Biblia Todo Logo
Bib sou entènèt

- Piblisite -




ଆଦି ପୁସ୍ତକ 11:3 - ପବିତ୍ର ବାଇବଲ

3 ଲୋକମାନେ କହିଲେ, “ଆସ ଆମ୍ଭେ ଇଟା ପୋଡ଼ି ଟାଣ କରିବା।” ତେଣୁ ଲୋକମାନେ ପଥର ବ୍ୟବହାର ନ କରି ଇଟାକୁ ଘର କରିବା ପାଇଁ ବ୍ୟବହାର କଲେ। ଏବଂ ସେମାନେ ମାଟିଆ ତେଲକୁ ଚୂନ ସ୍ୱରୂପ ବ୍ୟବହାର କଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ଅନନ୍ତର ସେମାନେ ପରସ୍ପର କହିଲେ, ଆସ, ଆମ୍ଭେମାନେ ଇଟା ବନାଇ ଉତ୍ତମ ରୂପେ ପୋଡ଼ି ଦେଉ। ତହିଁରେ ଇଟା ସେମାନଙ୍କର ପ୍ରସ୍ତର ସ୍ଵରୂପ ଓ ମାଟିଆ ତେଲ ସେମାନଙ୍କର ଚୂନ ସ୍ଵରୂପ ହେଲା।

Gade chapit la Kopi

ଓଡିଆ ବାଇବେଲ

3 ଏଥିଉତ୍ତାରେ ସେମାନେ ପରସ୍ପର କହିଲେ, “ଆସ, ଆମ୍ଭେମାନେ ଇଟା ବନାଇ ଉତ୍ତମ ରୂପେ ପୋଡ଼ି ଦେଉ।” ତହିଁରେ ଇଟା ସେମାନଙ୍କର ପ୍ରସ୍ତର ସ୍ୱରୂପ ଓ ମାଟିଆ ତେଲ ସେମାନଙ୍କର ଚୂନ ସ୍ୱରୂପ ହେଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଏଥିଉତ୍ତାରେ ସେମାନେ ପରସ୍ପର କହିଲେ, “ଆସ, ଆମ୍ଭେମାନେ ଇଟା ବନାଇ ଉତ୍ତମ ରୂପେ ପୋଡ଼ି ଦେଉ।” ତହିଁରେ ଇଟା ସେମାନଙ୍କର ପ୍ରସ୍ତର ସ୍ୱରୂପ ଓ ମାଟିଆ ତେଲ ସେମାନଙ୍କର ଚୂନ ସ୍ୱରୂପ ହେଲା।

Gade chapit la Kopi




ଆଦି ପୁସ୍ତକ 11:3
19 Referans Kwoze  

ସେହି ସୀଦ୍ଦୀମ ପଦାରେ ମାଟିଆ ତୈଳର ଅନେକ ଗାତ ଥିଲା ସଦୋମର ରାଜା ଓ ଗମୋରାର ରାଜା ପଳାୟନ କଲାବେଳେ ସେଠାରେ ପଡ଼ିଗଲେ ଏବଂ ଅବଶିଷ୍ଟ ସୈନ୍ୟମାନେ ପର୍ବତକୁ ପଳାଇ ଗଲେ।


ଯେତେବେଳେ ସେ (ସ୍ତ୍ରୀ) ତାକୁ ଦୀର୍ଘ ସମୟ ଲୁଗ୍ଭଇ ପାରିଲା ନାହିଁ, ସେ ଏକ ଟୋକେଇ ତିଆରି କରି ତେଲ ଓ ରାଳ ଲେପନ କଲା। ସେ ସେହି ବାଳକଟିକୁ ଟୋକେଇରେ ରଖିଲା ଏବଂ ନଦୀର ନଳବନ ମଝିରେ ରଖିଲା।


