Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 12:4 - ପବିତ୍ର ବାଇବଲ

4 ସଦାପ୍ରଭୁଙ୍କର ବାକ୍ୟାନୁସାରେ ଅବ୍ରାମ ହାରୋଣକୁ ପରିତ୍ୟାଗ କଲେ ଏବଂ ଲୋଟ ମଧ୍ୟ ତାଙ୍କ ସଙ୍ଗରେ ଗଲେ। ହାରୋଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଅନନ୍ତର ଅବ୍ରାମ ସଦାପ୍ରଭୁଙ୍କ ଏହି ବାକ୍ୟାନୁସାରେ ପ୍ରସ୍ଥାନ କଲେ, ପୁଣି ଲୋଟ ତାଙ୍କ ସଙ୍ଗରେ ଗଲେ; ହାରଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା।

Gade chapit la Kopi

ଓଡିଆ ବାଇବେଲ

4 ଏଥିଉତ୍ତାରେ ଅବ୍ରାମ ସଦାପ୍ରଭୁଙ୍କ ଏହି ବାକ୍ୟାନୁସାରେ ପ୍ରସ୍ଥାନ କଲେ, ପୁଣି, ଲୋଟ ତାଙ୍କ ସଙ୍ଗରେ ଗଲେ; ହାରଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚୋସ୍ତରି ବର୍ଷ ହୋଇଥିଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଏଥିଉତ୍ତାରେ ଅବ୍ରାମ ସଦାପ୍ରଭୁଙ୍କ ଏହି ବାକ୍ୟାନୁସାରେ ପ୍ରସ୍ଥାନ କଲେ, ପୁଣି, ଲୋଟ ତାଙ୍କ ସଙ୍ଗରେ ଗଲେ; ହାରଣଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାମଙ୍କର ବୟସ ପଞ୍ଚସ୍ତରି ବର୍ଷ ହୋଇଥିଲା।

Gade chapit la Kopi




ଆଦି ପୁସ୍ତକ 12:4
10 Referans Kwoze  

ପରମେଶ୍ୱର ଅବ୍ରହାମଙ୍କୁ ତାହାଙ୍କ ସ୍ଥାନ ଛାଡ଼ିବାକୁ, ଓ ଅନ୍ୟ ଗୋଟିଏ ସ୍ଥାନକୁ ଯିବା ପାଇଁ ଡାକିଲେ। ପରମେଶ୍ୱର ତାହାଙ୍କୁ ସେହି ଦେଶ ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ସେ କେଉଁଠାକୁ ଯାଉଅଛନ୍ତି, ତାହା ଅବ୍ରହାମ ଜାଣି ନ ଥିଲେ। କିନ୍ତୁ ଅବ୍ରହାମ ନିଜ ବିଶ୍ୱାସ ଦ୍ୱାରା ମାନିଲେ, ଓ ସେହି ସ୍ଥାନ ପାଇଁ ପ୍ରସ୍ଥାନ କଲେ।


ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଙ୍ଗରେ ନେଲା। ଏବଂ ସେ ସମସ୍ତେ କଲଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ବସତି ସ୍ଥାପନ କଲେ।


ଏହା ଅଟେ ତେରହର ବଂଶାବଳୀ। ତେରହ ଥିଲା ଅବ୍ରାମ, ନାହୋର ଓ ହାରୋଣର ପିତା। ହାରୋଣ ଲୋଟକୁ ଜନ୍ମ କଲା।


“ତେଣୁ ସେ କଲଦୀୟମାନଙ୍କ ସ୍ଥାନ ତ୍ୟାଗ କରି ହାରଣରେ ବାସ କଲେ। ତାହାଙ୍କ ପିତାଙ୍କ ମୃତ୍ୟୁ ପରେ ପରମେଶ୍ୱର ତାହାଙ୍କୁ ଏଠାକୁ ଆଣିଲେ, ଯେଉଁଠି ତୁମ୍ଭେମାନେ ବର୍ତ୍ତମାନ ରହୁଛ।


ଅବ୍ରହାମ ଧୈର୍ଯ୍ୟପୂର୍ବକ ଏହା ଘଟିବା ପାଇଁ ଅପେକ୍ଷା କଲେ। ଓ ପରେ ସେ ପରମେଶ୍ୱରଙ୍କ ପ୍ରତିଜ୍ଞାନୁସାରେ ଫଳପ୍ରାପ୍ତ ହେଲେ।


ଅବ୍ରାମ କିଣାନ ଦେଶରେ ଦଶ ବର୍ଷ କଟାଇଲା ପରେ ଏହିପରି ହୋଇଥିଲା ଯେ, ତାଙ୍କର ସ୍ତ୍ରୀ ସାରୀ ତାହାଙ୍କ ମିଶରୀୟ ଦାସୀ ହାଗାରକୁ ତାଙ୍କ ସ୍ୱାମୀ ଅବ୍ରାମଙ୍କ ସହିତ ବିବାହ ଦେଲେ, ଯାହାଫଳରେ ସେ ତା’ ସହିତ ସହବାସ କରି ପାରିବେ।


ଅବ୍ରାମ ଛୟାଅଶୀ ବର୍ଷ ହୋଇଥିଲେ, ଯେତେବେଳେ ଇଶ୍ମାଏଲ ହାଗାରଠାରୁ ଜନ୍ମ ଲାଭ କଲା।


ଅବ୍ରହାମ 175 ବର୍ଷ ବଞ୍ଚିଲେ।


ଯାକୁବ ‌ବେ‌ର୍‌ଶେବା ଛାଡ଼ି ହାରଣକୁ ଗଲେ।


ସେହି ସମୟରେ ଲୋଟ ମଧ୍ୟ ଅବ୍ରାମଙ୍କ ସହିତ ଯାତ୍ରା କରୁଥିଲେ। ଲୋଟଙ୍କର ମଧ୍ୟ ମେଷ, ପଶୁପଲ ଓ ତମ୍ବୁ ଥିଲା।


Swiv nou:

Piblisite


Piblisite