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ତହିଁ ଉତ୍ତାରେ ଅବ୍ରାମ ଭ୍ରମଣ କରୁ କରୁ ଆହୁରି ଦକ୍ଷିଣ ଦିଗକୁ ଗଲେ।

Gade chapit la Kopi




ଆଦି ପୁସ୍ତକ 12:9
10 Referans Kwoze  

ଅବ୍ରାମ ତାଙ୍କର ଯାତ୍ରା ଗ୍ଭଲୁ ରଖିଥିଲେ। ସେ ଦକ୍ଷିଣରୁ ବୈଥେଲ୍ ଆଡ଼କୁ ଗଲେ। ସେ ବୈଥେଲ୍ ଓ ଅୟର ମଧ୍ୟବର୍ତ୍ତୀ ଯେଉଁ ସ୍ଥାନରେ ପୂର୍ବେ ତାଙ୍କର ତମ୍ବୁ ସ୍ଥାପନ ହୋଇଥିଲା ସେହିଠାକୁ ଗଲେ।


ଇ‌ସ୍‌ହାକ ଦକ୍ଷିଣ ଦେଶରେ ବାସ କରିବାରୁ ବେର-ଲହୟ-ରୋୟୀ ନାମକ ସ୍ଥାନକୁ ଯାଇ ଫେରି ଆସିଲେ।


ତେଣୁ ଅବ୍ରାମ ମିଶର ପରିତ୍ୟାଗ କଲେ। ସେ ତାଙ୍କର ସ୍ତ୍ରୀ ଓ ତାଙ୍କର ସବୁ ନିଜର ସମସ୍ତ ଜିନିଷ ଧରି ଲୋଟ ସହିତ ନେଗେଭକୁ ଯାତ୍ରା କଲେ।


ସେମାନେ ଏକ ଦେଶରୁ ଅନ୍ୟ ଦେଶକୁ ଏବଂ ଏକ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଭ୍ରମଣ କରୁଥିଲେ।


ଏହା ପରେ ଅବ୍ରହାମ ସେଠାରୁ ଦକ୍ଷିଣ ଦେଶକୁ ଯାତ୍ରା କରି କାଦେଶ ଓ ଶୁରର ମଧ୍ୟସ୍ଥାନରେ ଥାଇ ଗରାରରେ ବାସ କଲେ।


ଆଉ ମୋଶା ଏମାନଙ୍କୁ କିଣାନ ଦେଶରେ ଗୁପ୍ତଚର କାର୍ଯ୍ୟ କରିବାକୁ ପଠାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନେଗେଭକୁ ଯାଅ ଏବଂ ତା'ପରେ ପର୍ବତମୟ ଦେଶକୁ ଯାଅ।


ଇମୋରୀୟମାନଙ୍କ ପର୍ବତ ଦେଶକୁ ଯାଅ। ତୁମ୍ଭେ ସେହି ଦେଶର ପଡ଼ୋଶୀ ଅଞ୍ଚଳ ଗୁଡ଼ିକୁ ଯାଅ, ପର୍ବତମୟ ଦେଶ, ଯର୍ଦ୍ଦନର ଉପତ୍ୟକାକୁ ତଳଭୂମି, ମରୁଭୂମି ଏବଂ ସମୁଦ୍ର ଉପକୂଳ ସମେତ କିଣାନୀୟମାନଙ୍କ ସମସ୍ତଦେଶ ଓ ଲିବାନୋନ୍ ଦେଇ ଫରାତ୍ ନଦୀ ପର୍ଯ୍ୟନ୍ତ ଯାଅ।


ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା: ଯିହୁଦାର ଦକ୍ଷିଣ ପ୍ରାନ୍ତ ଅତି ଭୟଙ୍କର ସ୍ଥାନ। ସେ ସ୍ଥାନ ସିଂହ, ସିଂହୀ, କାଳସର୍ପ ଓ ଉ‌ଡ୍‌ଡୀୟମାନ ଅଗ୍ନିମୟ ସର୍ପରେ ପରିପୂର୍ଣ୍ଣ। ସେହି ସଙ୍କଟମୟ ଓ ଯନ୍ତ୍ରଣାମୟ ଗୋଷ୍ଠୀ ଉପକାର କରିବ ନାହିଁ। ମାତ୍ର ଏପରି ଏକ ଗୋଷ୍ଠୀ ନିକଟକୁ ସେମାନେ ଯୁବା ଗର୍ଦ୍ଦଭଗଣଙ୍କ ସ୍କନ୍ଧରେ ନିଜ ନିଜର ଧନ ଓ ଓଟମାନଙ୍କ ପିଠି ଉପରେ ନିଜ ନିଜର ସମ୍ପତ୍ତି ବହନ କରି ନିଅନ୍ତି।


ପରମେଶ୍ୱର ମୋତେ ମୋର ପିତାଙ୍କ ଗୃହରୁ ଦୂରକୁ ଆଗେଇ ନେଲେ। ପରମେଶ୍ୱର ମୋତେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲାଇଲେ। ଏପରି ଯେତେବେଳେ ହେଲା ମୁଁ ସାରାକୁ କହିଲି, ‘ଦୟାକରି ମୋ’ ପାଇଁ ଏହା କର! ଆମ୍ଭେ ଯେଉଁଠାକୁ ଯିବା, ତୁମ୍ଭେ ଲୋକମାନଙ୍କୁ କହିବ ମୁଁ ତୁମ୍ଭର ଭାଇ।’”


Swiv nou:

Piblisite


Piblisite