ମିଶରୀୟମାନେ ଇସ୍ରାଏଲୀୟମାନଙ୍କର ଜୀବନ ଦୁର୍ବିସହ କଲେ। ସେମାନେ ସେମାନଙ୍କୁ କାଦୁଅ ଓ ଇଟା ତିଆରି କରିବା ପାଇଁ ବାଧ୍ୟ କଲେ। ସେମାନଙ୍କୁ ମଧ୍ୟ ବିଲରେ କଠିନ ପରିଶ୍ରମ କରାଇଲେ। ସେମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ଅଧିକ ପରିଶ୍ରମ କରିବାକୁ ବାଧ୍ୟ କଲେ।


ଧନୀ ଲୋକେ! ଶୁଣ! କ୍ରନ୍ଦନ କର ଓ ଅତି ଦୁଃଖିତ ହୁଅ। କାରଣ ଅତ୍ୟଧିକ କ୍ଳେଶ ତୁମ୍ଭ ଉପରେ ମାଡ଼ି ଆସୁଛି।


ଆମ୍ଭେ ପରସ୍ପର ବିଷୟରେ ଚିନ୍ତା କରିବା ଏବଂ ପରସ୍ପରକୁ ଭଲ ପାଇବା ଓ ଭଲ କାମ କରିବା ପାଇଁ ଉତ୍ସାହିତ କରିବା ଉଚିତ୍।


କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। “ଆଜିଦିନରେ” ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନରେ ପଡ଼ି ଲୋକେ ଯେପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାଯ୍ୟ କର।


“ଏହି ଇଟାସବୁ ପଡ଼ିଯିବ, ମାତ୍ର ଆମ୍ଭେମାନେ ପୁନର୍ବାର ଶକ୍ତ ପଥରରେ ତାହାକୁ ତିଆରି କରିବୁ। ଡିମ୍ବିରି ବୃକ୍ଷଗୁଡ଼ିକରେ କଟା ହେଲା ପରେ ଆମ୍ଭେମାନେ ସେଠାରେ ଏରସ ବୃକ୍ଷ ଲଗାଇବୁ। ଆଉ ଏହି ନୂତନ ବୃକ୍ଷଗୁଡ଼ିକ ବିରାଟ ଓ ଶକ୍ତିଶାଳୀ ହେବ।”


ସେ ସହରର ଲୋକମାନଙ୍କୁ ବାହାର କରି ଆଣି ସେମାନଙ୍କୁ କରତ ଓ ଲୁହାମଇ ଓ ଲୁହା କୁହ୍ରାଡ଼ି ଦ୍ୱାରା କଠିନ କାର୍ଯ୍ୟ କରାଇ ଦଣ୍ତ ଦେଲେ ଓ ସେମାନଙ୍କୁ ଇଟା ତିଆରି କରାଇଲେ। ସେ ଅମ୍ମୋନୀୟମାନଙ୍କ ସମୁଦାୟ ନଗର ପ୍ରତି ଏପରି କଲେ। ଏହା ପରେ ଦାଉଦ ଓ ସମସ୍ତ ଲୋକ ଯିରୁଶାଲମକୁ ଫେରି ଆସିଲେ।


ତୁମ୍ଭ ଭିତରେ କେହି କେହି କୁହନ୍ତି, “ଆମ୍ଭେ ଆଜି ବା କାଲି କୌଣସି ସହରକୁ ଯିବୁ। ଆମ୍ଭେ ସେଠାରେ ବର୍ଷେ ରହିବୁ ଓ ବ୍ୟବସାୟ କରି ଧନ ଅର୍ଜନ କରିବୁ।” ଶୁଣ! ଏହି ବିଷୟରେ ଚିନ୍ତା କର:


ଅବରୋଧ ସମୟ ନିମନ୍ତେ ପାଣି କାଢ଼ି ଆଣ। ଇଟା ତିଆରି କରିବାକୁ ମାଟି ରଖ, ସେଥିରେ ଚୂନ ମିଶାଅ, ଇଟା ତିଆରି ପାଇଁ ସେହି କାଦୁଅକୁ ନିଅ। ତୁମ୍ଭମାନଙ୍କର ଦୁର୍ଗଗୁଡ଼ିକ ଶକ୍ତିଶାଳୀ କର।


ସେହି ଲୋକମାନେ ଉଦ୍ୟାନରେ ବଳିଦାନ କରି ଓ ଆମ୍ଭ ସମ୍ମୁଖରେ ଗୁଡ଼ିଏ ଇଟା ଉପରେ ଧୂପ ଜଳାଇ କ୍ରମାଗତ ଭାବରେ ଆମ୍ଭକୁ ବିରକ୍ତ କରାନ୍ତି।


“ବର୍ତ୍ତମାନ ମୁଁ ମୋର ଦ୍ରାକ୍ଷାକ୍ଷେତ ପାଇଁ କ’ଣ କରିବି ତାହା ତୁମ୍ଭମାନଙ୍କୁ କହିବି। ଏହି କ୍ଷେତକୁ ରକ୍ଷା କରୁଥିବା କଣ୍ଟାବାଡ଼କୁ ମୁଁ କାଢ଼ିନେବି ଏବଂ ତାକୁ ପୋଡ଼ି ଦେବି। ସେହି ପଥର ପ୍ରାଚୀରକୁ ଭାଙ୍ଗିପକାଇବି ଏବଂ ସେଗୁଡ଼ିକୁ ପଦଦଳିତ କରିବି।


ମୁଁ ନିଜକୁ ନିଜେ କହିଲି, “ମୋତେ ଉପଭୋଗ ପାଇଁ ଚେଷ୍ଟା କରିବାକୁ ଦିଅ। ଆନନ୍ଦ ମୋତେ କ’ଣ ଦେଇ ପାରିବ, ମୋତେ ଦେଖିବାକୁ ଦିଅ।” କିନ୍ତୁ ମୁଁ ଯାହା ଶିକ୍ଷା କଲି ତାହା ଅର୍ଥହୀନ।


ସେହି ଲୋକମାନେ ତୁମ୍ଭକୁ କହିପାରନ୍ତି, “ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ରକ୍ତପାତ କରିବାକୁ ଗ୍ଭହିଁ ବସୁ। ନିର୍ଦ୍ଦୋଷମାନଙ୍କୁ ବିନା କାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ।


ସେମାନେ ଭୁଲ୍ କରିବା ପାଇଁ ପରସ୍ପରକୁ ଉତ୍ସାହିତ କରନ୍ତି। ସେମାନେ ଏହା କହି ଫାନ୍ଦ ବସାଇବା ବିଷୟରେ କଥାବାର୍ତ୍ତା ହୁଅନ୍ତି, “କେହି ଏଠାରେ ସେମାନଙ୍କୁ ଦେଖି ପାରିବେ ନାହିଁ।”


ତେଣୁ ଆସ, ତଳକୁ ଯିବା ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ଭାଷା ତିଆରି କରିବା। ତେଣୁ ସେମାନେ ପରସ୍ପର ଭାଷା ବୁଝିପାରିବେ ନାହିଁ।”


ଏହା ପରେ ଲୋକମାନେ କହିଲେ, “ଆସ, ଆମ୍ଭ ପାଇଁ ଏକ ନଗର ଓ ଏକ ଗଗନସ୍ପର୍ଶୀ ଅଟ୍ଟାଳିକା ନିର୍ମାଣ କରିବା, ଆମ୍ଭେମାନେ ଅତି ଜଣାଶୁଣା ହେବା। ତା'ହେଲେ ଆମ୍ଭେମାନେ ପୃଥିବୀର ଗ୍ଭରିଆଡ଼େ ବିକ୍ଷିପ୍ତ ହେବା ନାହିଁ।”


Swiv nou:

Piblisite


Piblisite